୧୯,୬୫୦ କୋଟି ଟଙ୍କାରେ ନିର୍ମିତ ନଭି ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୁମ୍ବାଇ ମେଟ୍ରୋ ଲାଇନ-୩ର ଚୂଡ଼ାନ୍ତ ପର୍ଯ୍ୟାୟକୁ ଉଦଘାଟନ କରି, ୩୭.୨୭୦ କୋଟି ଟଙ୍କାରେ ନିର୍ମିତ ସମ୍ପୂର୍ଣ୍ଣ ମୁମ୍ବାଇ ମେଟ୍ରୋ ଲାଇନ-୩କୁ ରାଷ୍ଟ୍ରକୁ ଉତ୍ସର୍ଗ କରିବେ
‘ମୁମ୍ବାଇ ୱାନ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ -୧୧ଟି ପବ୍ଲିକ ଟ୍ରାନ୍ସପୋର୍ଟ ଅପରେଟରଙ୍କ ପାଇଁ ଭାରତର ପ୍ରଥମ ଇଣ୍ଟିଗ୍ରେଟେଡ ମୋବିଲିଟି ଆପ୍
ଶୁଭାରମ୍ଭ ହେଉଥିବା ପ୍ରକଳ୍ପର ମୁଖ୍ୟ ଫୋକସ: ବାଧାବିହୀନ ଯୋଗାଯୋଗ ନିଶ୍ଚିତ କରିବା
ଭାରତ -ବ୍ରିଟେନ ରଣନୀତିକ ସହଭାଗିତା ସୁଦୃଢ଼ କରିବାକୁ , ମୁମ୍ବାଇରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ଭାରତ -ବ୍ରିଟେନ ରଣନୀତିକ ସହଭାଗିତା ଏବଂ ଭିଜନ ୨୦୩୫ ରୋଡମ୍ୟାପର ସମୀକ୍ଷା କରିବେ
ଗ୍ଲୋବାଲ ଫିନଟେକ୍ ଫେଷ୍ଟ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ଉଦଘାଟନୀ ଭାଷଣ ରଖିବେ
ଜିଏଫଏଫ ୨୦୨୫ର ପ୍ରସଙ୍ଗ : ଏଆଇ, ସମ୍ବର୍ଦ୍ଧିତ ବୁଦ୍ଧିମତା, ନବାଚାର ଏବଂ ସମାବେଶୀ ଉପରେ ଆଧାରିତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୮-୯ ତାରିଖରେ ମହାରାଷ୍ଟ୍ର ଗସ୍ତ କରିବେ। ନଭି ମୁମ୍ବାଇରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ପ୍ରାୟ ଅପରାହ୍ନ ୩ତ ସମୟରେ ନବନିର୍ମିତ ନଭି ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦରର ପରିଦର୍ଶନ କରିବେ। ଏହା ପରେ, ପ୍ରାୟ ୩ଟା ୩୦ ମିନିଟରେ, ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦରର ଉଦଘାଟନ କରି ମୁମ୍ବାଇରେ ଅନେକ ଗୁଡ଼ିଏ ପ୍ରକଳ୍ପର ଲୋକାର୍ପଣ କରିବେ। ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଅକ୍ଟୋବର ୯ ତାରିଖ ଦିନ, ପ୍ରାୟ ସକାଳ ୧୦ଟା ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇରେ ୟୁକେ ପ୍ରଧାନମନ୍ତ୍ରୀ ସାର୍ କୀର ଷ୍ଟାରମରଙ୍କୁ ଭେଟିବେ। ପ୍ରାୟ ଅପରାହ୍ନ ୧ଟା ୪୦ ମିନିଟରେ, ଉଭୟ ଦେଶର ପ୍ରଧାନମନ୍ତ୍ରୀ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଏକ ସିଇଓ ଫୋରମରେ ଅଂଶଗ୍ରହଣ କରିବେ। ଏହା ପରେ, ପ୍ରାୟ ୨ଟା ୪୫ମିନିଟରେ, ଉଭୟ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟର ଷଷ୍ଠ ସଂସ୍କରଣରେ ଯୋଗଦେବେ।

ନଭି ମୁମ୍ବାଇରେ ପ୍ରଧାନମନ୍ତ୍ରୀ

ଭାରତକୁ ଏକ ବିଶ୍ୱ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବାର ତାଙ୍କର ଦୃଷ୍ଟିକୋଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ପ୍ରାୟ ୧୯,୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନଭି ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦର (ଏନଏମଆଇଏ)ର ପର୍ଯ୍ୟାୟକୁ ଉଦଘାଟନ କରିବେ।

ନଭି ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦର ଭାରତର ସର୍ବବୃହତ ଗ୍ରୀନଫିଲ୍ଡ ବିମାନବନ୍ଦର, ଯାହାକି ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ ଅଧୀନରେ ବିକଶିତ ହୋଇଛି । ଏନଏମଆଇଏ ମୁମ୍ବାଇ ମେଟ୍ରୋପଲିଟାନ ରିଜନର ଦ୍ୱିତୀୟ ବିମାନବନ୍ଦର । ଏହା ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ସିଏସଏମଆଇଏ) ସହ ମିଶି ମୁମ୍ବାଇରେ ଭିଡ଼ ହ୍ରାସ କରିବା ସହ ଏହାକୁ ବୈଶ୍ୱିକ ବହୁ ବିମାନବନ୍ଦର ପ୍ରଣାଳୀରେ ପରିଣତ କରିବ । ଏହା ବିଶ୍ୱର ଅନ୍ୟତମ ଦକ୍ଷ ବିମାନବନ୍ଦର ଭାବେ ୧୧୬୦ ହେକ୍ଟର ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି ଏବଂ ପ୍ରାରମ୍ଭିକ ଭାବେ ଏହାର କ୍ଷମତା ରହିବ ବାର୍ଷିକ ୯୦ ମିଲିଅନ ଯାତ୍ରୀ (ଏମପିପିଏ) ଏବଂ ୩.୨୫ ମିଲିଅନ ମେଟ୍ରିକ ଟନ୍ ପଣ୍ୟ ପରିବହନ ।

ଏହାର ଅନ୍ୟାନ୍ୟ ସୁବିଧା ମଧ୍ୟରେ ଏକ ସ୍ୱୟଂଚାଳିତ ପିପୁଲ ମୁଭର (ଏପିଏମ) ସାମିଲ ରହିଛି । ଏହା ଏକ ପରିବହନ ପ୍ରଣାଳୀ ଯାହାକି ସମସ୍ତ ଚାରିଟି ଯାତ୍ରୀ ଟର୍ମିନଲକୁ ଅନ୍ତଃ-ଟର୍ମିନଲ ସ୍ଥାନାନ୍ତରଣ ପାଇଁ ଯୋଡ଼ିବ ଏବଂ ଏକ ଲ୍ୟାଣ୍ଡସାଇଡ ଏପିଏମ ବି ଅଛି ଯାହାକି ସହରର ମୌଳକ ଢାଞ୍ଚା ସହ ଯୋଡ଼ିବ । ସ୍ଥାୟୀ ବ୍ୟବସ୍ଥା ଅନୁରୂପ ଏହି ବିମାନବନ୍ଦରରେ ସ୍ଥାୟୀ ବିମାନ ଇନ୍ଧନ (ଏସଏଏଏଫ) ପାଇଁ ସମର୍ପିତ ଭଣ୍ଡାରଣ, ପ୍ରାୟ ୪୭ ମେଗାୱାଟ ସୌର ଉର୍ଜା ଉତ୍ପାଦନ ଏବଂ ସମ୍ପୂର୍ଣ୍ଣ ସହର ସହ ସାର୍ବଜନୀକ ସମ୍ପର୍କ ରକ୍ଷା ପାଇଁ ଇଭି ବସ୍ ସେବା ଉପଲବ୍ଧ ହେବ । ଏନଏମଆଇଏ ଦେଶର ପ୍ରଥମ ବିମାନ ବନ୍ଦର ହେବ ଯାହାକି ୱାଟର ଟ୍ୟାକ୍ସି ବ୍ୟବସ୍ଥା ସହ ମଧ୍ୟ ଯୋଡ଼ିହେବ ।

ପ୍ରଧାନମନ୍ତ୍ରୀ ୧୨,୨୦୦ କୋଟି ଟଙ୍କାରେ ନିର୍ମିତ ହୋଇଥିବା ମୁମ୍ବାଇ ମେଟ୍ରୋ ଲାଇନ-୩ର ଆଚାର୍ଯ୍ୟ ଆତ୍ରେ ଚୌକରୁ କଫି ପରେଡ ପର୍ଯ୍ୟନ୍ତ ଫେଜ୍-୨ବିକୁ ଉଦଘାଟନ କରିବେ । ଏଥିସହ ସେ ୩୭.୨୭୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ସମ୍ପୂର୍ଣ୍ଣ ମୁମ୍ବାଇ ମେଟ୍ରୋ ଲାଇନ ୩ (ଆକ୍ୱା ଲାଇନ)କୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ,ଯାହାକି ସହରାଞ୍ଚଳ ପରିବହନ ପରିବର୍ତ୍ତନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହେବ ।

ମୁମ୍ବାଇର ପ୍ରଥମ ଏବଂ ସମ୍ପୂର୍ଣ୍ଣ ଭୂମିଗତ ମେଟ୍ରୋ ଲାଇନ ଭାବେ ଏହି ପ୍ରୋଜେକ୍ଟ ମୁମ୍ବାଇ ମହାନଗର କ୍ଷେତ୍ର (ଏମଏମଆର)ରେ ଯାତାୟାତକୁ ନୂତନ ରୂପରେ ପରିଭାଷିତ କରିବ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ତୀବ୍ର, ଅଧିକ କୁଶଳ ଏବଂ ଆଧୁନିକ ପରିହନ ସୁବିଧା ପ୍ରଦାନ କରିବ ।

୩୩.୫ କିଲୋମିଟର ଦୈର୍ଘ୍ୟର ମୁମ୍ବାଇ ମେଟ୍ରୋ ଲାଇନ-୩ରେ କଫି ପରେଡରୁ ଆରେ ଜେଭିଏଲଆର ମଧ୍ୟରେ ୨୭ଟି ଷ୍ଟେସନ ରହିଛି । ଏହି ଲାଇନରେ ଦୈନିକ ୧୩ ଲକ୍ଷ ଲୋକ ଯାତାୟାତ କରିବେ । ଏହି ପ୍ରୋଜେକ୍ଟର ଚୂଡ଼ାନ୍ତ ପର୍ଯ୍ୟାୟ ୨ବି ଦକ୍ଷିଣ ମୁମ୍ବାଇର ଐତିହ୍ୟ ଓ ସାଂସ୍କୃତିକ ଜିଲ୍ଲା, ଯଥା; ଫୋର୍ଟ, କାଲାଘୋଡ଼ା ଏବଂ ମେରିନ ଡ୍ରାଇଭ ପଯ୍ୟନ୍ତ ବିନା ବାଧାରେଯାତାୟାତ ସୁବିଧା ଦେବ । ଏଥିସହ ବମ୍ବେ ହାଇକୋର୍ଟ,ମନ୍ତ୍ରାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନରିମାନ ପଏଣ୍ଟ ସହିତ ପ୍ରମୁଖ ପ୍ରଶାସନିକ କେନ୍ଦ୍ର ଏବଂ ଆର୍ଥିକ କେନ୍ଦ୍ରରେ ସିଧାସଳଖ ପହଞ୍ଚି ହେବ ।

ମେଟ୍ରୋ ଲାଇନ-୩କୁ ରେଲୱେ, ବିମାନବନ୍ଦର, ଅନ୍ୟ ମେଟ୍ରୋ ଲାଇନ ଏବଂ ମୋନୋରେଲ ସେବା ସହିତ ପରିବହନର ଅନ୍ୟାନ୍ୟ ସାଧନ ସହିତ କୁଶଳ ଏକୀକରଣ ସୁନିଶ୍ଚିତ କରିବାକୁ ଡିଜାଇନ କରାଯାଇଛି । ଏହାଦ୍ୱାରା ଅନ୍ତିମ ସୀମା ପର୍ଯ୍ୟନ୍ତ ଯୋଗାଯୋଗରେ ସୁଧାର ହେବ ଏବଂ ମହାନଗରୀୟ କ୍ଷେତ୍ରରେ ମଧ୍ୟ ଭିଡ଼ ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ମେଟ୍ରୋ, ମୋନୋରେଲ, ଉପନଗରୀୟ ରେଲୱେ ଏବଂ ବସ ପିଟିଓର ୧୧ ସାର୍ବଜନୀକ ପରିବହନ ଅପରେଟର (ପିଟିଓ)ଙ୍କ ପାଇଁ ଏକୀକୃତ କମନ ମୋବିଲିଟି ଆପ୍ ‘ମୁମ୍ବାଇ ୱାନ’ର ମଧ୍ୟ ଶୁଭାରମ୍ଭ କରିବେ । ଏଥିରେ ମୁମ୍ବାଇ ମେଟ୍ରୋ ଲାଇନ ୨ଏ ଏବଂ ୭, ମୁମ୍ବାଇ ମେଟ୍ରୋ ଲାଇନ ୩, ମୁମ୍ବାଇ ମେଟ୍ରୋ ଲାଇନ ୧, ମୁମ୍ବାଇ ମୋନୋରେଲ, ନଭି ମୁମ୍ବାଇ ମେଟ୍ରୋ, ମୁମ୍ବାଇ ଉପନଗରୀୟ ରେଲୱେ, ବୃହନମୁମ୍ବାଇ ବିଦୁତ ଆପୂର୍ତ୍ତି ଏବଂ ପରିବହନ (ବେଷ୍ଟ), ଥାନେ ନଗର ପରିବହନ, ମୀରା ଭୟନ୍ଦର ନଗର ପରିବହନ, କଲ୍ୟାଣ ଡୋମ୍ବିଭଲି ନଗର ପରିବହନ ଏବଂ ନଭି ମୁମ୍ବାଇ ନଗର ପରିବହନ ସାମିଲ ରହିଛି ।

ମୁମ୍ବାଇ ୱାନ ଆପ୍ ଯାତ୍ରୀମାନଙ୍କୁ ଅନେକ ପ୍ରକାର ସୁବିଧା ପ୍ରଦାନ କରିବ । ଏଥିରେ ଅନେକ ସାର୍ବଜନୀକ ପରିବହନ ଅପରେଟରମାନଙ୍କ ପାଇଁ ଏକୀକୃତ ମୋବାଇଲ ଟିକେଟିଙ୍ଗ, ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରି ଭିଡ଼ରୁ ମୁକ୍ତି ଏବଂ କେତେକ ପରିବହନ ସାଧନ ଥିବା ଯାତ୍ରା ପାଇଁ ଏକକ ଡାଇନାମିକ ଟିକେଟ ମାଧ୍ୟମରେ ନିର୍ବିଘ୍ନ ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ସାମିଲ ରହିଛି । ଏହା ମଧ୍ୟ ବିଳମ୍ବ ଓ ଠିକ ସମୟର ଯାତ୍ରା ସୂଚନା, ବିକଳ୍ପ ରାସ୍ତା, ଆନୁମାନିକ ଯାତ୍ରା ସମୟ, ପାଖ ଷ୍ଟେସନ, ଆକର୍ଶଣ ଓ ଦର୍ଶନୀୟ ସ୍ଥାନର ମାନଚିତ୍ର ଆଧାରିତ ବିବରଣୀ ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଏକ ଏସଓଏସ୍ ସୁବିଧା ମଧ୍ୟ ପ୍ରଦାନ କରିବ । ଏହି ସମସ୍ତ ସୁବିଧା ମିଶି ସୁବିଧା, ଦକ୍ଷତା ଏବଂ ସୁରକ୍ଷାକୁ ବଢ଼ାଇବ, ଯାହାଦ୍ୱାରା ସମଗ୍ର ମୁମ୍ବାଇରେ ପରିବହନର ଅନୁଭବରେ ପରିବର୍ତ୍ତନ ଆସିପାରିବ ।

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ କୌଶଳ, ରୋଜଗାର, ଉଦ୍ୟମିତା ଏବଂ ନବାଚାର ବିଭାଗର ଏକ ଅଗ୍ରଣୀ ପଦକ୍ଷେପ, ସ୍ୱଳ୍ପକାଳିନ ଯୋଜଗାର ଯୋଗ୍ୟତା କାର୍ଯ୍ୟକ୍ରମ (ଏସଟିଇପି)ର ମଧ୍ୟ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ୪୦୦ ସରକାରୀ ଆଇଟିଆଇ ଏବଂ ୧୫୦ ସରକାରୀ ପ୍ରଯୁକ୍ତଗତ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ କରାଯିବ । ଏହି ରୋଜଗାର କ୍ଷମତା ବଢ଼ାଇବା ପାଇଁ କୌଶଳ ବିକାଶକୁ ଉଦ୍ୟୋଗର ଆବଶ୍ୟକତା ସହିତ ଯୋଡ଼ିବାରେ ଏକ ବଡ଼ ପଦକ୍ଷେପ ହେବ । ଏସଟିଇପି ଅନୁସାରେ ୨,୫୦୦ ନୂଆ ପ୍ରଶିକ୍ଷଣ ବ୍ୟାଚ ସ୍ଥାପନ କରାଯିବ, ଯେଉଁଥିରେ ମହିଳାଙ୍କ ପାଇଁ ୩୬୪ ବିଶେଷ ବ୍ୟାଚ୍ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ ଅଫ ଥିଙ୍ଗସ, ଇଲେକ୍ଟ୍ରିକ ବାହନ, ସୌର ଶକ୍ତି ଏବଂ ଆଡ଼ିଟିଭ୍ ମ୍ୟାନୁଫାକଚରିଙ୍ଗ ଭଳି ଅଭୁ୍ୟତ୍ଥିତ ପାଠ୍ୟକ୍ରମର ୪୦୮ ବ୍ୟାଚ ସାମିଲ ହେବେ ।

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ଗ୍ଲୋବାଲ ଫିନଟେକ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ବ୍ରିଟେର ପ୍ରଧାନମନ୍ତ୍ରୀ ସାର୍ କିର ଷ୍ଟାର୍ମର ୨୦୨୫ ଅକ୍ଟେବର ୮-୯ରେ ଭାରତ ଗସ୍ତରେ ଆସିବେ । ଏହା ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ପ୍ରଥମ ସରକାରୀ ଭାରତ ଗସ୍ତ ହେବ ।

ଏହି ଗସ୍ତ ଅବସରରେ ଉଭୟ ପ୍ରଧାନମନ୍ତ୍ରୀ ‘ଭିଜନ-୨୦୩୫’ ଅନୁରୂପ ଭାରତ-ବ୍ରିଟେନ ବ୍ୟାପକ ରଣନୀତିକ ସହଭାଗିତାର ବିଭିନ୍ନ ପଦକ୍ଷେପର ପ୍ରଗତି ଉପରେ ସମୀକ୍ଷା କରିବେ । ଏହି ଭିଜନ ବାଣିଜ୍ୟ ଏବଂ ନିବେଶ, ପ୍ରାଦ୍ୟୋଗିକୀ ଏବଂ ନବାଚାର, ରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ଆଦି କାର୍ଯ୍ୟକ୍ରମର ପ୍ରମୁଖ ସ୍ତମ୍ଭର ଏକ କୈନ୍ଦ୍ରିତ ଓ ସମୟବଦ୍ଧ ଦଶବର୍ଷିଆ ରୋଡମ୍ୟାପ୍ ।

ଉଭୟ ନେତା ଭାରତ-ବ୍ରିଟେନ ବ୍ୟାପକ ଆର୍ଥିକ ଏବଂ ବ୍ୟାପାର ବୁଝାମଣା (ସିଇଟିଏ) ପ୍ରସ୍ତୁତ କାର୍ଯ୍ୟକ୍ରମରେ ଉଦ୍ୟୋଗ ଜଗତର ପ୍ରମୁଖ ମହାରଥୀମାନଙ୍କ ସହ ଚର୍ଚ୍ଚା କରିବେ, ଯାହାକି ଭବିଷ୍ୟତରେ ଭାରତ-ବ୍ରିଟେନ ଆର୍ଥିକ ସହଭାଗିତାର ଏକ କେନ୍ଦ୍ରୀୟ ସ୍ତମ୍ଭ ହେବ । ଉଭୟ କ୍ଷେତ୍ରୀୟ ଏବଂ ବୈଶ୍ୱିକ ପ୍ରସଙ୍ଗରେ ମଧ୍ୟ ନିଜସ୍ୱ ବିଚାରର ଆଦାନପ୍ରଦାନ ହେବ । ଉୟ ନେତା ଉଦ୍ୟୋଗ ବିଶେଷଜ୍ଞ, ନୀତି ନିର୍ମାତା ଏବଂ ନବପ୍ରବର୍ତ୍ତକଙ୍କ ସହ ମଧ୍ୟ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରଠାରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟର ଷଷ୍ଠ ସଂସ୍କରଣରେ ମଧ୍ୟ ଭାଗ ନେବେ ଏବଂ ଏହି ଅବସରରେ ଉଦଘାଟନୀ ସମ୍ବୋଧନ ମଧ୍ୟ ଦେବେ ।

ଗ୍ଲୋବାଲ ଫିନଟେକ ୨୦୨୫ରେ ସମଗ୍ର ବିଶ୍ୱରୁ ନବପ୍ରବର୍ତ୍ତକ, ନୀତି ନିର୍ମାତା, କେନ୍ଦ୍ରୀୟ ବ୍ୟାଙ୍କର, ନିୟାମକ, ନିବେଶକ, ଶିକ୍ଷାବିତ ଏବଂ ଉଦ୍ୟୋଗ ଜଗତର ପ୍ରମୁଖ ବ୍ୟକ୍ତିମାନେ ଏକାଠି ହେବେ । ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ- ଏକ ଉନ୍ନତ ବିଶ୍ୱ ପାଇଁ ଆର୍ଥିକ ସଶକ୍ତିକରଣ - ଏଆଇ, ସମ୍ବର୍ଦ୍ଧିତ ବୁଦ୍ଧିମତା, ନବାଚାର ଏବଂ ସମାବେଶନ ଦ୍ୱାରା ସଂଚାଳିତ ଏକ ନୈତିକ ଏବଂ ସ୍ଥାୟୀ ଆର୍ଥିକ ଭବିଷ୍ୟକୁ ରୂପ ଦେବାରେ ପ୍ରାଦ୍ୟୋଗିକୀ ଏବଂ ମାନବୀୟ ଅନ୍ତଃଦୃଷ୍ଟିର ଅଭିସରଣକୁ ଉଲ୍ଲେଖ କରୁଛି ।

ଚଳିତ ବର୍ଷର ଆୟୋଜନରେ ୭୫ରୁ ଅଧିକ ଦେଶରୁ ୧ ଲକ୍ଷରୁ ଅଧିକ ପ୍ରତିନିଧି ଭାଗ ନେବା ଆଶା କରାଯାଏ, ଯାହାଦ୍ୱାରା ଏହା ବିଶ୍ୱର ସବୁଠାରୁ ବଡ଼ ଫିନଟେକ ସମ୍ମିଳନୀରେ ପରିଣତ ହୋଇଯିବ । ଏହି ସମ୍ମିଳନୀରେ ପ୍ରାୟ ୭୫ ହଜାର କମ୍ପାନି, ୮୦୦ ବକ୍ତା, ୪୦୦ ପ୍ରଦର୍ଶକ ଏବଂ ଭାରତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରାଧିକାରର ପ୍ରତିନିଧିତ୍ୱ କରୁଥିବା ୭୦ ନିୟାମକ ଅଂଶ ଗ୍ରହଣ କରିବେ ।  

ଭାଗ ନେବାକୁ ଥିବା ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ମଧ୍ୟରେ ସିଙ୍ଗାପୁରର ମୌଦ୍ରିକ ପ୍ରାଧିକରଣ, ଜର୍ମାନୀର ଡିଉସ ବୁଣ୍ଡେସବ୍ୟାଙ୍କ, ବ୍ୟାଙ୍କ ଡି ଫ୍ରାନ୍ସ ଏବଂ ସ୍ୱିସ୍  ଆର୍ଥିକ ବଜାର ପର୍ଯ୍ୟବେକ୍ଷୀ ପ୍ରାଧିକରଣ (ଫିନମା) ଭଳି ପ୍ରତିଷ୍ଠିତ ନିୟାମକ ସାମିଲ ଅଛନ୍ତି । ସେମାନଙ୍କ ଭାଗିଦାରୀ ଆର୍ଥିକ ନୀତି ଆଲୋଚନା ଏବଂ ସହଯୋଗର ବୈଶ୍ୱିକ ମଞ୍ଚ ରୂପେ ଜିଏଫଏଫର ବର୍ଦ୍ଧିତ କ୍ଷମତାକୁ ରେଖାଙ୍କିତ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt sets up six sector groups to fast-track ‘Make in India 2.0’ push

Media Coverage

Govt sets up six sector groups to fast-track ‘Make in India 2.0’ push
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.