ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ୭୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ
ପ୍ରଧାନମନ୍ତ୍ରୀ କୋଲକାତାରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ
ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ୨୫୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
ପ୍ରଧାନମନ୍ତ୍ରୀ ହାଓଡ଼ାକୁ ନୁ୍ୟ ଜଳପାଇଗୁଡ଼ି ସହ ଯୋଡ଼ୁଥିବା ବନେ୍ଦ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ
ପ୍ରଧାନମନ୍ତ୍ରୀ କୋଲକାତା ମେଟ୍ରୋର ଜୋକା-ତାରାତଲା ପର୍ପଲ ଲାଇନର ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ଅନେକ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ; ନୁ୍ୟ ଜଳପାଇଗୁଡ଼ି ରେଳଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖିବେ
ପ୍ରଧାନମନ୍ତ୍ରୀ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ - ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ୍ ୱାଟର ଆଣ୍ଡ ସାନିଟେସନର ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ଡିସେମ୍ବର ୩୦ରେ ପଶ୍ଚିମବଙ୍ଗ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ୧୧.୧୫ରେ ହାଓଡ଼ା ରେଳଷ୍ଟେସନରେ ପହଞ୍ଚିବେ, ଯେଉଁଠାରେ ସେ ହାଓଡ଼ାକୁ ନୁ୍ୟ ଜଳପାଇଗୁଡ଼ି ସହ ଯୋଡ଼ୁଥିବା ବନେ୍ଦ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ କୋଲକାତାରେ ମେଟ୍ରୋର ଜୋକା-ତାରାତଲା ପର୍ପଲ ଲାଇନର ଭିତ୍ତିପ୍ରସ୍ତର ରଖିବେ ଏବଂ ବିଭିନ୍ନ ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ଆଇଏନଏସ ନେତାଜୀ ସୁଭାଷରେ ପହଞ୍ଚି ନେତାଜୀ ସୁଭାଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ସେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ - ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ ୱାଟର ଆଣ୍ଡ ସାନିଟେସନର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନ ଅଧୀନରେ ପଶ୍ଚିମବଙ୍ଗ ନିମନ୍ତେ ଅନେକ ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ସେ ଅପରାହ୍ନ ପ୍ରାୟ ୧୨.୨୫ରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ ।

ପ୍ରଧାନମନ୍ତ୍ରୀ ଆଇଏନଏସ ନେତାଜୀ ସୁଭାଷରେ

ଦେଶରେ ସହକାରୀ ସଂଘବାଦକୁ ସମୃଦ୍ଧ କରିବା ପାଇଁ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ କୋଲକାତାରେ ୨୦୨୨ ଡିସେମ୍ବର ୩୦ରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକରେ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀ, ପରିଷଦର ସଦସ୍ୟ କେନ୍ଦ୍ର ମନ୍ତ୍ରୀଗଣ ତଥା ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ । ରାଷ୍ଟ୍ରୀୟ ଗଙ୍ଗା ପରିଷଦକୁ ଗଙ୍ଗା ଏବଂ ତାହାର ସହାୟକ ନଦୀଗୁଡ଼ିକରେ ପ୍ରଦୂଷଣ ରୋକିବା ତଥା ସେଗୁଡ଼ିକର କାୟାକଳ୍ପ ଦାୟିତ୍ୱ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନରେ ବିକଶିତ ୭ଟି ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପ (୨୦ ସ୍ୱେରେଜ ଟି୍ରଟମେଣ୍ଟ ପ୍ଲାଣ୍ଟ ଏବଂ ୬୧୨ କିଲୋମିଟରର ସ୍ୱେରେଜ ନେଟୱର୍କ)ର ଉଦଘାଟନ କରିବେ । ଏଗୁଡ଼ିକରେ ୯୯୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ନବାଦ୍ୱୀପ, କଛାରପାଡ଼ା, ହଲିସର, ବଜ-ବଜ, ବ୍ୟାରାକପୁର, ଚନ୍ଦନ ନଗର, ବାଂସବେରିୟା, ଉତରାପାଡ଼ା କାଟରୁଙ୍ଗ, ବୈଦ୍ୟାବତୀ, ଭଦ୍ରେଶ୍ୱର, ନୈହାଟୀ, ଗାରୁଲିୟା, ତୀତାଗଡ଼ ଏବଂ ପାନିହାଟିର ନଗର ନିଗମଗୁଡ଼ିକୁ ଲାଭ ମିଳିବ । ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗରେ ୨୦୦ ଏମଏଲଡିର ସ୍ୱେରେଜ ଟି୍ରଟମେଣ୍ଟ କ୍ଷମତାକୁ ବଢ଼ାଇବ ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନରେ ବିକଶିତ ହେବାକୁ ଥିବା ୫ ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପ (୮ ସ୍ୱେରେଜ ଟି୍ରଟମେଣ୍ଟ ପ୍ଲାଣ୍ଟ ଏବଂ ୮୦ କିଲୋମିଟର ସ୍ୱେରେଜ ନେଟୱର୍କ)ର ଭିତ୍ତିପ୍ରସ୍ତର ରଖିବେ । ଏଗୁଡ଼ିକରେ ୧୫୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପଶ୍ଚିମବଙ୍ଗରେ ୧୯୦ ଏମଏଲଡିର ନୂଆ ସ୍ୱେରେଜ ଟି୍ରଟମେଣ୍ଟ କ୍ଷମତା ସାମିଲ ହେବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଉତ୍ତର ବ୍ୟାରାକପୁର, ହୁଗଳି-ଚିନସୁରା, କୋଲକାତା କେଏମସି କ୍ଷେତ୍ର - ଗାର୍ଡେନ ରିଚ ଏବଂ ଆଦି ଗଙ୍ଗା (ଟୋଲି ନାଲା) ଏବଂ ମହେଶତାଲା ଟାଉନକୁ ଲାଭ ମିଳିବ ।

ପ୍ରଧାନମନ୍ତ୍ରୀ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ - ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ୱାଟର ଆଣ୍ଡ ସାନିଟେସନର ଉଦଘାଟନ କରିବେ, ଯାହାକୁ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଜୋକା, ଡାଏମଣ୍ଡ ହାର୍ବର ରୋଡ, କୋଲକାତାରେ ବିକଶିତ କରାଯାଇଛି । ଏହି ସଂସ୍ଥାନ ଦେଶରେ ଜଳ, ସଫେଇ ଏବଂ ସ୍ୱଚ୍ଛତା (ୱାଶ) ଉପରେ ପ୍ରମୁଖ ନିକାଶ ରୂପେ କାର୍ଯ୍ୟ କରିବ । ଏହି କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ନିକାଶଗୁଡ଼ିକ ନିମନ୍ତେ ସୂଚନା ଓ ଜ୍ଞାନର କେନ୍ଦ୍ରସ୍ଥଳ ସାଜିବ ।

ପ୍ରଧାନମନ୍ତ୍ରୀ ହାଓଡ଼ା ରେଳଷ୍ଟେସନରେ

ପ୍ରଧାନମନ୍ତ୍ରୀ ହାଓଡ଼ା ରେଳଷ୍ଟେସନରେ ହାଓଡ଼ାକୁ ନୁ୍ୟ ଜଳପାଇଗୁଡ଼ି ସହ ଯୋଡ଼ିବା ପାଇଁ ବନେ୍ଦ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଅତ୍ୟାଧୁନିକ ସେମି ହାଇସ୍ପିଡ ଟ୍ରେନରେ ଉକ୍ରୃଷ୍ଟ ଯାତ୍ରୀ ସୁବିଧାଗୁଡ଼ିକ ସାମିଲ ରହିଛି । ଟ୍ରେନ ଉଭୟ ଦିଗରେ ଚଳାଚଳ କରିବା ସମୟରେ ମାଲଦା ଟାଉନ, ବାରସୋଇ ଏବଂ କିଶନଗଞ୍ଜ ଷ୍ଟେସନଠାରେ ରହଣି କରିବ ।

ପ୍ରଧାନମନ୍ତ୍ରୀ ଜୋକା-ଏସପ୍ଲାନେଡ ମେଟ୍ରୋ ପ୍ରକଳ୍ପ (ପର୍ପଲ ଲାଇନ)ର ଜୋକା-ତାରାତଲା ଲାଇନର ଉଦଘାଟନ କରିବେ । ଏହି ଲାଇନରେ ୬ଟି ଷ୍ଟେସନ ରହିଛି ଯଥା ଜୋକା, ଠାକୁରପୁକୁର, ସଖର ବଜାର, ବେହଲା ଚୌରସ୍ତା, ବେହଲା ବଜାର ଏବଂ ତାରାତଲା । ଏହାର ନିର୍ମାଣରେ ପାଖାପାଖି ୨୪୭୫ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇଛି । କୋଲକାତା ସହରର ଦକ୍ଷିଣ ଅଞ୍ଚଳ ଯଥା ସରସୁନା, ଡାକଘର, ମୁଚିପାଡ଼ା ଏବଂ ଦକ୍ଷିଣ ୨୪ ପ୍ରଗଣାର ଯାତ୍ରୀମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକ ଉଦଘାଟନ ହେବା ଦ୍ୱାରା ବହୁତ ଫାଇଦା ମିଳିବ ।

ନିଜ କାର୍ଯ୍ୟକ୍ରମ ବେଳେ, ପ୍ରଧାନମନ୍ତ୍ରୀ ୪ଟି ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିରେ ୪୦୫ କୋଟି ଟଙ୍କା ବ୍ୟୟରେ ବିକଶିତ ବୋଇଁଚି-ଶକ୍ତିଗଡ଼ ତୃତୀୟଲାଇନ; ୫୬୫ କୋଟି ଟଙ୍କା ବ୍ୟୟରେ ବିକଶିତ ଡାନକୁନି-ଚନ୍ଦନପୁର ଚତୁର୍ଥ ଲାଇନ ପ୍ରକଳ୍ପ; ୨୫୪ କୋଟି ଟଙ୍କା ବ୍ୟୟରେ ବିକଶିତ ନିମତିତା-ନୁ୍ୟ ଫରକ୍କା ଡବଲ ଲାଇନ; ୧୦୮୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ଅମବାରି ଫରକ୍କା-ନୁ୍ୟ ମାୟାନଗରୀ-ଗୁମାନିହାଟ ଦୋହରିକରଣ ପ୍ରକଳ୍ପ ସାମିଲ ରହିଛି । ପ୍ରଧାନମନ୍ତ୍ରୀ ୩୩୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ହେବାକୁ ଥିବା ନୁ୍ୟ ଜଳପାଇଗୁଡ଼ି ରେଳଷ୍ଟେସନର ପୁନର୍ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%

Media Coverage

India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.