ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଯକ୍ଷ୍ମା - ମୁକ୍ତ ପଞ୍ଚାୟତ ପଦକ୍ଷେପ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ; ଯକ୍ଷ୍ମା ପାଇଁ ଏକ କ୍ଷୁଦ୍ର ଯକ୍ଷ୍ମା ପ୍ରତିରୋଧକ ଚିକିତ୍ସା ଏବଂ ପରିବାର - କେନ୍ଦ୍ରିକ ଯତ୍ନ ମଡେଲ ଅଧିକାରିକ ଅଖିଳ – ଭାରତୀୟ ସ୍ତରରେ ଆରମ୍ଭ ହେବ
୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଗୁଡିକରର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ଏହି ପ୍ରକଳ୍ପ ଗୁଡିକ ବାରଣାସୀର ପରିଦୃଶ୍ୟକୁ ଆହୁରି ବଦଳାଇ ଦେବ ଏବଂ ସହରର ଲୋକ ମାନଙ୍କ ପାଇଁ ଜୀବନଯାପନକୁ ସହଜ କରିବ
ବାରଣାସୀ କ୍ୟାଣ୍ଟ ଷ୍ଟେସନ ଠାରୁ ଗୋଦୋଲିଆ ପର୍ଯ୍ୟନ୍ତ ଯାତ୍ରୀବାହୀ ରୋପୱେର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ - ଏହି ପ୍ରକଳ୍ପ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଏବଂ ବାସିନ୍ଦା ମାନଙ୍କ ପାଇଁ ଯାତାୟାତକୁ ସୁଗମ କରିବ

ମାର୍ଚ୍ଚ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଗସ୍ତ କରିବେ । ପୂର୍ବାହ୍ନ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ । ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପଡିଆରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଏହାକୁ ଲୋକାର୍ପଣ କରିବେ । 

ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀ 

ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହି ସମ୍ମିଳନୀ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମ୍‌ଓଏଚ୍‌ଏଫ୍‌ଡବ୍ଲ୍ୟୁ) ଏବଂ ଷ୍ଟପ୍ ଟିବି ପାର୍ଟନରସିପ୍ ଦ୍ୱାରା ଆୟୋଜିତ ହେଉଛି । ୨୦୦୧ ରେ ପ୍ରତିଷ୍ଠିତ, ଷ୍ଟପ୍ ଟିବି ପାର୍ଟନରସିପ୍ ହେଉଛି ଏକ ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ ସଂଗଠନ, ଯାହା ଯକ୍ଷ୍ମା ଦ୍ୱାରା ପ୍ରଭାବିତ ଲୋକ ମାନଙ୍କୁ, ସମୁଦାୟକୁ ଏବଂ ଦେଶର ସ୍ୱରକୁ ଉଚ୍ଚା କରିଥାଏ ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା - ମୁକ୍ତ ପଞ୍ଚାୟତ ପଦକ୍ଷେପ ସମେତ ବିଭିନ୍ନ ପଦକ୍ଷେପ ଆରମ୍ଭ କରିବେ ; ଏକ କ୍ଷୁଦ୍ର ଯକ୍ଷ୍ମା ପ୍ରତିରୋଧକ ଚିକିତ୍ସା (ଟିପିଟି) ର ଅଖିଳ – ଭାରତୀୟ ସ୍ତରରେ ଆଧିକାରିକ ଆରମ୍ଭ ; ଯକ୍ଷ୍ମା ପାଇଁ ପରିବାର- କେନ୍ଦ୍ରିକ ଯତ୍ନ ମଡେଲ ଏବଂ ଭାରତର ବାର୍ଷିକ ଯକ୍ଷ୍ମା ରିପୋର୍ଟ ୨୦୨୩ ଜାରି କରିବେ । ପ୍ରଧାନମନ୍ତ୍ରୀ ଯକ୍ଷ୍ମାକୁ ସମ୍ବୂର୍ଣ୍ଣ ରୂପେ ସମାପ୍ତ କରିବା ଦିଗରେ ସେମାନଙ୍କର ପଦକ୍ଷେପ ଆଧାରରେ କିଛି ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ଏବଂ ଜିଲ୍ଲା ଗୁଡିକୁ ମଧ୍ୟ ପୁରସ୍କୃତ କରିବେ । 

ମାର୍ଚ୍ଚ ୨୦୧୮ ରେ, ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏଣ୍ଡ ଟିବି ଶିଖର ସମ୍ମିଳନୀରେ, ପ୍ରଧାନମନ୍ତ୍ରୀ ୨୦୨୫ ସୁଦ୍ଧା ଯକ୍ଷ୍ମା ସମ୍ବନ୍ଧୀୟ ଏସ୍‌ଡିଜି ଲକ୍ଷ୍ୟ ଗୁଡିକୁ ହାସଲ କରିବା ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ଠାରୁ ପାଞ୍ଚ ବର୍ଷ ପୂର୍ବରୁ ଭାରତକୁ ଏହାକୁ ଶେଷ କରିବା ପାଇଁ ଆହ୍ୱାନ କରିଥିଲେ । ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀ ଏହି ଲକ୍ଷ୍ୟ ଗୁଡିକ ଉପରେ ଆହୁରି ଅଧିକ ବିଚାରବିମର୍ଶ କରିବାର ସୁଯୋଗ ପ୍ରଦାନ କରିବ , କାରଣ ଦେଶ ଏହାର ଯକ୍ଷ୍ମା ବିଲୋପ ଉଦ୍ଦେଶ୍ୟ ପୂରଣ କରିବା କ୍ଷେତ୍ରରେ ଆଗକୁ ବଢ଼ୁଛି । ଏହା ମଧ୍ୟ ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମରୁ ମିଳିଥିବା ଶିକ୍ଷାର ପ୍ରଦର୍ଶନ କରିବାର ଏକ ସୁଯୋଗ ହେବ । ଏହି ସମ୍ମିଳନୀରେ ୩୦ ରୁ ଅଧିକ ଦେଶରୁ ଅନ୍ତର୍ଜାତୀୟ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ବାରଣାସୀରେ ବିକାଶମୂଳକ ପଦକ୍ଷେପ 

ଗତ ନଅ ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ବାରଣାସୀର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବା ଏବଂ ସହର ତଥା ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କ ଜୀବନଯାପନର ସହଜତା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଏହି ଦିଗରେ ଆଉ ଏକ ପାଦ ଆଗକୁ ଯାଇ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହେବାକୂ ଯାଉଥିବା କାର୍ଯ୍ୟକ୍ରମ ସମୟରେ ୧୭୮୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଏହାକୁ ଉତ୍ସର୍ଗ କରିବେ ।

ପ୍ରଧାନମନ୍ତ୍ରୀ ବାରାଣାସୀ କ୍ୟାଣ୍ଟ ଷ୍ଟେସନରୁ ଗୋଦୋଲିଆ ପର୍ଯ୍ୟନ୍ତ ଯାତ୍ରୀବାହୀ ରୋପୱେର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପର ଆକଳିତ ବ୍ୟୟ ପ୍ରାୟ ୬୪୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପାଞ୍ଚଟି ଷ୍ଟେସନ ସହିତ ରୋପୱେ ସିଷ୍ଟମର ଲମ୍ବ ୩.୭୫ କିଲୋମିଟର ହେବ । ଏହା ପର୍ଯ୍ୟଟକ ମାନଙ୍କ ନିମନ୍ତେ, ତୀର୍ଥଯାତ୍ରୀ ଏବଂ ବାରଣାସୀ ବାସିନ୍ଦା ମାନଙ୍କ ପାଇଁ ଯାତାୟତର ସହଜତାକୁ ସୁଗମ କରିବ ।

ପ୍ରଧାନମନ୍ତ୍ରୀ ନମାମି ଗଙ୍ଗା ଯୋଜନା ଅଧୀନରେ ଭଗବାନପୁର ଠାରେ ୫୫ ଏସ୍‌ଏଲ୍‌ଡି ବର୍ଜ୍ୟ ପରିଚାଳନା ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ, ଯାହା ୫.୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବ । ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ସିଗରା ଷ୍ଟାଡିୟମର ପୁନଃ ନିର୍ମାଣ କାର୍ଯ୍ୟର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଦ୍ୱାରା ନିର୍ମିତ ହେବାକୁ ଥିବା ଇସରୱାର ଗ୍ରାମରେ ଏଲପିଜି ବଟଲିଂ ପ୍ଲାଣ୍ଟର ମଧ୍ୟ ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ଭରଥରା ଗ୍ରାମରେ ଚେଞ୍ଜିଂ ପ୍ରକୋଷ୍ଠ ସହିତ, ଫ୍ଲୋଟିଂ ଜେଟ୍ଟି ଇତ୍ୟାଦି ଅନ୍ୟାନ୍ୟ ସୁବିଧା ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବିଭିନ୍ନ ଅନ୍ୟ ପ୍ରକଳ୍ପ ଗୁଡିକର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଜଳ ଜୀବନ ମିଶନ ଅଧୀନରେ ପ୍ରଧାନମନ୍ତ୍ରୀ ୧୯ ଟି ପାନୀୟ ଜଳ ଯୋଜନା ଗୁଡିକର ଉତ୍ସର୍ଗ କରିବେ, ଯାହା ଦ୍ୱାରା ୬୩ଟି ଗ୍ରାମ ପଞ୍ଚାୟତର ୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଗ୍ରାମୀଣ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ପିଏମ୍ ମିଶନ ଅଧୀନରେ ୫୯ ଟି ପାନୀୟ ଜଳ ଯୋଜନା ଗୁଡିକର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ବାରଣାସୀର ତଥା ଏହାର ଆଖପାଖରେ ଥିବା କୃଷକ, ରପ୍ତାନିକାରୀ ଏବଂ ବ୍ୟବସାୟୀ ମାନଙ୍କ ପାଇଁ ଫଳ ଏବଂ ପନିପରିବାର ଗ୍ରେଡିଂ, ସର୍ଟିଂ, ପ୍ରକ୍ରିୟାକରଣ କରଖିଆନ୍ ଠାରେ ନିର୍ମିତ ଏକ ସମନ୍ୱିତ ପ୍ୟାକ୍ ହାଉସରେ ସମ୍ଭବ ହେବ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ବାରଣାସୀ ଏବଂ ଏହାର ଆଖପାଖ ଅଞ୍ଚଳର କୃଷି ରପ୍ତାନୀ ବୃଦ୍ଧିରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ବାରଣାସୀ ସ୍ମାର୍ଟ ସିଟି ମିଶନ୍ ଅଧୀନରେ ରାଜଘାଟ ଏବଂ ମହମୁରଗଞ୍ଜ ସରକାରୀ ବିଦ୍ୟାଳୟର ପୁନଃ ନିର୍ମାଣ କାର୍ଯ୍ୟ ସମେତ ବିଭିନ୍ନ ପ୍ରକଳ୍ପଗୁଡିକୁ ଉତ୍ସର୍ଗ କରିବେ; ଯାହା ମଧ୍ୟରେ ଆଭ୍ୟନ୍ତରୀଣ ସହର ରାସ୍ତାଗୁଡ଼ିକର ସୌନ୍ଦର୍ଯ୍ୟକରଣ; ସମେତ ଅନ୍ୟାନ୍ୟ ମଧ୍ୟରେ ସହରର ୬ ଟି ପାର୍କ ଏବଂ ପୋଖରୀର ପୁନଃ ବିକାଶ ଇତ୍ୟାଦି ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଟିସି ଟାୱାର ସମେତ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ଗୁଡିକୁ ମଧ୍ୟ ଉତ୍ସର୍ଗ କରିବେ; ଜଳ କାର୍ଯ୍ୟ ପରିସର, ଭେଲୁପୁର ଠାରେ ୨ ମେଗାୱାଟ ସୌର ଶକ୍ତି କେନ୍ଦ୍ର, କୋନିଆ ପମ୍ପିଂ ଷ୍ଟେସନରେ ୮୦୦ କିଲୋୱାଟ ସୌର ଶକ୍ତି କେନ୍ଦ୍ର; ସାରନାଥ ଠାରେ ନୂତନ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର; ଚାନ୍ଦପୁର ଠାରେ ଔଦ୍ୟୋଗିକ ସମ୍ପତ୍ତିର ଭିତ୍ତିଭୂମି ଉନ୍ନତି; ଅନ୍ୟାନ୍ୟ ମଧ୍ୟରେ କେଦାରେଶ୍ୱର, ବିଶ୍ୱେଶ୍ୱର ଏବଂ ଓଙ୍କାରେଶ୍ୱର ଖଣ୍ଡ ପରିକ୍ରମା ସହିତ ଅନ୍ୟ ମନ୍ଦିର ଗୁଡିକର ଜୀର୍ଣ୍ଣଦ୍ୱାର ଇତ୍ୟାଦି ଅନ୍ତର୍ଭୁକ୍ତ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'More strict actions to come against paper leaks': PM Modi announces new Bill push in video message

Media Coverage

'More strict actions to come against paper leaks': PM Modi announces new Bill push in video message
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the importance of fostering beneficial thoughts, words, and actions
July 24, 2026

Prime Minister Shri Narendra Modi shared a Sanskrit Subhashitam today, highlighting how continuous practice in thought, word, and action shapes one's character and direction in life.

The Prime Minister wrote on X;

"कर्मणा मनसा वाचा यदभीक्ष्णं निषेवते।

तदेवापहरत्येनं तस्मात् कल्याणमाचरेत्॥"

Whatever a person continuously practices through their actions, thoughts, and words ultimately shapes their personality and draws them in that very direction; therefore, one should always give space only to beneficial subjects in one's thoughts and conversations.