ପ୍ରଧାନମନ୍ତ୍ରୀ ଓଡ଼ିଶାର ସମ୍ବଲପୁରରେ ୬୮,୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ
ପ୍ରାକୃତିକ ଗ୍ୟାସ, କୋଇଲା ଏବଂ ଶକ୍ତି ଉତ୍ପାଦନ ସହ ଜଡିତ ଏକାଧିକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ ମାଧ୍ୟମରେ ଶକ୍ତି କ୍ଷେତ୍ରକୁ ବଡ଼ ପ୍ରୋତ୍ସାହନ ମିଳିବ
ସଡ଼କ, ରେଳବାଇ ଓ ଉଚ୍ଚଶିକ୍ଷା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ
ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ଯାହାର ସ୍ଥାପତ୍ୟ ଶୈଳଶ୍ରୀ ପ୍ୟାଲେସ ଦ୍ୱାରା ଅନୁପ୍ରାଣିତ
ଗୌହାଟୀରେ ୧୧,୦୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
କାମାକ୍ଷା ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବା ପାଇଁ ମା’ କାମାକ୍ଷା ଦିବ୍ୟ ପରିଯୋଜନାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଗୌହାଟୀରେ ପ୍ରକଳ୍ପଗୁଡିକ ମୁଖ୍ୟ ଲକ୍ଷ୍ୟବଦ୍ଧ କ୍ଷେତ୍ର ଭାବେ କ୍ରୀଡ଼ା ଓ ଚିକିତ୍ସା ଭିତ୍ତିଭୂମି ଏବଂ ଯୋଗାଯୋଗକୁ ପ୍ରୋତ୍ସାହିତ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩-୪ ଫେବ୍ରୁଆରୀ ୨୦୨୪ରେ ଓଡ଼ିଶା ଏବଂ ଆସାମ ଗସ୍ତ କରିବେ ।

ଫେବ୍ରୁଆରୀ ୩ ତାରିଖ ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସମ୍ବଲପୁରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ୬୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରିବେ। ଫେବ୍ରୁଆରୀ ୪ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ପ୍ରଧାନମନ୍ତ୍ରୀ ଗୌହାଟୀରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ୧୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପଦକ୍ଷେପର ଉଦଘାଟନ ଓ ଶିଳାନ୍ୟାସ କରିବେ ।

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ

ଦେଶର ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁରୂପ ଓଡ଼ିଶାର ସମ୍ବଲପୁରରେ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମରେ ଶକ୍ତି କ୍ଷେତ୍ରର ଉନ୍ନତି ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ପ୍ରତି ସମର୍ପଣ ଓ ଶିଳାନ୍ୟାସ କରାଯିବ।

ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପ (ଜେଏଚବିଡିପିଏଲ୍)ର 'ଧାମରା-ଅନୁଗୁଳ ପାଇପଲାଇନ ସେକ୍ସନ୍' (୪୧୨ କିଲୋମିଟର)'କୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। 'ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା' ଅଧୀନରେ ୨୪୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ୍ ଗ୍ରିଡ୍ ସହ ସଂଯୋଗ କରିବ । ପ୍ରଧାନମନ୍ତ୍ରୀ ମୁମ୍ବାଇ-ନାଗପୁର-ଝାରସୁଗୁଡ଼ା ପାଇପଲାଇନର 'ନାଗପୁର ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନ' (୬୯୨ କିଲୋମିଟର)'ର ଶିଳାନ୍ୟାସ କରିବେ । ୨୬୬୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପ ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ରାଜ୍ୟରେ ପ୍ରାକୃତିକ ବାଷ୍ପ ଉପଲବ୍ଧତାରେ ଉନ୍ନତି ଆଣିବ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୮,୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିବେ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨×୮୦୦ ମେଗାୱାଟ୍) ଏବଂ ଏନ୍ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧x୨୫୦ ମେଗାୱାଟ୍) ଅନ୍ତର୍ଭୁକ୍ତ। ସେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଏନଟିପିସି ତାଳଚେର ତାପଜ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ୍‌-୩ (୨×୬୬୦ ମେଗାୱାଟ)ର ଶିଳାନ୍ୟାସ କରିବେ । ଏହି ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟକୁ ଶସ୍ତାରେ ବିଜୁଳି ଯୋଗାଣ କରିବ।

ପ୍ରଧାନମନ୍ତ୍ରୀ ୨୭,୦୦୦ କୋଟିରୁ ଅଧିକ ମୂଲ୍ୟର ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ (ଏନଏଲସି) ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସୁଦୃଢ଼ କରିବା ପାଇଁ ଏହି ଅତ୍ୟାଧୁନିକ ପ୍ରକଳ୍ପ ଦେଶର ଶକ୍ତି ନିରାପତ୍ତା ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ସହ ଦେଶର ଆର୍ଥିକ ଅଭିବୃଦ୍ଧି ଓ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ବିଶ୍ୱସନୀୟ, ସୁଲଭ ଏବଂ ୨୪ ଘଣ୍ଟିଆ ବିଦ୍ୟୁତ ଶକ୍ତି ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡର କୋଇଲା ଭିତ୍ତିଭୂମି ପ୍ରକଳ୍ପକୁ ଉଦଘାଟନ କରିବେ, ଯେଉଁଥିରେ ଅନୁଗୁଳ ଜିଲ୍ଲାର ତାଳଚେର କୋଲଫିଲ୍ଡରେ ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱରୀ ଏଫଏମସି ପ୍ରକଳ୍ପ ଏବଂ ଲାଜକୁରା ରାପିଡ୍ ଲୋଡିଂ ସିଷ୍ଟମ (ଆରଏଲଏସ) ଅନ୍ତର୍ଭୁକ୍ତ । ପାଖାପାଖି ୨୧୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାରୁ ଶୁଷ୍କ ଇନ୍ଧନର ଗୁଣବତ୍ତା ଏବଂ ଯୋଗାଣକୁ ପ୍ରୋତ୍ସାହିତ କରିବ।  ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ୫୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଇବ୍ ଭ୍ୟାଲି ୱାଶେରୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହା ଗୁଣବତ୍ତା ପାଇଁ କୋଇଲା ପ୍ରକ୍ରିୟାକରଣରେ ଏକ ଆଦର୍ଶ ପରିବର୍ତ୍ତନକୁ ଚିହ୍ନିତ କରିବ, ଯାହା ଅଭିନବତା ଏବଂ ସ୍ଥାୟିତ୍ୱକୁ ସୂଚିତ କରିବ । ୮୭୮ କୋଟି ଟଙ୍କା ନିବେଶ ସହିତ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଝାରସୁଗୁଡ଼ା-ବରପାଲି-ସରଡେଗା ରେଳ ଲାଇନ୍ ଫେଜ୍-୧ର ୫୦ କିଲୋମିଟର ଲମ୍ବା ଦ୍ୱିତୀୟ ଟ୍ରାକ୍‌କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ।

ପାଖାପାଖି ୨୧୧୦ କୋଟି ଟଙ୍କା ବ୍ୟୟରେ ବିକଶିତ ଜାତୀୟ ରାଜପଥର ତିନୋଟି ସଡ଼କ କ୍ଷେତ୍ର ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୨୧୫ (ନୂତନ ଜାତୀୟ ରାଜପଥ ନଂ ୫୨୦)ର ରିମୁଳି-କୋଇଡା ସେକ୍ସନକୁ ୪ ଲେନ୍, ଜାତୀୟ ରାଜପଥ ୨୩ (ନୂଆ ଜାତୀୟ ରାଜପଥ ନଂ ୧୪୩)ର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍ ଏଣ୍ଡ ସେକ୍ସନର ୪ ଲେନ୍ ଏବଂ ୨୩ ନମ୍ବର ଜାତୀୟ ରାଜପଥ (ନୂଆ ଜାତୀୟ ରାଜପଥ ନଂ ୧୪୩)ର ବ୍ରାହ୍ମଣୀ ବାଇପାସ୍ ଏଣ୍ଡ-ରାଜାମୁଣ୍ଡା ସେକ୍ସନକୁ ୪ ଲେନ୍ କରିବା ଆଦି ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପଗୁଡ଼ିକ ଯୋଗାଯୋଗ ବୃଦ୍ଧି କରିବା ସହ ଅଞ୍ଚଳର ଆର୍ଥିକ ବିକାଶ ଦିଗରେ ମଧ୍ୟ ସହାୟକ ହେବ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିବେ। ଶୈଳଶ୍ରୀ ପ୍ୟାଲେସ ଦ୍ୱାରା ଅନୁପ୍ରାଣିତ ସମ୍ବଲପୁର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଶ୍ରୀ ମୋଦୀ ଶିଳାନ୍ୟାସ କରିବେ । ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ଲାଇନ (୧୬୮ କିଲୋମିଟର) ଏବଂ ଝାରତରଭା ସୋନପୁର ନୂଆ ରେଳଲାଇନ (୨୧.୭ କିଲୋମିଟର)କୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ଏହି ଅଞ୍ଚଳର ରେଳ ଯାତ୍ରୀଙ୍କ ପାଇଁ ଯୋଗାଯୋଗରେ ଉନ୍ନତି ଆଣିବ ।

ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବେ । ଏହାବ୍ୟତୀତ ସେ ଝାରସୁଗୁଡ଼ା ମୁଖ୍ୟ ଡାକଘର ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ଗୌହାଟୀରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଗୌହାଟୀରେ ୧୧,୦୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।

ତୀର୍ଥସ୍ଥଳକୁ ଆସୁଥିବା ଲୋକଙ୍କୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପ୍ରାଥମିକତା କ୍ଷେତ୍ର । ଏହି ପ୍ରୟାସର ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଯେଉଁ ପ୍ରମୁଖ ପ୍ରକଳ୍ପପାଇଁ ଶିଳାନ୍ୟାସ କରିବେ ସେଥିମଧ୍ୟରୁ ଗୋଟିଏ ପ୍ରମୁଖ ପ୍ରକଳ୍ପ ହେଉଛି ମା’ କାମାକ୍ଷା ଦିବ୍ୟ ପରିଯୋଜନା (ମା' କାମାକ୍ଷା ଆକ୍ସେସ୍ କରିଡର), ଯାହାକୁ ଉତ୍ତର-ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପଦକ୍ଷେପ (ପିଏମ୍-ଦେବୋତ୍ତର) ଯୋଜନା ଅଧୀନରେ ମଞ୍ଜୁର କରାଯାଇଛି। କାମାକ୍ଷା ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଏହା ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବ ।

ପ୍ରଧାନମନ୍ତ୍ରୀ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ସଡ଼କ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ, ଯେଉଁଥିରେ ଦକ୍ଷିଣ ଏସିଆ ଉପଆଞ୍ଚଳିକ ଅର୍ଥନୈତିକ ସହଯୋଗ (ସାସେକ) କରିଡର କନେକ୍ଟିଭିଟିର ଅଂଶ ଭାବରେ ୩୮ଟି ପୋଲ ସମେତ ୪୩ଟି ରାସ୍ତାର ଉନ୍ନତିକରଣ କରାଯିବ । ଦୋଳବାରୀରୁ ଜାମୁଗୁଡ଼ି ଏବଂ ବିଶ୍ୱନାଥ ଚାରିଆଳିରୁ ଗୋହପୁର ଭଳି ଦୁଇଟି ୪ ଲେନ୍ ବିଶିଷ୍ଟ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପଗୁଡ଼ିକ ଇଟାନଗରକୁ ଯୋଗାଯୋଗରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଏହି ଅଞ୍ଚଳର ସାମଗ୍ରିକ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।

ଏହି ଅଞ୍ଚଳର କ୍ରୀଡ଼ା ସମ୍ଭାବନାକୁ ଉପଯୋଗ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିବେ। ଚନ୍ଦ୍ରପୁରରେ ଏକ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଷ୍ଟାଡିୟମ ଏବଂ ନେହରୁ ଷ୍ଟାଡିୟମକୁ ଫିଫା ମାନଦଣ୍ଡ ଫୁଟବଲ ଷ୍ଟାଡିୟମ ଭାବରେ ଉନ୍ନତିକରଣ କରିବା ଏହି ପ୍ରକଳ୍ପ ଗୁଡିକ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଗୌହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଭିତ୍ତିଭୂମି ବିକାଶ ପାଇଁ ଶିଳାନ୍ୟାସ କରିବେ । ଏହାବ୍ୟତୀତ କରିମଗଞ୍ଜରେ ଏକ ମେଡିକାଲ କଲେଜର ବିକାଶ ପାଇଁ ମଧ୍ୟ ସେ ଶିଳାନ୍ୟାସ କରିବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
PM to Address Youth at Khelo India Dialogue on 27th August
August 26, 2026
Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform
Yuva Samvaad under Khelo India Dialogue to Focus on Five Key Themes: Sports, Olympic Aspirations, Youth Leadership, Viksit Bharat and Nasha Mukt Yuva

Prime Minister Shri Narendra Modi will address Khelo India Dialogue on 27th August at 11 AM via video conferencing. The programme aims to help the youth engage with India's sporting journey, share their aspirations, and contribute ideas for a stronger youth-led Viksit Bharat.

Organised by Mera Yuva Bharat (MY Bharat), as part of the National Sports Day 2026 celebrations, the programme will be conducted across the country with participation of youth at two colleges in every district across States and Union Territories. The programme is being held in line with the Prime Minister's vision of building a fit, disciplined and sporting nation while placing the aspirations of youth at the centre of the national development agenda.

The nationwide Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform. It will provide a direct channel for young people to engage with the country's sporting ambitions, while ensuring that their ideas and perspectives become part of the continuing conversation on India's youth and sports ecosystem.

The national programme will be followed by local interactions involving young participants, MY Bharat volunteers, local sportspersons and public representatives. A major feature of the initiative will be direct interaction between youth having interest in sports and leading Indian athletes and medal winners. A central feature of the programme will be Yuva Samvaad where Young participants will be invited to articulate their own ideas, perspectives and aspirations. The dialogue will be structured around five themes:

  • improving India's sports ecosystem through better facilities, coaching, sports science and inclusive participation;
  • nurturing talent for the 2036 Olympics via scientific talent identification, transparent selection and long-term athlete development;
  • creating youth leaders through governance platforms and MY Bharat-led volunteering;
  • empowering youth for Viksit Bharat by building civic mindedness, future-ready skills and structured volunteering;
  • promoting a Nasha Mukt Yuva movement that leverages sport and peer networks to fight substance abuse, reinforced by weekly Jan Bhagidari activities under PM's 100-week nationwide campaign launched on 2 August 2026.