ସାରା ଦେଶରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ପିଏମ୍‍ଏଏସ୍‍ବିୱାଇ ଏକ ବୃହତ ପାନ-ଇଣ୍ଡିଆ ଯୋଜନା
ପିଏମ୍‍ଏଏସ୍‍ବିୱାଇ ର ଉଦ୍ଦେଶ୍ୟ ହେଉଛି ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଜନସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ପୂରଣ କରିବା
୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସମସ୍ତ ଜିଲ୍ଲାରେ ଗୁରୁତର ଚିକିତ୍ସା ସେବା ଉପଲବ୍ଧ ହେବ
ସମସ୍ତ ଜିଲ୍ଲାରେ ସମନ୍ୱିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ପ୍ରତିଷ୍ଠା ହେବ
ଗୋଟିଏ ସ୍ୱାସ୍ଥ୍ୟ ପାଇଁ ଜାତୀୟ ପ୍ରତିଷ୍ଠାନ, ଭାଇରୋଲୋଜି ପାଇଁ ୪ ଟି ନୂତନ ଜାତୀୟ ପ୍ରତିଷ୍ଠାନ ପ୍ରତିଷ୍ଠା ହେବ
ଆଇଟି ସଂଯୁକ୍ତ ରୋଗ ନିରୀକ୍ଷଣ ପ୍ରଣାଳୀକୁ ବିକଶିତ କରାଯିବ
ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ ନଅଟି ମେଡିକାଲ କଲେଜକୁ ମଧ୍ୟ ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଅକ୍ଟୋବର, ୨୦୨୧ ରେ ଉତ୍ତରପ୍ରଦେଶ ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଅକ୍ଟୋବର, ୨୦୨୧ ରେ ଉତ୍ତରପ୍ରଦେଶ ଗସ୍ତ କରିବେ । ସିଦ୍ଧାର୍ଥନଗରରେ ପ୍ରାୟ ପୂର୍ବାହ୍ନ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ନଅଟି ମେଡିକାଲ କଲେଜକୁ ଉଦ୍‍ଘାଟନ କରିବେ । ଏହା ପରେ, ବାରଣାସୀରେ ପ୍ରାୟ ଅପରାହ୍ନ ୧.୧୫ ରେ ପ୍ରଧାନମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନାର ଶୁଭାରମ୍ଭ କରିବେ । ସେ ବାରାଣାସୀ ପାଇଁ ୫୨୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ।

ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନା (ପିଏମ୍‍ଏଏସ୍‍ବିୱାଇ) ଏକ ବୃହତ ପାନ-ଇଣ୍ଡିଆ ଯୋଜନା ହେବ । ଏହା ଜାତୀୟ ସ୍ୱାସ୍ଥ୍ୟ ମିଶନ ସହିତ ଯୋଡି ହେବ ।

ପିଏମ୍‍ଏଏସ୍‍ବିୱାଇ ର ଉଦ୍ଦେଶ୍ୟ ହେଉଛି ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଗୁରୁତର ଚିକିତ୍ସା ସୁବିଧା ଏବଂ ପ୍ରାଥମିକ ଚିକିତ୍ସା କ୍ଷେତ୍ରରେ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ପୂରଣ କରିବା । ଏହା ୧୦ ଟି ଅଧିକ ଫୋକସ୍ ରାଜ୍ୟରେ ୧୭,୭୮୮ ଗ୍ରାମୀଣ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ପାଇଁ ସହାୟତା ଯୋଗାଇବ । ଅଧିକନ୍ତୁ, ସମସ୍ତ ରାଜ୍ୟରେ ୧୧,୦୨୪ ସହରୀ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ପ୍ରତିଷ୍ଠା କରାଯିବ ।

୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶର ସମସ୍ତ ଜିଲ୍ଲାରେ ଏକ୍ସକ୍ଲୁସିଭ କ୍ରିଟିକାଲ୍ କେୟାର ହସ୍ପିଟାଲ୍ ବ୍ଲକ୍ ମାଧ୍ୟମରେ ଗୁରୁତର ଚିକିତ୍ସା ସେବା ଉପଲବ୍ଧ ଥିବାବେଳେ ଅବଶିଷ୍ଟ ଜିଲ୍ଲାଗୁଡିକ ରେଫରାଲ୍ ସେବା ମାଧ୍ୟମରେ ଅନ୍ତର୍ଭୁକ୍ତ ହେବ ।

ଲୋକମାନେ ସାରା ଦେଶରେ ନେଟୱାର୍କ ଅଫ୍ ଲାବୋରଟୋରୀ ମାଧ୍ୟମରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ନିଦାନ ସେବା ପାଇପାରିବେ । ସମସ୍ତ ଜିଲ୍ଲାରେ ସମନ୍ୱିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ ।

ପିଏମ୍‍ଏବିଏସ୍‍ୱାଇ ଅଧୀନରେ ଏକ ସ୍ୱାସ୍ଥ୍ୟ ପାଇଁ ଏକ ଜାତୀୟ ପ୍ରତିଷ୍ଠାନ, ଭାଇରୋଲୋଜି ପାଇଁ ୪ ଟି ନୂତନ ଜାତୀୟ ପ୍ରତିଷ୍ଠାନ, ଡବ୍ଲ୍ୟୁଏଚ୍‍ଓ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳ ପାଇଁ ଏକ ଆଞ୍ଚଳିକ ଗବେଷଣା ପ୍ଲାଟଫର୍ମ, ୯ ଟି ବାୟୋସେଫ୍ଟି ଲେଭଲ୍‌-୩ ବର୍ଗର ପରୀକ୍ଷାଗାର, ୫ ଟି ନୂତନ ଆଞ୍ଚଳିକ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ।

ପିଏମ୍‍ଏବିଏସ୍‍ୱାଇ ମହାନଗର, ବ୍ଲକ, ଜିଲ୍ଲା, ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ ଆଇଟି ସୁବିଧା ଥିବା ପରୀକ୍ଷାଗାରଗୁଡିକର ଏକ ନେଟୱାର୍କ ବିକାଶ କରି ରୋଗ ନୀରିକ୍ଷଣ ବ୍ୟବସ୍ଥା ର୍ନିମାଣ କରିବାକୁ ଲକ୍ଷ୍ୟ ରଖିଛି । ସମସ୍ତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ସଂଯୋଗ କରିବା ପାଇଁ ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପୋର୍ଟାଲ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ବିସ୍ତାର କରାଯିବ ।

ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଏବଂ ରୋଗ ବିସ୍ତାରର ପ୍ରଭାବଶାଳୀ ଚିହ୍ନଟ, ଅନୁସନ୍ଧାନ, ପ୍ରତିରୋଧ ଏବଂ ମୁକାବିଲା ପାଇଁ ପିଏମଏବିଏସ୍‍ୱାଇ ୧୭ ଟି ନୂତନ ଜନସ୍ୱାସ୍ଥ୍ୟ ୟୁନିଟ୍ ର କାର୍ଯ୍ୟକ୍ଷମ ଏବଂ କାର୍ଯ୍ୟକ୍ଷମ ଥିବା ୩୩ ଟି ଜନସ୍ୱାସ୍ଥ୍ୟ ୟୁନିଟକୁ ମଜବୁତ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି । ଏହା ମଧ୍ୟ ଯେକୌଣସି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ତାଲିମପ୍ରାପ୍ତ ଆଗଧାଡିର ସ୍ୱାସ୍ଥ୍ୟକର୍ମୀ ପ୍ରସ୍ତୁତ ଦିଗରେ କାର୍ଯ୍ୟ କରିବ ।

ଉଦଘାଟିତ ହେବାକୁ ଥିବା ନଅଟି ମେଡିକାଲ କଲେଜ ସିଦ୍ଧାର୍ଥନଗର, ଏଟା, ହାରଦୋଇ, ପ୍ରତାପଗଡ, ଫତେପୁର, ଦେଓରିଆ, ଘାଜିପୁର, ମିର୍ଜାପୁର ଏବଂ ଜାଉନପୁର ଜିଲ୍ଲାରେ ଅବସ୍ଥିତ । ୮ଟି ମେଡିକାଲ କଲେଜ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ଜିଲ୍ଲା / ରେଫରାଲ୍ ହସ୍ପିଟାଲ୍ ସହିତ ସଂଯୁକ୍ତ ନୂତନ ମେଡିକାଲ୍ କଲେଜ୍‌କୁ ମଞ୍ଜୁର କରାଯାଇଛି ଏବଂ ଜାଉନପୁର ଠାରେ ୧ ଟି ମେଡିକାଲ୍ କଲେଜକୁ ନିଜସ୍ୱ ସମ୍ବଳ ମାଧ୍ୟମରେ ରାଜ୍ୟ ସରକାର କାର୍ଯ୍ୟକ୍ଷମ କରିଛନ୍ତି ।

କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ଅଣସଂରକ୍ଷିତ, ପଛୁଆ ଏବଂ ଅକାଂକ୍ଷୀ ଜିଲ୍ଲାକୁ ଅଗ୍ରାଧିକାର ଦିଆଯାଉଛି । ଏହି ଯୋଜନାରେ ସ୍ୱାସ୍ଥ୍ୟ ବୃତ୍ତିଧାରୀଙ୍କ ଉପଲବ୍ଧତା ବୃଦ୍ଧି, ମେଡିକାଲ କଲେଜ ବଣ୍ଟନରେ ବିଦ୍ୟମାନ ଭୌଗୋଳିକ ଅସନ୍ତୁଳନକୁ ସଂଶୋଧନ କରିବା ଏବଂ ଜିଲ୍ଲା ଡାକ୍ତରଖାନାରେ ବର୍ତ୍ତମାନ ଥିବା ଭିତ୍ତିଭୂମିକୁ ଫଳପ୍ରଦ ଭାବରେ ଉପଯୋଗ କରିବା ଲକ୍ଷ୍ୟ ରହିଛି । ଏହି ଯୋଜନାର ତିନୋଟି ପର୍ଯ୍ୟାୟରେ ସାରା ଦେଶରେ ୧୫୭ ଟି ନୂତନ ମେଡିକାଲ କଲେଜ ଅନୁମୋଦିତ ହୋଇଛି, ସେଥିମଧ୍ୟରୁ ୬୩ ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇସାରିଛି ।

ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’

Media Coverage

‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength