ପ୍ରଧାନମନ୍ତ୍ରୀ ମୁମ୍ବାଇ ନୌସେନା ଡକ୍‌ୟାର୍ଡରେ ତିନିଟି ଅଗ୍ରଣୀ ନୌସେନା ଯୁଦ୍ଧପୋତ ଆଇଏନ୍‌ଏସ୍ ସୁରଟ, ଆଇଏନ୍‌ଏସ୍ ନୀଳଗିରି ଏବଂ ଆଇଏନ୍‌ଏସ୍ ବାଘଶିରକୁ ଦେଶକୁ ଉତ୍ସର୍ଗ କରିବେ
ପ୍ରଧାନମନ୍ତ୍ରୀ ନାଭି ମୁମ୍ବାଇର ଖାରଘର୍‌ରେ ଇସ୍‌କନ୍‌ର ମନ୍ଦିର ଉଦ୍‌ଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଜାନୁଆରୀରେ ମହାରାଷ୍ଟ୍ର ଗସ୍ତ କରିବେ । ସକାଳ ପ୍ରାୟ ୧୦:୩୦ରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ନୌସେନା ଡକ୍‌ୟାର୍ଡରେ ନୌସେନାର ତିନିଟି ଅଗ୍ରଣୀ ଯୁଦ୍ଧପୋତ ଆଇଏନ୍‌ଏସ୍ ସୁରଟ, ଆଇଏନ୍‌ଏସ୍ ନୀଳଗିରି ଏବଂ ଆଇଏନ୍‌ଏସ୍ ବାଘଶିରକୁ ଦେଶକୁ ଉତ୍ସର୍ଗ କରିବେ । ଏହା ପରେ ଅପରାହ୍ନ ପ୍ରାୟ ୩:୩୦ ସମୟରେ, ସେ ନାଭି ମୁମ୍ବାଇର ଖାରଘର୍‌ରେ ଇସ୍‌କନ୍ ମନ୍ଦିର ଉଦ୍‌ଘାଟନ କରିବେ ।

ତିନି ପ୍ରମୁଖ ନୌସେନା ଯୁଦ୍ଧପୋତର ଆୟୋଗ ପ୍ରତିରକ୍ଷା ଉତ୍ପାଦନ ଏବଂ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବାର ଭାରତର ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି । ପି୧୫ବି ଗାଇଡେଡ ମିଶାଇଲ୍ ବିନାଶକାରୀ ପ୍ରକଳ୍ପର ଚତୁର୍ଥ ଏବଂ ଅନ୍ତିମ ଜାହଜ, ଆଇଏନ୍‌ଏସ୍ ସୁରଟ, ବିଶ୍ୱର ବୃହତ୍ତମ ଏବଂ ଅତ୍ୟାଧୁନିକ ବିନାଶକାରୀ ଯୁଦ୍ଧପୋତ ମଧ୍ୟରେ ଅନ୍ୟତମ । ଏଥିରେ ୭୫% ସ୍ୱଦେଶୀ ସାମଗ୍ରୀ ରହିଛି ଏବଂ ଏହା ଅତ୍ୟାଧୁନିକ ଅସ୍ତ୍ର-ସେନ୍‌ସର୍ ପ୍ୟାକେଜ୍ ଏବଂ ଉନ୍ନତ ନେଟୱାର୍କ-କେନ୍ଦ୍ରିକ କ୍ଷମତା ସହିତ ସଜ୍ଜିତ ହୋଇଛି । ପି୧୭ଏ ଷ୍ଟିଲ୍‌ଥ ଫ୍ରିଗେଟ୍ ପ୍ରକଳ୍ପର ପ୍ରଥମ ଯୁଦ୍ଧପୋତ ଆଇଏନ୍‌ଏନ୍ ନୀଳଗିରି, ଭାରତୀୟ ନୌସେନାର ଯୁଦ୍ଧ ଜାହଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଛି ଏବଂ ପରବର୍ତ୍ତ ପୀଢ଼ିରେ ସ୍ୱଦେଶୀ ଫ୍ରିଗେଟ୍ ପ୍ରତିଫଳିତ କରି ବର୍ଦ୍ଧିତ କ୍ଷମତା, ସମୁଦ୍ରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ତଥା ଷ୍ଟିଲ୍‌ଥଯୁକ୍ତ ଉନ୍ନତ ସୁବିଧାଗୁଡିକ ସହ ନୌସେନାରେ ସାମିଲ କରାଯାଇଛି । ପି୭୫ ସ୍କର୍ପିନ ପ୍ରକଳ୍ପର ଷଷ୍ଠ ଏବଂ ଅନ୍ତିମ ବୁଡାଜାହଜ, ଆଇଏନ୍‌ଏସ୍ ବାଘଶୀର, ବୁଡାଜାହଜ ନିର୍ମାଣରେ ଭାରତର ବୃଦ୍ଧି ପାଉଥିବା ଅଭିଜ୍ଞତାକୁ ପ୍ରତିପାଦିତ କରୁଛି ଏବଂ ଫ୍ରାନ୍ସ ନାଭାଲ୍ ଗ୍ରୁପ୍ ସହଯୋଗରେ ଏହା ନିର୍ମାଣ କରାଯାଇଛି ।

ଭାରତର ସାଂସ୍କୃତିକ ଐତିହ୍ୟକୁ ବୃଦ୍ଧି କରିବା ପାଇଁ ନିଜର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନାଭି ମୁମ୍ବାଇର ଖାର୍‌ଘର୍‌ରେ ଇସ୍‌କନ୍‌ର ଏକ ପ୍ରକଳ୍ପ ଅନ୍ତର୍ଗତ ଶ୍ରୀ ଶ୍ରୀ ରାଧା ମଦନମୋହନଙ୍କ ମନ୍ଦିର ଉଦ୍‌ଘାଟନ କରିବେ । ୯ ଏକରରୁ ଅଧିକ ବ୍ୟାପିଥିବା ଏହି ପ୍ରକଳ୍ପରେ ଅନେକ ଦେବତାଙ୍କ ବିଗ୍ରହ ସହ ଏକ ମନ୍ଦିର, ଏକ ବୈଦିକ ଶିକ୍ଷା କେନ୍ଦ୍ର, ପ୍ରସ୍ତାବିତ ସଂଗ୍ରହାଳୟ ଏବଂ ଅଡିଟୋରିୟମ, ଆରୋଗ୍ୟ କେନ୍ଦ୍ର ଅନ୍ତର୍ଭୁକ୍ତ । ବୈଦିକ ଶିକ୍ଷା ମାଧ୍ୟମରେ ସାର୍ବଭୌମ ବନ୍ଧୁତ୍ୱ, ଶାନ୍ତି ଏବଂ ସଦ୍‌ଭାବକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vietnam BrahMos deal already signed, Indonesia pact in final stages: Defence Secretary RK Singh

Media Coverage

Vietnam BrahMos deal already signed, Indonesia pact in final stages: Defence Secretary RK Singh
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”