ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର, 28 ମେ, 2021ରେ ବାତ୍ୟା ୟାସ ଯୋଗୁ ପ୍ରଭାବିତ ହୋଇଥିବା ଓଡ଼ିଶା ଓ ପଶ୍ଚିମବଙ୍ଗରେ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି। ସେ ଓଡ଼ିଶାର ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ସମେତ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁରର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ।

ଭୁବନେଶ୍ବର ଠାରେ, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା ପାଇଁ ଅନୁଷ୍ଠିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ।

ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ଯେ ବାତ୍ୟା ୟାସ୍ କାରଣରୁ ଓଡ଼ିଶାର ସର୍ବାଧିକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏହାପରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର କିଛି ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ହୋଇଛି।

ଶ୍ରୀ ମୋଦୀ ଏହି ଅବସରରେ ତୁରନ୍ତ ସହାୟତା କାର୍ଯ୍ୟ ପାଇଁ 1000 କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ଏଥିମଧ୍ୟରୁ ଓଡ଼ିଶାକୁ ତୁରନ୍ତ 500 କୋଟି ଟଙ୍କା ସହାୟତା ଦିଆଯିବ। ବାକି 500 କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ଦିଆଯିବ, ଯାହାକି କ୍ଷୟକ୍ଷତିକୁ ଆଧାର କରି ପ୍ରଦାନ କରାଯିବ। କେନ୍ଦ୍ର ସରକାର କ୍ଷୟକ୍ଷତି ଆକଳନ ପାଇଁ ପ୍ରଭାବିତ ରାଜ୍ୟଗୁଡ଼ିକୁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ଦଳ ପଠାଇବେ, ଏହାକୁ ଆଧାର କରି ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଏହି ସଙ୍କଟପୂର୍ଣ୍ଣ ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବେ ଏବଂ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମିର ପୁନରୁଦ୍ଧାର ଓ ପୁନଃନିର୍ମାଣ ପାଇଁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ।

ଏହି ବାତ୍ୟା କାରଣରୁ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରିଥିଲେ ଏବଂ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହରାଇଥିବା ଲୋକମାନଙ୍କ ପରିବାରବର୍ଗଙ୍କ ପାଇଁ ଗଭୀର ଦୁଃଖ ପ୍ରକଟ କରିଥିଲେ।

ବାତ୍ୟାରେ ପ୍ରାଣ ହରାଇଥିବା ଲୋକମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ 2 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଓ ଗୁରୁତର ଆହତଙ୍କୁ 50,000 ଟଙ୍କା କ୍ଷତିପୂରଣ ଦେବା ଲାଗି ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ବିପର୍ଯ୍ୟୟ ପରିଚାଳନା ପ୍ରତି ଆମକୁ ପୁଣିଥରେ ଧ୍ୟାନ ଦେବାକୁ ପଡ଼ିବ। ଆରବ ସାଗର ଓ ବଙ୍ଗୋପସାଗରରେ ନିୟମିତ ଭାବେ ବାତ୍ୟା ସୃଷ୍ଟି ହେଉଥିବାରୁ ଯୋଗାଯୋଗ ବ୍ୟବସ୍ଥା, ମୁକାବିଲା ପ୍ରୟାସ ଓ ପ୍ରସ୍ତୁତିରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି।

ସହାୟତା ପ୍ରୟାସରେ ଅଧିକ ଉନ୍ନତ ସମନ୍ବୟ ପାଇଁ ଲୋକମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ପ୍ରଶଂସା କରିଥିଲେ, ଯାହାଫଳରେ ମୃତ୍ୟୁସଂଖ୍ୟାକୁ ହ୍ରାସ କରାଯାଇପାରିଛି। ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟ ପକ୍ଷରୁ ଦୀର୍ଘସ୍ଥାୟୀ ମୁକାବିଲା ପ୍ରୟାସ ଆରମ୍ଭ କରାଯାଇଛି।

ସେ ଉଲ୍ଲେଖ କରିଥିଲେ ଯେ ଅର୍ଥ ଆୟୋଗ ମଧ୍ୟ ବିପର୍ଯ୍ୟୟ ପ୍ରଶମନ ଉପରେ ଗୁରୁତ୍ବ ଆରୋପ କରିବା ସହିତ ଏଥିପାଇଁ 30,000 କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch