ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ସ୍ଥଳରେ ଭୁମି ପୂଜନ କରିବେ ପ୍ରଧାନମନ୍ତ୍ରୀ
୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ର୍ନିମାଣ ହେବାକୁ ଥିବା ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
୧୫୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ହେବାକୁ ଥିବା ଦୁଇଟି ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
୨୪୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ହୋଇଥିବା କୋଟା-ବୀଣା ରେଳ ମାର୍ଗର ଦୋହରୀକରଣକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଅଗଷ୍ଟ ୨୦୨୩ ରେ ମଧ୍ୟପ୍ରଦେଶ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୨:୧୫ ସମୟରେ ସେ ସାଗର ଜିଲ୍ଲାରେ ପହଞ୍ଚିବେ, ଯେଉଁଠାରେ ସେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ସ୍ଥଳରେ ଭୁମି ପୂଜନ କରିବେ । ଅପରାହ୍ନ ପ୍ରାୟ ୩:୧୫ ସମୟରେ ପ୍ରଧାନମନ୍ତ୍ରୀ ଧନାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଯେଉଁଠାରେ ସେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ବିଶିଷ୍ଟ ସାଧୁ ତଥା ସମାଜ ସଂସ୍କାରକଙ୍କୁ ସମ୍ମାନିତ କରିବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଏକ ବିଶେଷ ଅଂଶ ଅଟେ । ତାଙ୍କ ଦୃଷ୍ଟିକୋଣ ଅନୁଯାୟୀ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ୧୧.୨୫ ଏକରରୁ ଅଧିକ ଅଞ୍ଚଳରେ ର୍ନିମାଣ ହେବ ଏବଂ ଏହାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ । ଏହି ମହାନ୍ ସ୍ମାରକୀରେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀଙ୍କର ଜୀବନ, ଦର୍ଶନ ଏବଂ ଶିକ୍ଷା ପ୍ରଦର୍ଶନ କରିବାକୁ ଏକ ଆକର୍ଷଣୀୟ କଳା ସଂଗ୍ରହାଳୟ ଏବଂ ଗ୍ୟାଲେରୀ ରହିବ । ଏଥିରେ ସ୍ମାରକୀ ପରିଦର୍ଶନ କରିବାକୁ ଥିବା ଭକ୍ତମାନଙ୍କ ଲାଗି ଭକ୍ତ ନିବାସ, ଭୋଜନାଳୟ ଇତ୍ୟାଦିର ସୁବିଧା ମଧ୍ୟ ରହିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶକୁ ୪୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ରେଳ ଏବଂ ସଡକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

କୋଟା-ବୀଣା ରେଳ ମାର୍ଗର ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଥିବା ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଉତ୍ସର୍ଗ କରିବେ । ପ୍ରାୟ ୨୪୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ର୍ନିମିତ ଏହି ପ୍ରକଳ୍ପ ରାଜସ୍ଥାନର କୋଟା ଏବଂ ବରନ ଜିଲ୍ଲା ଏବଂ ମଧ୍ୟପ୍ରଦେଶର ଗୁନା, ଅଶୋକନଗର ଏବଂ ସାଗର ଜିଲ୍ଲା ଦେଇ ଯାଇଥାଏ । ଅତିରିକ୍ତ ରେଳ ଲାଇନ ଉନ୍ନତ ଗତିଶୀଳତା ପାଇଁ କ୍ଷମତା ବୃଦ୍ଧି କରିବ ଏବଂ ଏହି ମାର୍ଗରେ ଟ୍ରେନର ବେଗକୁ ବଢାଇବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ୧୫୮୦ କୋଟିରୁ ଅଧିକ ମୂଲ୍ୟରେ ଦୁଇଟି ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିମଧ୍ୟରେ ମୋରିକୋରୀ - ବିଦିଶା - ହିନୋତିୟାକୁ ସଂଯୋଗ କରୁଥିବା ଏକ ଚାରି ଲେନ ବିଶିଷ୍ଟ ସଡକ ପ୍ରକଳ୍ପ ଏବଂ ହିନୋତିୟାକୁ ମେହଲୁୱା ସହିତ ସଂଯୋଗ କରୁଥିବା ଏକ ସଡକ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s power sector set for strong FY27 growth on rising demand, capacity additions: Report

Media Coverage

India’s power sector set for strong FY27 growth on rising demand, capacity additions: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the courage and perseverance of India's Youth
July 20, 2026

The Prime Minister, Shri Narendra Modi, shared a Sanskrit Subhashitam applauding the courage and perseverance of India's Youth:

"प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥"

Shri Modi said that our youth is achieving historic success through their courage, self-confidence, and relentless hard work, and this is the greatest strength of a rapidly developing India.

The Prime Minister posted on X:

आज हमारे युवा साथी धैर्य, आत्मविश्वास और अथक परिश्रम से ऐतिहासिक सफलता हासिल कर रहे हैं। यही विकसित हो रहे भारत की सबसे बड़ी ताकत है।

प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥