₹୭୧,୮୫୦ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ବିହାରରେ ଜାତୀୟ ମାଖାନା ବୋର୍ଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଆଞ୍ଚଳିକ ସଂଯୋଗୀକରଣକୁ ଆଗକୁ ନେବାକୁ, ପୂର୍ଣ୍ଣିଆ ବିମାନବନ୍ଦରର ନୂଆ ଟର୍ମିନାଲ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପୂର୍ଣ୍ଣିଆରେ ₹୩୬,୦୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ
ପ୍ରଧାନମନ୍ତ୍ରୀ ମିଜୋରାମର ଆଇଜଲରେ ୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
ମିଜୋରାମକୁ ପ୍ରଥମେ ରେଳ ସଂଯୋଗ-ବୈରାବୀ-ସାଇରାଙ୍ଗ ଲାଇନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମଣିପୁରରେ ୮,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ଆସାମର ଗୌହାଟୀରେ ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ୧୦୦ତମ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବେ
ପ୍ରଧାନମନ୍ତ୍ରୀ ଆସାମରେ ୧୮,୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବେ
କୋଲକାତାରେ ୧୬ତମ ମିଳିତ କମାଣ୍ଡର ସମ୍ମିଳନୀ-୨୦୨୫କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ।

ଆସନ୍ତା ୧୩ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମିଜୋରାମ ଗସ୍ତ କରି, ସକାଳ ପ୍ରାୟ ୧୦ଟାରେ ଆଇଜଲରେ ୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବହୁଳ ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହାସହିତ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧନ କରିବେ।

ମିଜୋରାମ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମଣିପୁର ଯିବେ ଏବଂ ପ୍ରାୟ ୧୨:୩୦ରେ ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବହୁଳ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଠାରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହାସହିତ, ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ ୨:୩୦ରେ ଇମ୍ଫାଲରେ ୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରି ଏକ ସାଧାରଣ ସମାବେଶକୁ ସମ୍ବୋଧନ କରିବେ।

ପରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରି ସନ୍ଧ୍ୟା ପ୍ରାୟ ୫ ଟାରେ ଗୌହାଟୀରେ, ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ସେପ୍ଟେମ୍ବର ୧୪ ତାରିଖରେ ପ୍ରଧାନମନ୍ତ୍ରୀ ଆସାମରେ ୧୮,୫୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରମୁଖ ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ସେ ପ୍ରାୟ ୧୧ଟାରେ ଦାରଙ୍ଗରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରିବେ। ଏହା ପରେ ସେ ଅପରାହ୍ନ ୧: ୪୫ରେ ଗୋଲାଘାଟରେ ଆସାମ ବାୟୋ-ଇଥାନଲ୍ ପ୍ରାଇଭେଟ୍ ଲିମିଟେଡ୍, ନୁମାଲିଗଡ଼ ରିଫାଇନାରୀ ପ୍ଲାଣ୍ଟର ଉଦଘାଟନ କରିବେ। ସେ ଗୋଲାଘାଟରେ ପଲିପ୍ରୋପିଲିନ୍ ପ୍ଲାଣ୍ଟର ମଧ୍ୟ ଶିଳାନ୍ୟାସ କରିବେ।

ସେହିପରି ସେପ୍ଟେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି, ସକାଳ ପ୍ରାୟ ୯:୩୦ ଟାରେ କୋଲକାତାରେ ୧୬ତମ ମିଳିତ କମାଣ୍ଡର୍ସ ସମ୍ମିଳନୀ-୨୦୨୫ର ଉଦଘାଟନ କରିବେ।

ଏହା ପରେ, ପ୍ରଧାନମନ୍ତ୍ରୀ ବିହାର ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୨:୪୫ରେ ପୂର୍ଣ୍ଣିଆ ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଉଦଘାଟନ କରିବେ। ଏହା ବ୍ୟତୀତ, ସେ ପୂର୍ଣ୍ଣିଆରେ ପ୍ରାୟ ୩୬,୦୦୦ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ। ସେ ବିହାରରେ ଜାତୀୟ ମାଖାନା ବୋର୍ଡର ମଧ୍ୟ ଶୁଭାରମ୍ଭ କରିବେ।

ମିଜୋରାମରେ ପ୍ରଧାନମନ୍ତ୍ରୀ

ଆଇଜଲରେ ପ୍ରଧାନମନ୍ତ୍ରୀ ୯୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ରେଳ, ସଡ଼କ, ଶକ୍ତି, କ୍ରୀଡା ସମେତ ଅନେକ କ୍ଷେତ୍ରକୁ ଲାଭ ପହଞ୍ଚାଇବ।

ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ଶେଷ ମାଇଲ ସଂଯୋଗ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୮୦୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈରାବୀ-ସାଇରଙ୍ଗ ନୂତନ ରେଳ ଲାଇନର ଉଦଘାଟନ କରିବେ। ଯାହା ପ୍ରଥମ ଥର ପାଇଁ ମିଜୋରାମର ରାଜଧାନୀକୁ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବ। ଏକ ଆହ୍ବାନଭରା ପାହାଡ଼ିଆ ଅଞ୍ଚଳରେ ନିର୍ମିତ, ଏହି ରେଳ ଲାଇନ ପ୍ରକଳ୍ପରେ, ଜଟିଳ ଭୌଗୋଳିକ ପରିସ୍ଥିତିରେ ୪୫ଟି ସୁଡ଼ଙ୍ଗ ନିର୍ମାଣ କରାଯାଇଛି। ଏଥିରେ ୫୫ଟି ପ୍ରମୁଖ ସେତୁ ଏବଂ ୮୮ ଟି କ୍ଷୁଦ୍ର ସେତୁ ମଧ୍ୟ ଅନ୍ତର୍ଭୁକ୍ତ। ମିଜୋରାମ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସିଧାସଳଖ ରେଳ ସଂଯୋଗ, ଏହି ଅଞ୍ଚଳର ଲୋକମାନଙ୍କୁ ନିରାପଦ, ଦକ୍ଷ ଏବଂ କମ ଖର୍ଚ୍ଚରେ ଯାତ୍ରା ବିକଳ୍ପ ପ୍ରଦାନ କରିବ। ଏହା ଖାଦ୍ୟଶସ୍ୟ, ସାର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ସମୟୋଚିତ ଏବଂ ନିର୍ଭରଯୋଗ୍ୟ ଯୋଗାଣ ସୁନିଶ୍ଚିତ କରିବ, ଯାହା ଦ୍ଵାରା ସାମଗ୍ରିକ ଲଜିଷ୍ଟିକ୍ସ ଦକ୍ଷତା ଏବଂ ଆଞ୍ଚଳିକ ପ୍ରବେଶ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ତିନୋଟି ନୂତନ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ, ସାଇରଙ୍ଗ (ଆଇଜଲ)-ଦିଲ୍ଲୀ (ଆନନ୍ଦ ବିହାର ଟର୍ମିନାଲ) ରାଜଧାନୀ ଏକ୍ସପ୍ରେସ, ସାଇରଙ୍ଗ-ଗୌହାଟି ଏକ୍ସପ୍ରେସ ଏବଂ ସାଇରଙ୍ଗ-କୋଲକାତା ଏକ୍ସପ୍ରେସ। ଆଇଜଲ ଏବେ ରାଜଧାନୀ ଏକ୍ସପ୍ରେସ ମାଧ୍ୟମରେ ସିଧାସଳଖ ଦିଲ୍ଲୀ ସହିତ ସଂଯୋଗ ହେବ। ସାଇରଙ୍ଗ-ଗୌହାଟି ଏକ୍ସପ୍ରେସ ମିଜୋରାମ ଏବଂ ଆସାମ ମଧ୍ୟରେ ଯାତାୟାତକୁ ସହଜ କରିବ। ସାଇରଙ୍ଗ-କୋଲକାତା ଏକ୍ସପ୍ରେସ ମିଜୋରାମକୁ ସିଧାସଳଖ କୋଲକାତା ସହିତ ସଂଯୋଗ କରିବ। ଏହି ଉନ୍ନତ ସଂଯୋଗୀକରଣ ହସ୍ପିଟାଲ, ବିଶ୍ୱବିଦ୍ୟାଳୟ ଏବଂ ବଜାରକୁ ପହଞ୍ଚିବା ପାଇଁ ଉନ୍ନତି ଆଣିବ, ଯାହା ସମଗ୍ର ଅଞ୍ଚଳରେ ଶିକ୍ଷାଗତ, ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବ। ଏହା ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ଏବଂ ଅଞ୍ଚଳରେ ପର୍ଯ୍ୟଟନକୁ ଏକ ପ୍ରମୁଖ ପ୍ରୋତ୍ସାହନ ଦେବ।

ସଡ଼କ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ଅନେକ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ଆଇଜଲ ବାଇପାସ୍ ରୋଡ୍, ଥେନଜାଲ-ସିଆଲସୁକ୍ ରୋଡ୍ ଏବଂ ଖାନକୌନ୍-ରୋଙ୍ଗୁରା ରୋଡ୍ ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପୂର୍ବ କ୍ଷେତ୍ର ବିକାଶ ପଦକ୍ଷେପ (ପିଏମ-ଡିଭାଇନ) ଯୋଜନା ଅଧୀନରେ ୫୦୦ କୋଟି ଟଙ୍କା ବ୍ୟୟରେ ଆଇଜଲ ସହର ପାଇଁ ୪୫ କିଲୋମିଟର ଲମ୍ବ ବାଇପାସ୍ ରାସ୍ତାର ନିର୍ମାଣ ପ୍ରସ୍ତାବିତ। ଏହା ଆଇଜଲରେ ଭିଡ଼କୁ କମାଇବା ସହିତ ଲୁଙ୍ଗଲେଇ, ସିଆହା, ଲଙ୍ଗଟଲାଇ, ଲେଙ୍ଗପୁଇ ବିମାନବନ୍ଦର ଏବଂ ସାଇରାଙ୍ଗ ରେଳ ଷ୍ଟେସନ ସହିତ ଯୋଗାଯୋଗକୁ ଉନ୍ନତ କରିବ। ଏହି ବାଇପାସ୍‌ର ଫଳରେ ଦକ୍ଷିଣ ଜିଲ୍ଲାରୁ ଆଇଜଲ ପର୍ଯ୍ୟନ୍ତ ଯାତ୍ରା ସମୟ ପ୍ରାୟ ୧.୫ ଘଣ୍ଟା କମିବ, ଯାହା ସ୍ଥାନୀୟ ଲୋକଙ୍କୁ ଅପାର ଲାଭ ଦେବ। ଉତ୍ତର ପୂର୍ବ ସ୍ୱତନ୍ତ୍ର ଭିତ୍ତିଭୂମି ବିକାଶ ଯୋଜନା NESIDS(ରାସ୍ତା) ଅଧୀନରେ ଥେନଜାଲ–ସିଆଲସୁକ୍ ରାସ୍ତା ଅନେକ ଉଦ୍ୟାନ ଚାଷୀ, ଡ୍ରାଗନ ଫଳ ଚାଷୀ, ଧାନ ଚାଷୀ ଏବଂ ଅଦା ପ୍ରକ୍ରିୟାକରଣକାରୀଙ୍କୁ ସିଧାସଳଖ ଲାଭ ପହଞ୍ଚାଇବା ସହିତ ଆଇଜଲ–ଥେନଜାଲ–ଲୁଙ୍ଗଲେଇ ରାଜପଥ ସହିତ ସଂଯୋଗକୁ ସୁଦୃଢ଼ କରିବ। ସେହିପରି, ସେରଛିପ ଜିଲ୍ଲାରେ NESIDS (ରାସ୍ତା) ଅଧୀନରେ ଖାନକୋନ୍–ରୋଙ୍ଗୁରା ରାସ୍ତା ନିର୍ମାଣ, ବଜାରକୁ ଉତ୍ତମ ପ୍ରବେଶ ପ୍ରଦାନ କରିବା ସହିତ ସ୍ଥାନୀୟ ଉଦ୍ୟାନ ଚାଷୀମାନଙ୍କୁ ଲାଭଦାୟକ କରିବ। ଏହି ପ୍ରକଳ୍ପ ଯୋଜିତ ଅଦା ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ମଧ୍ୟ ସମର୍ଥନ ଦେବ।

ପ୍ରଧାନମନ୍ତ୍ରୀ ଲଙ୍ଗଟଲାଇ-ସିଆହା ରାସ୍ତାରେ ଛିମଟୁଇପୁଇ ନଦୀ ସେତୁର ମଧ୍ୟ ଶିଳାନ୍ୟାସ କରିବେ। ଏହା ସବୁଦିନିଆ ସଂଯୋଗ ପ୍ରଦାନ କରିବ ଏବଂ ଯାତ୍ରା ସମୟକୁ ଦୁଇ ଘଣ୍ଟା ହ୍ରାସ କରିବ। ଏହି ସେତୁ କଳାଦାନ ମଲ୍ଟିମୋଡାଲ ଟ୍ରାନଜିଟ୍ ଫ୍ରେମୱାର୍କ ଅଧୀନରେ ସୀମାପାର ବାଣିଜ୍ୟକୁ ମଧ୍ୟ ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ କ୍ରୀଡା ବିକାଶ ପାଇଁ ‘ଖେଲୋ ଇଣ୍ଡିଆ ମଲ୍ଟିପର୍ପଜ୍ ଇଣ୍ଡୋର ହଲ’ର ଶିଳାନ୍ୟାସ କରିବେ। ଟୁଇକୁଆଲରେ ଅବସ୍ଥିତ, ଏହି ହଲ୍ ଏକ ବହୁମୁଖୀ ଇଣ୍ଡୋର ଆରେନା ସମେତ ଆଧୁନିକ କ୍ରୀଡା ସୁବିଧା ପ୍ରଦାନ କରିବ, ଯାହା ମିଜୋରାମର ଯୁବକମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରତିଯୋଗିତା କରିବା ପାଇଁ ଲାଭଦାୟକ ଏବଂ ଉତ୍ସାହିତ କରିବ।

ଏହି କ୍ଷେତ୍ରରେ ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରି, ପ୍ରଧାନମନ୍ତ୍ରୀ ଆଇଜଲର ମୁଆଲଖାଙ୍ଗରେ ୩୦ ଟିଏମଟିପିଏ (ବାର୍ଷିକ ହଜାର ମେଟ୍ରିକ୍ ଟନ୍) ଏଲପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କରିବେ। ଏହା ମିଜୋରାମ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଏଲପିଜିର ନିରନ୍ତର ଏବଂ ନିର୍ଭରଯୋଗ୍ୟ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା ନିର୍ମଳ ରୋଷେଇ ଇନ୍ଧନର ସହଜ ପ୍ରବେଶ ଯୋଗାଇବ। ଏହା ସ୍ଥାନୀୟ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ “ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ” (ପିଏମଜେଭିକେ) ଯୋଜନା ଅଧୀନରେ କୱାର୍ଥାରେ ଏକ ଆବାସିକ ବିଦ୍ୟାଳୟ ମଧ୍ୟ ଉଦଘାଟନ କରିବେ। ମାମିଟ୍ ଆକାଂକ୍ଷା ଜିଲ୍ଲାରେ ଅବସ୍ଥିତ ଏହି ସ୍କୁଲରେ ଆଧୁନିକ ଶ୍ରେଣୀଗୃହ, ଛାତ୍ରାବାସ ଏବଂ କୃତ୍ରିମ ଫୁଟବଲ୍ ପଡ଼ିଆ ସମେତ କ୍ରୀଡା ସୁବିଧା ରହିବ। ଏହା ୧୦,୦୦୦ ରୁ ଅଧିକ ପିଲା ଏବଂ ଯୁବକଙ୍କୁ ଲାଭ ଦେବ ଏବଂ ଦୀର୍ଘକାଳୀନ ସାମାଜିକ ଏବଂ ଶିକ୍ଷାଗତ ପ୍ରଗତି ପାଇଁ ମୂଳଦୁଆ ସ୍ଥାପନ କରିବ।

ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ତାଙ୍କର ଦୃଷ୍ଟିକୋଣକୁ ଆଗକୁ ନେଇ, ପ୍ରଧାନମନ୍ତ୍ରୀ ତଲଙ୍ଗନୁଆମରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ମଧ୍ୟ ଉଦଘାଟନ କରିବେ। ଏହି ସ୍କୁଲ ନାମଲେଖାରେ ଉନ୍ନତି ଆଣିବ, ସ୍କୁଲ ଛାଡିବା ହାର ହ୍ରାସ କରିବ ଏବଂ ଆଦିବାସୀ ଯୁବକ ଯୁବତୀଙ୍କ ପାଇଁ ସାମଗ୍ରିକ ଶିକ୍ଷା ସୁଯୋଗ ପ୍ରଦାନ କରିବ।

 

ମଣିପୁରରେ ପ୍ରଧାନମନ୍ତ୍ରୀ

ମଣିପୁରର ଅନ୍ତର୍ଭୁକ୍ତିମୂଳକ, ସ୍ଥାୟୀ ଏବଂ ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୩,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମଣିପୁର ସହରାଞ୍ଚଳ ରାସ୍ତା, ଡ୍ରେନେଜ୍ ଏବଂ ସମ୍ପତ୍ତି ପରିଚାଳନା ଉନ୍ନତି ପ୍ରକଳ୍ପ; ୨,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫ଟି ଜାତୀୟ ରାଜପଥ ପ୍ରକଳ୍ପ; ମଣିପୁର ଇନଫୋଟେକ୍ ବିକାଶ (ଏମଆଇଏନଡି) ପ୍ରକଳ୍ପ, ୯ଟି ସ୍ଥାନରେ କର୍ମଜୀବୀ ମହିଳାଙ୍କ ପାଇଁ ଛାତ୍ରାବାସ ଇତ୍ୟାଦି ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ ଇମ୍ଫାଲରେ ୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ। ଏଥିରେ ମନ୍ତ୍ରୀପୁଖରୀରେ ସିଭିଲ ସଚିବାଳୟ; ମନ୍ତ୍ରୀପୁଖରୀରେ ଆଇଟି ଏସଇଜେଡ୍ ଭବନ ଏବଂ ନୂତନ ପୋଲିସ ମୁଖ୍ୟାଳୟ; ଦିଲ୍ଲୀ ଏବଂ କୋଲକାତାରେ ମଣିପୁର ଭବନ; ଏବଂ ଚାରୋଟି ଜିଲ୍ଲାରେ ମହିଳାମାନଙ୍କ ପାଇଁ ଅନନ୍ୟ ଇମା ବଜାର ଅନ୍ତର୍ଭୁକ୍ତ।

 

ଆସାମରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୧୩ ସେପ୍ଟେମ୍ବରରେ ଗୌହାଟୀରେ ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ପାଳନ ପାଇଁ, ଆୟୋଜିତ ଏକ ସମାରୋହରେ ଅଂଶଗ୍ରହଣ କରିବେ। ଏହି ସମାରୋହ ଡକ୍ଟର ହଜାରିକାଙ୍କ ଜୀବନ ଏବଂ ଐତିହ୍ୟକୁ ସମ୍ମାନିତ କରିବ, ଯାହାଙ୍କର ଆସାମୀ ସଙ୍ଗୀତ, ସାହିତ୍ୟ ଏବଂ ସଂସ୍କୃତିରେ ଅବଦାନ ଅତୁଳନୀୟ।

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୪ ରେ ଆସାମରେ ୧୮,୫୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରମୁଖ ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ଦାରାଙ୍ଗରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦାରାଙ୍ଗ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଜିଏନଏମ ସ୍କୁଲ ଏବଂ ବିଏସସି ନର୍ସିଂ କଲେଜ ଅନ୍ତର୍ଭୁକ୍ତ ଅଟେ। ଯାହା ଏହି ଅଞ୍ଚଳରେ ଚିକିତ୍ସା ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବ। ଗୌହାଟୀ ରିଙ୍ଗ ରୋଡ୍ ପ୍ରକଳ୍ପ, ଯାହା ସହରାଞ୍ଚଳ ଗତିଶୀଳତା ବୃଦ୍ଧି, ଟ୍ରାଫିକ ଭିଡ଼ ହ୍ରାସ, ରାଜଧାନୀ ସହର ଏବଂ ଏହାର ଆଖପାଖରେ ସଂଯୋଗୀକରଣକୁ ଉନ୍ନତ କରିବ। ବ୍ରହ୍ମପୁତ୍ର ନଦୀ ଉପରେ କୁରୁୱା-ନାରେଙ୍ଗି ସେତୁ, ଯାହା ଏହି ଅଞ୍ଚଳରେ ସଂଯୋଗୀକରଣକୁ ଉନ୍ନତ କରିବ ଏବଂ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ।

ଗୋଲାଘାଟର ନୁମାଲିଗଡ଼ରେ, ପ୍ରଧାନମନ୍ତ୍ରୀ ନୁମାଲିଗଡ଼ ରିଫାଇନାରୀ ଲିମିଟେଡ୍ (ଏନଆରଏଲ) ରେ ଆସାମ ବାୟୋଇଥାନଲ୍ ପ୍ଲାଣ୍ଟର ଉଦଘାଟନ କରିବେ, ଯାହାର ଲକ୍ଷ୍ୟ ହେଉଛି ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା।

ସେ ନୁମାଲିଗଡ଼ ରିଫାଇନାରୀ ଲିମିଟେଡ୍ (ଏନଆରଏଲ୍) ରେ ପଲିପ୍ରୋପିଲିନ୍ ପ୍ଲାଣ୍ଟର ମଧ୍ୟ ଶିଳାନ୍ୟାସ କରିବେ, ଯାହା ଆସାମର ପେଟ୍ରୋକେମିକାଲ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ। ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ।

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ

ଏକ ଦୃଢ଼, ସୁରକ୍ଷିତ ଏବଂ ଆତ୍ମନିର୍ଭର ଭାରତ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୧୫ ସେପ୍ଟେମ୍ବରରେ କୋଲକାତାରେ ୧୬ତମ ମିଳିତ କମାଣ୍ଡର ସମ୍ମିଳନୀ -୨୦୨୫କୁ ଉଦଘାଟନ ଏବଂ ସମ୍ବୋଧିତ କରିବେ। ଏହା ସଶସ୍ତ୍ର ବାହିନୀର ସର୍ବୋଚ୍ଚ ସ୍ତରୀୟ ବିଚାରବିମର୍ଶ ମଞ୍ଚ ଯାହା ଦେଶର ଶୀର୍ଷ ନାଗରିକ ଏବଂ ସାମରିକ ନେତୃତ୍ୱଙ୍କୁ ଏକତ୍ର କରି ଭାରତର ସାମରିକ ପ୍ରସ୍ତୁତିର ଭବିଷ୍ୟତ ବିକାଶ ପାଇଁ ମତ ବିନିମୟ ଏବଂ ଭିତ୍ତିଭୂମି ସ୍ଥାପନ କରିଥାଏ।

୧୬ତମ ମିଳିତ କମାଣ୍ଡର ସମ୍ମିଳନୀ, ଏକ ଦ୍ୱିବାର୍ଷିକ କାର୍ଯ୍ୟକ୍ରମ, ୧୫ ରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ କୋଲକାତାରେ ଅନୁଷ୍ଠିତ ହେବ। ଏହି ବର୍ଷର ସମ୍ମିଳନୀର ବିଷୟବସ୍ତୁ ହେଉଛି - 'ସଂସ୍କାରର ବର୍ଷ - ଭବିଷ୍ୟତ ପାଇଁ ପରିବର୍ତ୍ତନ'।

ବିହାରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବିହାରରେ ଜାତୀୟ ମାଖାନା ବୋର୍ଡର ଶୁଭାରମ୍ଭ କରିବେ। ବୋର୍ଡ ନୂତନ ପ୍ରଯୁକ୍ତିର ଉତ୍ପାଦନ ଏବଂ ବିକାଶକୁ ପ୍ରୋତ୍ସାହିତ କରିବ, ଅମଳ ପରବର୍ତ୍ତୀ ପରିଚାଳନାକୁ ସୁଦୃଢ଼ କରିବ, ମୂଲ୍ୟ ବୃଦ୍ଧି ଏବଂ ପ୍ରକ୍ରିୟାକରଣକୁ ପ୍ରୋତ୍ସାହିତ କରିବ, ଏବଂ ମାଖାନାର ମାର୍କେଟିଂ, ରପ୍ତାନି ଏବଂ ବ୍ରାଣ୍ଡ ବିକାଶକୁ ସହଜ କରିବ, ଯାହା ବିହାର ଏବଂ ଦେଶର ମାଖାନା ଚାଷୀମାନଙ୍କୁ ଲାଭ ଦେବ।

ଦେଶର ମୋଟ ମାଖାନା ଉତ୍ପାଦନର ପ୍ରାୟ ୯୦% ବିହାରର ଅବଦାନ ରହିଛି। ମଧୁବନୀ, ଦରଭଙ୍ଗା, ସୀତାମାଢ଼ି, ସହରସା, କଟିହାର, ପୂର୍ଣ୍ଣିଆ, ସୁପୌଲ, କିଶନଗଞ୍ଜ ଏବଂ ଆରାରିଆ ଭଳି ପ୍ରମୁଖ ଜିଲ୍ଲା ମାଖାନା ଉତ୍ପାଦନର ପ୍ରମୁଖ ଅଞ୍ଚଳ ଅଟନ୍ତି କାରଣ ସେଠାକାର ଜଳବାୟୁ ଏବଂ ଉର୍ବର ମାଟି ଉଚ୍ଚ ଗୁଣବତ୍ତା ମାଖାନା ଉତ୍ପାଦନ ପାଇଁ ଅନୁକୂଳ। ବିହାରରେ ମାଖାନା ବୋର୍ଡ ପ୍ରତିଷ୍ଠା ରାଜ୍ୟ ଏବଂ ଦେଶରେ ମାଖାନା ଉତ୍ପାଦନକୁ ଏକ ପ୍ରମୁଖ ପ୍ରୋତ୍ସାହନ ଦେବ ଏବଂ ଏହି କ୍ଷେତ୍ରରେ ବିଶ୍ୱ ମାନଚିତ୍ରରେ ବିହାରର ଉପସ୍ଥିତିକୁ ଆହୁରି ମଜବୁତ କରିବ।

ପ୍ରଧାନମନ୍ତ୍ରୀ ପୂର୍ଣ୍ଣିଆ ବିମାନବନ୍ଦରର ନୂତନ ସିଭିଲ୍ ଏନକ୍ଲେଭରେ ଅନ୍ତରୀଣ ଟର୍ମିନାଲ କୋଠା ଉଦଘାଟନ କରିବେ। ଏହା ଏହି ଅଞ୍ଚଳରେ ଯାତ୍ରୀ ପରିଚାଳନା କ୍ଷମତା ବୃଦ୍ଧି କରିବ।

ପ୍ରଧାନମନ୍ତ୍ରୀ ପୂର୍ଣ୍ଣିଆରେ ପ୍ରାୟ ୩୬୦୦୦ କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ଭାଗଲପୁରର ପିରପାଇଣ୍ଟିରେ x୮୦୦ ମେଗାୱାଟ ତାପଜ ବିଦ୍ୟୁତ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ବିହାରରେ ୨୫,୦୦୦ କୋଟି ଟଙ୍କାର ସର୍ବବୃହତ ଘରୋଇ କ୍ଷେତ୍ର ନିବେଶ ହେବ। ଏହାକୁ ଅଲଟ୍ରା-ସୁପର କ୍ରିଟିକାଲ୍, କମ୍ ନିର୍ଗମନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଡିଜାଇନ୍ କରାଯାଇଛି। ଏହି ପ୍ରକଳ୍ପ ସମର୍ପିତ ଶକ୍ତି ଯୋଗାଇବ ଏବଂ ବିହାରର ଶକ୍ତି ସୁରକ୍ଷାକୁ ମଜବୁତ କରିବ।

ପ୍ରଧାନମନ୍ତ୍ରୀ ୨୬୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୋଶୀ-ମେଚି ଆନ୍ତଃରାଜ୍ୟ ନଦୀ ସଂଯୋଗ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ କେନାଲର ଉନ୍ନତିକରଣ ଉପରେ ଧ୍ୟାନ ଦେବ, ଯେଉଁଥିରେ କାନ୍ଥମୁକ୍ତ କରିବା, କ୍ଷତିଗ୍ରସ୍ତ ଢାଞ୍ଚାର ପୁନଃନିର୍ମାଣ ଏବଂ ବସତି ବେସିନର ପୁନରୁଦ୍ଧାର ଅନ୍ତର୍ଭୁକ୍ତ। ଏହା ସହିତ, ଏହାର ଜଳ ନିଷ୍କାସନ କ୍ଷମତା ୧୫,୦୦୦ କ୍ୟୁସେକରୁ ୨୦,୦୦୦ କ୍ୟୁସେକକୁ ବୃଦ୍ଧି କରାଯିବ। ଏହା ଜଳସେଚନ ସମ୍ପ୍ରସାରଣ, ବନ୍ୟା ନିୟନ୍ତ୍ରଣ ଏବଂ କୃଷି ସଶକ୍ତୀକରଣ ଦୃଷ୍ଟିରୁ ଉତ୍ତର-ପୂର୍ବ ବିହାରର ଅନେକ ଜିଲ୍ଲାକୁ ଲାଭବାନ କରିବ।

ରେଳ ସଂଯୋଗୀକରଣରେ ଉନ୍ନତି ଆଣିବା ପାଇଁ ତାଙ୍କ ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ବିହାରରେ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ଏବଂ ଅନେକ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀ ୨୧୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକ୍ରମଶିଳା-କଟାରିଆ ରେଳ ଲାଇନର ଶିଳାନ୍ୟାସ କରିବେ ଯାହା ଗଙ୍ଗା ନଦୀ ପାର ହୋଇ ସିଧାସଳଖ ରେଳ ସଂଯୋଗୀକରଣ ପ୍ରଦାନ କରିବ। ଏହା ଗଙ୍ଗା ପାର ହୋଇ ସିଧାସଳଖ ରେଳ ସଂଯୋଗୀକରଣ ପ୍ରଦାନ କରିବ ଏବଂ ଏହି ଅଞ୍ଚଳର ଲୋକମାନଙ୍କୁ ବହୁତ ଲାଭ ଦେବ।

ପ୍ରଧାନମନ୍ତ୍ରୀ ୪୪୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆରାରିଆ-ଗାଲଗାଲିଆ (ଠାକୁରଗଞ୍ଜ) ମଧ୍ୟରେ ଏକ ନୂତନ ରେଳ ଲାଇନର ଉଦ୍ଘାଟନ କରିବେ।

ପ୍ରଧାନମନ୍ତ୍ରୀ ଆରାରିଆ-ଗାଲଗାଲିଆ (ଠାକୁରଗଞ୍ଜ) ସେକ୍ସନରେ ଏକ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଯାହା ଆରାରିଆ ଏବଂ କିଶନଗଞ୍ଜ ଜିଲ୍ଲା ମଧ୍ୟରେ ସିଧାସଳଖ ରେଳ ସଂଯୋଗୀକରଣ ପ୍ରଦାନ କରିବ ଏବଂ ଉତ୍ତର-ପୂର୍ବ ବିହାରରେ ପହଞ୍ଚକୁ ଯଥେଷ୍ଟ ଉନ୍ନତ କରିବ। ସେ ଯୋଗବାନୀ ଏବଂ ଦାନାପୁର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଆରାରିଆ, ପୂର୍ଣ୍ଣିଆ, ମାଧେପୁରା, ସହରସା, ଖଗାରିଆ, ବେଗୁସରାଇ, ସମସ୍ତିପୁର, ମୁଜାଫରପୁର, ବୈଶାଳୀ ଏବଂ ପାଟନା ଭଳି ଜିଲ୍ଲାକୁ ସିଧାସଳଖ ଲାଭ ଦେବ। ସେ ସହରସା ଏବଂ ଛେହରତା (ଅମୃତସର) ଏବଂ ଜୋଗବାନି ଏବଂ ଇରୋଡ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନଗୁଡ଼ିକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନଗୁଡ଼ିକ ଆଧୁନିକ ଆଭ୍ୟନ୍ତରୀଣ ସାଜସଜ୍ଜା, ଉନ୍ନତ ସୁବିଧା ଏବଂ ଦ୍ରୁତ ଯାତ୍ରା କ୍ଷମତା ପ୍ରଦାନ କରିବ, ସହିତ ବିଭିନ୍ନ ଅଞ୍ଚଳର ଆର୍ଥିକ, ସାଂସ୍କୃତିକ ଏବଂ ସାମାଜିକ ଏକୀକରଣକୁ ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ ପୂର୍ଣ୍ଣିଆରେ ସେକ୍ସ ସର୍ଟେଡ୍ ସିମେନ ଫାସିଲିଟିର ମଧ୍ୟ ଉଦଘାଟନ କରିବେ। ଏହା ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧୀନରେ ଏକ ଅତ୍ୟାଧୁନିକ ସିମେନ କେନ୍ଦ୍ର, ଯାହା ବାର୍ଷିକ ୫ ଲକ୍ଷ ସେକ୍ସ ସର୍ଟେଡ୍ ସିମେନ ଡୋଜ୍ ଉତ୍ପାଦନ କରିବାରେ ସକ୍ଷମ ହେବ। ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ଏହି ପ୍ରକାରର ପ୍ରଥମ କେନ୍ଦ୍ର, ଅକ୍ଟୋବର ୨୦୨୪ରେ କାର୍ଯ୍ୟକ୍ଷମ ହେବାକୁ ସ୍ୱଦେଶୀ ଭାବରେ ବିକଶିତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରେ ଏବଂ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସହିତ ସଂଯୁକ୍ତ। ମାଈ ବାଛୁରୀ ଜନ୍ମ ହେବାର ସମ୍ଭାବନା ବୃଦ୍ଧି କରି, ଏହି ପ୍ରଯୁକ୍ତିବିଦ୍ୟା କ୍ଷୁଦ୍ର, ସୀମାନ୍ତ ଚାଷୀ ଏବଂ ଭୂମିହୀନ ଶ୍ରମିକମାନଙ୍କୁ ଅଧିକ ବଦଳ ବାଛୁରୀ ପାଇବା, ଆର୍ଥିକ ଚାପ ହ୍ରାସ କରିବା ଏବଂ ଉନ୍ନତ ଦୁଗ୍ଧ ଉତ୍ପାଦନ ମାଧ୍ୟମରେ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ ପିଏମଏଓ୍ବାଇ (ଆର) ଅଧୀନରେ ୩୫୦୦୦ ଗ୍ରାମୀଣ ହିତାଧିକାରୀ ଏବଂ ପିଏମଏଓ୍ବାଇ (ୟୁ) ଅଧୀନରେ ୫୯୨୦ ସହରାଞ୍ଚଳ ହିତାଧିକାରୀଙ୍କ ପାଇଁ ଆୟୋଜିତ ଗୃହ ପ୍ରବେଶ ସମାରୋହରେ ମଧ୍ୟ ଯୋଗଦେବେ ଏବଂ କିଛି ହିତାଧିକାରୀଙ୍କୁ ଚାବି ପ୍ରଦାନ କରିବେ।

ପ୍ରଧାନମନ୍ତ୍ରୀ ବିହାରରେ ଦୀନଦୟାଲ୍ ଅନ୍ତ୍ୟୋଦୟ ଯୋଜନା - ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ କ୍ଲଷ୍ଟର ସ୍ତରୀୟ ଫେଡେରେସନ(ସିଏଲଏଫ)ଗୁଡ଼ିକୁ ପ୍ରାୟ ୫୦୦ କୋଟି ଟଙ୍କାର ଗୋଷ୍ଠୀ ନିବେଶ ପାଣ୍ଠି ବଣ୍ଟନ କରିବେ ଏବଂ କିଛି ସିଏଲଏଫ ସଭାପତିଙ୍କୁ ଚେକ୍ ପ୍ରଦାନ କରିବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: State Visit of President of Republic of Korea to India
April 20, 2026

Outcomes:

1. Joint Strategic Vision for the India-ROK Special Strategic Partnership

2. India-ROK Comprehensive Framework for Partnership in Shipbuilding, Shipping & Maritime Logistics

3. India-Republic of Korea Joint Statement on Cooperation in Field of Sustainability

4. India-Republic of Korea Joint Statement on Energy Resource Security

MOUs/ Frameworks

1. MOU on Cooperation in the Field of Ports

2. MOU on the Establishment of the Industrial Cooperation Committee

3. MOU on Cooperation in the Field of Technology and Trade for Steel Supply Chain

4. MOU on Cooperation in the Field of Small and Medium sized Enterprises

5. MoU for Cooperation in the Field of Maritime Heritage

6. Joint Declaration on Resuming the Negotiations to upgrade the Comprehensive Economic Partnership Agreement between India and ROK

7. MoU between IFSCA and FSS/FSC in relation to Mutual Cooperation

8. MOU between NPCI International Payments Limited and Korean Financial Telecommunications & Clearings Institute

9. MOU on Cooperation in the Field of Science & Technology

10. Framework for India-Korea Digital Bridge

11. MOU on on Cooperation in the Field of Climate and the Environment

12. MOU on the Cooperative Approach under Article 6.2 of the Paris Agreement

13. Cultural Exchange Programme between India and ROK for the Years 2026-2030

14. MOU on Cooperation in Cultural and Creative Industries

15. MOU on Cooperation in the Field of Sports

Announcements

1. Launch of Economic Security Dialogue

2. Establishment of Distinguished Visitors Programme (DVP)

3. Launch of dialogue between the two Foreign Ministries on Global Themes, including Climate Change, Arctic, and Maritime Cooperation.

4. ROK joining Indo Pacific Oceans Initiative

5. ROK joining International Solar Alliance and India joining Global Green Growth Institute (GGGI)

6. Commemoration of the Year 2028-29 as Year of India-ROK Friendship