ଭାରତର ଜି-୨ଠ ସଭାପତିତ୍ୱ ଅବସରରେ ଏହାର ଲୋଗୋ ଓ ୱେବସାଇଟକୁ ଆଭାସୀ ଜରିଆରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
“ଜି-୨ଠ ଲୋଗୋରେ ସାର୍ବଜନୀନ ଭ୍ରାତୃତ୍ୱ ମନୋଭାବ ପ୍ରତିଫଳିତ”
“ଜି-୨ଠରେ ଅଧ୍ୟକ୍ଷତା ଭାରତ ପାଇଁ କେବଳ ମାତ୍ର କୂଟନୀତିକ ବୈଠକ ନୁହେଁ, ଏହା ନୂତନ ଦାୟିତ୍ୱ ଓ ଭାରତ ଉପରେ ବିଶ୍ୱର ଆସ୍ଥା”
“ପରିବେଶ ଆମ ପାଇଁ ଏକ ବୈଶ୍ୱିକ ସମସ୍ୟା ଓ ବ୍ୟକ୍ତିଗତ ଦାୟିତ୍ୱ”
“ଆମେ ନିଜର ପ୍ରଗତି ପାଇଁ ସଂଗ୍ରାମ କରୁଥିବାବେଳେ ବିଶ୍ୱ ପ୍ରଗତି ଉପରେ ମଧ୍ୟ ଆମ ନଜର ଥାଏ”
“ପରିବେଶ ଆମ ପାଇଁ ଏକ ବୈଶ୍ୱିକ ସମସ୍ୟା ଓ ବ୍ୟକ୍ତିଗତ ଦାୟିତ୍ୱ”
“ପ୍ରଥମ କି ତୃତୀୟ ବିଶ୍ୱ ନୁହେଁ, ଏକମାତ୍ର ବିଶ୍ୱ ହେବା ଉଚିତ ଓ ସେଥିପାଇଁ ଆମର ଉଦ୍ୟମ ରହିବ”
“ଜି-୨ଠ କେବଳ ଦିଲ୍ଲୀ ବା ଅଳ୍ପ କେତେକ ସ୍ଥାନରେ ସୀମିତ ରହିବ ନାହିଁ । ପ୍ରତ୍ୟେକ ନାଗରିକ, ରାଜ୍ୟ ସରକାର ଓ ରାଜନୀତିକ ଦଳ ଏଥିରେ ଅଂଶଗ୍ରହଣ କରିବା ଉଚିତ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଠ୮-୧୧-୨ଠ୨୨) ଆଭାସୀ ମାଧ୍ୟମରେ ଜି-୨ଠରେ ଭାରତ ଅଧ୍ୟକ୍ଷତାରେ ଲୋଗୋ, ବାର୍ତ୍ତା ଓ ୱେବସାଇଟ ଉନ୍ମୋଚନ କରିଛନ୍ତି ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିସେମ୍ବର ପହିଲା, ୨ଠ୨୨ରୁ ଭାରତ ଜି-୨ଠ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବାକୁ ଯାଉଛି । ଦେଶପାଇଁ ଏହା ଏକ ଐତିହାସିକ ସୁଯୋଗ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି-୨ଠ ହେଉଛି ଆନ୍ତର୍ଜାତିକ ଆର୍ଥିକ ସହଯୋଗ କ୍ଷେତ୍ରର ଏକ ଅଗ୍ରଣୀ ମଞ୍ଚ । ଏହା ବିଶ୍ୱର ଶତକଡ଼ା ୮୫ ଭାଗ ଜିଡିପି, ଶତକଡ଼ା ୭୫ ଭାଗରୁ ଅଧିକ ବୈଶ୍ୱିକ ବାଣିଜ୍ୟ ଓ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶକୁ ପ୍ରତିନିଧିତ୍ୱ କରୁଛି । ଏହାକୁ ଏକ ସ୍ମରଣୀୟ ଘଟଣା ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଜି-୨ଠରେ ଅଧ୍ୟକ୍ଷତା ପ୍ରତ୍ୟେକ ଭାରତୀୟଙ୍କ ନିମନ୍ତେ ଏକ ଗର୍ବର କ୍ଷଣ । ପ୍ରଧାନମନ୍ତ୍ରୀ ଜି-୨ଠ ଏବଂ ଏଥିସଂଲଗ୍ନ ବିଷୟ ଉପରେ ଆଗ୍ରହ ବୃଦ୍ଧି ପାଉଥିବାରୁ ଆନନ୍ଦ ପ୍ରକଟ କରିଥିଲେ ।

ଜି-୨ଠ ଲୋଗୋ ଆରମ୍ଭ ହେବା ନେଇ ଜନସାଧାରଣଙ୍କ ଅବଦାନ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋଗୋ ନିମନ୍ତେ ସରକାର ହଜାର ହଜାର ସୃଜନାତ୍ମକ ପ୍ରସ୍ତାବ ପାଇଥିଲେ । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସମର୍ଥନ ନିମନ୍ତେ ଧନ୍ୟବାଦ ଦେବାସହ ଏହି ପ୍ରସ୍ତାବମାନ ବୈଶ୍ୱିକ ଘଟଣାର ମୁହଁ ବୋଲି କହିଛନ୍ତି । ଜି-୨ଠ ଲୋଗୋ କେବଳ ଏକ ଲୋଗୋ ନୁହେଁ ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ଏହା ଏକ ବାର୍ତ୍ତା ଯାହା ଭାରତର ଧମନୀରେ ପ୍ରବାହିତ ହେଉଛି ବୋଲି କହିଥିଲେ । ସେ କହିଥିଲେ ଯେ “ଏହା ହେଉଛି ଏକ ସଂକଳ୍ପ ଯାହା ସର୍ବବ୍ୟାପୀ ଓ ଆମର ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ମଧ୍ୟରେ ରହିଛି”, ସାର୍ବଜନୀନ ଭ୍ରାତୃତ୍ୱ ଚିନ୍ତାଧାରା ମଧ୍ୟ ଜି-୨ଠ ଲୋଗୋ ମାଧ୍ୟମରେ ପ୍ରତିଫଳିତ ହେଉଛି ବୋଲି ସେ କହିଥିଲେ ।

ଲୋଗୋରେ ଥିବା ପଦ୍ମ ଭାରତର ପ୍ରାଚୀନ ଐତିହ୍ୟ, ବିଶ୍ୱାସ ଓ ଚିନ୍ତାଧାରାର ପ୍ରତୀକ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଦ୍ୱୈତ ଦର୍ଶନ ସମସ୍ତ ପ୍ରାଣୀ ସମାନ ଓ ଏହି ଦର୍ଶନ ଆଜିର କଳହ ସମାଧାନର ସଂକଳ୍ପ ମାଧ୍ୟମ ହେବ । ଏହି ଲୋଗୋ ଓ କଥାବସ୍ତୁ ଭାରତରେ ଅନେକ ବାର୍ତ୍ତାର ପ୍ରତିନିଧିତ୍ୱ କରେ । “ବୁଦ୍ଧଙ୍କ ଯୁଦ୍ଧରୁ ମୁକ୍ତ ବାଣୀ, ମହାତ୍ମା ଗାନ୍ଧୀଙ୍କ ଅହିଂସା ରାସ୍ତାର ସମାଧାନ ସମ୍ପର୍କରେ ଭାରତ ଜି-୨ଠ ମାଧ୍ୟମରେ ଏକ ନୂତନ ଶିଖର ପହଂଚାଇବ” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଜି-୨ଠରେ ଅଧ୍ୟକ୍ଷତା ଏକ ଜଟିଳ ପରିସ୍ଥିତି ଓ ଦ୍ୱଂଦ୍ୱ ମଧ୍ୟରେ ଆସିଛି । ବିଶ୍ୱ ଏବେ ଶତାବ୍ଦୀର ବୈଶ୍ୱିକ ମହାମାରୀ ପରବର୍ତ୍ତୀ ଜଟିଳ ପରିସ୍ଥିତି ତଥା ଆର୍ଥିକ ଅନିଶ୍ଚିତତାର ସାମ୍ନା କରୁଛି । “ଲୋଗୋରେ ଥିବା ପଦ୍ମ ଆଶା ଓ କଷ୍ଟକର ସମୟର ଏକ ପ୍ରତୀକ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ପୃଥିବୀ ଏକ ଭୟଙ୍କର ପରିସ୍ଥିତି ଦେଇ ଏବେ ଗତି କରୁଛି, ତଥାପି ଆମେ ଏହାକୁ ଏକ ଭଲ ଜାଗାରେ ପରିଣତ କରିପାରିବା । ଭାରତୀୟ ସଂସ୍କୃତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ଜ୍ଞାନ ଓ ସମୃଦ୍ଧିର ଦେବୀ ପଦ୍ମ ଉପରେ ଉପବେଶନ କରିଛନ୍ତି । ପଦ୍ମରେ ସ୍ଥାନିତ ପୃଥିବୀର ଛବି ଯାହାକି ଜି-୨ଠ ଲୋଗୋରେ ସ୍ଥାନ ପାଇଛି । ସେଥିରେ ଥିବା ଜ୍ଞାନ କଠିନ ପରିସ୍ଥିତିରେ ମୁକାବିଲା କରିବାରେ ଶକ୍ତି ଯୋଗାଉଥିବା ବେଳେ, ସମୃଦ୍ଧି ଆମକୁ ଲକ୍ଷ୍ୟସ୍ଥଳରେ ପହଂଚାଇବାରେ ସହାୟକ ହେବ । ପଦ୍ମର ସାତଟି ପାଖୁଡ଼ା ସାତଟି ମହାଦେଶ ଓ ସାତଟି ସାର୍ବଜନୀନ ସଂଗୀତରେ ଛନ୍ଦକୁ ପ୍ରତିନିଧିତ୍ୱ କରୁଛି । ସେ କହିଥିଲେ ଯେ, “ଯେତେବେଳେ ସାତଟି ସଂଗୀତର ଛନ୍ଦ ଏକାବେଳେ ଅନୁରଣିତ ହେବ ତାହା ଅଫୁରନ୍ତ ଆନନ୍ଦ ଦେବ” । ବିବିଧତାକୁ ସମ୍ମାନ ଦେବା ସହ ଜି-୨ଠ ସମଗ୍ର ବିଶ୍ୱକୁ ମଧୁମୟ କରି ଗଢ଼ିତୋଳିବ ବୋଲି ଶ୍ରୀ ମୋଦୀ କହଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଶିଖର ସମ୍ମିଳନୀ କେବଳ ଏକ କୂଟନୀତିକ ବୈଠକ ନୁହେଁ, ବିଶ୍ୱର ଆସ୍ଥା ଏଥିରେ ନିହିତ ଥିବାରୁ ଭାରତ ଏହାକୁ ଏକ ନୂତନ ଦାୟିତ୍ୱ ଭାବେ ଗ୍ରହଣ କରିଛି । “ଆଜି ସମଗ୍ର ବିଶ୍ୱରେ ଭାରତକୁ ବୁଝିବା ନିମନ୍ତେ ଏକ ଅସ୍ୱାଭାବିକ ଉତ୍ସୁକତା ସୃଷ୍ଟି ହୋଇଛି । ଆଜି ଭାରତକୁ ଏକ ନୂତନ ଢଙ୍ଗରେ ଅନୁଧ୍ୟାନ କରାଯାଉଛି । ଆମର ଆଜିକାଲିର ସଫଳତାକୁ କଳନା କରାଯିବା ସହ ଆମର ଭବିଷ୍ୟତ ନେଇ ଅସ୍ୱାଭାବିକ ଆଶା କରାଯାଉଛି ।” ସେ ଆହୁରି କହିଥିଲେ ଯେ, “ଏଭଳି ଏକ ବାତାବରଣ ମଧ୍ୟରେ ଆମ ନାଗରିକମାନଙ୍କ ଦାୟିତ୍ୱ ହେଉଛି ସେହି ଆଶାରୁ ଊଦ୍ଧ୍ୱର୍କୁ ଯାଇ ବିଶ୍ୱକୁ ଭାରତର ସାମର୍ଥ୍ୟ, ଦର୍ଶନ, ସାମାଜିକ ଓ ବୌଦ୍ଧିକ ଶକ୍ତି ସହ ପରିଚିତ କରାଇବା” । “ଆମ ସମସ୍ତଙ୍କୁ ଏକାଠି ହୋଇ ବିଶ୍ୱର ଦାୟିତ୍ୱ ପ୍ରତି ଅଧିକ ସଚେତନ ହେବା” ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ଆଜିର ସ୍ଥିତିରେ ପହଂଚିବା ନିମନ୍ତେ ଭାରତକୁ ହଜାର ହଜାର ବର୍ଷ ଧରି ଯାତ୍ରା କରିବାକୁ ପଡ଼ିଛି । “ଆମେ ସମୃଦ୍ଧିର ଶିଖର ସହ ବୈଶ୍ୱିକ ଇତିହାସର ଅନ୍ଧକାରଚ୍ଛନ୍ନ ପର୍ଯ୍ୟାୟକୁ ଦେଖିଛୁ । ଭାରତକୁ ଆଜିର ସ୍ଥିତିରେ ପହଂଚାଇବା ପାଇଁ ଅନେକ ଆକ୍ରମଣକାରୀ ଓ ସେମାନଙ୍କ ସ୍ୱେଚ୍ଛାଚାରର ସାମ୍ନା କରିବାକୁ ପଡ଼ିଛି । ସେ ସମସ୍ତ ଅଭିଜ୍ଞତା ଆଜି ଭାରତର ବିକାଶ ଯାତ୍ରାର ସର୍ବାଧିକ ଶକ୍ତି ଭାବେ ବିବେଚନା କରାଯାଉଛି । ସ୍ୱାଧୀନତା ପରେ ଆମେ ଏକ ବିରାଟ ଯାତ୍ରା ଶୂନ୍ୟରୁ ଆରମ୍ଭ କରିଥିଲୁ ଶୀର୍ଷରେ ପହଂଚିବାର ଲକ୍ଷ୍ୟ ନେଇ । ଗତ ୭୫ ବର୍ଷ ମଧ୍ୟରେ ସମସ୍ତ ସରକାରଙ୍କ ଉଦ୍ୟମ ଏଥିରେ ନିହତ ଅଛି । “ପ୍ରତ୍ୟେକ ସରକାର ଓ ନାଗରିକ ମିଳିମିଶି ଭାରତକୁ ଆଗେଇ ନେବା ପାଇଁ ନିଜର ରାସ୍ତାରେ ଉଦ୍ୟମ କରୁଛନ୍ତି । ଏହି ଉତ୍ସାହ ନେଇ ଆମକୁ ସମଗ୍ର ବିଶ୍ୱରେ ଚାଲିବାକୁ ପଡ଼ିବ” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତିର ପ୍ରମୁଖ ନୀତିକୁ ନେଇ କହିଥିଲେ ଯେ, “ଆମେ ଯେତେବେଳେ ଆମ ପ୍ରଗତି ପାଇଁ ସଂଗ୍ରାମ କରୁ ସେତେବେଳେ ଆମେ ବିଶ୍ୱ ପ୍ରଗତିକୁ ମଧ୍ୟ ଦୃଷ୍ଟିରେ ରଖିଥାଉ ।” ଭାରତୀୟ ସଭ୍ୟତାର ଗଣତାନ୍ତ୍ରିକ ଐତିହ୍ୟର ମଧ୍ୟ ସେ ଅବତାରଣା କରିଥିଲେ । ସେ କହିଥିଲେ ଯେ, “ଭାରତ ବିଶ୍ୱରେ ଏକ ସମୃଦ୍ଧ ଓ ଜୀବନ୍ତ ଗଣତନ୍ତ୍ର । ଆମର ଗଣତନ୍ତ୍ରର ଜନନୀ ଭାବେ ଗର୍ବିତ ପରମ୍ପରା ଓ ମୂଲ୍ୟବୋଧ ରହିଛି । ଭାରତର ବିବିଧତା ମଧ୍ୟ ଭାରତ ଭଳି ଅନ୍ୟନ୍ୟ । ଗଣତନ୍ତ୍ର, ବିବିଧତା, ଭାରତୀୟ ଭାବଧାରା ଓ ଅନ୍ତର୍ଭୁକ୍ତୀକରଣ ଭାବନା, ସ୍ଥାନୀୟ ଜୀବନଶୈଳୀ ସାଙ୍ଗକୁ ବୈଶ୍ୱିକ ଚିନ୍ତାଧାରା ଯୋଗୁ ବିଶ୍ୱ ଆଜି ଏହିସବୁ ଭାବନାକୁ ଉପଜୀବ୍ୟ କରି ସମସ୍ୟାର ସମାଧାନ ଖୋଜୁଛି” ବୋଲି ସେ କହିଥିଲେ ।

ଗଣତନ୍ତ୍ରକୁ ଛାଡ଼ି ପ୍ରଧାନମନ୍ତ୍ରୀ ମଧ୍ୟ ସ୍ଥାୟୀ ଓ ନିରନ୍ତର ବିକାଶରେ ଭାରତର ଉଦ୍ୟମର ଅବତାରଣ କରିଥିଲେ । “ଆମକୁ ସ୍ଥାୟୀ ଓ ନିରନ୍ତର ବିକାଶ ବ୍ୟକ୍ତିଗତ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ । ଏହାକୁ କେବଳ ସରକାରୀ ଢାଞ୍ଚା ଭାବେ ଗ୍ରହଣ କଲେ ହେବ ନାହିଁ । ପରିବେଶ ଆମ ପାଇଁ ଉଭୟ ବୈଶ୍ୱିକ ଓ ବ୍ୟକ୍ତିଗତ ଦାୟିତ୍ୱ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ମଧ୍ୟ ଆୟୁର୍ବେଦର ଅଭବାଦ ଓ ବୈଶ୍ୱିକ ଯୋଗ ଉତ୍ସାହ ଓ ମୋଟା ଶସ୍ୟ ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଅନେକ ସଫଳତା ବିଶ୍ୱର ଅନ୍ୟାନ୍ୟ ଦେଶମାନଙ୍କ ଦ୍ୱାରା ଅନୁକରଣ କରାଯାଇ ପାରିବ । ବିକାଶ ପାଇଁ ଡିଜିଟାଲ ବୈଷୟିକ ଜ୍ଞାନ, ଅନ୍ତର୍ଭୁକ୍ତୀକରଣ, ଦୁର୍ନୀତି ବିଲୋପ, ଜୀବନ ଓ ବ୍ୟାବସାୟିକ ସୁଗମତା ଅନେକ ଦେଶ ପାଇଁ ଅନୁକରଣୀୟ ହୋଇପାରିବ । ପ୍ରଧାନମନ୍ତ୍ରୀ ଭାରତର ମହିଳା ସଶକ୍ତୀକରଣ, ମହିଳା ନେତୃତ୍ୱାଧୀନ ବିକାଶ, ଜନଧନ ଖାତା ଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତୀକରଣର ବାର୍ତ୍ତା ଜି-୨ଠରେ ପହଂଚିବ ବୋଲି କହିଥିଲେ ।

ସେ ଜି-୭ ହେଉ ବା ଜି-୭୭ ବା ୟୁଏନଜିଏ ତାହା ବିଶ୍ୱ ସାମଗ୍ରିକ ନେତୃତ୍ୱ ଆଶାରେ ରହିଛି । ଏହି ପରିସ୍ଥିତିରେ ଭାରତରେ ଜି-୨ଠରେ ଅଧ୍ୟକ୍ଷତା ଏକ ନୂତନ ମହତ୍ୱ ବହନ କରୁଛି । ସେ କହିଥିଲେ ଯେ ଭାରତ ଗୋଟିଏ ପକ୍ଷରେ ଉନ୍ନତ ଦେଶଗୁଡ଼ିକ ସହ ନିବିଡ଼ ସମ୍ପର୍କ ରକ୍ଷା କରୁଥିବା ବେଳେ, ଅନ୍ୟପକ୍ଷରେ ବିକାଶଶୀଳ ଦେଶମାନଙ୍କ ମତାମତକୁ ମଧ୍ୟ ସମ୍ମାନ ଦେଇଥାଏ । “ଏହାକୁ ଭିତ୍ତିକରି ଆମେ ଜି-୨ଠ ଅଧ୍ୟକ୍ଷତାର ବ୍ଲୁ-ପ୍ରିଣ୍ଟ ମିଳିମିଶି ପ୍ରସ୍ତୁତ କରିବୁ । ଏଥର ଆମର ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ସାମିଲ କରିବୁ, ଯେଉଁମାନେ ଯୁଗ ଯୁଗ ଧରି ଭାରତର ବିକାଶ ରାସ୍ତାରେ ସହଯାତ୍ରୀର ଭୂମିକା ଗ୍ରହଣ କରିଆସିଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଉଦ୍ୟମ ହେଉଛି ବିଶ୍ୱର କୌଣସି ପ୍ରଥମ ବିଶ୍ୱ ବା ତୃତୀୟ ବିଶ୍ୱ ରହିବ ନାହିଁ କେବଳ ଗୋଟିଏ ବିଶ୍ୱ ହିଁ ରହିବ । ଏକ ଉନ୍ନତ ଭବିଷ୍ୟତ ପାଇଁ ଭାରତର ଆଭିମୁଖ୍ୟ ଏକ ସମାନ ଲକ୍ଷ୍ୟ ଉପରେ ପର୍ଯ୍ୟବସିତ ହେବ । ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ, ଗୋଟିଏ ଗ୍ରୀଡର ଉଦାହରଣ ଦେବାସହ ବିକଳ୍ପ ଶକ୍ତି ଓ ବୈଶ୍ୱିକ ସ୍ୱାସ୍ଥ୍ୟ ଅଭିଯାନ, ଗୋଟିଏ ପୃଥିବୀ ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜି-୨ଠ ମନ୍ତ୍ର ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ବୋଲି କରିବା ସହ କହିଥିଲେ ଯେ “ମୁଁ ନିଶ୍ଚିତ ଯେ ଏହି କାର୍ଯ୍ୟକ୍ରମ କେବଳ ଭାରତ ପାଇଁ ସ୍ମରଣୀୟ ହେବ ନାହିଁ, ବିଶ୍ୱ ଇତିହାସ ଏହି ସ୍ମରଣୀୟ ଦିନକୁ ଭବିଷ୍ୟତରେ ମଧ୍ୟ ଆକଳନ କରିବ ।”

ଜି-୨ଠ କେବଳ କେନ୍ଦ୍ର ସରକାରଙ୍କ ଏକଚାଟିଆ କାର୍ଯ୍ୟକ୍ରମ ନୁହେଁ । ସେ ଦୃଷ୍ଟିରୁ ରାଜ୍ୟ ସରକାର ଓ ରାଜନୀତିକ ଦଳମାନେ ମଧ୍ୟ ଏ ଦିଗରେ ସକ୍ରିୟ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଭାରତୀୟମାନଙ୍କ ଦ୍ୱାରା ଜି-୨ଠ ଶିଖର ବୈଠକ ଆୟୋଜିତ ହେଉଥିଲେ ମଧ୍ୟ ‘ଅତିଥି ଦେବୋ ଭବ’ ଭଳି ଆମ ପରମ୍ପରା ଏଥିରେ ପ୍ରତିଫଳିତ ହେବ । ଏହା କେବଳ ଦିଲ୍ଲୀ ବା ଅଳ୍ପ କେତେକ ସ୍ଥାନରେ ସୀମିତ ନ ରହି ଦେଶର କୋଣ ଅନୁକୋଣରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । “ଆମର ପ୍ରତ୍ୟେକ ରାଜ୍ୟର ନିଜସ୍ୱ ବୈଶିଷ୍ଟ୍ୟ, ଐତିହ୍ୟ, ସଂସ୍କୃତି, ସୌନ୍ଦର୍ଯ୍ୟ, ଆତିଥେୟତା ରହିଛି ବୋଲି କହି ପ୍ରଧାନମନ୍ତ୍ରୀ ରାଜସ୍ଥାନ, ଗୁଜରାଟ, କେରଳ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଆତିଥେୟତାର ଉଦାହରଣ ଦେଇ ଅତିଥି ଚର୍ଚ୍ଚା ଓ ବିବିଧତା ବିଶ୍ୱକୁ ଚମକ୍ରୃତ କରେ” ବୋଲି କହିଛନ୍ତି ।

ଆସନ୍ତା ସପ୍ତାହରେ ସେ ଭାରତର ଜି-୨ଠ ଅଧ୍ୟକ୍ଷତା ସମ୍ପର୍କରେ ଘୋଷଣା ପାଇଁ ଇଣ୍ଡୋନେସିଆ ଯାଉଥିବା ବେଳେ, ଭାରତର ପ୍ରତ୍ୟେକ ରାଜ୍ୟ ଓ ରାଜ୍ୟ ସରକାର ଯଥା ସମ୍ଭବ ଏ ଦିଗରେ ସେମାନଙ୍କ ଭୂମିକା ନେଇ ପ୍ରଯତ୍ନ କରିବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମର ଅଂଶବିଶେଷ ହେବାକୁ ପ୍ରତ୍ୟେକ ନାଗରିକ ଓ ବୁଦ୍ଧିଜୀବୀ ଆଗେଇ ଆସିବାକୁ ସେ ନିବେଦନ କରିଥିଲେ । ନୂତନ ଭାବେ ଆରମ୍ଭ କରାଯାଇଥିବା ଜି-୨ଠ ୱେବସାଇଟରେ ନିଜ ନିଜ ପ୍ରସ୍ତାବ ବିଶ୍ୱ ହିତରେ ଭାରତ କ’ଣ କରିପାରେ ଦେବାକୁ ନିବେଦନ କରିଥିଲେ । ଏହା ଜି-୨ଠକୁ ସଫଳତାର ନୂତନ ଶିଖରରେ ପହଂଚାଇବ ବୋଲି କହି ସେ ବକ୍ତବ୍ୟ ସମାପନ କରିଥିଲେ । “ମୁଁ ସୁନିଶ୍ଚିତ ଯେ ଏହି କାର୍ଯ୍ୟକ୍ରମ କେବଳ ଭାରତ ପାଇଁ ସ୍ମରଣୀୟ ହେବ ନାହିଁ, ଭବିଷ୍ୟତରେ ମଧ୍ୟ ବିଶ୍ୱ ଇତିହାସରେ ଏହାର ସ୍ମରଣୀୟତାର ଆକଳନ କରାଯିବ ।”

ପୃଷ୍ଠଭୂମି:

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଦ୍ୱାରା ପ୍ରେରିତ ହୋଇ ଭାରତର ବୈଦେଶିକ ନୀତି ବୈଶ୍ୱିକ ସ୍ତରରେ ପ୍ରମୁଖ ଭୂମିକା ଗ୍ରହଣ ନିମନ୍ତେ ନିଷ୍ପତ୍ତି ନେଇଛି । ଭାରତ ଜି-୨ଠ ଅଧ୍ୟକ୍ଷତା ଦାୟିତ୍ୱ ଡିସେମ୍ବର ପହିଲା ୨ଠ୨୨ରୁ ନେବ । ଏହା ବୈଶ୍ୱିକ ସ୍ତରରେ ଆନ୍ତର୍ଜାତିକ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଉପରେ ନିଜର ବକ୍ତବ୍ୟ ରଖିପାରିବ । ଆମ ଜି-୨ଠ ଅଧ୍ୟକ୍ଷତାରେ ଲୋଗୋ, ବିଷୟବସ୍ତୁ ଓ ୱେବସାଇଟରେ ଭାରତର ବାର୍ତ୍ତା ଓ ପ୍ରାଥମିକତା ବିଶ୍ୱରେ ପ୍ରତିଫଳିତ ହେବ ।

ଜି-୨ଠ ହେଉଛି ଆନ୍ତର୍ଜାତିକ ଆର୍ଥିକ ସହଯୋଗ କ୍ଷେତ୍ରରେ ଏକ ଅଗ୍ରଣୀ ମଞ୍ଚ । ଏହା ବିଶ୍ୱରେ ଶତକଡ଼ା ୮୫ ଭାଗ ବୈଶ୍ୱିକ ଜିଡିପି, ୭୫ ଭାଗରୁ ଅଧିକ ବୈଶ୍ୱିକ ବାଣିଜ୍ୟ ଓ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶକୁ ପ୍ରତିନିଧିତ୍ୱ କରିଥାଏ । ଜି-୨ଠ ଅଧ୍ୟକ୍ଷତା କାଳରେ ଭାରତ ପ୍ରାୟ ୨ଠଠଟି ବୈଠକ ୩୨ଟି ବିଭିନ୍ନ କ୍ଷେତ୍ରରେ ଆୟୋଜନ ଭାରତର ବିଭିନ୍ନ ସ୍ଥାନରେ କରିବ । ଜି-୨ଠ ଶିଖର ସମ୍ମିଳନୀ ଆସନ୍ତା ବର୍ଷ ଆୟୋଜିତ ହେବ ଓ ଭାରତ ଦ୍ୱାରା ଆୟୋଜିତ ଏକ ବିଶାଳ ଆନ୍ତର୍ଜାତିକ ସମ୍ମିଳନୀ ।

ଜି-୨ଠ ୱେବସାଇଟ  www.g20.in/en/ ଦ୍ୱାରା ସଂଯୋଗ କରିହେବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”