PM takes stock of relief work underway across the state
PM Modi expresses solidarity with the people of Gujarat
PM announces financial assistance of Rs. 1,000 crore for immediate relief activities in the State
Union Government will deploy an Inter-Ministerial Team to visit the state to assess the extent of damage in the State
Centre assures all help for restoration and rebuilding of the infrastructure in the affected areas
PM also takes stock of COVID-19 situation in Gujarat
Rs. 2 lakh Ex gratia for the next of kin of the dead and Rs 50,000 for the injured due to Cyclone Tauktae would be given to all those affected across India
Immediate financial assistance would be given to all affected states after they send their assessments to the Centre

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା 19.5.21) ବାତ୍ୟା ତାଉତେ ପ୍ରଭାବିତ ଗୁଜରାଟ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଗୁଜରାଟର କ୍ଷତିଗ୍ରସ୍ତ (ଗିରି ସୋମନାଥ)ର ଉନା, (ଅମରେଲୀ)ର ଜାଫରବାଦ, ଭାବନଗରର ମହୁଆ ଓ ଡିଉ ପରିଦର୍ଶନ କରିଛନ୍ତି । ପରେ ପରେ ସେ ଗୁଜରାଟ ଓ ଡିଉରେ ଦିଆଯାଇଥିବା ରିଲିଫ ଓ ପୁନର୍ବାସ କାର୍ଯ୍ୟକ୍ରମର ସମୀକ୍ଷା ଅହମ୍ମଦାବାଦଠାରେ କରିଥିଲେ ।

ଜରାଟ ପାଇଁ ସେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ତତ୍କାଳ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ପରେ ପରେ କେନ୍ଦ୍ର ସରକାର ଏକ ଆନ୍ତଃ ମନ୍ତ୍ରୀମଣ୍ଡଳୀୟ ଦଳ ପଠାଇ କ୍ଷୟକ୍ଷତି ଆକଳନର ସମୀକ୍ଷା କରିବେ । ଆକଳନକୁ ଭିତ୍ତିକରି ପରବର୍ତ୍ତୀ ସହାୟତା ପ୍ରଦାନ କରାଯିବ । ଗସ୍ତକାଳରେ ଶ୍ରୀ ମୋଦୀ କୋଭିଡ ମହାମାରୀ ସ୍ଥିତି ସମ୍ପର୍କରେ ମଧ୍ୟ ବୁଝିଥିଲେ । ରାଜ୍ୟ ପ୍ରଶାସନ ପକ୍ଷରୁ ତାଙ୍କୁ ସଂକ୍ରମଣ ରୋକିବା ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା । ଗସ୍ତକାଳରେ ଶ୍ରୀ ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣି ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

ବାତ୍ୟା ଯୋଗ୍ୟ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କ ତଥା ଏଥିରେ ଯେଉଁମାନେ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି  । ସରକାର ସବୁବେଳେ ସେମାନଙ୍କ ସହ ଅଛି ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଏବଂ ଡାମନ ଏବଂ ଡିଓ, ଦାଦ୍ରା ନଗର ହାବେଳୀ କେନ୍ଦ୍ର ଶାସିତ ଅଞ୍ଚଳରେ ବାତ୍ୟା ଯୋଗୁଁ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ନିକଟତମ ଆତ୍ମୀୟଙ୍କୁ ଦୁଇ ଲକ୍ଷ ଓ ଗୁରୁତର ଆହତ ବ୍ୟକ୍ତିଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ପଚାର ହାଜର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କ୍ଷତିଗ୍ରସ୍ତ ରାଜ୍ୟ ସରକାରମାନଙ୍କ ସହ ବାତ୍ୟା ପରବର୍ତ୍ତୀ ପରିସ୍ଥତି ନେଇ କେନ୍ଦ୍ର ସରକାର ଯୋଗାଯୋଗରେ ଅଛନ୍ତି । ସଂପୃକ୍ତ ରାଜ୍ୟ ସରକାରମାନେ କ୍ଷୟକ୍ଷତି ସଂକ୍ରାନ୍ତରେ କେନ୍ଦ୍ର ସହ ଯୋଗାଯୋଗ କରିବା ପରେ ସେମାନଙ୍କୁ ତତ୍କାଳ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ ।

ବିପର୍ଯ୍ୟୟ ପରିଚାଳନା ନେଇ ଆମକୁ ଅଧିକ ବୈଜ୍ଞାନିକ ଅଧ୍ୟୟନ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆନ୍ତଃରାଜ୍ୟ ସମନ୍ୱୟ ଅଧିକ ରଖି ଆଧୁନିକ ଯୋଗାଯୋଗ ପଦ୍ଧତିରେ କ୍ଷତିଗ୍ରସ୍ତ ଅଞ୍ଚଳରୁ ଲୋକମାନଙ୍କୁ କିପରି ତୁରନ୍ତ ସ୍ଥାନାନ୍ତର କରାଯିବ ତାହା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ ହେବା ଆବଶ୍ୟକ । କ୍ଷତିଗ୍ରସ୍ତ ଅଞ୍ଚଳରେ ଭଙ୍ଗା ଘର ଓ ସମ୍ପତ୍ତିବାଡିର ତୁରନ୍ତ ମରାମତି ଉପରେ ଅଧିକ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s startup game-changer? ₹10,000 crore FoF 2.0 set to attract investors

Media Coverage

India’s startup game-changer? ₹10,000 crore FoF 2.0 set to attract investors
NM on the go

Nm on the go

Always be the first to hear from the PM. Get the App Now!
...
Members of the Governing Body of Shri Ram College of Commerce meets the Prime Minister
April 25, 2026

A delegation comprising members of the Governing Body of Shri Ram College of Commerce, met the Prime Minister, Shri Narendra Modi, today. Shri Modi noted that this year marks the centenary of the institution, a significant milestone in its illustrious journey of academic excellence and nation-building. He lauded the college’s long-standing contribution to higher education and its role in nurturing generations of leaders across diverse fields.

On the occasion, a commemorative stamp marking the centenary year of Shri Ram College of Commerce was also released.

The Prime Minister posted on X:

"Met a delegation consisting of the Governing Body of the Shri Ram College of Commerce, one of India’s most reputed educational institutions. This year, we are marking the centenary of this institution. A commemorative stamp was released too. My best wishes to this institution."