ବାରଣାସୀରେ ମରିସସ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ ପ୍ରଧାନମନ୍ତ୍ରୀ
ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ସମ୍ପୂର୍ଣ୍ଣ ସମୀକ୍ଷା କରିବେ
ମରିସସ ଭାରତର ‘ମହାସାଗର’ ଦୃଷ୍ଟିକୋଣ ଏବଂ ‘ପଡୋଶୀ ପ୍ରଥମ’ ନୀତିର ପ୍ରମୁଖ ଅଂଶ
ସମୃଦ୍ଧି ଏବଂ ସ୍ଥିରତା ଦିଗରେ ମିଳିତ ଯାତ୍ରାରେ ବାରଣାସୀ ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ
ପ୍ରଧାନମନ୍ତ୍ରୀଙ୍କ ଡେରାଡୁନରେ ବନ୍ୟା ପରିସ୍ଥିତି ଉପରେ ଆକାଶ ମାର୍ଗରୁ ସର୍ଭେ ଏବଂ ସୀମକ୍ଷା ବୈଠକରେ ଅଧ୍ୟକ୍ଷତା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୧ ତାରିଖରେ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ସକାଳ ୧୧:୩୦ରେ, ମରିସସର ପ୍ରଧାନମନ୍ତ୍ରୀ ଡ଼କ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କୁ ସ୍ୱାଗତ କରିବେ। ଡ଼କ୍ଟର ରାମଗୁଲାମ ୯ ସେପ୍ଟେମ୍ବରରୁ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି ।

ଏହା ପରେ, ପ୍ରଧାନମନ୍ତ୍ରୀ ଅପରାହ୍ନ ୪:୧୫ରେ ଡେରାଡୁନ ଯାତ୍ରା କରିବେ । ସେ ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡିକର ଆକାଶ ମାର୍ଗରେ ସର୍ଭେ କରିବେ । ସନ୍ଧ୍ୟା ପ୍ରାୟ ୫ଟାରେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୌଠକର ଅଧ୍ୟକ୍ଷତା କରିବେ ।

ଐତିହାସିକ ସହର ବାରାଣସୀରେ ହେବାକୁ ଥିବା ଏହି ବୈଠକ, ଭାରତ ଏବଂ ମରିସସଙ୍କୁ ବାନ୍ଧି ରଖିଥିବା ସ୍ଥାୟୀ ସଭ୍ୟତାଗତ ସମ୍ପର୍କ, ଆଧ୍ୟାତ୍ମିକ ସମ୍ବନ୍ଧ ଏବଂ ଲୋକ ସମ୍ପର୍କକୁ ରଖାଙ୍କିତ କରୁଛି। ଏହା ଉଭୟ ଦେଶର ମଧ୍ୟରେ ବିଶିଷ୍ଟ ଓ ଅନନ୍ୟ ସମ୍ପର୍କର ଏକ ପ୍ରତିକ।

 

ଦ୍ୱିପାକ୍ଷିକ ଆଲୋଚନା ସମୟରେ, ଉଭୟ ନେତା ବିକାଶ ସହଭାଗୀତା ଏବଂ କ୍ଷମତା ନିର୍ମାଣ ଉପରେ ବିଶେଷ ଧ୍ୟାନ ଦେଇ ସହଯୋଗର ସମସ୍ତ ଦିଗ ଉପରେ ସମୀକ୍ଷା କରିବେ । ସେମାନେ ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶକ୍ତି, ଭିତ୍ତଭୂମି ସହିତ ନବୀକରଣଯୋଗ୍ୟ ଶକ୍ତି, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ନୀଳ ଅର୍ଥନୀତି ଭଳି ଉଦୀୟମାନ କ୍ଷେତ୍ରରେ ସହଯୋଗ ବିସ୍ତାର ପାଇଁ ସୁଯୋଗ ଉପରେ ମଧ୍ୟ ଆଲୋଚନା କରିବେ ।

ଏହି ଗସ୍ତ ମାର୍ଚ୍ଚ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମରିସସ ଗସ୍ତ ଦ୍ୱାରା ସୃଷ୍ଟି ହୋଇଥିବା ସକରାତ୍ମକ ମୁହୂର୍ତ୍ତ ଉପରେ ଆଧାରିତ । ଏହି ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ‘ଉନ୍ନତ ରଣନୈତିକ ସହଭାଗୀତା’ରେ ପରିଣତ କରିଥିଲେ ।

ଭାରତ ମହାସାଗର କ୍ଷେତ୍ରରେ ଏକ ମୂଲ୍ୟବାନ ଅଂଶୀଦାର ଏବଂ ନିକଟତମ ସାମୁଦ୍ରିକ ପଡୋଶୀ ଭାବରେ, ମରିସସ ଭାରତର ‘ମହାସାଗର’ (ଅଞ୍ଚଳରେ ସୁରକ୍ଷା ଏବଂ ଅଭିବୃଦ୍ଧି ପାଇଁ ପାରସ୍ପରିକ ଏବଂ ସାମଗ୍ରିକ ଉନ୍ନତି) ଦୃଷ୍ଟିକୋଣ ଏବଂ ‘ପଡୋଶୀ ପ୍ରଥମ’ ନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦେଶ ମଧ୍ୟରେ ଗଭୀର ସହଯୋଗ କେବଳ ଉଭୟ ଦେଶର ଲୋକଙ୍କ ସମୃଦ୍ଧି ପାଇଁ ନୁହେଁ, ବରଂ ବିଶ୍ୱର ଦକ୍ଷିଣ ସାମୂହିକ ଆକାଂକ୍ଷା ପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ ।

ବାରଣାସୀ ସମ୍ମିଳନୀ ପାରସ୍ପରିକ ସମୃଦ୍ଧି, ସ୍ଥାୟୀ ବିକାଶ ଏବଂ ଏକ ସୁରକ୍ଷିତ ତଥା ସମାବେଶୀ ଭବିଷ୍ୟତ ଦିଗରେ ଭାରତ ଏବଂ ମରିସସର ସହଭାଗୀ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s startup game-changer? ₹10,000 crore FoF 2.0 set to attract investors

Media Coverage

India’s startup game-changer? ₹10,000 crore FoF 2.0 set to attract investors
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles passing of renowned photographer Shri Raghu Rai
April 26, 2026

The Prime Minister has expressed deep sorrow over the passing of eminent photographer Raghu Rai, describing him as a creative stalwart who immortalised India’s vibrancy through his lens. Shri Modi noted that Shri Raghu Rai’s work was marked by extraordinary sensitivity, depth and diversity, capturing the many facets of life across India and bringing them closer to people.The Prime Minister remarked that his contribution to the world of photography and culture is unparalleled, and his passing is an irreparable loss to the artistic community.

The Prime Minister posted on X;

“Shri Raghu Rai Ji will be remembered as a creative stalwart, who captured India’s vibrancy through his lens. His photography had extraordinary sensitivity, depth and diversity. It brought people closer to the different aspects of life in India. His passing is an irreparable loss to the world of photography and culture. My thoughts are with his family, admirers and the photography fraternity in this hour of grief. Om Shanti.”