ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମହାକୁମ୍ଭ ମେଳା ୨୦୨୫ ପାଇଁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ
ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ୫୫୦୦ କୋଟି ରୁ ଅଧିକ ଟଙ୍କାର ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବେ
କୁମ୍ଭ 'ସହାୟକ' ଚାଟ୍ ବଟ୍ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୩ରେ ଉତ୍ତର ପ୍ରଦେଶ ଗସ୍ତରେ ଯିବେ। ସେ ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପ୍ରୟାଗରାଜ ଯାଇ ସଙ୍ଗମ ସ୍ଥଳରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ। ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ରେ ପ୍ରଧାନମନ୍ତ୍ରୀ ଅକ୍ଷୟ ବଟବୃକ୍ଷ ସ୍ଥଳରେ ପୂଜାର୍ଚ୍ଚନା କରିବେ ଓ ତା’ ପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂପ ଯାଇ ପୂଜାର୍ଚ୍ଚନା କରିବେ। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥଳ ପରିଦର୍ଶନ କରିବେ। ଏହାପରେ ଅପରାହ୍ନ ପ୍ରାୟ ୨ଟାରେ ସେ ପ୍ରୟାଗରାଜରେ ୫୫୦୦ କୋଟି ରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବେ ।

ମହାକୁମ୍ଭ ୨୦୨୫ ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ପ୍ରୟାଗରାଜରେ ଭିତ୍ତିଭୂମି ସୁବିଧା ଉନ୍ନତୀକରଣ ଏବଂ ନିରବଚ୍ଛିନ୍ନ ଯାତାୟାତକୁ ସୁଗମ କରିବା ପାଇଁ  ଏସବୁ ପ୍ରକଳ୍ପ ଉଦ୍ଦିଷ୍ଟ । ଏସବୁ ପ୍ରକଳ୍ପ ମଧ୍ୟରେ ରହିଛି ୧୦ଟି ନୂତନ ରୋଡ୍ ଓଭରବ୍ରିଜ୍ (ଆରଓବି) କିମ୍ବା ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ରିଭରଫ୍ରଣ୍ଟ ରାସ୍ତା ଭଳି ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପ ।

ସ୍ୱଚ୍ଛ ଏବଂ ନିର୍ମଳ ଗଙ୍ଗା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀକୁ ଯାଉଥିବା କ୍ଷୁଦ୍ର ଡ୍ରେନ୍ ଗୁଡ଼ିକର ପ୍ରତିରୋଧକ, ଟ୍ୟାପ୍, ଡାଇଭର୍ଟ ଏବଂ ବିଶୋଧନ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ। ଏହା ଦ୍ବାରା ଗଙ୍ଗା ନଦୀକୁ ବିଶୋଧିତ ହୋଇନଥିବା ଜଳ ପ୍ରବେଶ କରିପାରିବ ନାହିଁ । ସେ ମଧ୍ୟ ପାନୀୟ ଜଳ ଓ ବିଜୁଳି ସମ୍ବନ୍ଧୀୟ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ କେତେକ ପ୍ରମୁଖ ମନ୍ଦିର କରିଡରକୁ ଉଦଘାଟନ କରିବେ । ସେଗୁଡ଼ିକ ହେଲା ଭରଦ୍ୱାଜ ଆଶ୍ରମ କରିଡର, ଶୃଙ୍ଗବେରପୁର ଧାମ କରିଡର, ଅକ୍ଷୟବଟ କରିଡର, ହନୁମାନ ମନ୍ଦିର କରିଡର ଇତ୍ୟାଦି । ଏହି ପ୍ରକଳ୍ପଗୁଡ଼ିକ ଭକ୍ତଙ୍କ ଯାତାୟାତକୁ ସୁଗମ କରାଇବା ସହ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କୁମ୍ଭ 'ସହାୟକ' (Sah’AI’yak) ଚାଟ୍ ବଟ୍ ର ଶୁଭାରମ୍ଭ କରିବେ । ଏହି ଚାଟବଟ୍ ମହାକୁମ୍ଭ ମେଳା ୨୦୨୫ ସମ୍ପର୍କରେ ଭକ୍ତମାନଙ୍କୁ ସହାୟତା କରିବା ସହ ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ସଦ୍ୟତମ ସୂଚନା ପ୍ରଦାନ କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising that Service to the nation is the foundation of a Developed India
April 21, 2026

The Prime Minister, Shri Narendra Modi, shared a Sanskrit Subhashitam emphasising that the Service to the nation is the foundation of a ‘Developed India.’ Shri Modi remarked that on the proud occasion of Civil Services Day, let us reaffirm our commitment to building an empowered, prosperous, and compassionate India by bringing the person standing at the last mile into the mainstream of development.

The Prime Minister shared a Sanskrit Subhashitam-

"शीलं परहितासक्तिः अनुत्सेकः क्षमा धृतिः।

अलोभश्चेति विद्यायाः परिपाकोञ्चलं फलम्॥"

The Subhashitam conveys, that modesty, benevolence, humility, forgiveness, patience and non- greed, all these are the bright fruits of the perfection of knowledge.

The Prime Minister posted on X:

"राष्ट्रसेवा ही ‘विकसित भारत’ की नींव है। सिविल सेवा दिवस के गौरवशाली अवसर पर आइए, अंतिम पंक्ति में खड़े व्यक्ति को विकास की मुख्यधारा से जोड़कर सशक्त, समृद्ध एवं संवेदनशील भारतवर्ष के निर्माण का संकल्प दोहराएं। 

शीलं परहितासक्तिः अनुत्सेकः क्षमा धृतिः। 

अलोभश्चेति विद्यायाः परिपाकोञ्चलं फलम्॥"