ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ କୃଷକ ସମ୍ମାନ ସମ୍ମିଳନୀରେ ଯୋଗଦେବେ
ପିଏମ୍ କିଷାନ ଯୋଜନାର ୧୭ତମ କିସ୍ତି ଆକାରରେ ୨୦,୦୦୦ କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥରାଶି ହସ୍ତାନ୍ତର କରିବେ ପ୍ରଧାନମନ୍ତ୍ରୀ
ସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବେ ସାର୍ଟିଫିକେଟ ଦେବେ ପ୍ରଧାନମନ୍ତ୍ରୀ
ବିହାର ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ଓ ୧୯ ଜୁନ୍ ୨୦୨୪ରେ ଉତ୍ତର ପ୍ରଦେଶ ଏବଂ ବିହାର ଗସ୍ତରେ ଯିବେ ।

ଜୁନ୍ ୧୮ ତାରିଖ ଅପରାହ୍ଣ ପ୍ରାୟ ୫ଟାରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରଣାସୀରେ ପିଏମ୍ କିଷାନ ସମ୍ମାନ ସମ୍ମିଳନୀରେ ଯୋଗଦେବେ। ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଧାନମନ୍ତ୍ରୀ ଦଶାଶ୍ଵମେଧ ଘାଟରେ ଗଙ୍ଗା ଆରତୀ ଦେଖିବେ । ରାତି ପ୍ରାୟ ୮ଟାରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ।

ଜୁନ୍ ୧୯ ତାରିଖ ସକାଳ ପ୍ରାୟ ୯ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ନାଳନ୍ଦା ଭଗ୍ନାବଶେଷ ପରିଦର୍ଶନ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ବିହାରର ରାଜଗିରଠାରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ କଲ୍ୟାଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ପିଏମ୍ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ହସ୍ତାନ୍ତର କରିବା ପାଇଁ ତାଙ୍କର ପ୍ରଥମ ଫାଇଲରେ ସ୍ୱାକ୍ଷର କରିଥିଲେ। ଏହି ପ୍ରତିଶ୍ରୁତିକୁ ଜାରି ରଖି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅଧୀନରେ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସପ୍ତଦଶ କିସ୍ତି ପ୍ରଦାନ କରିବେ । ବର୍ତ୍ତମାନ ସୁଦ୍ଧା ୧୧ କୋଟିରୁ ଅଧିକ ଯୋଗ୍ୟ କୃଷକ ପରିବାର ପିଏମ-କିଷାନ ଯୋଜନାରେ ୩.୦୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବରେ ପ୍ରମାଣପତ୍ର ପ୍ରଦାନ କରିବେ ।

କୃଷି ସଖୀ ସମନ୍ୱୟ କାର୍ଯ୍ୟକ୍ରମ (କେଏସସିପି)ର ଲକ୍ଷ୍ୟ ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣ ମାଧ୍ୟମରେ ଗ୍ରାମୀଣ ଭାରତକୁ କୃଷି ସଖୀ ଭାବରେ ରୂପାନ୍ତରିତ କରିବା, କୃଷି ସଖୀମାନଙ୍କୁ ପାରା-ସମ୍ପ୍ରସାରଣ ଶ୍ରମିକ ଭାବରେ ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ କରିବା । ଏହି ପ୍ରମାଣପତ୍ର ଆଧାରିତ ପାଠ୍ୟକ୍ରମ ମଧ୍ୟ "ଲଖପତି ଦିଦି" କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସହିତ ସମନ୍ୱିତ ।

ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବିହାରର ରାଜଗିରଠାରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିବେ ।

ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ଦେଶମାନଙ୍କର ମିଳିତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ପରିକଳ୍ପନା କରାଯାଇଛି। ଉଦଘାଟନୀ ଉତ୍ସବରେ ୧୭ଟି ଦେଶର ମିଶନ ମୁଖ୍ୟଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।

କ୍ୟାମ୍ପସରେ ଦୁଇଟି ଶିକ୍ଷା ବ୍ଲକ ରହିଛି ଯେଉଁଥିରେ ୪୦ଟି ଶ୍ରେଣୀଗୃହ ରହିଛି ଯେଉଁଥିରେ ମୋଟ ୧୯୦୦ ଛାତ୍ରଛାତ୍ରୀ ବସିବାର କ୍ଷମତା ରହିଛି । ଏଥିରେ ୩୦୦ ଆସନ ବିଶିଷ୍ଟ ଦୁଇଟି ଅଡିଟୋରିୟମ୍ ରହିଛି। ଏଠାରେ ଏକ ଛାତ୍ର ହଷ୍ଟେଲ ରହିଛି ଯେଉଁଥିରେ ପାଖାପାଖି ୫୫୦ ଛାତ୍ରଛାତ୍ରୀ ରହିପାରିବେ । ଏଥିରେ ଇଣ୍ଟରନେସନାଲ ସେଣ୍ଟର, ଆମ୍ଫିଥିଏଟର ସମେତ ଅନ୍ୟାନ୍ୟ ସୁବିଧା ରହିଛି ଯେଉଁଥିରେ ୨୦୦୦ ବ୍ୟକ୍ତି ରହିପାରିବେ । ଏଠାରେ ଫେକଲ୍ଟି କ୍ଲବ୍ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ଆଦି ରହିଛି।

ଏହି କ୍ୟାମ୍ପସ ହେଉଛି ଏକ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗତ କରୁଥିବା ଏକ ସବୁଜ କ୍ୟାମ୍ପସ୍‌। ଏହା ସୌର ପ୍ଲାଣ୍ଟ, ଘରୋଇ ଓ ପାନୀୟ ଜଳ ବିଶୋଧନ ପ୍ଲାଣ୍ଟ, ବର୍ଜ୍ୟ ଜଳର ପୁନଃବ୍ୟବହାର ପାଇଁ ଜଳ ପୁନଃବ୍ୟବହାର ପ୍ଲାଣ୍ଟ, ୧୦୦ ଏକର ଜଳାଶୟ ଏବଂ ଅନ୍ୟାନ୍ୟ ପରିବେଶ ଅନୁକୂଳ ସୁବିଧା ସହିତ ଆତ୍ମନିର୍ଭରଶୀଳ ହୋଇଛି ।

ନାଳନ୍ଦା ବିଶ୍ୱବିଦ୍ୟାଳୟର ଇତିହାସ ସହ ଗଭୀର ସମ୍ପର୍କ ରହିଛି । ପ୍ରାୟ ୧୬୦୦ ବର୍ଷ ପୂର୍ବେ ସ୍ଥାପିତ ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ଭାବେ ବିବେଚନା କରାଯାଏ । ୨୦୧୬ରେ ନାଳନ୍ଦାର ଭଗ୍ନାବଶେଷକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electric PV retail sales jump 44% in February; Tata Motors leads: FADA

Media Coverage

India’s electric PV retail sales jump 44% in February; Tata Motors leads: FADA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 7, 2026
March 07, 2026

Reform, Perform and Transform: PM Modi’s Mantra for India’s Growth