ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ନିକୋସ କ୍ରୀଷ୍ଟୋଡୋଲିଡେସ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫-୧୬ ଜୁନ୍, ୨୦୨୫ ମଧ୍ୟରେ ସାଇପ୍ରସକୁ ସରକାରୀ ଗସ୍ତରେ ଯିବେ । ଦୁଇ ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସାଇପ୍ରସ ଗସ୍ତ ହେବ । ନିକୋସିଆରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କ୍ରୀଷ୍ଟୋଡୋଲିଡେସ୍ଙ୍କ ସହ ଆଲୋଚନା କରିବେ ଏବଂ ଲିମାସୋଲରେ ବ୍ୟାପାର ଜଗତର ପ୍ରମୁଖ ବ୍ୟକ୍ତିମାନଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ସହ ଭୂମଧ୍ୟସାଗରୀୟ କ୍ଷେତ୍ର ଏବଂ ୟୁରୋପୀୟ ସଂଘ ସହିତ ଭାରତର ଭାଗିଦାରୀକୁ ମଜବୁତ୍ କରିବା ପାଇଁ ଦୁଇ ଦେଶର ମିଳିତ ପ୍ରତିବଦ୍ଧତାକୁ ନିଶ୍ଚିତ କରିବ ।

ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ଜୁନ୍ ମଧ୍ୟରେ ଜି-୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ କାନାଡ଼ାର କାନାନାସ୍କିସ୍ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ କ୍ରମାଗତ ଷଷ୍ଠ ଥର ପାଇଁ ଜି-୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବେ । ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜି-୭ ନେତୃବୃନ୍ଦଙ୍କୁ, ଅନ୍ୟାନ୍ୟ ଦେଶର ନେତା ସମୂହ ଏବଂ ଆନ୍ତର୍ଜାତିକ ସଙ୍ଗଠନ ଗୁଡ଼ିକର ମୁଖ୍ୟଙ୍କ ସହ ଶକ୍ତି ସୁରକ୍ଷା, ପ୍ରାଦ୍ୟାଗିକୀ ଏବଂ ନବାଚାର, ବିଶେଷ କରି ଏଆଇ-ଏନର୍ଜି ମେଣ୍ଟ ଏବଂ କ୍ୱାଣ୍ଟମ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିବେ । ଶିଖର ସମ୍ମଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ।

ଗସ୍ତର ଶେଷ ପର୍ଯ୍ୟାୟରେ କ୍ରୋଏସିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଆନେ୍ଦ୍ରଜ ପ୍ଲେଙ୍କୋଭିସ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ୧୮ ଜୁନ୍ ୨୦୨୫ରେ ଏକ ସରକାରୀ ଗସ୍ତରେ ଯିବେ । ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କ୍ରୋଏସିଆ ଗସ୍ତ ହେବ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସେଠାରେ ପ୍ରଧାନମନ୍ତ୍ରୀ ପ୍ଲେଙ୍କୋଭିସ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ କ୍ରୋଏସିଆର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋରାନ୍ ମିଲନୋଭିସଙ୍କୁ ମଧ୍ୟ ଭେଟିବେ । କ୍ରୋଏସିଆ ଗସ୍ତ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରମାନଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତର ପ୍ରତିବଦ୍ଧତାକୁ ସୂଚାଇବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future