ପ୍ରଧାନମନ୍ତ୍ରୀ ମହାପରିନିର୍ବାଣ ମନ୍ଦିରରେ ଅଭିଧମ୍ମ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ
ପ୍ରଧାନମନ୍ତ୍ରୀ କୁଶୀନଗର ଠାରେ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ରଖିବେ ଏବଂ କୁଶୀନଗର ଠାରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨ଠ ଅକ୍ଟୋବର, ୨ଠ୨୧ ଦିନ ଉତ୍ତର ପ୍ରଦେଶ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧ଠଟା ସମୟରେ କୁଶୀନଗର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଉଦଘାଟନ କରିବେ । ଏହାପରେ, ପ୍ରାୟ ୧୧.୩ଠ ମିନିଟ ସମୟରେ, ସେ ମହାପରିନିର୍ବାଣ ମନ୍ଦିରରେ ଅଭିଧମ୍ମ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ଅପରାହ୍ଣ ପ୍ରାୟ ୧.୧୫ ମିନିଟରେ କୁଶୀନଗର ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବା ପାଇଁ ଏକ ସାର୍ବଜନିକ ସମାରୋହରେ ଯୋଗଦେବେ ।

କୁଶୀନଗର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଉଦଘାଟନ

କୁଶୀନଗର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଉଦଘାଟନ ଅବସରରେ କଲମ୍ବୋ, ଶ୍ରୀଲଙ୍କାର ଏକ ବିମାନ ବିମାନବନ୍ଦର ଠାରେ ଅବତରଣ କରିବ । ଏହି ବିମାନରେ ଶ୍ରୀଲଙ୍କାର ଏକ ପ୍ରତିନିଧିମଣ୍ଡଳ ଭାରତ ଭ୍ରମଣ କରିବା ପାଇଁ ଆସିବେ, ଯେଉଁଥିରେ ୧ଠଠରୁ ଅଧିକ ବୌଦ୍ଧ ଭିକ୍ଷୁ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ସାମିଲ ହେବେ । ଏହି ପ୍ରତିନିଧିମଣ୍ଡଳରେ ୧୨ ସଦସ୍ୟବିଶିଷ୍ଟ ପବିତ୍ର ସ୍ମୃତିଚିହ୍ନ ଦଳ ମଧ୍ୟ ସାମିଲ ହେବେ । ଯାହା ପ୍ରଦର୍ଶନୀ ପାଇଁ ବୁଦ୍ଧଙ୍କ ପବିତ୍ର ସ୍ମୃତିଚିହ୍ନ ସାଥିରେ ଆଣିବେ । ପ୍ରତିନିଧିମଣ୍ଡଳରେ ଶ୍ରୀଲଙ୍କାରେ ବୌଦ୍ଧ ଧର୍ମର ସମସ୍ତ ଚାରୋଟି ନିକାତ (ଶାଖା) ଅର୍ଥାତ ଅସଗିରିଆ, ଅମରପୁରା, ରାମନ୍ୟା, ମାଲୱଟ୍ଟାର ଉପମୁଖ୍ୟଙ୍କ ସହିତ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନମଲ ରାଜପକ୍ଷେଙ୍କ ନେତୃତ୍ୱରେ ଶ୍ରୀଲଙ୍କା ସରକାରଙ୍କ ୫ ଜଣ ମନ୍ତ୍ରୀ ମଧ୍ୟ ସାମିଲ ହେବେ ।

କୁଶୀନଗର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ନିର୍ମାଣ ପାଇଁ ୨୬ଠ କୋଟି ଟଙ୍କାର ଆନୁମାନିକ ମୂଲ୍ୟ ଆକଳନ କରାଯାଇଛି । ଏହା ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ତୀର୍ଥଯାତ୍ରୀମାନଙ୍କୁ ଭଗବାନ ବୁଦ୍ଧଙ୍କର ମହାପରିନିର୍ବାଣ ସ୍ଥଳକୁ ଯାତ୍ରା କରିବାରେ ସୁବିଧା ପ୍ରଦାନ କରିବ । ଏହି ବିମାନବନ୍ଦର ସମଗ୍ର ବିଶ୍ୱରେ ଥିବା ବୌଦ୍ଧ ତୀର୍ଥସ୍ଥଳୀକୁ ଯୋଡ଼ିବାରେ ଏକ ପ୍ରୟାସ ଅଟେ । ଏହା ଉତ୍ତର ପ୍ରଦେଶ ଏବଂ ବିହାର ପାଖା-ପାଖି ଥିବା ଜିଲ୍ଲାଗୁଡ଼ିକୁ ବିମାନ ଯାତ୍ରାର ସୁବିଧା ପ୍ରଦାନ କରିବ । ବିମାନ ଯାତ୍ରାର ନିର୍ମାଣ ଏହି କ୍ଷେତ୍ରରେ ନିବେଶ ଏବଂ ନିଯୁକ୍ତିର ଅବସରକୁ ବୃଦ୍ଧି କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପ୍ରମାଣିତ ହେବ ।

ମହାପରିନିର୍ବାଣ ମନ୍ଦିରରେ ଅଭିଧମ୍ମ ଦିବସ

ପ୍ରଧାନମନ୍ତ୍ରୀ ମହାପରିନିର୍ବାଣ ମନ୍ଦିର ଯିବେ, ଶୟନ ମୁଦ୍ରାରେ ଭଗବାନ ବୁଦ୍ଧଙ୍କ ମୂର୍ତ୍ତିର ପୂଜାର୍ଚ୍ଚନା କରିବେ ତଥା ଚିୱର ଅର୍ପଣ କରିବେ ଏବଂ ବୋଧି ବୃକ୍ଷର ଚାରା ମଧ୍ୟ ରୋପଣ କରିବେ ।

ପ୍ରଧାନମନ୍ତ୍ରୀ ଅଭିଧମ୍ମ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଦିନଟି ହେଉଛି ବୌଦ୍ଧ ଭିକ୍ଷୁମାନେ ତିନିମାସ ଧରି ପାଳନ କରୁଥିବା ବର୍ଷାବାସ କିମ୍ବା ବାସା ସମାପ୍ତିର ଏକ ପ୍ରତୀକ । ଏହି ସମୟରେ ସେମାନେ ବିହାର ଏବଂ ମଠରେ ଏକ ସ୍ଥାନରେ ରହି ପ୍ରାର୍ଥନା କରନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ଥାଇଲାଣ୍ଡ, ମିଅାଁମାର, ଦକ୍ଷିଣ କୋରିଆ, ନେପାଳ, ଭୁଟାନ ଏବଂ କମ୍ବୋଡିଆର ଗଣ୍ୟମାନ୍ୟ ଭିକ୍ଷୁମାନଙ୍କ ସଙ୍ଗେ ସଙ୍ଗେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ମଧ୍ୟ ସାମିଲ ହେବେ ।

ପ୍ରଧାନମନ୍ତ୍ରୀ ଗୁଜୁରାଟର ବଡ଼ନଗର ଏବଂ ଅନ୍ୟ ସ୍ଥଳଗୁଡ଼ିକର ଖନନରୁ ପ୍ରାପ୍ତ ଅଜନ୍ତା ଭିତ୍ତିଚିତ୍ର, ବୌଦ୍ଧ ସୂତ୍ର ହସ୍ତଲିପି ଏବଂ ବୌଦ୍ଧ କଳାକୃତିର ପ୍ରଦର୍ଶନୀକୁ ମଧ୍ୟ ଦେଖିବେ ।

ବିକାଶ ପରିଯୋଜନାଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ

ପ୍ରଧାନମନ୍ତ୍ରୀ କୁସି ନଗରସ୍ଥିତ ବରୱା ଜଙ୍ଗଲର ଏକ ସାର୍ବାଜନିକ ସମାରୋହରେ ଯୋଗଦେବେ । ଏହି ସମାରୋହରେ ସେ ୨୮ଠ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ନିର୍ମାଣ କରାଯିବାକୁ ଥିବା ସରକାରୀ ମେଡିକାଲ କଲେଜ, କୁଶୀନଗର ଭିତ୍ତିପ୍ରସ୍ଥର ସ୍ଥାପନା କରିବେ । ମେଡିକାଲ କଲେଜ ୫ଠଠ ଶଯ୍ୟାବିଶିଷ୍ଟ ହସ୍ପିଟାଲ ହେବ ଏବଂ ଏହା ଶିକ୍ଷାବର୍ଷ ୨ଠ୨୨-୨ଠ୨୩ରେ ଏମ୍ବିବିଏସ୍ ପାଠ୍ୟକ୍ରମ ପାଇଁ ୧ଠଠ ଜଣ ଛାତ୍ରଙ୍କର ନାମ ଲେଖାଯିବ । ପ୍ରଧାନମନ୍ତ୍ରୀ ୧୮ଠ କୋଟିରୁ ଊଦ୍ଧ୍ୱର୍ ଟଙ୍କାରେ ନିର୍ମିତ ଏବଂ ନିର୍ମିତ ହେବାକୁଥିବା ୧୨ଟି ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Reforms, agile economic management bearing fruit: FM on 7.8% Q1 GDP growth

Media Coverage

Reforms, agile economic management bearing fruit: FM on 7.8% Q1 GDP growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the qualities of a truly wise person
September 01, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of a truly wise person.

The Prime Minister wrote on X;

"यस्य कृत्यं न जानन्ति मन्त्रं वा मन्त्रितं परे।

कृतमेवास्य जानन्ति स वै पण्डित उच्यते॥"

A truly wise person is one whose plans and actions remain hidden from others until they are completed. Such a disciplined, discerning and thoughtful person is rightly regarded as truly wise.