ଚେନ୍ନାଇରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୩ ର ଉଦଘାଟନୀ ସମାରୋହକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ଡିଡି ପୋଧିଗାଇ ଚ୍ୟାନେଲକୁ ନୂତନ ଭାବରେ ଡିଡି ତାମିଲ ରୂପେ ଶୁଭାରମ୍ଭ କରିବେ; ଦେଶରେ ପ୍ରସାରଣ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ୨୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ
ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର କ୍ୟାମ୍ପସକୁ ଉଦଘାଟନ କରିବେ - ଆମେରିକା ବାହାରେ ବୋଇଂର ଏହା ସର୍ବବୃହତ୍ ନିବେଶ
ମହାରାଷ୍ଟ୍ରରେ ପାଖାପାଖି ୨,୦୦୦ କୋଟି ଟଙ୍କାର ୮ଟି ଅମୃତ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୯ ରେ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡୁ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ସୋଲାପୁରରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଅପରାହ୍ନ ପ୍ରାୟ ୨ଟା ୪୫ ରେ ପ୍ରଧାନମନ୍ତ୍ରୀ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟରକୁ ଉଦଘାଟନ କରିବା ସହ କର୍ଣ୍ଣାଟକର ବେଙ୍ଗାଲୁରୁରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ ୬ ଟାରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ଚେନ୍ନାଇଠାରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୩ର ଉଦଘାଟନୀ ସମାରୋହରେ ଯୋଗଦେବେ ।

ସୋଲାପୁରରେ ପ୍ରଧାନମନ୍ତ୍ରୀ

ସୋଲାପୁରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ ପାଖାପାଖି ୨,୦୦୦ କୋଟି ଟଙ୍କାର ୮ ଟି ଅମୃତ (ଅଟଳ ମିଶନ ଫର ରିଜୁଭେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ) ପ୍ରକଳ୍ପର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ ପିଏମଏୱାଇ-ଅର୍ବାନ ଅଧୀନରେ ସମ୍ପୂର୍ଣ୍ଣ ହୋଇଥିବା ୯୦,୦୦୦ ରୁ ଅଧିକ ଘରକୁ ଲୋକାର୍ପଣ କରିବେ । ଏହାବ୍ୟତୀତ ସେ ସୋଲାପୁରର ରାୟନଗର ହାଉସିଂ ସୋସାଇଟିର ୧୫,୦୦୦ ଘର ଲୋକାର୍ପଣ କରିବେ, ଯାହାର ହିତାଧିକାରୀଙ୍କ ମଧ୍ୟରେ ହଜାର ହଜାର ହସ୍ତତନ୍ତ ଶ୍ରମିକ, ଭେଣ୍ଡର, ପାୱାର ଲୁମ୍ ଶ୍ରମିକ, ଅଳିଆ ସଂଗ୍ରହକାରୀ, ବିଡ଼ି ଶ୍ରମିକ, ଡ୍ରାଇଭର ଆଦି ଅଛନ୍ତି।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ରେ ମହାରାଷ୍ଟ୍ରରେ ପିଏମ-ସ୍ୱନିଧିର ୧୦,୦୦୦ ହିତାଧିକାରୀଙ୍କୁ ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ ।

ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର (ବିଆଇଇଟିସି) କ୍ୟାମ୍ପସକୁ ଉଦଘାଟନ କରିବେ । ୧୬୦୦ କୋଟି ଟଙ୍କା ନିବେଶରେ ନିର୍ମିତ ଏହି ୪୩ ଏକର ପରିମିତ କ୍ୟାମ୍ପସ ଆମେରିକା ବାହାରେ ବୋଇଂର ସବୁଠାରୁ ବଡ଼ ପୁଞ୍ଜିନିବେଶ। ଭାରତରେ ବୋଇଂର ନୂତନ କ୍ୟାମ୍ପସ ଭାରତରେ ଭାଇବ୍ରାଣ୍ଟ ଷ୍ଟାର୍ଟଅପ୍, ଘରୋଇ ଏବଂ ସରକାରୀ ଇକୋସିଷ୍ଟମ ସହିତ ଭାଗିଦାରୀ ପାଇଁ ଏକ ମୂଳଦୁଆ ପାଲଟିବ ଏବଂ ବିଶ୍ୱ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଶିଳ୍ପ ପାଇଁ ପରବର୍ତ୍ତୀ ପିଢ଼ିର ଉତ୍ପାଦ ଏବଂ ସେବାର ବିକାଶରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଯାହାର ଉଦ୍ଦେଶ୍ୟ ଦେଶର ବଢୁଥିବା ବିମାନ ଚଳାଚଳ କ୍ଷେତ୍ରରେ ସମଗ୍ର ଭାରତରୁ ଅଧିକ ରୁ ଅଧିକ ଝିଅ ପିଲାଙ୍କ ପ୍ରବେଶକୁ ସମର୍ଥନ କରିବା । ଏହି କାର୍ଯ୍ୟକ୍ରମ ଦ୍ୱାରା ସମଗ୍ର ଭାରତର ଝିଅ ଓ ମହିଳାମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ଶିଖିବା ଏବଂ ବିମାନ ଚଳାଚଳ କ୍ଷେତ୍ରରେ ଚାକିରି ପାଇଁ ପ୍ରଶିକ୍ଷଣ ଦେବାର ସୁଯୋଗ ମିଳିବ । ଯୁବତୀମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ୧୫୦ଟି ଯୋଜନାବଦ୍ଧ ସ୍ଥାନରେ ଷ୍ଟେମ୍ ଲ୍ୟାବ୍ ସୃଷ୍ଟି କରିବ, ଯାହା ଷ୍ଟେମ୍ କ୍ୟାରିୟର ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସହାୟକ ହେବ। ପାଇଲଟ ହେବା ପାଇଁ ତାଲିମ ନେଉଥିବା ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍କଲାରସିପ୍ ମଧ୍ୟ ପ୍ରଦାନ କରାଯିବ।

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୩ ରେ ପ୍ରଧାନମନ୍ତ୍ରୀ

ତୃଣମୂଳ ସ୍ତରର କ୍ରୀଡ଼ା ବିକାଶ ଏବଂ ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅତୁଟ ପ୍ରତିବଦ୍ଧତାର ଫଳସ୍ୱରୂପ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଆରମ୍ଭ ହୋଇଥିଲା । ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଷଷ୍ଠ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୩ର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଦକ୍ଷିଣ ଭାରତରେ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଆୟୋଜନ କରାଯାଉଛି। ଜାନୁଆରୀ ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ୪ଟି ସହର ଯଥା ଚେନ୍ନାଇ, ମଦୁରାଇ, ତ୍ରିଚି ଓ କୋଏମ୍ବାଟୁରରେ ଏହି କ୍ରୀଡ଼ା ଖେଳାଯିବ।

ଏହି କ୍ରୀଡ଼ାର ମାସ୍କଟ୍ ହେଉଛନ୍ତି ବୀରା ମଙ୍ଗାଇ। ରାଣୀ ଭେଲୁ ନାଚିୟାର, ଯିଏ କି ବୀର ମଙ୍ଗାଇ ନାମରେ ପରିଚିତ, ଜଣେ ଭାରତୀୟ ରାଣୀ ଥିଲେ ଯିଏ ବ୍ରିଟିଶ ଉପନିବେଶବାଦୀ ଶାସନ ବିରୋଧରେ ଯୁଦ୍ଧ କରିଥିଲେ । ଏହି ମାସ୍କଟ ଭାରତୀୟ ନାରୀମାନଙ୍କ ବୀରତା ଏବଂ ଭାବନାର ପ୍ରତୀକ, ନାରୀ ଶକ୍ତିର ପ୍ରତୀକ । ଏହି କ୍ରୀଡ଼ାର ଲୋଗୋରେ କବି ଥିରୁଭାଲ୍ଲୁଭରଙ୍କ ଚିତ୍ର ରହିଛି।

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଏହି ସଂସ୍କରଣରେ ୧୩ ଦିନ ଧରି ୧୫ଟି ସ୍ଥାନରେ ୨୬ଟି କ୍ରୀଡ଼ା ବିଭାଗ, ୨୭୫ରୁ ଅଧିକ ପ୍ରତିଯୋଗିତାମୂଳକ ଇଭେଣ୍ଟ ଓ ୧ଟି ଡେମୋ କ୍ରୀଡ଼ା ସହିତ ୫୬୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ। ଏହି ୨୬ଟି କ୍ରୀଡ଼ା ବିଭାଗ ପାରମ୍ପରିକ କ୍ରୀଡ଼ା ଯଥା ଫୁଟବଲ୍, ଭଲିବଲ୍, ବ୍ୟାଡମିଣ୍ଟନ ଇତ୍ୟାଦି ଏବଂ ପାରମ୍ପରିକ କ୍ରୀଡ଼ା ଯଥା କଲାରିପାୟାଟ୍ଟୁର ବିବିଧ ମିଶ୍ରଣ ଗଟକା, ଥାଙ୍ଗତା, କବାଡି ଓ ଯୋଗାସନ । ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଇତିହାସରେ ତାମିଲନାଡୁର ପାରମ୍ପରିକ କ୍ରୀଡ଼ା ସିଲାମ୍ବାମ୍ କୁ ପ୍ରଥମ ଥର ପାଇଁ ଡେମୋ କ୍ରୀଡ଼ା ଭାବେ ପ୍ରଚଳନ କରାଯାଉଛି।

ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୫୦ କୋଟି ଟଙ୍କାର ପ୍ରସାରଣ କ୍ଷେତ୍ର ସହ ଜଡ଼ିତ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ । ଏଥିରେ ଡିଡି ତାମିଲ ନାମରେ ନବୀକରଣ ହୋଇଥିବା ଡିଡି ପୋଡିଗାଇ ଚ୍ୟାନେଲର ଶୁଭାରମ୍ଭ; ୮ ଟି ରାଜ୍ୟରେ ୧୨ଟି ଆକାଶବାଣୀ ଏଫ୍ଏମ୍ ପ୍ରକଳ୍ପ; ଏବଂ ଜମ୍ମୁ-କଶ୍ମୀରରେ ୪ଟି ଡିଡି ଟ୍ରାନ୍ସମିଟର ଅନ୍ତର୍ଭୁକ୍ତ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ୧୨ଟି ରାଜ୍ୟରେ ୨୬ଟି ନୂତନ ଏଫ୍ଏମ୍ ଟ୍ରାନ୍ସମିଟର ପ୍ରକଳ୍ପର ଶିଳାନ୍ୟାସ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.