Swami Vivekananda's ideas are relevant in present times: PM Modi
Whole world looks up to India's youth: PM Modi
Citizenship Act gives citizenship, doesn't take it: PM Modi

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଲକାତା ସ୍ଥିତ ବେଲୁର ମଠ ଗସ୍ତ କରିଥିଲେ । ମଠର ସନ୍ୟାସୀମାନଙ୍କ ସହ ଆଲୋଚନା କରିଥିଲେ ।

ଏହି ଅବସରରେ ସେ କହିଥିଲେ, ଦେଶବାସୀଙ୍କ ପାଇଁ ବେଲୁର ମଠର ଏହି ପବିତ୍ର ଭୂମିକୁ ଆସିବା ତୀର୍ଥଯାତ୍ରା ଠାରୁ କମ ନୁହେଁ, ହେଲେ ତାଙ୍କ ପାଇଁ ଏହା ଘରକୁ ଫେରିବା ସଦୃଶ । ଏହି ପବିତ୍ର ସ୍ଥାନରେ ରାତ୍ରୀଯାପନ ସୁଯୋଗ ମିଳିଥିବାରୁ ଖୁସିବ୍ୟକ୍ତ କରି ସେ କହିଥିଲେ, ସ୍ୱାମୀ ରାମକୃଷ୍ଣ ପରମହଂସ, ମା ଶାରଦା ଦେବୀ, ସ୍ୱାମୀ ବ୍ରହ୍ମାନନ୍ଦ ଓ ସ୍ୱାମୀ ବିବେକାନନ୍ଦଙ୍କ ସହ ସମସ୍ତ ଗୁରୁଙ୍କ ସାନ୍ନିଧ୍ୟ ଏଠାରେ ଅନୁଭୂତ ହୁଏ ।

ନିଜ ପୂର୍ବ ଗସ୍ତ ବେଳେ ସ୍ୱାମୀ ଆତ୍ମସ୍ଥାନନ୍ଦଜୀଙ୍କ ଆଶୀର୍ବାଦ ନେଇଥିବା କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀଜୀ ମୋତେ ଜନସେବା ପାଇଁ ପଥ ପ୍ରଦର୍ଶନ କରିଥିଲେ ।

ଆଜି ସେ ଶାରିରୀକ ଭାବେ ଆମ ଗହଣରେ ଉପସ୍ଥିତ ନାହାନ୍ତି ହେଲେ ତାଙ୍କ କାମ, ତାଙ୍କ ପ୍ରଦର୍ଶିତ ମାର୍ଗ ସବୁବେଳେ ପଥ ପ୍ରଦର୍ଶନ କରିବ ।

ଏଠିକାର ଯୁବ ବ୍ରହ୍ମଚାରୀଙ୍କ ଗହଣରେ ମୋତେ କିଛି ସମୟ ବିତାଇବାର ସୁଯୋଗ ମିଳିଥିଲା ଓ ଦିନେ ସେମାନଙ୍କ ଭଳି ମନଃସ୍ଥିତି ମୋର ଥିଲା ବୋଲି ସେ କହିଥିଲେ । ଅନେକଙ୍କୁ ବିବେକାନନ୍ଦଙ୍କ ବିଚାର, ବିବେକାନନ୍ଦଙ୍କ ବାଣୀ, ବିବେକାନନ୍ଦଙ୍କ ବ୍ୟକ୍ତିତ୍ୱ ଏଠାକୁ ଆକର୍ଷିତ କରିଥାଏ । ହେଲେ ଏହି ଭୂମିରେ ପହଁଞ୍ଚିବା ପରେ ମା ଶାରଦା ଦେବୀଙ୍କ ପଣତ ଆମକୁ ମା’ର ସ୍ନେହ ଦେଇଥାଏ ।

ଜାଣତ ହେଉ ଅବା ଅଜାଣତରେ ଦେଶର ପ୍ରତି ଯୁବକ ବିବେକାନନ୍ଦଙ୍କ ସଂକଳ୍ପର ଅଂଶବିଶେଷ । ସମୟ ବଦଳିଛି, ଦଶନ୍ଧି ବଦଳିଛି, ଶତାବ୍ଦୀ ବଦଳିଥିଲେ ବି ସ୍ୱାମୀଜୀଙ୍କ ସଂକଳ୍ପ ଯୁବବର୍ଗକୁ ପ୍ରେରିତ ଓ ଜାଗ୍ରତ କରୁଛି । ତାଙ୍କର ଏହି ଉଦ୍ୟମ ଆଗାମୀ ପିଢ଼ିକୁ ପ୍ରେରଣା ଦେଇ ଚାଲିଥିବ ।

ଏକାକୀ ଦୁନିଆକୁ ବଦଳାଇ ପାରିବେନି ବୋଲି ଭାବୁଥିବା ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଆମେ କେବେ ବି ଏକାକୀ ନୁହେଁ ବୋଲି ଏକ ସହଜ ମନ୍ତ୍ର ଦେଇଥିଲେ ।

ଏକବିଂଶ ଶତାବ୍ଦୀରେ ନୂଆ ଭାରତ ନିର୍ମାଣ ପାଇଁ ଦେଶ ସଂକଳ୍ପ ନେଇଛି । ଏହି ସଂକଳ୍ପ କେବଳ ସରକାରଙ୍କ ନୁହେଁ ବରଂ 130 କୋଟି ଦେଶବାସୀଙ୍କର ଓ ଦେଶର ଯୁବପିଢ଼ିଙ୍କ ବୋଲି ସେ କହିଥିଲେ ।

ଯେଉଁ ଅଭିଯାନ ସହ ଦେଶର ଯୁବପିଢ଼ି ଜଡ଼ିତ ହୁଅନ୍ତି ସେହି ଦେଶ ନିଶ୍ଚିତ ସଫଳ ହୁଏ । ତାଙ୍କର ବିଗତ ପାଞ୍ଚ ବର୍ଷର ଅନୁଭବ ଏହା ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 5 ବର୍ଷ ପୂର୍ବରୁ ଭାରତ ସ୍ୱଚ୍ଛ ହୋଇପାରିବ କି ନାହିଁ ସେ ନେଇ ସଂଶୟ ଥିଲା । ହେଲେ ଦେଶର ଯୁବପିଢ଼ି ଦାୟିତ୍ୱ ନେଲେ ଓ ପରିବର୍ତ୍ତନ ଦୃଶ୍ୟମାନ ବୋଲି ସେ କହିଛନ୍ତି ।

ଯୁବପିଢ଼ିଙ୍କ ମଧ୍ୟରେ ଥିବା ଉତ୍ସାହ ଓ ଉଦ୍ଦୀପନା ଏକବିଂଶ ଶତାବ୍ଦୀର ଏହି ଦଶକରେ ଭାରତ ବଦଳିବାର ଆଧାର । ଯୁବପିଢ଼ି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସମାଧାନ କରନ୍ତି ଓ ଆହ୍ୱାନକୁ ଆହ୍ୱାନ ଦିଅନ୍ତି । ଏହି ଚିନ୍ତାଧାରାକୁ ପାଥେୟ କରି କେନ୍ଦ୍ର ସରକାର ଦେଶ ସମ୍ମୁଖୀନ ହେଉଥିବା ଦଶନ୍ଧି ପୁରୁଣା ସମସ୍ୟା ସମାଧାନ ପାଇଁ ଚେଷ୍ଟା କରୁଥିବା ସେ କହିଛନ୍ତି ।

ଜାତୀୟ ଯୁବ ଦିବସ ଅବସରରେ, ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଯୁବପିଢ଼ିଙ୍କୁ ବୁଝାଇବା, ସନ୍ତୁଷ୍ଟ କରିବା ଓ ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରିବା ତାଙ୍କ ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ସ୍ପଷ୍ଟ କରି ଦେଇଥିଲେ ଯେ, ନାଗରିକତା ସଂଶୋଧନ ଆଇନ ନାଗରିକତା ଛଡ଼ାଇ ନେବା ପାଇଁ ନୁହେଁ ପ୍ରଦାନ କରିବାକୁ ପ୍ରଣୟନ ହୋଇଛି । ନାଗରିକତା ସଂଶୋଧନ ଆଇନ କେବଳ ଏକ ସଂଶୋଧନ, ଯାହା ବିଭାଜନ ପରେ ପାକିସ୍ତାନରେ ଧାର୍ମିକ ବିଶ୍ୱାସ ଯୋଗୁଁ ଅତ୍ୟାଚାରିତ, ନିଷ୍ପେସିତଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବ । ମହାତ୍ମା ଗାନ୍ଧିଙ୍କ ସମେତ ବହୁ ନେତା ଏହାକୁ ସେତେବେଳେ ସମର୍ଥନ କରିଥିଲେ । ଏହା ବ୍ୟତୀତ ଆଜି ମଧ୍ୟ ଯେକୌଣସି ଧର୍ମର ବ୍ୟକ୍ତି, ସେ ଭଗବାନଙ୍କୁ ବିଶ୍ୱାସ କରୁ ବା ନକରୁ.. ଭାରତର ସମ୍ବିଧାନକୁ ବିଶ୍ୱାସ କରୁଥିଲେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଭାରତର ନାଗରିକତା ଗ୍ରହଣ କରିପାରିବେ । ଏହି ଆଇନ ଦ୍ୱାରା ଉତ୍ତର-ପୂର୍ବ ରାଜ୍ୟଗୁଡିକର ଡେମୋଗ୍ରାଫି ଉପରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ନପଡ଼େ ସେଥିପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଏତେ ସ୍ପଷ୍ଟତା ସତ୍ତ୍ୱେ କିଛି ଲୋକ ରାଜନୈତିକ କାରଣରୁ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଭ୍ରମ ସୃଷ୍ଟି କରୁଛନ୍ତି । ନାଗରିକତା ଆଇନ ସଂଶୋଧନ ଯୋଗୁଁ ବିବାଦୀୟ ପରିସ୍ଥିତି ଉପୁଜି ନଥିଲେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର, ମାନବାଧିକାର ଉଲ୍ଲଂଘନ ସମ୍ପର୍କରେ ସାରା ବିଶ୍ୱ ଜାଣି ପାରିନଥାନ୍ତା । 70 ବର୍ଷ ଧରି ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ କାହିଁକି ଏପରି ଅତ୍ୟାଚାର ହେଉଥିଲା ତାର ଜବାବ ସେମାନଙ୍କୁ ଦେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆମ ସଂସ୍କୃତି ଓ ସମ୍ବିଧାନ ନାଗରିକ ଭାବେ କର୍ତ୍ତବ୍ୟ ପାଳନ, ସତ୍ୟନିଷ୍ଠ ଓ ଉତ୍ସର୍ଗୀକୃତ ଭାବେ ଦାୟିତ୍ୱ ନିର୍ବାହ ଆଦି ଆଶା ରଖୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ସମ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ଭାରତୀୟଙ୍କ ଠାରୁ ସ୍ୱାମୀ ବିବେକାନନ୍ଦ ଏହା ହିଁ ଆଶା କରନ୍ତି ଓ ଏହି ଅନୁଷ୍ଠାନର ଏହା ହିଁ ମୂଳକଥା । ତାଙ୍କ ସ୍ୱପ୍ନ ସଫଳ କରିବାକୁ ଆମେ ସମସ୍ତେ ସଂକଳ୍ପ ନେବା ବୋଲି କହି ସେ ବକ୍ତବ୍ୟ ଶେଷ କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour