ପ୍ରଧାନମନ୍ତ୍ରୀ ଦାଉସା, ରାଜସ୍ଥାନରେ ୧୮,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିବେ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
ପ୍ରଧାନମନ୍ତ୍ରୀ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ ୱେର ଦିଲ୍ଲୀ - ଦାଉସା - ଲାଲସୋଟ ବିଭାଗକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ - ଏହି ବିଭାଗ ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଯାତ୍ରା ସମୟକୁ ପ୍ରାୟ ୫ ଘଣ୍ଟାରୁ ପ୍ରାୟ ୩,୫ ଘଣ୍ଟାକୁ ହ୍ରାସ କରିବ
ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ଠାରେ ଏରୋ ଇଣ୍ଡିଆ ୨୦୨୩ ର ୧୪ ତମ ସଂସ୍କରଣର ଉଦ୍‌ଘାଟନ କରିବେ
ଏରୋ ଇଣ୍ଡିଆ ୨୦୨୩ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱର୍ଲ୍ଡ' ଅନୁଯାୟୀ ସ୍ୱଦେଶୀ ଯନ୍ତ୍ରପାତି / ପ୍ରଯୁକ୍ତି ବିଦ୍ୟା ଗୁଡିକର ପ୍ରଦର୍ଶନ ଏବଂ ବିଦେଶୀ କମ୍ପାନୀ ଗୁଡ଼ିକଙ୍କ ସହିତ ସହଭାଗିତା ଉପରେ ଧ୍ୟାନ କେନ୍ଦ୍ରିତ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୨ ତାରିଖରେ ରାଜସ୍ଥାନ ଏବଂ ୧୩ ଫେବୃଆରୀରେ କର୍ଣ୍ଣାଟକ ଗସ୍ତ କରିବେ । 

ପ୍ରଧାନମନ୍ତ୍ରୀ ଫେବୃଆରୀ ୧୨ ତାରିଖରେ, ପ୍ରାୟ ୩ଟା ସମୟରେ ଦାଉସାରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ପହଂଚିବେ ଏବଂ ୧୮,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡକ ବିକାଶ ପ୍ରକଳ୍ପ ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । 

ଫେବୃଆରୀ ୧୩ ତାରିଖରେ, ପ୍ରାୟ ୯:୩୦ ସମୟରେ, ସେ ବେଙ୍ଗାଲୁରୁର ୟେଲହାଙ୍କା ବାୟୁସେନା ଷ୍ଟେସନରେ ଏରୋ ଇଣ୍ଡିଆ ୨୦୨୩ ର ୧୪ ତମ ସଂସ୍କରଣର ଉଦ୍‌ଘାଟନ କରିବେ ।

ଦାଉସାରେ ପ୍ରଧାନମନ୍ତ୍ରୀ 

ନୂତନ ଭାରତରେ ଅଭିବୃଦ୍ଧି, ବିକାଶ ଏବଂ ସଂଯୋଗର ଇଞ୍ଜିନ୍ ଭାବରେ ଉତ୍କୃଷ୍ଟ ସଡକ ଭିତ୍ତିଭୂମି ସଂରଚନା ନିର୍ମାଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ଦେଶରେ ଚାଲିଥିବା ଅନେକ ବିଶ୍ୱ ସ୍ତରୀୟ ଏକ୍ସପ୍ରେସୱେ ନିର୍ମାଣ ଦ୍ୱାରା ଅନୁଭବ କରାଯାଇ ପାରୁଛି । ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ, ଯାହାର ପ୍ରଥମ ସଂପୂର୍ଣ୍ଣ ବିଭାଗ ଦିଲ୍ଲୀ - ଦାଉସା - ଲାଲସୋଟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ।

ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେର ୨୪୬ କିଲୋମିଟର ଦୀର୍ଘ ଦିଲ୍ଲୀ - ଦାଉସା - ଲାଲସୋଟ ବିଭାଗ ୧୨,୧୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହୋଇଛି । ଏହି ବିଭାଗ ଚାଲୁ ହେବା ଦ୍ୱାରା ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଯାତ୍ରା ସମୟ ୫ ଘଣ୍ଟାରୁ ପ୍ରାୟ ୩.୫ ଘଣ୍ଟାକୁ ହ୍ରାସ ହେବ ଏବଂ ସମଗ୍ର ଅଞ୍ଚଳର ଅର୍ଥନୈତିକ ବିକାଶରେ ଏହା ଏକ ପ୍ରମୁଖ ଯୋଗଦାନ ଦେବ । 

ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ୧,୩୮୬ କିଲୋମିଟର ଲମ୍ବ ସହିତ ଭାରତର ଦୀର୍ଘତମ ଏକ୍ସପ୍ରେସୱେ ହେବ । ଏହା ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ଦୂରତାକୁ ୧୪୨୪ କିଲୋମିଟରରୁ ୧୨୪୨ କିଲୋମିଟର ଅର୍ଥାତ୍ ୧୨% ହ୍ରାସ କରିବ ଏବଂ ଏହା ଦ୍ୱାରା ଯାତ୍ରା ସମୟ ୨୪ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଅର୍ଥାତ୍ ୫୦% ହ୍ରାସ ପାଇବ । ଏହା ଛଅଟି ରାଜ୍ୟ, ଯଥା : ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ମହାରାଷ୍ଟ୍ର ଦେଇ ଯିବ ତଥା କୋଟା, ଇନ୍ଦୋର, ଜୟପୁର, ଭୋପାଳ, ଭଦୋଦରା ଏବଂ ସୁରଟ ଭଳି ପ୍ରମୁଖ ସହରକୁ ସଂଯୋଗ କରିବ । 

ଏକ୍ସପ୍ରେସୱେ ୯୩ ପିଏମ୍ ଗତି ଶକ୍ତି ଆର୍ଥିକ ବିନ୍ଦୁ (ନୋଡ୍‌ସ), ୧୩ଟି ବନ୍ଦର, ୮ଟି ପ୍ରମୁଖ ବିମାନ ବନ୍ଦର ଏବଂ ୮ ଟି ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କ (ଏମ୍‌ଏମ୍‌ଏଲ୍‌ପି) ସହିତ ଜେୱାର ବିମାନବନ୍ଦର, ନବୀ ମୁମ୍ବାଇ ବିମାନ ବନ୍ଦର ଏବଂ ଜେଏନ୍‌ପିଟି ବନ୍ଦର ଭଳି ନୂତନ ଗ୍ରୀନ୍ ଫିଲ୍ଡ ବିମାନ ବନ୍ଦରକୁ ମଧ୍ୟ ସେବା ପ୍ରଦାନ କରିବ । ଏକ୍ସପ୍ରେସୱେ ସମସ୍ତ ନିକଟବର୍ତ୍ତୀ ଅଞ୍ଚଳର ବିକାଶ ପଥରେ ଏକ ଉତ୍‌ପ୍ରେରକ ପ୍ରଭାବ ପକାଇବ, ଯାହା ଦ୍ୱାରା ଦେଶର ଆର୍ଥିକ ପରିବର୍ତ୍ତନରେ ଏହାର ଏକ ପ୍ରମୁଖ ଅବଦାନ ରହିବ ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ୫୯୪୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ୨୪୭ କିଲୋମିଟର ଦୀର୍ଘ ଜାତୀୟ ରାଜପଥ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏଥିରେ ୨୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ବାନ୍ଦିକୁଇରୁ ଜୟପୁର ପର୍ଯ୍ୟନ୍ତ ୬୭ କିଲୋମିଟର ଲମ୍ବା ଚାରି ଲେନ ବିଶିଷ୍ଟ ସ୍ପର ରାସ୍ତା, କୋଟପୁତଲି ଠାରୁ ବଡାଓଦାନିୟୋ ପର୍ଯ୍ୟନ୍ତ ଛଅ ଲେନ୍ ବିଶିଷ୍ଟ ରାସ୍ତା ପ୍ରାୟ ୩୭୭୫ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଯାଉଛି ଏବଂ ପ୍ରାୟ ଲାଲସୋଟ - କରୋଲି ବିଭାଗର ଦୁଇ ଲେନ ବିଶିଷ୍ଟ ସମାନ ସ୍ତରର ରାଜମାର୍ଗ, ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ବିକଶିତ କରାଯାଉଛି ।

ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁର ୟେଲହାଙ୍କା ବାୟୁସେନା ଷ୍ଟେସନରେ ଏରୋ ଇଣ୍ଡିଆ ୨୦୨୩ ର ୧୪ ତମ ସଂସ୍କରଣର ଉଦ୍‌ଘାଟନ କରିବେ । ଏରୋ ଇଣ୍ଡିଆ ୨୦୨୩ ର ବିଷୟବସ୍ତୁ ହେଉଛି "ଦ ରନୱେ ଟୁ ଏ ବିଲିୟନ ଅପର୍ଚ୍ୟୁନିଟିଜ୍‌’ ଅର୍ଥାତ୍ ଏକ ବିଲିଅନ ସୁଯୋଗ ନିମନ୍ତେ ଉଡାଣ ପଥ ।

ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱର୍ଲ୍ଡ' ର ଦୃଷ୍ଟିକୋଣ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ସ୍ୱଦେଶୀ ଉପକରଣ / ପ୍ରଯୁକ୍ତି ବିଦ୍ୟାକୁ ପ୍ରଦର୍ଶନ କରିବା ଏବଂ ବିଦେଶୀ କମ୍ପାନୀ ଗୁଡିକଙ୍କ ସଙ୍ଗେ ସହଭାଗିତା ଗଠନ ଉପରେ ଧ୍ୟାନ କେନ୍ଦ୍ରିତ ହେବ । ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ମଧ୍ୟ ପ୍ରଦର୍ଶିତ ହେବ, କାରଣ ଏହି କାର୍ଯ୍ୟକ୍ରମ ଡିଜାଇନ୍ ନେତୃତ୍ୱରେ ଦେଶର ପ୍ରଗତି, ୟୁଏବି କ୍ଷେତ୍ରରେ ଅଭିବୃଦ୍ଧି, ପ୍ରତିରକ୍ଷା ସ୍ଥାନ ଏବଂ ଭବିଷ୍ୟତ ଟେକ୍ନୋଲୋଜିରେ ଦେଶର ଅଗ୍ରଗତି ପ୍ରଦର୍ଶନ କରିବ । ଆହୁରି ମଧ୍ୟ, ଏହି କାର୍ଯ୍ୟକ୍ରମ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଲ୍‌ସିଏ) - ତେଜସ୍‌, ଏଚ୍‌ଟିଟି - ୪୦ , ଡୋର୍ନିଅର୍ ଲାଇଟ୍ ୟୁଟିଲିଟି ହେଲିକପ୍ଟର, ଲାଇଟ୍ କମ୍ବାଟ ହେଲିକପ୍ଟର (ଏଲ୍‌ସିଏଚ୍‌) ଏବଂ ଉନ୍ନତ ଲାଇଟ୍ ହେଲିକପ୍ଟର (ଏଏଲ୍‌ଏଚ୍‌) ଭଳି ସ୍ୱଦେଶୀ ବାୟୁ ପ୍ଲାଟଫର୍ମ ରପ୍ତାନିକୁ ପ୍ରୋତ୍ସାହିତ କରିବ । ଏହି କାର୍ଯ୍ୟକ୍ରମ ଘରୋଇ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟ- ଅପ୍ ଗୁଡ଼ିକୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକୀକରଣ କରିବାରେ ଏବଂ ସହ - ବିକାଶ ଏବଂ ସହ - ଉତ୍ପାଦନ ପାଇଁ ସହଭାଗିତା ସହିତ ବିଦେଶୀ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବାରେ ସାହାଯ୍ୟ କରିବ ।

ଏରୋ ଇଣ୍ଡିଆ ୨୦୨୩ ରେ ୮୦ ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ । ପ୍ରାୟ ୩୦ ଟି ଦେଶର ମନ୍ତ୍ରୀ ଏବଂ ବିଶ୍ୱ ତଥା ଭାରତୀୟ ଓଇଏମ୍‌ର ୬୫ ସିଇଓ ଏରୋ ଇଣ୍ଡିଆ ୨୦୨୩ ରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି ।

ଏରୋ ଇଣ୍ଡିଆ ୨୦୨୩ ପ୍ରଦର୍ଶନୀରେ ପ୍ରାୟ ୧୦୦ ବିଦେଶୀ ଏବଂ ୭୦୦ ଭାରତୀୟ କମ୍ପାନୀ ସମେତ ୮୦୦ ରୁ ଅଧିକ ପ୍ରତିରକ୍ଷା କମ୍ପାନୀ ଗୁଡିକ ଅଂଶଗ୍ରହଣ କରିବେ । ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରୁଥିବା ଭାରତୀୟ କମ୍ପାନୀ ଗୁଡିକରେ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟ ଅପ୍ ଗୁଡିକ ଅନ୍ତର୍ଭୁକ୍ତ, ଯାହା ଦେଶରେ ଟେକ୍ନୋଲୋଜିର ଅଗ୍ରଗତି, ଏରୋସ୍ପେସ୍‌ରେ ଅଭିବୃଦ୍ଧି ଏବଂ ପ୍ରତିରକ୍ଷା ସାମର୍ଥ୍ୟ ଗୁଡିକର ପ୍ରଦର୍ଶନ କରିବ । ଏରୋ ଇଣ୍ଡିଆ ୨୦୨୩ ର ପ୍ରମୁଖ ପ୍ରଦର୍ଶକ ମଧ୍ୟରେ ଏୟାରବସ୍‌, ବୋଇଂ, ଡାସଲ୍ଟ ଆଭିଏସନ୍‌, ଲକ୍‌ହିଡ୍ ମାର୍ଟିନ୍‌, ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରି, ବ୍ରାହ୍ମୋସ୍ ଏରୋସ୍ପେସ୍‌, ଆର୍ମି ଆଭିଏସନ୍‌, ଏଚ୍‌ସି ରୋବୋଟିକ୍ସ, ଏସ୍‌ଏଏବି, ସଫ୍ରାନ୍‌, ରୋଲ୍ସ ରଏସ୍‌, ଲାର୍ସେନ୍ ଆଣ୍ଡ ଟ୍ୟୁବ୍ରୋ, ଭାରତ ଫର୍ଜ ଲିମିଟେଡ୍‌, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‌), ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବିଇଏଲ୍‌), ଭାରତ ଡାଇନାମିକ୍ସ ଲିମିଟେଡ୍ (ବିଡିଏଲ୍‌) ଏବଂ ବିଇଏମ୍‌ଏଲ୍ ଲିମିଟେଡ୍ ଅନ୍ତର୍ଭୁକ୍ତ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
APEDA Facilitates First Export Of Premium Areko Cherries And Scentrose Plums From J&K To Singapore

Media Coverage

APEDA Facilitates First Export Of Premium Areko Cherries And Scentrose Plums From J&K To Singapore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 19, 2026
July 19, 2026

Exports Booming, Skies Opening, Energy Transforming — PM Modi’s India in Full Flight