ପ୍ରଧାନମନ୍ତ୍ରୀ ନାଗପୁରର ସ୍ମୃତି ମନ୍ଦିରରେ ଦର୍ଶନ କରିବେ
ନାଗପୁରରେ ପ୍ରଧାନମନ୍ତ୍ରୀ ଦୀକ୍ଷାଭୂମି ଗସ୍ତ କରିବେ ଏବଂ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ
ପ୍ରଧାନମନ୍ତ୍ରୀ ନାଗପୁରରେ ମାଧବ ନେତ୍ରାଳୟ ପ୍ରିମିୟମ ସେଣ୍ଟରର ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ନାଗପୁରରେ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡରେ ୟୁଏଭି ପାଇଁ ଲୋଇଟରିଂ ଯୁଦ୍ଧାସ୍ତ୍ର ପରୀକ୍ଷା ରେଞ୍ଜ ଏବଂ ରନୱେ ସୁବିଧାର ଉଦଘାଟନ କରିବେ
ବିଳାସପୁରରେ ପ୍ରଧାନମନ୍ତ୍ରୀ ୩୩,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ, କାର୍ଯ୍ୟର ଶୁଭାରମ୍ଭ କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
ଗ୍ରୀଡ୍ କୁ ସୁଦୃଢ଼ କରିବା ଏବଂ ସମଗ୍ର ଛତିଶଗଡ଼ରେ ବିଦ୍ୟୁତ୍ ଉପଲବ୍ଧତା ବୃଦ୍ଧି ପାଇଁ ଏକାଧିକ ବିଦ୍ୟୁତ ଉତ୍ପାଦନ ଏବଂ ଟ୍ରାନ୍ସମିସନ ପ୍ରକଳ୍ପ ହାତକୁ ନିଆଯିବ
ବିଶେଷ କରି ଛତିଶଗଡ଼ର ଆଦିବାସୀ ଓ ଶିଳ୍ପାଞ୍ଚଳରେ ଶିକ୍ଷା ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ୨୯ଟି ଜିଲ୍ଲାର ୧୩୦ଟି ପିଏମ୍ ଶ୍ରୀ ବିଦ୍ୟାଳୟକୁ ଲୋକାର୍ପଣ କରିବେ
ସମସ୍ତଙ୍କ ପାଇଁ ଗୃହ ନିର୍ମାଣର ସ୍ୱପ୍ନକୁ ସାକାର କରି ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ (ପିଏମଏୱାଇ - ଜି) ଅଧୀନରେ ୩ ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶ ଅନୁଷ୍ଠିତ ହେବ
ସେ ନାଗପୁର ଯିବେ ଏବଂ ସକାଳ ପ୍ରାୟ ୯ଟାରେ ସ୍ମୃତି ମନ୍ଦିରରେ ଦର୍ଶନ କରିବେ ଏବଂ ପରେ ଦୀକ୍ଷାଭୂମି ପରିଦର୍ଶନ କରିବେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୩୦ ତାରିଖରେ ମହାରାଷ୍ଟ୍ର ଏବଂ ଛତିଶଗଡ଼ ଗସ୍ତ କରିବେ । ସେ ନାଗପୁର ଯିବେ ଏବଂ ସକାଳ ପ୍ରାୟ ୯ଟାରେ ସ୍ମୃତି ମନ୍ଦିରରେ ଦର୍ଶନ କରିବେ ଏବଂ ପରେ ଦୀକ୍ଷାଭୂମି ପରିଦର୍ଶନ କରିବେ।

ପୂର୍ବାହ୍ନ ପ୍ରାୟ ୧୦ଟାରେ ସେ ନାଗପୁର ଠାରେ ମାଧବ ନେତ୍ରାଳୟ ପ୍ରିମିୟମ ସେଣ୍ଟରର ଶିଳାନ୍ୟାସ କରିବା ସହ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।

ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ସେ ନାଗପୁରସ୍ଥିତ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡରେ ୟୁଏଭି ପାଇଁ ଲୋଇଟରିଂ ଯୁଦ୍ଧାସ୍ତ୍ର ଟେଷ୍ଟିଂ ରେଞ୍ଜ ଏବଂ ରନ୍ ୱେ ସୁବିଧାର ଉଦଘାଟନ କରିବେ।

ଏହା ପରେ ପ୍ରଧାନମନ୍ତ୍ରୀ ବିଳାସପୁର ଯିବେ ଏବଂ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସେ ୩୩,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ, କାର୍ଯ୍ୟର ଶୁଭାରମ୍ଭ କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ସହିତ ସେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ

ହିନ୍ଦୁ ନବବର୍ଷର ଶୁଭାରମ୍ଭ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିପଦ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସ୍ମୃତି ମନ୍ଦିରରେ ଦର୍ଶନ କରିବା ସହ ଆରଏସଏସର ପ୍ରତିଷ୍ଠାତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସେ ଦୀକ୍ଷାଭୂମି ଗସ୍ତ କରିବେ ଏବଂ ଡକ୍ଟର ବି. ଆର୍, ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ, ଯେଉଁଠାରେ ସେ ୧୯୫୬ ମସିହାରେ ତାଙ୍କ ହଜାର ହଜାର ଅନୁଗାମୀଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ମାଧବ ନେତ୍ରାଳୟ ଚକ୍ଷୁ ପ୍ରତିଷ୍ଠାନ ଏବଂ ଗବେଷଣା କେନ୍ଦ୍ରର ନୂତନ ସମ୍ପ୍ରସାରଣ କୋଠା ମାଧବ ନେତ୍ରାଳୟ ପ୍ରିମିୟମ ସେଣ୍ଟରର ଶିଳାନ୍ୟାସ କରିବେ । ୨୦୧୪ ମସିହାରେ ସ୍ଥାପିତ ହୋଇଥିବା ଏହି ପ୍ରତିଷ୍ଠାନ ନାଗପୁରରେ ଅବସ୍ଥିତ ଏକ ପ୍ରମୁଖ ସୁପର ସ୍ପେସିଆଲିଟି ଚକ୍ଷୁ ଚିକିତ୍ସା କେନ୍ଦ୍ର । ଗୁରୁଜୀ ଶ୍ରୀ ମାଧବରାଓ ସଦାଶିବରାଓ ଗୋଲୱାଲକରଙ୍କ ସ୍ମୃତିରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା । ଲୋକଙ୍କୁ ସୁଲଭ ଓ ବିଶ୍ୱସ୍ତରୀୟ ଚକ୍ଷୁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏହାର  ଆଗାମୀ ପ୍ରକଳ୍ପରେ ୨୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ୧୪ଟି ବାହ୍ୟ ବିଭାଗ (ଓପିଡି) ଏବଂ ୧୪ଟି ମଡ୍ୟୁଲାର ଅପରେସନ୍ ଥିଏଟର ନିର୍ମାଣ କରାଯିବ।

ପ୍ରଧାନମନ୍ତ୍ରୀ ନାଗପୁରରେ ଥିବା ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍ ର ଗୋଳାବାରୁଦ କାରଖାନା ପରିଦର୍ଶନ କରିବେ । ସେ ଅସ୍ତ୍ରବିହୀନ ଆକାଶଯାନ (ୟୁଏଭି) ପାଇଁ ନବନିର୍ମିତ ୧୨୫୦ ମିଟର ଲମ୍ବ ଏବଂ ୨୫ ମିଟର ଚଉଡ଼ା ଏୟାରଷ୍ଟ୍ରିପ୍ ଏବଂ ଲୋଇଟରିଂ ଯୁଦ୍ଧାସ୍ତ୍ର ଏବଂ ଅନ୍ୟାନ୍ୟ ଗାଇଡେଡ୍ ଯୁଦ୍ଧାସ୍ତ୍ର ପରୀକ୍ଷଣ ପାଇଁ ଲାଇଭ୍ ଗୋଳବାରୁଦ ଏବଂ ଯୁଦ୍ଧାସ୍ତ୍ର ପରୀକ୍ଷଣ ସୁବିଧାକୁ ଉଦଘାଟନ କରିବେ ।

ଛତିଶଗଡ଼ ଗସ୍ତରେ ପ୍ରଧାନମନ୍ତ୍ରୀ

ଭିତ୍ତିଭୂମି ବିକାଶ ଏବଂ ସ୍ଥାୟୀ ଜୀବିକା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ବିଳାସପୁରରେ ୩୩,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଦ୍ୟୁତ, ତୈଳ ଏବଂ ଗ୍ୟାସ, ରେଳ, ସଡ଼କ, ଶିକ୍ଷା ଏବଂ ଗୃହ ନିର୍ମାଣ କ୍ଷେତ୍ର ସହିତ ଜଡ଼ିତ ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ସମଗ୍ର ଦେଶରେ ଶକ୍ତି କ୍ଷେତ୍ରର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଏହି ପରିପ୍ରେକ୍ଷୀରେ ସୁଲଭ ମୂଲ୍ୟରେ ଓ ଭରସାଯୋଗ୍ୟ ବିଜୁଳି ଯୋଗାଇବା ଏବଂ ଛତିଶଗଡ଼କୁ ବିଜୁଳି ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକାଧିକ ପଦକ୍ଷେପ ନିଆଯିବ। ବିଳାସପୁର ଜିଲ୍ଲାରେ ୯,୭୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏନଟିପିସିର ସିପତ ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ଷ୍ଟେଜ - ୩ (୧×୮୦୦ ମେଗାୱାଟ)ର ଶିଳାନ୍ୟାସ କରିବେ । ଏହି ପିଟ୍ ହେଡ୍ ପ୍ରକଳ୍ପ ଉଚ୍ଚ ଶକ୍ତି ଉତ୍ପାଦନ ଦକ୍ଷତା ସହିତ ଅତ୍ୟାଧୁନିକ ଅଲଟ୍ରା-ସୁପରକ୍ରିଟିକାଲ ଟେକ୍ନୋଲୋଜି ଉପରେ ଆଧାରିତ । ସେ ଛତିଶଗଡ଼ ଷ୍ଟେଟ୍ ପାୱାର ଜେନେରେସନ୍ କମ୍ପାନୀ ଲିମିଟେଡ୍ (ସିଏସ୍ ପିଜିସିଏଲ୍)ର ୧୫,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରଥମ ସୁପର କ୍ରିଟିକାଲ୍ ଥର୍ମାଲ ପାୱାର ପ୍ରୋଜେକ୍ଟ (୨ଏକ୍ସ୬୬୦ ମେଗାୱାଟ୍) କାର୍ଯ୍ୟର ଶୁଭାରମ୍ଭ କରିବେ। ସେହିପରି ୫୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପଶ୍ଚିମାଞ୍ଚଳ ସମ୍ପ୍ରସାରଣ ଯୋଜନା (ଡବ୍ଲ୍ୟୁଆରଇଏସ୍) ଅଧୀନରେ ପାୱାରଗ୍ରିଡର ୩ଟି ପାୱାର ଟ୍ରାନ୍ସମିସନ୍ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ଭାରତର ନିଟ୍ ଶୂନ୍ୟ ନିର୍ଗମନ ଲକ୍ଷ୍ୟ, ବାୟୁ ପ୍ରଦୂଷଣ ହ୍ରାସ ଏବଂ ସ୍ୱଚ୍ଛ ଶକ୍ତି ସମାଧାନ ପ୍ରଦାନ କରିବା ଲକ୍ଷ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ କୋରେଆ, ସୁରଜପୁର, ବଳରାମପୁର ଏବଂ ସରଗୁଜା ଜିଲ୍ଲାରେ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍)ର ସିଟି ଗ୍ୟାସ୍ ବିତରଣ (ସିଜିଡି) ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିରେ ୨୦୦ କିଲୋମିଟରରୁ ଅଧିକ ହାଇପ୍ରେସର ପାଇପଲାଇନ୍ ଏବଂ ୮୦୦ କିଲୋମିଟରରୁ ଅଧିକ ଏମଡିପିଇ (ମିଡିୟମ୍ ଡେନସିଟି ପଲିଥିନ୍) ପାଇପ୍ ଲାଇନ୍ ଏବଂ ୧୨୮୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ସିଏନଜି ବିତରଣ କେନ୍ଦ୍ର ଅନ୍ତର୍ଭୁକ୍ତ । ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍)ର ୨୨୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୪୦ କିଲୋମିଟର ବ୍ୟାପ୍ତ ବିଶାଖ-ରାୟପୁର ପାଇପଲାଇନ୍ (ଭିଆରପିଏଲ୍) ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ମଲ୍ଟିପ୍ରଡକ୍ଟ (ପେଟ୍ରୋଲ, ଡିଜେଲ, କିରୋସିନ) ପାଇପଲାଇନର ବାର୍ଷିକ କ୍ଷମତା ୩ ନିୟୁତ ମେଟ୍ରିକ୍ ଟନ୍ ରୁ ଅଧିକ ହେବ ।

ଏହି ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଟ ୧୦୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ୭ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ୨୬୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୋଟ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ତିନୋଟି ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ମାନ୍ଦିର ହାସାଉଦ ଦେଇ ଅଭନପୁର - ରାୟପୁର ସେକ୍ସନରେ ମେମୁ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଛତିଶଗଡରେ ଭାରତୀୟ ରେଳବାଇର ରେଳ ନେଟୱାର୍କର ଶତ ପ୍ରତିଶତ ବିଦ୍ୟୁତୀକରଣକୁ ସେ ଲୋକାର୍ପିତ କରିବେ । ଏହି ପ୍ରକଳ୍ପଗୁଡ଼ିକ ଭିଡ଼ ହ୍ରାସ କରିବ, ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ସମଗ୍ର ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ବଢ଼ାଇବ।

ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ଉନ୍ନତ କରି , ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ - ୯୩୦ (୩୭ କିମି)ର ଉନ୍ନତ ଝାଲମଲାରୁ ଶେରପର ସେକ୍ସନ ଏବଂ ଜାତୀୟ ରାଜପଥ -୪୩ (୭୫ କିଲୋମିଟର)ର ଅମ୍ବିକାପୁର - ପଥଲଗାଓଁ ସେକ୍ସନକୁ ପେଭଡ ସୋଲଡର ସହିତ ୨ ଲେନ୍ କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ - ୧୩୦ଡିର କୋଣ୍ଡାଗାଁ - ନାରାୟଣପୁର ସେକ୍ସନ ପର୍ଯ୍ୟନ୍ତ ୪୭.୫ କିଲୋମିଟରକୁ ପେଭଡ ସୋଲଡର ସହିତ ୨ ଲେନ୍ କୁ ଉନ୍ନତ କରିବା କାର୍ଯ୍ୟର ଶିଳାନ୍ୟାସ କରିବେ । ୧୨୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପଗୁଡ଼ିକ ଆଦିବାସୀ ଅଂଚଳ ଓ ଶିଳ୍ପାଞ୍ଚଳରେ ଉପଲବ୍ଧତାରେ ଯଥେଷ୍ଟ ଉନ୍ନତି ଆଣିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ବିକାଶ କରିବ।

 

ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ରାଜ୍ୟର ୨୯ଟି ଜିଲ୍ଲାର ୧୩୦ଟି ପିଏମ୍ ଶ୍ରୀ ବିଦ୍ୟାଳୟ ଏବଂ ରାୟପୁରରେ ବିଦ୍ୟା ସମୀକ୍ଷା କେନ୍ଦ୍ର (ଭିଏସକେ) ନାମକ ଦୁଇଟି ପ୍ରମୁଖ ଶିକ୍ଷାମୂଳକ ପଦକ୍ଷେପକୁ ଲୋକାର୍ପିତ କରିବେ। ପିଏମ ସ୍କୁଲ ଫର ରାଇଜିଂ ଇଣ୍ଡିଆ ରେ ୧୩୦ ଟି ବିଦ୍ୟାଳୟର ଉନ୍ନତିକରଣ କରାଯିବ । ଏହି ବିଦ୍ୟାଳୟଗୁଡ଼ିକ ସୁସଂଗଠିତ ଭିତ୍ତିଭୂମି, ସ୍ମାର୍ଟ ବୋର୍ଡ, ଆଧୁନିକ ପରୀକ୍ଷାଗାର ଏବଂ ପାଠାଗାର ମାଧ୍ୟମରେ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବ । ରାୟପୁରରେ ଭିଏସକେ ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ ସରକାରୀ ଯୋଜନାର ଅନଲାଇନ୍ ଯାଂଚ ଏବଂ ତଥ୍ୟ ବିଶ୍ଳେଷଣକୁ ସକ୍ଷମ କରିବ ।

ଗ୍ରାମୀଣ ପରିବାରମାନଙ୍କ ପାଇଁ ଉପଯୁକ୍ତ ଆବାସ ଉପଲବ୍ଧ କରାଇବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ସାମଗ୍ରିକ ଜୀବନଧାରଣମାନରେ ଉନ୍ନତି ଆଣିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ (ପିଏମଏୱାଇ - ଜି) ଅଧୀନରେ ୩ ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶ ଅନୁଷ୍ଠିତ ହେବ ଏବଂ ପ୍ରଧାନମନ୍ତ୍ରୀ ଏହି ଯୋଜନା ଅଧୀନରେ କିଛି ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi