ମଧ୍ୟପ୍ରଦେଶର ଛତରପୁରରେ ପ୍ରଧାନମନ୍ତ୍ରୀ ବାଗେଶ୍ୱର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିବେ
ମଧ୍ୟପ୍ରଦେଶର ଭୋପାଳରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ୨୦୨୫କୁ ଉଦଘାଟନ କରିବେ
ବିହାରର ଭାଗଲପୁରରେ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ଏବଂ ପିଏମ କିଷାନର ଉନବିଂଶତମ କିସ୍ତି ହସ୍ତାନ୍ତର କରିବେ
ଆସାମର ଗୌହାଟୀରେ ପ୍ରଧାନମନ୍ତ୍ରୀ ଆଡଭେଣ୍ଟେଜ ଆସାମ ୨.୦ ଇନଭେଷ୍ଟମେଣ୍ଟ ଏବଂ ଇନଫ୍ରାଷ୍ଟ୍ରକଚର ସମିଟ ୨୦୨୫ର ଉଦଘାଟନ କରିବେ
ଆସାମର ଗୌହାଟୀରେ ପ୍ରଧାନମନ୍ତ୍ରୀ ଝୁମର ବିନାଦିନୀ (ମେଗା ଝୁମର) ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୩ ରୁ ୨୫ ତାରିଖ ମଧ୍ୟପ୍ରଦେଶ, ବିହାର ଏବଂ ଆସାମ ଗସ୍ତ କରିବେ । ଫେବୃଆରୀ ୨୩ ତାରିଖ ଅପରାହ୍ଣ ୨ଟାରେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ସେ ବାଗେଶ୍ୱର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିବେ । ଫେବୃଆରୀ ୨୪ ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ଭୋପାଳରେ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ୨୦୨୫ (ବୈଶ୍ୱିକ ନିବେଶକ ସମ୍ମିଳନୀ) କୁ ଉଦଘାଟନ କରିବେ । ଏହାପରେ ସେ ବିହାରର ଭାଗଲପୁର ଗସ୍ତ କରିବେ ଏବଂ ଅପରାହ୍ଣ ପ୍ରାୟ ୨ ଟା ୧୫ ମିନିଟରେ ପିଏମ କିଷାନ ଯୋଜନାର ଉନବିଂଶତମ କିସ୍ତିର ଅର୍ଥ ଟ୍ରାନ୍ସଫର କରିବେ ଏବଂ ଜାତି ଉଦ୍ଦେଶ୍ୟରେ ବିହାରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହାପରେ ସେ ଗୌହାଟୀ ଯାତ୍ରା କରିବେ ଏବଂ ସନ୍ଧ୍ୟା ପ୍ରାୟ ୬ଟାରେ ଝୁମର ବିନାଦିନୀ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେବେ । ଫେବୃଆରୀ ୨୫ ତାରିଖ ପ୍ରାୟ ପୂର୍ବାହ୍ନ ୧୦ଟା ୪୫ ମିନିଟରେ ଗୌହାଟୀରେ ଆଡଭେଣ୍ଟେଜ ଆସାମ ୨.୦ ଇନଭେଷ୍ଟମେଣ୍ଟ ଏବଂ ଇନଫ୍ରାଷ୍ଟ୍ରକଚର ସମିଟ ୨୦୨୫କୁ ଉଦଘାଟନ କରିବେ ।

ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ

ଛତରପୁର ଜିଲ୍ଲାର ଗାହର ଗ୍ରାମରେ ପ୍ରଧାନମନ୍ତ୍ରୀ ବାଗେଶ୍ୱର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିବେ । ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟସେବାର ପ୍ରତିବଦ୍ଧତା ସ୍ୱରୂପ ୨୦୦ କୋଟି ଟଙ୍କାରେ ପ୍ରତିଷ୍ଠିତ ହେବାକୁ ଥିବା କ୍ୟାନ୍ସର ହସପିଟାଲ ସ୍ୱଦେଶୀ ଜ୍ଞାନକୌଶଳର ମେସିନ ଏବଂ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଗରିବ କ୍ୟାନ୍ସର ରୋଗୀଙ୍କୁ ମାଗଣା ଚିକିତ୍ସା ଉପଲବ୍ଧ କରାଇବ ।

ଭୋପାଳରେ ଦୁଇ ଦିନିଆ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ୨୦୨୫କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ମଧ୍ୟପ୍ରଦେଶକୁ ବୈଶ୍ୱିକ ନିବେଶ ହବ୍ ରେ ପରିଣତ କରିବା ଉଦ୍ଦେଶ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ବିଭାଗ ୱାରି ଅଧିବେଶନ ଅନୁଷ୍ଠିତ ହେବ । ଏଥିସହ ଫାର୍ମା ଏବଂ ମେଡିକାଲ ଡିଭାଇସ, ଟ୍ରାନ୍ସପୋର୍ଟ ଏବଂ ଲଜିଷ୍ଟିକ୍ସ, ଉଦ୍ୟୋଗ, ଦକ୍ଷତା ବିକାଶ, ପର୍ଯ୍ୟଟନ ଏବଂ ଏମଏସଏମଇ ଆଦି କ୍ଷେତ୍ରରେ ସ୍ପେଶାଲ ଅଧିବେଶନ ଅନୁଷ୍ଠିତ ହେବ । ଏଥିସହ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ରଗୁଡ଼ିକ ପାଇଁ ଗ୍ଲୋବାଲ ସାଉଥ୍ କଣ୍ଟ୍ରିଜ୍ କନଫରେନ୍ସ, ଲାଟିନ ଆମେରିକା ଏବଂ କ୍ୟାରିବିଆନ ଭଳି ଇଣ୍ଟରନ୍ୟାସନାଲ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ ।

ସମିଟ କାଳରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଔଦ୍ୟୋଗିକ ପ୍ରଦର୍ଶନ ମଧ୍ୟ ହେବ । ଅଟୋମୋବାଇଲ କ୍ଷେତ୍ରରେ ମଧ୍ୟପ୍ରଦେଶର ଦକ୍ଷତା ଏବଂ ଭବିଷ୍ୟତର ମୋବିଲିଟି ସଲ୍ୟୁସନ ପ୍ରଦର୍ଶନ କରିବାକୁ ଅଟୋ ସୋ ଅନୁଷ୍ଠିତ ହେବ । ଉଭୟ ପାରମ୍ପରିକ ଏବଂ ଆଧୁନିକ ବୟନ କ୍ଷେତ୍ରରେ ରାଜ୍ୟର ଦକ୍ଷତା ପ୍ରଦର୍ଶନ କରିବାକୁ ଦ ଟେକ୍ସଟାଇଲ ଆଣ୍ଡ ଫେସନ ଏକ୍ସପୋ ଅନୁଷ୍ଠିିତ ହେବ । ରାଜ୍ୟର ବିଶେଷ ହସ୍ତକଳା ଦକ୍ଷତା ଏବଂ ସାଂସ୍କୃତିକ ଐତିହ୍ୟ ‘ୱାନ ଡିଷ୍ଟ୍ରିକ୍ଟ - ୱାନ ପ୍ରଡକ୍ଟ’ (ଓଡିଓପି) ଗ୍ରାମରେ ପ୍ରଦର୍ଶିତ ହେବ ।

ସମିଟରେ ୬୦ରୁ ଅଧିକ ଦେଶର ପ୍ରତିନିଧି, ବିଭିନ୍ନ ଆନ୍ତର୍ଜାତିକ ସଙ୍ଗଠନର କର୍ମକର୍ତ୍ତା ଏବଂ ଦେଶର ୩୦୦ ଜଣାଶୁଣା ଉଦ୍ୟୋଗପତି ଓ ନୀତି ନିର୍ମାତା ଯୋଗ ଦେବେ ।

ବିହାରରେ ପ୍ରଧାନମନ୍ତ୍ରୀ

କୃଷକଙ୍କ କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ । ଏହି ଉଦ୍ଦେଶ୍ୟରେ ଭାଗଲପୁରରେ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯିବ । ଭାଗଲପୁରରେ ସେ ପିଏମ କିଷାନ ଯୋଜନାର ଉନବିଂଶତମ କିସ୍ତି ଅର୍ଥ ଜାରି କରିବେ । ଏହାଦ୍ୱାରା ଦେଶବ୍ୟାପୀ ୯.୭ କୋଟିରୁ ଅଧିକ ଚାଷୀ ୨୧,୫୦୦ କୋଟି ଟଙ୍କାରୁ ଅଧିକ ପ୍ରତ୍ୟକ୍ଷ ଲାଭ ପାଇବେ ।

କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ପ୍ରାପ୍ୟ ଯେପରି ମିଳିବ ତାହାକୁ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେ ୨୦୨୦ ଫେବୃଆରୀ ୨୯ ତାରିଖରେ ୧୦ ହଜାର କୃଷକ ଉତ୍ପାଦକ ସଙ୍ଗଠନ (ଏଫପିଓ)ର ଗଠନ ଏବଂ ପ୍ରୋତ୍ସାହନ ପାଇଁ କେନ୍ଦ୍ରୀୟ କ୍ଷେତ୍ର ଯୋଜନାର ଶୁଭାରମ୍ଭ କରିଥିଲେ । ଏହା କୃଷକମାନଙ୍କୁ ସାମୁହିକ ଭାବେ ନିଜ କୃଷି ଉତ୍ପାଦର ବିପଣନ ଏବଂ ଉତ୍ପାଦନ ପାଇଁ ସହାୟତା କରୁଛି । ପାଞ୍ଚ ବର୍ଷ ମଧ୍ୟରେ କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିବଦ୍ଧତା ସଫଳ ହୋଇପାରିଛି ଏବଂ ସେ କାର୍ଯ୍ୟକ୍ରମ ମଧ୍ୟରେ ଦେଶରେ ୧୦ ହଜାର ତମ ଏଫପିଓ ଗଠନର ମାଇଲଖୁଣ୍ଟକୁ ଚିହ୍ନିତ କରିଛନ୍ତି ।

ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧୀନରେ ମୋତିହାରିରେ ସ୍ୱଦେଶୀ ବ୍ରିଡର ଦକ୍ଷତା କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଲା ଅତ୍ୟାଧୁନିକ ଆଇଭିଏଫ୍ ଟେକନିକ ଆରମ୍ଭ କରିବା, ଆଗାମୀ ଦିନରେ ପ୍ରଜନନ ପାଇଁ ସ୍ୱଦେଶୀ ବ୍ରିଡ୍ ର ଉତ୍କୃଷ୍ଟ ପଶୁଙ୍କ ଉତ୍ପାଦନ ଏବଂ ଆଧୁନିକ ପ୍ରଜନନ ଟେକନିକ୍‌ରେ କୃଷକ ଓ ପେସାଦାରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା । ସେ ବରୌଣୀରେ ମଧ୍ୟ ଦୁଗ୍ଧ ଉତ୍ପାଦନ ସଂଯନ୍ତ୍ରର ଉଦଘାଟନ କରିବେ । ଏହାର ଉଦ୍ଦେଶ୍ୟ ୩ ଲକ୍ଷ ଦୁଗ୍ଧ ଉତ୍ପାଦକ ମାନଙ୍କ ପାଇଁ ଏକ ସଂଗଠିତ ବଜାର ସୃଷ୍ଟି କରିବା ।

କନେକ୍ଟିଭିଟି ଏବଂ ଆନୁଷଙ୍ଗିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନିଜ ପ୍ରତିବଦ୍ଧତା ସ୍ୱରୂପ ୫୨୬ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ୱାରିସଲିଗଞ୍ଜ-ନୱାଦା-ତିଲୈୟା ରେଳ ଖଣ୍ଡର ଦୋହରୀକରଣ ଏବଂ ଇସମାଇଲପୁର-ରଫିଗଞ୍ଜ ରୋଡ ଓଭରବ୍ରିଜକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମର୍ପିତ କରିବେ ।

ଆସାମରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଝୁମର ବିନାଦିନୀ (ମେଗା ଝୁମର) ୨୦୨୫ କାର୍ଯ୍ୟକ୍ରମରେ ଭାଗ ନେବେ । ଏହା ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ କି ୮୦୦୦ କଳାକାର ଝୁମର ନୃତ୍ୟ କରିବେ । ଝୁମର ନୃତ୍ୟ ଆସାମର ଚା’ ଜନଜାତି ଓ ଆଦିବାସୀ ସମୁଦାୟର ଏକ ଲୋକନୃତ୍ୟ । ଏହା ସମାବେଶୀତା, ଏକତା ଏବଂ ସାସ୍କୃତିକ ଗୌରବ ଭାବନାର ପ୍ରତୀକ ଏବଂ ଆସାମର ସମନ୍ୱିତ ସାଂସ୍କୃତିକ ସମନ୍ୱୟର ପ୍ରତୀକ ମଧ୍ୟ । ମେଗା ଝୁମର କାର୍ଯ୍ୟକ୍ରମ ଆସାମ ଚା’ ଉଦ୍ୟୋଗର ୨୦୦ ବର୍ଷ ଏବଂ ଆସାମରେ ଔଦ୍ୟେଗୀକରଣର ୨୦୦ ବର୍ଷର ପ୍ରତୀକ ।

ଫେବୃଆରୀ ୨୫ ଓ ୨୬ ତାରିଖରେ ଗୌହାଟୀରେ ଅନୁଷ୍ଠିତ ହେବାକୁ ଥିବା ଆଡଭେଣ୍ଟେଜ ଆସାମ ୨.୦ ନିବେଶ ଏବଂ ଇନଫ୍ରାଷ୍ଟ୍ରକଚର ଶିଖର ସମ୍ମିଳନୀ ୨୦୨୫ କୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏଥିରେ ଏକ ଉଦଘାଟନୀ ଅଧିବେଶନ, ୭ଟି ମନ୍ତ୍ରୀସ୍ତରୀୟ ଅଧିବେଶନ ଏବଂ ୧୪ଟି ବିଷୟଗତ ଅଧିବେଶନ ସାମିଲ ରହିବ । ରାଜ୍ୟର ଆର୍ଥିକ ପରିଦୃଶ୍ୟକୁ ଦର୍ଶାଇବା ପାଇଁ ସମ୍ମିଳନୀରେ ବ୍ୟାପକ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏଥିରେ ଔଦ୍ୟୋଗିକ ବିକାଶ, ବୈଶ୍ୱିକ ବ୍ୟାବସାୟିକ ସହଭାଗିତା, ଦ୍ରୁତ ଅଭିବୃଦ୍ଧିଶୀଳ ଉଦ୍ୟୋଗ ଏବଂ ଜୀବନ୍ତ ଏମଏସଏମଇ କ୍ଷେତ୍ର ଉପରେ ଧ୍ୟାନ ରହିବ ଏବଂ ୨୪୦ରୁ ଅଧିକ ପ୍ରଦର୍ଶକ ସାମିଲ ହେବେ ।

ଶିଖର ସମ୍ମିଳନୀରେ ବିଭିନ୍ନ ଆନ୍ତର୍ଜାତିକ ସଙ୍ଗଠନ, ବୈଶ୍ୱିକ ନେତା ଏବଂ ନିବେଶକ, ନୀତି ନିର୍ମାତା, ଉଦ୍ୟୋଗ ବିଶେଷଜ୍ଞ, ଷ୍ଟାର୍ଟ ଅପ୍ ଏବଂ ଛାତ୍ରମାନେ ଅଂଶ ଗ୍ରହଣ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.