ପ୍ରଧାନମନ୍ତ୍ରୀ ପ୍ରାୟ ୧୬,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ - ମହୀଶୂର ଏକ୍ସପ୍ରେସୱେକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ; ଏହି ପ୍ରକଳ୍ପ ଯାତ୍ରା ସମୟକୁ ୩ ଘଂଟାରୁ ୭୫ ମିନିଟକୁ ହ୍ରାସ କରିବ
ମହୀଶୂର - କୁଶଲନଗର ୪ ଲେନ ରାଜପଥ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ଆଇଆଇଟି ଧରୱାଡକୁ ମଧ୍ୟ ଲୋକର୍ପିତ କରିବେ ପ୍ରଧାନମନ୍ତ୍ରୀ ; ଏହି ପ୍ରକଳ୍ପ ପାଇଁ ଫେବୃଆରୀ ୨୦୧୯ ରେ ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ
ଶ୍ରୀ ସିଦ୍ଧରୁଦ୍ଧ ସ୍ୱାମିଜୀ ହୁବଳି ଷ୍ଟେସନ ଠାରେ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ପୁନଃ ବିକଶିତ ହୋସାପେଟ ଷ୍ଟେସନକୁ ଉତ୍ସର୍ଗ କରିବେ, ଯାହା ହାମ୍ପି ସ୍ମାରକୀ ଗୁଡିକ ପରି ଡିଜାଇନ୍ ହୋଇଛି
ଧରୱାଡ ଏକାଧିକ ଗ୍ରାମ୍ୟ ଜଳ ଯୋଗାଣ ଯୋଜନା ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ହୁବଳି - ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ତଥା ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ମାର୍ଚ୍ଚ ୧୨ ତାରିଖରେ କର୍ଣ୍ଣାଟକ ଗସ୍ତ କରିବେ,  ଯେଉଁଠାରେ ସେ ପ୍ରାୟ ୧୬,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଏହାର ଲୋକର୍ପଣ କରିବେ ।  ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ମାଣ୍ଡ୍ୟା ଠାରେ ପ୍ରମୁଖ ସଡକ ପ୍ରକଳ୍ପ ଗୁଡିକର  ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଏହାର ଲୋକର୍ପଣ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୩ : ୧୫ ମିନିଟ୍‌ରେ ସେ ହୁବଳି - ଧରୱାଡ ଠାରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।

ମାଣ୍ଡ୍ୟାରେ ପ୍ରଧାନମନ୍ତ୍ରୀ

ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ବିକାଶ କ୍ଷେତ୍ରରେ ଦ୍ରୁତ ଗତି ସମଗ୍ର ଦେଶରେ ବିଶ୍ୱ ସ୍ତରୀୟ ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ପ୍ରମାଣ ଅଟେ । ଏହି ପ୍ରୟାସରେ ଆଗକୁ ଆଉ ପାଦେ ଆଗେଇ ଯାଇ, ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ - ମହୀଶୁର ଏକ୍ସପ୍ରେସୱେକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପରେ ଏନ୍‌ଏଚ୍ - ୨୭୫ ର ବେଙ୍ଗାଲୁରୁ - ନିଦଘଟ୍ଟା - ମହୀଶୂର ବିଭାଗର ୬ - ଲେନ୍ ବିଶିଷ୍ଟ ସଡ଼କ ଅନ୍ତର୍ଭୁକ୍ତ । ପ୍ରାୟ ୮୪୮୦ କୋଟି ଟଙ୍କା ବ୍ୟୟରେ ୧୧୮ କିଲୋମିଟରର ଏହି ଦୀର୍ଘ ପ୍ରକଳ୍ପର ବିକାଶ କରାଯାଇଛି । ଏହା ବେଙ୍ଗାଲୁରୁ ଏବଂ ମହୀଶୁର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ୩ ଘଂଟାରୁ ୭୫ ମିନିଟକୁ ହ୍ରାସ କରିବ । ଏହା ଏହି ଅଞ୍ଚଳର ସାମାଜିକ - ଅର୍ଥନୈତିକ ବିକାଶ ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ମହୀଶୂର - କୁଶଲନଗର  ୪ ଲେନ ରାଜପଥ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।  ୯୨ କିଲୋମିଟରରୁ ଅଧିକ ଦୀର୍ଘ ଏହି ପ୍ରକଳ୍ପ ପ୍ରାୟ ୪୧୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ବେଙ୍ଗାଲୁରୁ ଏବଂ କୁଶଲନଗର ମଧ୍ୟରେ ସଂଯୋଗ ବୃଦ୍ଧିରେ ଏହି ପ୍ରକଳ୍ପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଏହା ଯାତ୍ରା ସମୟକୁ ପ୍ରାୟ ୫ ଘଂଟାରୁ ଏହାର ଅଧା ମାତ୍ର ୨.୫ ଘଂଟାକୁ ହ୍ରାସ କରିବାରେ ସାହାଯ୍ୟ କରିବ ।

ହୁବଳି - ଧାରୱାଡରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆଇଆଇଟି ଧାରୱାଡକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ଏହି ଅନୁଷ୍ଠାନର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ । ୮୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅନୁଷ୍ଠାନ ବର୍ତ୍ତମାନ ୪ ବର୍ଷର ବି. ଟେକ୍ ପାଠ୍ୟକ୍ରମ , ଆନ୍ତଃ - ଶୃଙ୍ଖଳାଗତ ୫ ବର୍ଷିଆ ବିଏସ୍ - ଏମ୍‌ଏସ୍  ପାଠ୍ୟକ୍ରମ , ଏମ୍‌. ଟେକ୍  ଏବଂ  ପିଏଚ୍ ଡି ପାଠ୍ୟକ୍ରମ ପ୍ରଦାନ କରୁଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ସିଦ୍ଧରୁଦ୍ଧ ସ୍ୱାମିଜୀ ହୁବଳି ଷ୍ଟେସନ ଠାରେ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମକୁ ଜାତି ଉଦ୍ଦେଶ୍ୟରେ  ଉତ୍ସର୍ଗ କରିବେ । ନିକଟରେ ଗିନିଜ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡ ଦ୍ୱାରା ଏହି ରେକର୍ଡକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ୧୫୦୭ ମିଟର ଦୀର୍ଘ ପ୍ଲାଟଫର୍ମ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।

ଏହି ଅଞ୍ଚଳରେ ସଂଯୋଗ ବୃଦ୍ଧି ପାଇଁ ହୋସାପେଟ - ହୁବଳି - ତିନାଇଘାଟ ବିଭାଗର ବିଦ୍ୟୁତିକରଣ ଏବଂ ହୋସାପେଟ ଷ୍ଟେସନର ନବୀକରଣ କାର୍ଯ୍ୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ୫୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ହୋଇଥିବା ବିଦ୍ୟୁତିକରଣ ପ୍ରକଳ୍ପ ବୈଦ୍ୟୁତିକ ଟ୍ରାକ୍ସନ୍ ଉପରେ ପ୍ରତିବନ୍ଧକ ବିହୀନ ଟ୍ରେନ୍ ଚଳାଚଳ କାର୍ଯ୍ୟକୁ ସମ୍ପନ୍ନ କରିବ । ପୁନଃ ବିକଶିତ ହୋସାପେଟ ଷ୍ଟେସନ ଯାତ୍ରୀ ମାନଙ୍କୁ ସୁବିଧାଜନକ ଏବଂ ଆଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବ । ଏହାକୁ ହାମ୍ପି ସ୍ମାରକୀ ସଦୃଶ ଡିଜାଇନ୍ କରାଯାଇଛି ।

ପ୍ରଧାନମନ୍ତ୍ରୀ ହୁବଳି - ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପ ଗୁଡିକୁ ଉଦ୍‌ଘାଟନ କରିବେ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ଗୁଡିକର ମୋଟ ଆନୁମାନିକ ମୂଲ୍ୟ ପ୍ରାୟ ୫୨୦ କୋଟି ଟଙ୍କା ହେବ । ଏହି ପ୍ରୟାସଗୁଡିକ ସ୍ୱଚ୍ଛତା, ନିରାପଦ ଏବଂ କାର୍ଯ୍ୟକ୍ଷମ ସର୍ବସାଧାରଣ ସ୍ଥାନ ସୃଷ୍ଟି କରି ଜୀବନର ଗୁଣବତ୍ତା ବୃଦ୍ଧି କରିବ ଏବଂ ସହରକୁ ଏକ ଭବିଷ୍ୟବାଦୀ ସହରୀ କେନ୍ଦ୍ରରେ ପରିଣତ କରିବ ।

ପ୍ରଧାନମନ୍ତ୍ରୀ ଜୟଦେବ ଡାକ୍ତରଖାନା ଏବଂ ଅନୁସନ୍ଧାନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।  ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଏହି ଡାକ୍ତରଖାନାର ବିକାଶ କରାଯିବ ଏବଂ ଏହା ଏହି ଅଞ୍ଚଳର ଲୋକ ମାନଙ୍କୁ ତୃତୀୟ ସ୍ତରର ହୃଦ୍‌ରୋଗ ସମ୍ବନ୍ଧିତ ସେବା ଯୋଗାଇବ । ଏହି ଅଞ୍ଚଳରେ ଜଳ ଯୋଗାଣକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଧରୱାଡ ଏକାଧିକ ଗ୍ରାମ୍ୟ ଜଳ ଯୋଗାଣ ଯୋଜନା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ, ଯାହା ୧୦୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ହେବ । ୧୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଟୁପାରୀହଲ୍ଲା ବନ୍ୟା କ୍ଷୟକ୍ଷତି ନିୟନ୍ତ୍ରଣ ପ୍ରକଳ୍ପ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।  ଏହି ପ୍ରକଳ୍ପ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ହ୍ରାସ କରିବାର ଲକ୍ଷ୍ୟ ରଖେ ଏବଂ ଏହା ମଧ୍ୟରେ ପ୍ରାଚୀର ଏବଂ ବନ୍ଧ ନିର୍ମାଣ ସମ୍ପୃକ୍ତ ଅଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'BRICS 2026 becomes major Bharat achievement for PM Narendra Modi'

Media Coverage

'BRICS 2026 becomes major Bharat achievement for PM Narendra Modi'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 15, 2026
September 15, 2026

A Mandate of Performance: Civic Wins, IPO Surge and Neighbourly Power Reflect Faith in PM Modi’s Leadership