ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ ଫେବୃୟାରୀ୨୫, ୨୦୨୧ରେ ତାମିଲନାଡୁ ଓ ପଣ୍ଡିଚେରୀ ଗସ୍ତ କରିବେ। ଦିନ ପ୍ରାୟ୧୧.୩୦ରେ ପ୍ରଧାନମନ୍ତ୍ରୀ ପଣ୍ଡିଚେରୀରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଦିନ ୪ଟାରେ ପ୍ରଧାନମନ୍ତ୍ରୀ କୋଏମ୍ବାଟୁରଠାରେ ୧୨୪୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ବହୁ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ।

ତାମିଲନାଡୁରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନେୟଭେଲି ନୂଆ ତାପଜ ବିଦ୍ୟୁତ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ। ଏହି ଲିଗନାଇଟ ଭିତିକ ତାପଜକେନ୍ଦ୍ରର ବିଦ୍ୟୁତ ଉତ୍ପାଦନ କ୍ଷମତା ୧ହଜାର ମେଗାୱାଟ ଓ ୫ଶହ ମେଗାୱାଟ ବିଶିଷ୍ଟ ଦୁଇଟି ୟୁନିଟ ରହିଛି। ପ୍ରାୟ ୮ହଜାର କୋଟିଟଙ୍କା ବ୍ୟୟରେ ନିର୍ମିତ ଏହି ପିଟହେଡ ତାପଜକେନ୍ଦ୍ରରେ ନେୟଭେଲିରେ ଥିବା ଖଣିରୁ ମିଳୁଥିବା ଲିଗନାଇଟକୁ ଜାଳେଣୀଭାବେ ବ୍ୟବହାର କରାଯିବ। ଏଠାକାର ଖଣିଗୁଡିକରେ ଗଚ୍ଛିତ ଲିଗନାଇଟ ଦୀର୍ଘଦିନ ଯାଏଁ ତାପଜକେନ୍ଦ୍ରର ଆବଶ୍ୟକତା ପୂରଣ କରିବ। ତାପଜକେନ୍ଦ୍ରରେ ଶତପ୍ରତିଶତ ପାଉଁଶ ବ୍ୟବହାର ପାଇଁ ଡିଜାଇନ ପ୍ରସ୍ତୁତ ହୋଇଛି। ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଣ୍ଡିଚେରୀକୁ ଏହି ତାପଜ କେନ୍ଦ୍ରରୁ ବିଦ୍ୟୁତ ମିଳିପାରିବ। ଏଥିରୁ ତାମିଲନାଡୁକୁ ୬୫ ପ୍ରତିଶତ ଅଂଶ ମିଳିବ।

ପ୍ରଧାନମନ୍ତ୍ରୀ ଏନଏଲସିଆଇଏଲର ୭୦୯ ମେଗାୱାଟ ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ । ତିରୁନେଲଭେଲି, ଟୁଟିକୋରିନ, ରାମନାଥପୁରମ ଓ ବିରୁଧୁନଗର ଜିଲ୍ଲାର ପ୍ରାୟ ୨୬୭୦ ଏକର ଅଞ୍ଚଳରେ ଏହା ସ୍ଥାପିତ ହୋଇଛି। ପ୍ରାୟ ୩ହଜାର କୋଟିଟଙ୍କା ବିନିମୟରେ ପ୍ରକଳ୍ପଟି ସ୍ଥାପିତ ହୋଇଛି।

` ପ୍ରଧାନମନ୍ତ୍ରୀ ଲୋୟର ଭବାନୀ ପରିଯୋଜନା ପ୍ରଣାଳୀର ବିସ୍ତାର, ନବୀକରଣ ଓ ଆଧୁନିକୀକରଣର ଶିଳାନ୍ୟାସ କରିବେ। ଭବାନିସାଗର ଡ୍ୟାମ ଓ କେନାଲ ପ୍ରଣାଳୀ ୧୯୫୫ରେ ସଂପୂର୍ଣ୍ଣ ହୋଇଥିଲା। ଲୋୟର ଭବାନି ପ୍ରଣାଳୀରେ ଲୋୟର ଭବାନି ପରିଯୋଜନା କେନାଲ ପ୍ରଣାଳୀ, ଆରାକାନ କୋଟ୍ଟାଇ ଓଥଡାପାଲ୍ଲି କେନାଲ ସାମିଲ ରହିଛି। ଏହାଦ୍ୱାରା ଇରୋଡ, ତିରୁପୁର ଓ କରୁର ଜିଲ୍ଲାର ୨ ଲକ୍ଷ ଏକରରୁ ଅଧିକ ଜମି ଜଳସେଚିତ ହୋଇଥାଏ । ଲୋୟର ଭବାନୀ ପରିଯୋଜନା ପ୍ରଣାଳୀର ବିସ୍ତାର, ନବୀକରଣ ଓ ଆଧୁନିକୀକରଣ ପାଇଁ ନାବାର୍ଡ ଭିତ୍ତିଭୂମି ବିକାଶ ସହାୟତା ପାଣ୍ଠିରୁ ୯୩୪ କୋଟିଟଙ୍କା ବିନିଯୋଗ କରାଯିବ। ବର୍ତ୍ତମାନର ଜଳସେଚନ ଭିତ୍ତିଭୂମିକୁ ବଜାୟ ରଖିବା ଓ କେନାଲ ଗୁଡିକର ଦକ୍ଷତାବୃଦ୍ଧି ଏହାର ମୁଖ୍ୟଲକ୍ଷ୍ୟ। କେନାଲ ବ୍ୟବସ୍ଥା ସୁଧାରିବା ସହ ୮୨୪ ସ୍ଲୁଇସଫାଟକ, ୧୭୬ଡ୍ରେନ ଓ ୩୨ଟି ପୋଲର ମରାମତି ଓ ପୁନଃନିର୍ମାଣ କରାଯିବ।

ପ୍ରଧାନମନ୍ତ୍ରୀ ୮ଲେନ ବିଶିଷ୍ଟ କୋରମ ପଲ୍ଲମପୋଲଓ ଭି.ଓଚିଦାମ୍ବରନାର ବନ୍ଦର ସ୍ଥିତ ରେଳଓଭର ବ୍ରିଜ ଉଦଘାଟନ କରିବେ। ଏହା ଭାରତର ଏକ ପ୍ରମୁଖ ବନ୍ଦର। ବର୍ତ୍ତମାନ କୋରାମପଲ୍ଲମ ପୋଲଦେଇ ବନ୍ଦରରୁ ୭୬ ପ୍ରତିଶତ ମାଲ ପରିବହନ ଯାଆସ କରୁଛି। ଏହି୧୪ ମିଟର ରାସ୍ତାଥିବା ପୋଲ୧୯୬୪ଆରମ୍ଭ ବେଳକୁ ନିର୍ମିତ ହୋଇଥିଲା। ଦୈନିକ ହାରାହାରି ପ୍ରାୟ ୩ହଜାର ଅତ୍ୟଧିକ ବୋଝେଇ ମାଲଟ୍ରକ ଏହି ପୋଲ ଦେଇ ଯିବାଆସିବା କରିଥାଏ। ଫଳରେ ରାସ୍ତାରେ ବହୁ ସମୟ ଧରି ଟ୍ରାଫିକ ଜାମ ଲାଗି ରହିବା ଯୋଗୁଁ ବିଳମ୍ବ ହେଉଛି ଓ ଅଧିକ ସମୟ ଲାଗୁଛି। ସୁରୁଖୁରୁରେ ମାଲପରିବହନ ଓ ବନ୍ଦରାଞ୍ଚଳରେ ଟ୍ରାଫିକ ଜାମ ଏଡାଇବା ପାଇଁ କୋରାମପଲ୍ଲମପୋଲ ଓ ରେଳଓଭର ବ୍ରିଜକୁ ୮ଲେନ ବିଶିଷ୍ଟ କରାଯାଇଛି। ପୋଲର ଉଭୟପାଶ୍ୱର୍କୁ ପ୍ରଶସ୍ତ କରାଯିବା ସହ ଦୁଇଟି ଲେନ (୮.୫ମିଟର) ଯୋଡାଯାଇଛି। ସେହିପରି ଟିଟିପିଏସ ସର୍କଲରୁ ସିଟିଲିଙ୍କ ସର୍କଲ ପର୍ଯ୍ୟନ୍ତ ପିଚୁ ରାସ୍ତାର ଉଭୟ ପାଶ୍ୱର ର୍ପ୍ରଶସ୍ତ ହୋଇଛି। ୪୨କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ପ୍ରକଳ୍ପ ପାଇଁ ସାଗରମାଳା ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଭି.ଓଚିଦାମ୍ବରନାର ବନ୍ଦରରେ ୫ମେଗାୱାଟ କ୍ଷମତାସମ୍ପନ୍ନ ଗ୍ରୀଡ ସହ ସଂଯୁକ୍ତ ଏକ ସୌରବିଦ୍ୟୁତ ପ୍ରକଳ୍ପ ଶିଳାନ୍ୟାସ କରିବେ। ଏହାର ନିର୍ମାଣରେ ୨୦ କୋଟିଟଙ୍କା ବ୍ୟୟହେବ। ଏଠାରୁ ବର୍ଷକୁ ୮୦ଲକ୍ଷ ୟୁନିଟ ବିଦ୍ୟୁତ ଉତ୍ପାଦନ ହେବ। ଫଳରେ ବନ୍ଦରର ମୋଟ ବିଦ୍ୟୁତର ୫୬ପ୍ରତିଶତ ଚାହିଦା ପୂରଣ ହୋଇପାରିବ ଓ କାର୍ବନ ନିଃସରଣକମିବ।

ଜୀବନଯାତ୍ରା ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ଜୀବନ ଧାରଣରମାନ ଉନ୍ନତ କରିବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ପ୍ରକଳ୍ପ ଅନ୍ତର୍ଗତ ବସ୍ତିବାସିନ୍ଦାଙ୍କ ଥଇଥଆନ ପାଇଁ ନିର୍ମିତ ଆବାସଗୁଡିକ ଉଦଘାଟନ କରିବେ। ତିରୁପୁରର ଭିରାପାଣ୍ଡିରେ ୧୨୮୦ଆବାସ, ତିରୁପୁରରଥିରୁ କୁମାରନନଗର ୧୨୪୮ଟି, ମଦୁରାଇର ରାଜାକ୍କୁର ଫେଜ-୨ରେ ୧୦୮୮ ଘର ଓ ତ୍ରିଚିରଇ ରୁଙ୍ଗଲୁରରେ ୫୨୮ଟି ଆବାସ ତାମିଲନାଡୁ ସ୍ଲମ କ୍ଲିୟରାନ୍ସ ବୋର୍ଡନିର୍ମାଣ କରିଛି। ଏହି ଘର ଗୁଡିକ ନିର୍ମାଣ ପାଇଁ ୩୩୦କୋଟିରୁ ଅଧିକଟଙ୍କା ଖର୍ଚ୍ଚହୋଇଛି। ସହରାଞ୍ଚଳର ଦରିଦ୍ର ବସ୍ତିବାସୀଙ୍କ ପାଇଁ ୪ଶହ ବର୍ଗମିଟର ପ୍ଲିନଥ ଏରିଆର ଘରସାଙ୍ଗକୁ ବହୁମୁଖୀହଲ, ରୋଷେଇଘର, ଗାଧୁଆଘର, ଶୌଚାଳୟ ନିର୍ମିତ ହୋଇଛି। ଏହା ବ୍ୟତୀତ ପିଚୁରାସ୍ତା, ଷ୍ଟ୍ରିଟଲାଇଟ, ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ରାସନଦୋକାନ, ଅଙ୍ଗନ ୱାଡିକେନ୍ଦ୍ର, ପାଠାଗାର ଓ ଦୋକାନ ଘର ନିର୍ମିତ ହୋଇଛି।

ପ୍ରଧାନମନ୍ତ୍ରୀକୋଏମ୍ବାଟୁର, ମଦୁରାଇ, ସାଲେମ, ତାଞ୍ଜାଭୁର, ଭେଲୋର, ତିରୁଚିରାପଲ୍ଲୀ, ତିରୁପୁର, ତିରୁନେଲଭେଲି ଓଥୁଠୁକୁଡି ଭଳି ୯ଟି ସ୍ମାର୍ଟ ସିଟିରେ ସମନ୍ୱିତ କମାଣ୍ଡ ଓ ନିୟନ୍ତ୍ରଣକେନ୍ଦ୍ର (ଆଇସିସିସି)ର ଶିଳାନ୍ୟାସ କରିବେ। ଏହି କେନ୍ଦ୍ରଗୁଡିକ ୧୦୭ କୋଟିଟଙ୍କା ବ୍ୟୟରେ ବିକଶିତ କରାଯିବ । ଏଠାରେ ସରକାରୀ ସେବାପ୍ରଦାନ କରାଯିବା ସହ ତଥ୍ୟଭିତିକ ସିଦ୍ଧାନ୍ତ ଗ୍ରହଣକରାଯିବ।

ପଣ୍ଡିଚେରୀରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ସତାନାଥପୁରମ- ନାଗପଟ୍ଟିନମ ମଧ୍ୟରେ ୫୬କିଲୋମିଟର ଦୀର୍ଘଜାତୀୟ ରାଜପଥ ୪୫-ଏକୁ ଚାରିଲେନ ବିଶିଷ୍ଟ କରିବା ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ଦ୍ୱାରା କରାଇକାଲ ଜିଲ୍ଲାର ଭିଲ୍ଲୁପୁରମରୁ ନାଗପଟ୍ଟିନମ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ହେବ। ଏହି ପ୍ରକଳ୍ପରେ ୨୪୨୬ କୋଟିଟଙ୍କା ବିନିଯୋଗ ହେବ। ପ୍ରଧାନମନ୍ତ୍ରୀ ଏହି ଅବସରରେ କରାଇକାଲ ଜିଲ୍ଲାର ଜିପମେର ମେଡିକାଲ କଲେଜ ବିଲ୍ଡିଂର ନୂଆ କ୍ୟାମ୍ପସର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପରେ ୪୯୧ କୋଟି ଟଙ୍କା ବିନିଯୋଗ ହେବ। ପ୍ରଧାନମନ୍ତ୍ରୀପଣ୍ଡିଚେରୀରେ ସାଗରମାଳା ଯୋଜନା ଅନ୍ତର୍ଗତ ଏକ ଛୋଟ ବନ୍ଦରର ଶିଳାନ୍ୟାସ କରିବେ। ୪୪କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଏହି ବନ୍ଦର ପ୍ରକଳ୍ପ ଚେନ୍ନାଇ ସହିତ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ କରିବା ସହ ପଣ୍ଡିଚେରୀର ବିଭିନ୍ନ ଶିଳ୍ପସଂସ୍ଥାକୁ ମାଲପରିବହନ ସୁବିଧା ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ପଣ୍ଡିଚେରୀର ଇନ୍ଦିରା ଗାନ୍ଧି ସ୍ପୋର୍ଟସ କମ୍ପ୍ଲେକ୍ସରେ ସିନ୍ଥେଟିକ ଆଥଲେଟିକ ଟ୍ରାକପ୍ରକଳ୍ପର ଶିଳାନ୍ୟାସ କରିବେ। ବର୍ତ୍ତମାନର ସିଣ୍ଡରଟ୍ରାକଟି ପୁରୁଣା ହୋଇଯାଇଛି। ଏହିପ୍ରକଳ୍ପରେ ୭କୋଟି ଟଙ୍କା ବିନିଯୋଗ ହେବ।

ପ୍ରଧାନମନ୍ତ୍ରୀ ପଣ୍ଡିଚେରୀର ରଜୱାହର ଲାଲ ଇନଷ୍ଟଚ୍ୟୁଟ ଅଫ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ(ଜେଆଇପିଏମଇଆର)ରେ ବ୍ଲଡସେଣ୍ଟର ଉଦଘାଟନ କରିବେ । ଏଠାରେ ବ୍ଲଡବ୍ୟାଙ୍କକର୍ମଚାରୀଙ୍କୁ ପ୍ରଶିକ୍ଷଣ, ରକ୍ତସଂଗ୍ରହଣ ଓ ରୋଗୀଙ୍କୁ ରକ୍ତପ୍ରଦାନ ସଂକ୍ରାନ୍ତରେ ବିଭିନ୍ନ ଧରଣର ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ପ୍ରକଳ୍ପରେ୨୮କୋଟି ଟଙ୍କା ବିନିଯୋଗ ହୋଇଛି।

ପ୍ରଧାନମନ୍ତ୍ରୀ ପଣ୍ଡିଚେରୀର ଲଜପେଟରେ ଏକଶହଶଯ୍ୟା ବିଶିଷ୍ଟ ଗାର୍ଲସ ହଷ୍ଟେଲ ଉଦ୍ଘାଟନ କରିବେ। ମହିଳା କ୍ରୀଡାବିତଙ୍କ ପାଇଁ ସ୍ପୋର୍ଟସ ଅଥରିଟି ଅଫଇଣ୍ଡିଆ ଆନୁକୂଲ୍ୟରେ ୧୨କୋଟି ଟଙ୍କା ବିନିଯୋଗରେ ଏହା ନିର୍ମାଣ ହୋଇଛି। ଶ୍ରୀନରେନ୍ଦ୍ର ମୋଦୀ ଇତିହାସ ସହ ଜଡିତ ପୁନଃନିର୍ମିତ ହେରିଟେଜମେରି ବିଲ୍ଡିଂର ଦଘାଟନ କରିବେ। ଫରାସୀମାନେଏହି ଭବନନିର୍ମାଣ କରିଥିଲେ। ଏହି ଭବନ ବି ନିର୍ମାଣରେ ୧୫ କୋଟି ଟଙ୍କା ବ୍ୟୟ ହୋଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Dr. Babasaheb Ambedkar in the Parliament complex
April 14, 2026

The Prime Minister, Shri Narendra Modi has paid homage to Dr. Babasaheb Ambedkar in the Parliament complex earlier today.

The Prime Minister wrote on X;

“Paid homage to Dr. Babasaheb Ambedkar in the Parliament complex earlier today.”