ଡିସେମ୍ବର ୧୮ରେ ମେଘାଳୟ ଓ ତ୍ରିପୁରା ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଆବାସ, ସଡକ, କୃଷି, ଟେଲିକମ, ସୂଚନା ପ୍ରଯୁକ୍ତି, ପର୍ଯ୍ୟଟନ ଓ ଆତିଥ୍ୟ ଆଦି କ୍ଷେତ୍ର ସାମିଲ ରହିଛି
ଶିଲଂ ଠାରେ ଉତ୍ତର ପୂର୍ବାଞ୍ଚଳ ପରିଷଦର ସ୍ୱର୍ଣ୍ଣଜୟନ୍ତୀ ସମାରୋହ ଓ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଅଗରତାଲା ଠାରେ ପିଏମଏୱାଇ- ସହରାଞ୍ଚଳ ଓ ଗ୍ରାମାଞ୍ଚଳ- ଯୋଜନାରେ ଦୁଇ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଗୃହ ପ୍ରବେଶ ଆରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୮ରେ ମେଘାଳୟ ଓ ତ୍ରିପୁରା ଗସ୍ତ କରିବେ । ଶିଲଂ ଠାରେ ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗ ନେବେ । ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଷ୍ଟେଟ କନଭେନସନ ସେଣ୍ଟର, ଶିଲଂ ଠାରେ ଉତ୍ତର ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗ ଦେବେ । ଏହାପରେ ପୂର୍ବାହ୍ନ ପ୍ରାୟ ୧୧.୩୦ରେ ଶିଲଂ ଠାରେ ଏକ ସାଧାରଣ ସଭାରେ ସେ ବହୁ ପ୍ରକଳ୍ପ ଉନ୍ମୋଚନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସେଠାରୁ ସେ ଅଗରତାଲା ଗସ୍ତ କରି ଅପରାହ୍ନ ୨.୪୫ରେ ଏକ ଜନସଭାରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ କରିବେ ।   

ମେଘାଳୟରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳ ପରିଷଦ (ଏନଇସି) ବୈଠକରେ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିବେ । ଏହି ପରିଷଦ ନଭେମ୍ବର ୭, ୧୯୭୨ରେ ବିଧିବଦ୍ଧ ଭାବେ ଉଦଘାଟିତ ହୋଇଥିଲା । ଏନଇସି ଉତ୍ତର ପୂର୍ବାଞ୍ଚଳର ସାମାଜିକ- ଅର୍ଥନୈତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଏହି ଅଞ୍ଚଳର ରାଜ୍ୟଗୁଡିକରେ ଅନେକ ଭିତ୍ତିଭୂମି ପ୍ରକଳ୍ପ ଓ ଅନ୍ୟ ବିକାଶମୂଳକ କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିଛି । ପ୍ରମୁଖ ତାରତମ୍ୟ ଥିବା ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ଜଳସମ୍ପଦ, କୃଷି, ପର୍ଯ୍ୟଟନ, ଶିଳ୍ପ ଆଦି କ୍ଷେତ୍ରରେ ମୂଲ୍ୟବାନ ପୁଞ୍ଜି ଓ ସାମାଜିକ ଭିତ୍ତିଭୂମି ସୃଷ୍ଟି କରିବାରେ ମଧ୍ୟ ପରିଷଦ ସହାୟକ ହୋଇଛି ।

ଏକ ଜନସଭାରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୪୫୦ କୋଟି ଟଙ୍କା ମୂଲ୍ୟର ଅନେକ ପ୍ରକଳ୍ପ ଉନ୍ମୋଚନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ ।

ଟେଲି ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକଗୁଡିଏ ୪ଜି ମୋବାଇଲ ଟାୱାର ଲୋକାର୍ପିତ କରିବେ । ଏଥିରୁ ୩୨୦ଟି ସମୂର୍ଣ୍ଣ ହୋଇ ସାରିଥିବା ବେଳେ ୮୯୦ଟି ନିର୍ମାଣାଧୀନ ରହିଛି । ସେ ଉମସାୱଲି ଠାରେ ଆଇଆଇଏମ ଶିଲଂର ନୂତନ କ୍ୟାମ୍ପସ ଉଦଘାଟନ କରିବେ । ଏହା ସହିତ ଶିଲଂ ସାଟେଲାଇଟ ଟାଉନସିପକୁ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ସହ ଶିଲଂକୁ ଟ୍ରାଫିକମୁକ୍ତ କରିବା ପାଇଁ ଶିଲଂ- ଦିଏଂପାସୋ ସଡକ ଉଦଘାଟନ କରିବେ । ସେହିପରି ମେଘାଳୟ, ମଣିପୁର ଓ ଅରୁଣାଚଳ ପ୍ରଦେଶ ପାଇଁ ଆଉ ଚାରିଟି ସଡକ ପ୍ରକଳ୍ପ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ମେଘାଳୟ ସ୍ଥିତ ମଶରୁମ ଡେଭେଲପମେଣ୍ଟ ସେଣ୍ଟର ଠାରେ ମଶରୁମ ସ୍ପନ ଉତ୍ପାଦନ ବୃଦ୍ଧି ତଥା କୃଷି ଏବଂ ଉଦ୍ୟୋଗୀମାନଙ୍କୁ ଦକ୍ଷତା ତାଲିମ ଦେବା ପାଇଁ ସ୍ପନ ଲାବୋରେଟୋରି ଉଦଘାଟନ କରିବେ । ଏହା ସହିତ ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଉନ୍ନୀତକରଣ ମାଧ୍ୟମରେ ମହୁଚାଷୀଙ୍କ ଜୀବିକାକୁ ପ୍ରୋତ୍ସାହିତ କରିବା ପାଇଁ ସେ ମେଘାଳୟ ଠାରେ ସମନ୍ୱିତ ମହୁଚାଷ ବିକାଶ କେନ୍ଦ୍ର ଉଦଘାଟନ କରିବେ । ପରେ ସେ ମିଜୋରମ, ମଣିପୁର, ତ୍ରିପୁରା ଓ ଆସାମରେ ୨୧ଟି ହିନ୍ଦୀ ଲାଇବ୍ରେରୀ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ଆସାମ, ମେଘାଳୟ, ମଣିପୁର, ମିଜୋରମ ଓ ତ୍ରିପୁରା ପାଇଁ ଛଅଟି ସଡକ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ତୁରା ଠାରେ ଇଣ୍ଟିଗ୍ରେଟେଡ ହସ୍ପିଟାଲିଟି ଆଣ୍ଡ କନଭେନସନ ସେଣ୍ଟର ଓ ଶିଲଂ ଟେକ୍ନୋଲଜି ପାର୍କ ଫେଜ-୨ର ଶିଳାନ୍ୟାସ କରିବେ । ଟେକ୍ନୋଲଜି ପାର୍କ ଫେଜ-୨ ପ୍ରାୟ ୧.୫ ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ ନିର୍ମିତ ହେବ । ପେଶାଦାରମାନଙ୍କୁ ଏହା ନୂତନ ସୁଯୋଗ ପ୍ରଦାନ କରିବା ସହ ୩୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଇଣ୍ଟିଗ୍ରେଟେଡ ହସ୍ପିଟାଲିଟି ଆଣ୍ଡ କନଭେନସନ ସେଣ୍ଟରରେ ଏକ କନଭେନସନ ହବ, ଅତିଥି ଗୃହ, ଫୁଡକୋର୍ଟ ଆଦି ରହିବ । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରିବା ସହ ଆଞ୍ଚଳିକ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରିବ ।

 

ତ୍ରିପୁରାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୪୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ, ଉନ୍ମୋଚନ ଓ ଲୋକାର୍ପଣ କରିବେ ।

ସମସ୍ତଙ୍କ ପାଇଁ ନିଜସ୍ୱ ବାସଗୃହ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ଏହି ଅଞ୍ଚଳରେ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା- ସହରାଞ୍ଚଳ ଓ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା- ଗ୍ରାମାଞ୍ଚଳ  ହିତାଧିକାରୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗୃହ ପ୍ରବେଶ ଯୋଜନା ଶୁଭାରମ୍ଭ କରିବେ । ଦୁଇ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପାଇଁ ୩୪୦୦ କୋଟିରୁ ଅଧିକ ଟଙ୍କା ବିନିମୟରେ ଏହି ଆବାସଗୁଡିକ ନିର୍ମିତ ହୋଇଛି ।

ସଡକ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅଗରତାଲା ବାଇପାସ (ଖଇରପୁର- ଆମତାଲି) ଜାତୀୟ ରାଜପଥ- ୦୮ର ପ୍ରଶସ୍ତୀକରଣ ପ୍ରକଳ୍ପ ଉଦଘାଟନ କରିବେ । ଏହା ଅଗରତାଲା ସହରର ଟ୍ରାଫିକ ସମସ୍ୟା ହ୍ରାସ କରିବାରେ ସହାୟକ ହେବ । ସେ ପିଏମଜିଏସୱାଇ III (ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା) ଅନ୍ତର୍ଗତ ୨୩୦ରୁ ଅଧିକ କିଲୋମିଟର ଦୀର୍ଘ ୩୨ଟି ସଡକ ଓ ୫୪୦ରୁ ଅଧିକ କିଲୋମିଟର ଦୀର୍ଘ ୧୧୨ଟି ସଡକ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଆନନ୍ଦନଗର ଠାରେ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଓ ଅଗରତାଲା ସରକାରୀ ଡେଣ୍ଟାଲ କଲେଜ ମଧ୍ୟ ଉନ୍ମୋଚନ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
iPhone exports hit record ₹2 trillion in final year of smartphone PLI

Media Coverage

iPhone exports hit record ₹2 trillion in final year of smartphone PLI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.