ପ୍ରାୟ ୧୧,୨୦୦ କୋଟି ଟଙ୍କା ନିବେଶରେ ବିକଶିତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ସଡ଼କ, ରେଳ, ମେଟ୍ରୋ ଏବଂ ଆଞ୍ଚଳିକ ପରିବହନ ବ୍ୟବସ୍ଥାରେ ସୁଗମ ସମନ୍ୱୟ ସହିତ ଏକ ମଲ୍‌ଟି-ମୋଡାଲ ପରିବହନ ହବ୍ ଭାବରେ ବିକଶିତ କରାଯାଇଛି
ବିମାନବନ୍ଦରରେ ଏକ ମଲ୍‌ଟି-ମୋଡାଲ କାର୍ଗୋ ହବ୍ ମଧ୍ୟ ରହିଛି, ଯାହାକୁ ବାର୍ଷିକ ୨.୫ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ମାଲ ପରିବହନ କରିବା ପାଇଁ ଡିଜାଇନ କରାଯାଇଛି, ଯାହା ପ୍ରାୟ ୧୮ ଲକ୍ଷ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇପାରିବ
ବିମାନବନ୍ଦରର ପ୍ରାରମ୍ଭିକ ଯାତ୍ରୀ ପରିଚାଳନା କ୍ଷମତା ବାର୍ଷିକ ୧୨ ନିୟୁତ ଯାତ୍ରୀ (ଏମ୍‌ପିପିଏ) ରହିବ, ଯାହାକୁ ୭୦ ଏମ୍‌ପିପିଏ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ମାର୍ଚ୍ଚ ୨୦୨୬ରେ ଉତ୍ତର ପ୍ରଦେଶ ଗସ୍ତ କରିବେ । ସକାଳ ପ୍ରାୟ ୧୧:୩୦ ସମୟରେ, ସେ ଗୌତମ ବୁଦ୍ଧ ନଗରର ଜେୱରଠାରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂର ତଦାରଖ କରିବେ । ଏହା ପରେ, ପ୍ରାୟ ୧୨ଟା ସମୟରେ ପ୍ରଧାନମନ୍ତ୍ରୀ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍‌ଘାଟନ କରିବେ ଏବଂ ଏହି ଅବସରରେ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରିବେ ।

ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍‌ଘାଟନ ଭାରତର ବିଶ୍ୱସ୍ତରୀୟ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ ହେବା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଜାତୀୟ ରାଜଧାନୀ କ୍ଷେତ୍ର୍ର (ଏନ୍‌ସିଆର୍‌) ପାଇଁ ଏକ ପ୍ରମୁଖ ଅନ୍ତର୍ଜାତୀୟ ପ୍ରବେଶପଥ ଭାବରେ ପରିପଳ୍ପିତ ଏହି ବିମାନବନ୍ଦର ଦେଶର ବିମାନବନ୍ଦର ଭିତ୍ତିଭୂମିକୁ ମଜବୁତ କରିବା ଏବଂ ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ସଂଯୋଗୀକରଣ ବୃଦ୍ଧି କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଦିଲ୍ଲୀ ଏନ୍‌ସିଆର୍ କ୍ଷେତ୍ର ପାଇଁ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ଭାବରେ ବିକଶିତ କରାଯାଇଛି, ଯାହା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ପରିପୂରକ । ଏହି ଦୁଇଟି ବିମାନବନ୍ଦର ଏକ ସମନ୍ୱିତ ବିମାନ ଚଳାଚଳ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିବେ, ଯାହା ଫଳରେ ଭିଡ ହ୍ରାସ ପାଇବ, ଯାତ୍ରୀ କ୍ଷମତା ବୃଦ୍ଧି ପାଇବ ଏବଂ ଦିଲ୍ଲୀ ଏନ୍‌ସିଆର୍‌କୁ ପ୍ରମୁଖ ବିଶ୍ୱସ୍ତରୀୟ ବିମାନ ଚଳାଚଳ କେନ୍ଦ୍ର ମଧ୍ୟରେ ଅଗ୍ରଣୀ କରିବ ।

ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଭାରତର ସର୍ବବୃହତ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରକଳ୍ପ ମଧ୍ୟରୁ ଗୋଟିଏ । ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ସରକାରୀ-ଘରୋଇ ସହଭାଗୀତା (ପିପିପି) ମଡେଲ୍ ଅଧୀନରେ ପ୍ରାୟ ୧୧,୨୦୦ କୋଟି ନିବେଶରେ ବିକଶିତ କରାଯାଇଛି । ପ୍ରାରମ୍ଭିକ ଭାବରେ ବିମାନବନ୍ଦରର ଯାତ୍ରୀ ପରିଚାଳନା କ୍ଷମତା ବାର୍ଷିକ ୧୨ ନିୟୁତ ଯାତ୍ରୀ (ଏମ୍‌ପିପିଏ) ରହିବ, ଯାହା ପୂର୍ଣ୍ଣ ବିକଶିତ ପରେ ୭୦ ଏମ୍‌ପିପିଏ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏଥିରେ ୩,୯୦୦ ମିଟର ରନୱେ ରହିଛି, ଯାହା ଓସାରିଆ ବିମାନ ପରିଚାଳନା କରିବାରେ ସକ୍ଷମ। ଏହାଛଡା ଏଥିରେ ଆଧୁନିକ ନାଭିଗେସନ୍ ସିଷ୍ଟମ୍ ରହିଛି, ଯେଉଁଥିରେ ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ (ଆଇଏଲ୍‌ଏସ୍‌) ଏବଂ ଉନ୍ନତ ଏୟାରଫିଲ୍ଡ ଲାଇଟିଂ ଅନ୍ତର୍ଭୁକ୍ତ, ଯାହା ସବୁ ପାଣିପାଗରେ ଦିନ-ରାତି ଦକ୍ଷ ପରିଚାଳନ କରିପାରିବ ।

ଏହି ବିମାନବନ୍ଦରରେ ଏକ ମଲ୍‌ଟି-ମୋଡାଲ କାର୍ଗୋ ହବ୍ ସମେତ ଏକ ସମନ୍ୱିତ କାର୍ଗୋ ଟର୍ମିନାଲ ଏବଂ ଲଜିଷ୍ଟିକ୍ସ ଜୋନ ତଥା ଏକ ଦୃଢ଼ କାର୍ଗୋ ଇକୋସିଷ୍ଟମ୍ ମଧ୍ୟ ରହିଛି । ଏହି କାର୍ଗୋ ସୁବିଧା ବାର୍ଷିକ ୨.୫ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ପରିଚାଳନା କରିବା ପାଇଁ ଡିଜାଇନ କରାଯାଇଛି, ଯାହା ପ୍ରାୟ ୧୮ ଲକ୍ଷ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇପାରିବ ଏବଂ ଏଥିରେ ଏକ ସମର୍ପିତ ୪୦ ଏକର ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହାଉଲ (ଏମ୍‌ଆର୍‌ଓ) ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ ।

ଏକ ସ୍ଥାୟୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ପ୍ରକଳ୍ପ ଭାବରେ ଡିଜାଇନ କରାଯାଇଥିବା, ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଏକ ନେଟ୍‌-ଶୂନ୍ୟ ନିର୍ଗମନ ସୁବିଧା ଭାବରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି, ଯାହା ଶକ୍ତି-ଦକ୍ଷ ପ୍ରଣାଳୀ ଏବଂ ପରିବେଶ ପ୍ରତି ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡିକୁ ଏକୀକୃତ କରିଥାଏ । ଏହାର ସ୍ଥାପତ୍ୟ ଶୈଳୀ ଭାରତୀୟ ଐତିହ୍ୟରୁ ପ୍ରେରିତ, ଯେଉଁଥିରେ ପାରମ୍ପରିକ ଘାଟ ଏବଂ ରାଜମହଲର ସ୍ମୃତିକୁ ମନେ ପକାଇବାର ଉପାଦାନଗୁଡିକ ସାମିଲ, ଯାହା ଦ୍ୱାରା ସାଂସ୍କୃତିକ ସୌନ୍ଦର୍ଯ୍ୟର ଆଧୁନିକ ଭିତ୍ତିଭୂମି ସହିତ ମିଶ୍ରଣ ହୋଇଥାଏ ।

ଯମୁନା ଏକ୍ସପ୍ରେସୱେ ପାଶ୍ୱର୍ରେ ରଣନୀତିକ ଭାବରେ ଅବସ୍ଥିତ, ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ରାସ୍ତା, ରେଳ ମେଟ୍ରୋ ଏବଂ ଆଞ୍ଚଳିକ ପରିବହନ ବ୍ୟବସ୍ଥା ସହ ଏକ ମଲ୍‌ଟି-ମୋଡାଲ ପରିବହନ ହବ୍ ଭାବରେ ଯୋଜନା କରାଯାଇଛି ଯାହା ଯାତ୍ରୀ ଏବଂ ମାଲ୍ ପରିବହନ ପାଇଁ କୁଶଳ କନେକ୍ଟିଭିଟି ସୁନିଶ୍ଚିତ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates

Media Coverage

PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 24, 2026
June 24, 2026

Appreciation for PM Modi’s Vision for Holistic Growth, Furthering Technology as well as Traditions