PM unveils ‘Statue of Peace’ to mark 151st Birth Anniversary celebrations of Jainacharya Shree Vijay Vallabh Surishwer Ji Maharaj
PM Modi requests spiritual leaders to promote Aatmanirbhar Bharat by going vocal for local

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜଙ୍କ 151ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କର ‘ଶାନ୍ତିର ପ୍ରତିମୂର୍ତ୍ତି’କୁ ଉନ୍ମୋଚନ କରିଛନ୍ତି । 151 ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ଅଷ୍ଟଧାତୁରେ ନିର୍ମିତ ହୋଇଛି । ତମ୍ବାରେ ପ୍ରତିମୂର୍ତ୍ତିର ଅଧିକାଂଶ ଅଂଶ ନିର୍ମିତ ହୋଇଥିବା ବେଳେ ଏହା ରାଜସ୍ଥାନର ପାଲି ନିକଟସ୍ଥ ଚେତପୁରାର ବିଜୟବଲ୍ଲଭ ସାଧନା କେନ୍ଦ୍ରଠାରେ ସ୍ଥାପନ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜୈନାଚାର୍ଯ୍ୟ ଓ ସେଠାରେ ଉପସ୍ଥିତ ଅନ୍ୟାନ୍ୟ ଆଧ୍ୟାତ୍ମିକ ଗୁରୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଦୁଇଜଣ ବଲ୍ଲଭ ଯଥା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜାଙ୍କ ନାମ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ବିଶ୍ଵର ସର୍ବୋଚ୍ଚ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ବା ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ସେ ଆଶୀର୍ବାଦ ପାଇଥିଲେ ।  ବର୍ତ୍ତମାନ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିବା ପାଇଁ ଆଉ ଏକ ସୁଯୋଗ ପାଇଛନ୍ତି ।    

ଭୋକାଲ ଫର ଲୋକାଲ ଉପରେ ଗୁରୁତ୍ଵାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ସ୍ଵାଧୀନତା ସଂଗ୍ରାମ କାଳରେ ଯେପରି ଘଟିଥିଲା ସେହିପରି ଆଧ୍ୟାତ୍ମିକ ଗୁରୁମାନେ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଭୋକାଲ ଫର ଲୋକାଲର ସୁଫଳ ସମ୍ପର୍କରେ ଲୋକମାନଙ୍କୁ ଶିକ୍ଷା ଦେବା ଦିଅନ୍ତୁ ବୋଲି ସେ ନିବେଦନ କରି କହିଥିଲେ। ଦୀପାବଳି ପର୍ବ ପାଳନ ବେଳେ ଦେଶ ସ୍ଵଦେଶୀକୁ ଯେପରି ପ୍ରାଧାନ୍ୟ ଦେଇଥିଲା ତାହା ସମସ୍ତଙ୍କୁ ଚକିତ କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ବିଶ୍ଵକୁ ସଦା ସର୍ବଦା ଶାନ୍ତି, ଅହିଂସା ଏବଂ ଭାତୃତ୍ଵର ପଥ ଦେଖାଇଛି । ଆଜି ବିଶ୍ଵ ଏହି ପ୍ରକାର ଦିଗଦର୍ଶନ ପାଇଁ ଭାରତକୁ ଅନୁସରଣ କରୁଛି । ଆପଣମାନେ ଭାରତର ଇତିହାସକୁ ଅବଲୋକନ କଲେ ଦେଖିପାରିବେ ଯେ ଆବଶ୍ୟକତା ସମୟରେ କେହି ଜଣେ ଋଷିପ୍ରତିମ ବ୍ୟକ୍ତି ସମାଜକୁ ଦିଗଦର୍ଶନ ଦେଇଛନ୍ତି । ଆଚାର୍ଯ୍ୟ ବିଜୟ ବଲ୍ଲଭ ମଧ୍ୟ ସେହିଭଳି ଜଣେ ସନ୍ଥ ଥିଲେ । ଏହି ଜୈନାଚାର୍ଯ୍ୟଙ୍କ ଦ୍ଵାରା ପ୍ରତିଷ୍ଠିତ ଅନେକ ଶିକ୍ଷାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ତାଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ। ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ସ୍ଥାପିତ ଏହିସବୁ ଶିକ୍ଷାନୁଷ୍ଠାନରେ ଭାରତୀୟ ମୂଲ୍ୟବୋଧର ପରିସ୍ଫୁଟନ ଘଟିଥିଲା । ଏହିସବୁ ଶିକ୍ଷାନୁଷ୍ଠାନ ଅନେକ ଶିଳ୍ପପତି, ବିଚାରପତି, ଡାକ୍ତର ଏବଂ ଇଞ୍ଜିନିୟରଙ୍କୁ ସୃଷ୍ଟି କରି ଦେଶରେ ଅଶେଷ ହିତସାଧନ କରିଛନ୍ତି । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନାରୀ ଶିକ୍ଷା ଦିଗରେ ଏ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ଅବଦାନ ପାଇଁ ଦେଶ ଗର୍ବ ଅନୁଭବ କରେ। ତତ୍କାଳୀନ ସମୟର କଠିନ ପରିସ୍ଥିତି ସତ୍ତ୍ୱେ ଏହି ଶିକ୍ଷାନୁଷ୍ଠାନଗୁଡିକ ନାରୀ ଶିକ୍ଷାକୁ ବଳବତ୍ତର ରଖିଥିଲେ। ବାଳିକାମାନଙ୍କ ନିମନ୍ତେ ଜୈନାଚାର୍ଯ୍ୟ ଅନେକ ଶିକ୍ଷାନୁଷ୍ଠାନ ଖୋଲି ସେମାନଙ୍କୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରାଇ ପାରିଥିଲେ । ସେ କହିଥିଲେ ଯେ, ଆଚାର୍ଯ୍ୟ ବିଜୟ ବଲ୍ଲଭ ଜୀଙ୍କ ଜୀବନ ଦୟା, ଅନୁକମ୍ପା ଓ ପ୍ରେମରେ ପରିପୂର୍ଣ୍ଣ ଥିଲା । ତାଙ୍କର ଆଶୀର୍ବାଦ ଯୋଗୁଁ ବାର୍ଡ ହସ୍ପିଟାଲ ଓ ଅନେକ ଗୋଶଳା ଆଜି ମଧ୍ୟ ଦେଶରେ ଚାଲୁଅଛି । ଏଗୁଡିକ ସାଧାରଣ ଅନୁଷ୍ଠାନ ନୁହଁ । ଭାରତୀୟ ମୂଲ୍ୟବୋଧକୁ ଉଜ୍ଜୀବିତ କରିବାରେ ଏଗୁଡିକ ଗୋଟିଏ ଗୋଟିଏ ମାଇଲଖୁଣ୍ଟ ସଦୃଶ୍ୟ ବୋଲି ସେ କହିଥିଲେ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways plans four-laning of 11,000-km high-density network to boost train capacity

Media Coverage

Indian Railways plans four-laning of 11,000-km high-density network to boost train capacity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi