କେନ୍ଦ୍ରର ବିଭିନ୍ନ ବିଭାଗ ନିରୀକ୍ଷଣ କରିବା ସହ ଏହାର ଅଂଶୀଦାରମାନଙ୍କ ସହ କଲେ ବାର୍ତ୍ତା ବିନିମୟ
ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଅଣ ଆନୁଷ୍ଠାନିକ କଥାବାର୍ତ୍ତା
ଦୀକ୍ଷା ପୋର୍ଟାଲ ସହ ଅଧିକ ସଂଶ୍ଳିଷ୍ଟ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ
ଶିକ୍ଷା ପଦ୍ଧତିରେ ପୌଷ୍ଟିକତା ବିଷୟ ରଖିବାକୁ ପରାମର୍ଶ
ମାନବିକତା ଉପରେ ଗୁରୁ୍‌ତ୍ୱ , ବାସ୍ତବିକ ଓ ଆଭାସୀ ମଧ୍ୟରେ ସନ୍ତୁଳନ
ନୂତନ ପଦ୍ଧତି ଭିତ୍ତିରେ ଏକ ସୁସ୍ଥ ପ୍ରତିଯୋଗିତା ବାତାବରଣ ରକ୍ଷା ପାଇଁ ଆହ୍ୱାନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮.୪.୨୦୨୨) ଦିନ ଗାନ୍ଧିନଗରଠାରେ ବିଭିନ୍ନ ବିଦ୍ୟାଳୟ ନିୟନ୍ତ୍ରଣ କେନ୍ଦ୍ର ବିଦ୍ୟା ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକଳାପ, ଭିଡିଓ ୱାଲ, ବିଭିନ୍ନ ବିଭାଗର ପରୀକ୍ଷାମୂଳକ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କୁ ଦେଖା ଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଏକ ଦୃଶ୍ୟଶ୍ରାବ୍ୟ ପରୀକ୍ଷାମୂଳକ ପ୍ରଦର୍ଶନ ଜରିଆରେ ମଧ୍ୟ ବିଭିନ୍ନ ବିଷୟ ଅବଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଏହାର ପ୍ରମୁଖ ଅଂଶୀଦାରଙ୍କ ସହ ମଧ୍ୟ ବାର୍ତ୍ତା ବିନିମୟ କରିଥିଲେ । ପ୍ରଥମେ ସେ ଅମ୍ବାଜୀର ପ୍ରଧାନଶିକ୍ଷକ  ଶ୍ରୀମତୀ ରାଜଶ୍ରୀ ପଟେଲଙ୍କ ସହ କଥାବାର୍ତ୍ତା ହୋଇଥିଲେ । ନୂତନ ବୈଷୟିକ ଜ୍ଞାନ ପ୍ରତି ଶିକ୍ଷକମାନଙ୍କ ରୁଚି ସମ୍ପର୍କରେ ଶ୍ରୀ ମୋଦୀ ଜାଣିବାକୁ ଚାହିଁଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଦୀକ୍ଷା ପୋର୍ଟାଲ ବ୍ୟବହାର ସମ୍ପର୍କରେ ଜାଣିବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଦିଆଯାଉଥିବା ପାଠ ବୋଝ ଅଧିକ ହୋଇଛି ନା ପରିସ୍ଥିତି ହାଲୁକା ହୋଇଛି ତାହା ଜାଣିବାକୁ ମଧ୍ୟ ଚାହିଁଥିଲେ ।

ସେ ମଧ୍ୟ ମଜାରେ ପିଲାମାନଙ୍କ ସହ କଥାବାର୍ତ୍ତା ବେଳେ ଆଜିକାଲି ଠକିବା କଷ୍ଟକର ବୋଲି କହିଥିଲେ । ସେ ମଧ୍ୟ ଜଣେ ସପ୍ତମଶ୍ରେଣୀ ବିଦ୍ୟାର୍ଥୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଭଲ ଖାଇବା ଓ ଖେଳିବା ପାଇଁ କହିଥିଲେ । ପ୍ରଧାନମନ୍ତ୍ରୀ ପିଲା ଓ ଗ୍ରୁପ ସହ ଖୁବ୍ ଅଣଆନୁଷ୍ଠାନିକ ଢଙ୍ଗରେ କଥା ହୋଇଥିଲେ । ନୂତନ ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସେହି ଜିଲ୍ଲାର ସିଆରସି ସଂଯୋଜକ ମଧ୍ୟ ସୂଚନା ଦେଇଥିଲେ ।  ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ପଦ୍ଧତି ସମ୍ପର୍କରେ ଗଭୀର ଅନୁଶୀଳନ କରିବା ସହ ପୌଷ୍ଟିକତା ତଦାରଖ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ସେ ମଧ୍ୟ ସନ୍ତୁଳିତ ଆହାର ଉପରେ ପିଲାମାନଙ୍କୁ ସମ୍ବେଦନଶୀଳ କରିବା ତଥା ଅଂଶୀଦାରମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

ଶ୍ରୀ ମୋଦୀ ତାଙ୍କର ଏକ ବ୍ୟକ୍ତିଗତ ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ ଯେ ସେ ଅନେକବର୍ଷ ତଳେ କାନାଡାର ଏକ ବିଜ୍ଞାନ ସଂଗ୍ରହାଳୟ ପରିଦର୍ଶନ ବେଳେ ଆହାର ଟୁଙ୍ଗୀରେ ତାଙ୍କୁ ଖାଦ୍ୟ ତାଲିକା ପୂରଣ କରିବାକୁ ପଡିଥିଲା । ତାଙ୍କ ନିରାମିଷ ଆହାର ଚାର୍ଟ ଦେଖି ମେସିନ ‘ତୁମେ ଜଣେ ପକ୍ଷୀ କି’ ବୋଲି ପ୍ରଶ୍ନ କରିଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁବେଳେ ମନେ ରଖିବାକୁ ହେବ ଯେ ବୈଷୟିକ ଜ୍ଞାନ ଅନେକ ଦିଗ ଉନ୍ମୋଚନ କଲେ ମଧ୍ୟ ଆଭାସୀ ବିଶ୍ୱ ପାଇଁ ବାସ୍ତବିକ ପୃଥିବୀକୁ କେବେ ବି ଭୂଲିଯିବା ଅନୁଚିତ ।

କଚ୍ଛରୁ ପ୍ରାଥମିକ ବିଦ୍ୟାଳୟ ଏସଏମସି କମିଟିର ରାଠୋର କଳ୍ପନାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସୁବିଧା ସମ୍ପର୍କରେ ପ୍ରଶ୍ନ କରିଥିଲେ । ନୂତନ ପଦ୍ଧତି ଯୋଗୁଁ ଅଙ୍ଗୀକାର ବଦ୍ଧତାରେ ଉନ୍ନତି ଘଟୁଛି । ଅଷ୍ଟମଶ୍ରେଣୀ ଛାତ୍ରୀ ପୂଜାଙ୍କୁ ପ୍ରଶ୍ନ କଲାବେଳେ ପ୍ରଧାନମନ୍ତ୍ରୀ ମେହେଶାନରେ ଆଗରୁ ସ୍ଥାନୀୟ କଚ୍ଛ୍ ଉପଭାଷାରେ କିପରି ଶିକ୍ଷାଦାନ କରିପାରୁ ନ ଥିଲେ ତା’ର ସ୍ମରଣ କରିଥିଲେ । ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ କୁହା ଯାଇଥିଲା ।

ଦୁର୍ବଳ ବିଦ୍ୟାର୍ଥୀମାନଙ୍କ ପାଇଁ କ’ଣ ସାହାଯ୍ୟ ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ହାଲୁକା ଢଙ୍ଗରେ ପଚାରିଥିଲେ । ପ୍ରଧାନ ଶିକ୍ଷକ କହିଥିଲେ ଯେ ଶିକ୍ଷକମାନେ ଜି ଶାଳା, ଦୀକ୍ଷା ଆପ୍ ଇତ୍ୟାଦି ପ୍ରୟୋଗ କରିଥିଲେ ଓ ଏପରିକି କରୋନା କାଳରେ ଯାଯାବର ଶ୍ରେଣୀର ପିଲାମାନଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରାଯାଇଥିଲା। ଅନେକ ବିଦ୍ୟାର୍ଥୀଙ୍କ ନିକଟରେ ନୂତନ ପଦ୍ଧତି ଅନୁସାରେ ଉପକରଣ ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଶାରୀରିକ ଦକ୍ଷତା ପ୍ରତି କମ୍ ଗୁରୁତ୍ୱ ଆରୋପ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ । କ୍ରୀଡା ଆଉ ପାଠ୍ୟକ୍ରମ ବର୍ହିଭୂତ ନ ରହି ପାଠ୍ୟକ୍ରମ ମଧ୍ୟରେ ସାମିଲ ହୋଇଛି ବୋଲି ସେ କହିଥିଲେ ।

ତାପି ଜିଲ୍ଲାର ଦର୍ଶନା ବେଜ ନିଜ ଅଭିଜ୍ଞତାରୁ ନୂତନ ପଦ୍ଧତିରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ପରିମାପକରେ କିପରି ଉନ୍ନତି ଘଟିଛି ସେ ସମ୍ପର୍କରେ ବିଶଦ ବର୍ଣ୍ଣନା କରିଥିଲେ । କାମ ବୋଝ ମଧ୍ୟ ହ୍ରାସ ପାଇଛି ବୋଲି ସେ କହିଥିଲେ । ଛାତ୍ରଛାତ୍ରୀଗଣ ଦୀକ୍ଷା ଓ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିଛନ୍ତି ବୋଲି ସେ କହିଥିଲେ । ଦଶମ ଶ୍ରେଣୀ ଛାତ୍ରୀ ତନ୍ନୀ କହିଥିଲେ ଯେ ସେ ଡାକ୍ତର ହେବାକୁ ଚାହାଁନ୍ତି । ଆଗରୁ ବିଜ୍ଞାନ ବିଷୟ ତଥ୍ୟ ଦୂରଦୂରାନ୍ତରେ ମିଳି ନ ଥିଲା, ମାତ୍ର ବ୍ୟାପକ ଅଭିଯାନ ଯୋଗୁଁ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟ ପ୍ରଥମେ ନୂତନ ପଦ୍ଧତି ଆପଣାଇବା ପରେ ସମଗ୍ର ଦେଶ ତାହାକୁ ଗ୍ରହଣ କରିଥାଏ । ଅନ୍ୟ ରାଜ୍ୟମାନେ ଏ ଦିଗରେ ଆଗ୍ରହ ପ୍ରକାଶ କରିଥିବାରୁ ସେ ଖୁସି ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅତ୍ୟଧିକ ବିଚ୍ଛିନ୍ନତା ରହିବା ଅନାବଶ୍ୟକ । ସଂଯୋଜକମାନେ ସମନ୍ୱୟ ଭାବ ରଖିବା ଦରକାର ।  ହ୍ୱାଟସପ୍ ଭିତିକ ପ୍ରତିକାର ପଦ୍ଧତି ଓ ରିଡ୍ ଆଲଙ୍ଗ ଉପରେ ଶ୍ରୀ ମୋଦୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନୂତନ ପଦ୍ଧିତିରେ ଏକ ସୁସ୍ଥ ପ୍ରତିଯୋଗିତାମୂଳକ ବାତାବରଣ ବଜାୟ ରଖିବାକୁ କହିଥିଲେ ।

ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ବାର୍ଷିକ ୫୦୦କୋଟି ଡାଟା ବିଶେଷଣ କରି ତାକୁ କ୍ରୁତିମ ମେଧା ଓ ତଥ୍ୟ ବିଶ୍ଲେଷଣ ପଦ୍ଧତି ଜରିଆରେ କରିଥାଏ । କେନ୍ଦ୍ର ଅନଲାଇନ ଉପସ୍ଥାନ ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କର ନେଇଥାଏ ଓ କେନ୍ଦ୍ରୀୟ ସମେଟିକ୍ ଓ ସମୟଭିତ୍ତିକ ଆକଳନ ପରୀକ୍ଷା ଦ୍ୱାରା କରିଥାଏ । ବିଦ୍ୟା ସମୀକ୍ଷା କେନ୍ଦ୍ରକୁ  ବିଶ୍ୱ ବ୍ୟାଙ୍କ ମଧ୍ୟ ଏକକ ବୈଶ୍ୱିକ ଉନ୍ନତ ଆଖ୍ୟା ଦେଇଛି ଓ ଏହାକୁ ଅନ୍ୟ ଦେଶଗୁଡିକ ମଧ୍ୟ ଅନୁସରଣ କରିବାକୁ ଆରମ୍ଭ କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.