ପ୍ରଧାନମନ୍ତ୍ରୀ ୨୯,୪୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ଗୋରେଗାଓଁ ମୁଲୁନ୍ଦ ଲିଙ୍କ୍ ସଡ଼କ ପ୍ରକଳ୍ପଠାରେ ଥାନେ ବୋରିଭ୍ୟାଲି ଯମଜ ଟନେଲ୍ ପ୍ରକଳ୍ପ ଏବଂ ଟନେଲ୍ କାର୍ଯ୍ୟର ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ମଧ୍ୟ ନବୀ ମୁମ୍ବାଇରେ କଲ୍ୟାଣ ୟାର୍ଡ ରିମଡେଲିଂ ଏବଂ ଗତି ଶକ୍ତି ମଲ୍ଟି ମୋଡାଲ କାର୍ଗୋ ଟର୍ମିନାଲର ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଲକ ଟର୍ମିନସ୍ ରେ ନୂଆ ପ୍ଲାଟଫର୍ମ୍ ଏବଂ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଷ୍ଟେସନରେ ପ୍ଲାଟଫର୍ମ ୧୦ ଓ ୧୧ର ସମ୍ପ୍ରସାରଣକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
ପ୍ରଧାନମନ୍ତ୍ରୀ ପାଖାପାଖି ୫୬୦୦ କୋଟି ଟଙ୍କା ବ୍ୟୟରେ ମୁଖ୍ୟମନ୍ତ୍ରୀ ଯୁବ କାର୍ଯ୍ୟ ପ୍ରଶିକ୍ଷଣ ଯୋଜନାର ଶୁଭାରମ୍ଭ କରିବେ
ପ୍ରଧାନମନ୍ତ୍ରୀ ମଧ୍ୟ ମୁମ୍ବାଇରେ ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟି (ଆଇଏନ୍‌ଏସ୍‌) ଟାୱାରର ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩, ୨୦୨୪ରେ ମହାରାଷ୍ଟ୍ରର ମୁମ୍ବାଇ ଗସ୍ତ କରିବେ । ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ଗୋରେଗାଓଁସ୍ଥିତ ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ପହଞ୍ଚିବେ, ଯେଉଁଠାରେ ସେ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳବାଇ ଏବଂ ବନ୍ଦର କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ତଥା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଶିଳାନ୍ୟାସ କରିବେ । ଏହା ପରେ ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସର ଜି - ବ୍ଲକରେ ଥିବା ଭାରତୀୟ ଖବରକାଗଜ ସୋସାଇଟି (ଆଇଏନ୍‌ଏସ୍‌) ସଚିବାଳୟକୁ ଯାଇ ଆଇଏନ୍‌ଏସ୍ ଟାୱାରର ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ୧୬,୬୦୦ କୋଟି ଟଙ୍କାର ଥାନେ ବୋରିଭ୍ୟାଲି ଟନେଲ ପ୍ରକଳ୍ପର ଶିଳାନ୍ୟାସ କରିବେ । ଥାନେ ଏବଂ ବୋରିଭ୍ୟାଲି ଆଲାଇନମେଣ୍ଟ ମଧ୍ୟରେ ଏହି ଯମଜ ଟ୍ୟୁବ୍ ଟନେଲ ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ତଳ ଦେଇ ଅତିକ୍ରମ କରିବ ଯାହା ବୋରିଭ୍ୟାଲି ପଟରେ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ରାଜପଥ ଏବଂ ଥାନେ ପଟରେ ଥାନେ ଘୋଡବନ୍ଦର ରୋଡ୍ ମଧ୍ୟରେ ସିଧାସଳଖ ସଂଯୋଗ ସୃଷ୍ଟି କରିବ । ପ୍ରକଳ୍ପର ମୋଟ ଦୈର୍ଘ୍ୟ ୧୧.୮ କିଲୋମିଟର । ଏହା ଦ୍ୱାରା ଥାନେରୁ ବୋରିଭ୍ୟାଲି ପର୍ଯ୍ୟନ୍ତ ଯାତ୍ରା ୧୨ କିଲୋମିଟର ହ୍ରାସ ପାଇବ ଏବଂ ଯାତ୍ରା କରିବାର ସମୟରେ ପ୍ରାୟ ୧ ଘଣ୍ଟା ସଞ୍ଚୟ ହେବ ।

ପ୍ରଧାନମନ୍ତ୍ରୀ ୬୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗୋରେଗାଓଁ ମୁଲୁନ୍ଦ ଲିଙ୍କ୍ ରୋଡ୍ (ଜିଏମଏଲଆର) ପ୍ରକଳ୍ପରେ ଟନେଲ କାର୍ଯ୍ୟର ଶିଳାନ୍ୟାସ କରିବେ । ଜିଏମଏଲଆର ଗୋରେଗାଓଁ ଠାରେ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ରାଜପଥରୁ ମୁଲୁନ୍ଦ ଠାରେ ଇଷ୍ଟର୍ଣ୍ଣ ଏକ୍ସପ୍ରେସ ରାଜପଥ ପର୍ଯ୍ୟନ୍ତ ସଡକ ସଂଯୋଗର ପରିକଳ୍ପନା କରିଛି । ଜିଏମଏଲଆରର ମୋଟ ଦୈର୍ଘ୍ୟ ପ୍ରାୟ ୬.୬୫ କିଲୋମିଟର ଏବଂ ଏହା ନବୀ ମୁମ୍ବାଇ ଏବଂ ପୁଣେ ମୁମ୍ବାଇ ଏକ୍ସପ୍ରେସୱେରେ ନୂତନ ପ୍ରସ୍ତାବିତ ବିମାନବନ୍ଦର ସହିତ ପଶ୍ଚିମ ଉପନଗରକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ନବୀ ମୁମ୍ବାଇର ତୁର୍ଭେଠାରେ ମଧ୍ୟ କଲ୍ୟାଣ ୟାର୍ଡ ରିମଡେଲିଂ ଏବଂ ଗତି ଶକ୍ତି ମଲ୍ଟି ମୋଡାଲ୍ କାର୍ଗୋ ଟର୍ମିନାଲର ଶିଳାନ୍ୟାସ କରିବେ । କଲ୍ୟାଣ ୟାର୍ଡ ଦୀର୍ଘତମ ଦୂରତା ଏବଂ ଉପନଗରୀ ଟ୍ରାଫିକକୁ ଅଲଗା କରିବାରେ ସାହାଯ୍ୟ କରିବ । ଏହି ରିମଡେଲିଂ ଦ୍ୱାରା ୟାର୍ଡର ଅଧିକ ଟ୍ରେନ୍ ପରିଚାଳନା କ୍ଷମତା ବୃଦ୍ଧି ପାଇବ, ଭିଡ଼ କମିବ ଏବଂ ଟ୍ରେନ୍ ଚଳାଚଳର ଦକ୍ଷତାରେ ଉନ୍ନତି ଘଟିବ । ନବୀ ମୁମ୍ବାଇରେ ଗତି ଶକ୍ତି ମଲ୍ଟି ମୋଡାଲ କାର୍ଗୋ ଟର୍ମିନାଲ ୩୨୬୦୦ ବର୍ଗ ମିଟରରୁ ଅଧିକ କ୍ଷେତ୍ରରେ ନିର୍ମିତ ହେବ । ଏହା ସ୍ଥାନୀୟ ଲୋକଙ୍କୁ ଅତିରିକ୍ତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ଏବଂ ସିମେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକର ପରିଚାଳନା ପାଇଁ ଏକ ଅତିରିକ୍ତ ଟର୍ମିନାଲ ଭାବରେ କାର୍ଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଳକ ଟର୍ମିନସରେ ନୂତନ ପ୍ଲାଟଫର୍ମ ଏବଂ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଷ୍ଟେସନରେ ପ୍ଲାଟଫର୍ମ ନମ୍ବର ୧୦ ଏବଂ ୧୧ର ସମ୍ପ୍ରସାରଣକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଲୋକମାନ୍ୟ ତିଳକ ଟର୍ମିନସରେ ନୂତନ ଦୀର୍ଘ ପ୍ଲାଟଫର୍ମରେ ଲମ୍ବା ଟ୍ରେନ୍ ଚଳାଚଳ କରି ପାରିବ, ଯାହା ଟ୍ରେନ୍ ପିଛା ଅଧିକ ଯାତ୍ରୀଙ୍କୁ ପରିବହନ କରିବାର ସୁଯୋଗ ଦେଇ ପାରିବ ଏବଂ ବର୍ଦ୍ଧିତ ଟ୍ରାଫିକ୍ ପରିଚାଳନା ପାଇଁ ଷ୍ଟେସନର କ୍ଷମତାରେ ଉନ୍ନତି ଆଣି ପାରିବ । ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧୦ ଓ ୧୧କୁ କଭର ସେଡ୍ ଏବଂ ଧୋଇବା ଯୋଗ୍ୟ ଆପ୍ରୋନ୍ ସହିତ ୩୮୨ ମିଟର ବୃଦ୍ଧି କରାଯାଇଛି । ଏହା ଦ୍ୱାରା ୨୪ଟି କୋଚ୍ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳରେ ସହାୟକ ହେବ ଏବଂ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ ପାଖାପାଖି ୫୬୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ଯୁବ କାର୍ଯ୍ୟ ପ୍ରଶିକ୍ଷଣ ଯୋଜନାର ଶୁଭାରମ୍ଭ କରିବେ । ୧୮ରୁ ୩୦ ବର୍ଷ ବୟସର ଯୁବକମାନଙ୍କ ପାଇଁ ଦକ୍ଷତା ବୃଦ୍ଧି ଏବଂ ଶିଳ୍ପାନୁଷ୍ଠାନ ପ୍ରଦର୍ଶନର ସୁଯୋଗ ପ୍ରଦାନ କରି ଯୁବ ବେକାରୀ ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ଏହା ଏକ ପରିବର୍ତ୍ତନଶୀଳ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ।

ପ୍ରଧାନମନ୍ତ୍ରୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଥିବା ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟି (ଆଇଏନ୍‌ଏସ୍‌) ସଚିବାଳୟ ପରିଦର୍ଶନ କରି ଆଇଏନ୍‌ଏସ୍ ଟାୱାରର ଉଦଘାଟନ କରିବେ । ଏହି ନୂତନ କୋଠା ମୁମ୍ବାଇରେ ଏକ ଆଧୁନିକ ଏବଂ ଦକ୍ଷ କାର୍ଯ୍ୟାଳୟ ସ୍ଥାନ ପାଇଁ ଆଇଏନଏସର ସଦସ୍ୟ ମାନଙ୍କର ପରିବର୍ତ୍ତିତ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବ, ଯାହା ମୁମ୍ବାଇର ଖବରକାଗଜ ଶିଳ୍ପ ପାଇଁ ସ୍ନାୟୁ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts