ପ୍ରଧାନମନ୍ତ୍ରୀ ତିରୁବନନ୍ତପୁରମର ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର (ଭିଏସ୍‌ଏସ୍‌ସି) ପରିଦର୍ଶନ କରିବେ ଏବଂ ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ
ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରେ 'ପିଏସ୍‌ଏଲ୍‌ଭି ଇଣ୍ଟିଗ୍ରେଟେଡ୍ ଫାସିଲିଟି' , ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରୋପଲସନ୍ କମ୍ପେ୍ଲକ୍ସରେ 'ସେମି କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଓ ଷ୍ଟେଜ୍ ଟେଷ୍ଟ୍ ଫାସିଲିଟି'; ଏବଂ ଭିଏସଏସସିରେ 'ଟ୍ରାଇସୋନିକ ୱିଣ୍ଡ ଟନେଲ' ପ୍ରକଳ୍ପ ଅନ୍ତର୍ଭୁକ୍ତ ।
ଗଗନାୟନର ଅଗ୍ରଗତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୧୭,୩୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଶିଳାନ୍ୟାସ କରିବେ
ଦେଶର ପୂର୍ବ ଉପକୂଳ ପାଇଁ ଏକ ଟ୍ରାନ୍ସସିପମେଣ୍ଟ ହବ୍ ପ୍ରତିଷ୍ଠା କରିବାର ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଭି. ଓ. ଚିଦାମ୍ବରନାର ବନ୍ଦରରେ ବାହ୍ୟ ହାର୍ବର କଣ୍ଟେନର ଟର୍ମିନାଲର ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ଭାରତର ପ୍ରଥମ ସ୍ୱଦେଶୀ ସବୁଜ ହାଇଡ୍ରୋଜେନ ଇନ୍ଧନ ସେଲ୍ ଆଭ୍ୟନ୍ତରୀଣ ଜଳପଥ ଜାହାଜର ଶୁଭାରମ୍ଭ କରିବେ
ମଦୁରାଇରେ ମୋଟର ଯାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ହଜାର ହଜାର ଏମ୍‌ଏସ୍
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ - ୨୮ ଫେବୃଆରୀ, ୨୦୨୪ରେ କେରଳ, ତାମିଲନାଡୁ ଏବଂ ମହାରାଷ୍ଟ୍ର ଗସ୍ତ କରିବେ ।
ଅପରାହ୍ନ ପ୍ରାୟ ୫ ଟା ୧୫ରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ମଦୁରାଇ ଠାରେ 'ଭବିଷ୍ୟତ ନିର୍ମାଣ - ଅଟୋମୋଟିଭ୍ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କ ପାଇଁ ଡିଜିଟାଲ୍ ମୋବିଲିଟି' କାର୍ଯ୍ୟକ୍ରମରେ ଯୋଗଦେବେ ।
ଏହି କାର୍ଯ୍ୟକ୍ରମରେ ସେ ପିଏମ କିଷାନ ଏବଂ ଅନ୍ୟାନ୍ୟ ଯୋଜନାର ଲାଭ ମଧ୍ୟ ପ୍ରଦାନ କରିବେ
ମହାକାଶ କ୍ଷେତ୍ର ପାଇଁ ବିଶ୍ୱସ୍ତରୀୟ ବୈଷୟିକ ସୁବିଧା ପ୍ରଦାନ କରୁଥିବା ଏହି ତିନୋଟି ପ୍ରକଳ୍ପ ପ୍ରାୟ ୧୮୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି ।
ଏହି କେନ୍ଦ୍ରରେ ତରଳ ଅମ୍ଳଜାନ ଏବଂ କିରୋସିନ ଯୋଗାଣ ବ୍ୟବସ୍ଥା ରହିଛି ଯାହା ଦ୍ୱାରା ୨୦୦ ଟନ୍ ପର୍ଯ୍ୟନ୍ତ ଇଞ୍ଜିନ ପରୀକ୍ଷଣ କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ - ୨୮ ଫେବୃଆରୀ, ୨୦୨୪ରେ କେରଳ, ତାମିଲନାଡୁ ଏବଂ ମହାରାଷ୍ଟ୍ର ଗସ୍ତ କରିବେ ।

ଫେବୃଆରୀ ୨୭ ତାରିଖ ପୂର୍ବାହ୍ନ ପ୍ରାୟ ୧୦ ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ କେରଳର ତିରୁବନନ୍ତପୁରମସ୍ଥିତ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର (ଭିଏସ୍‌ଏସ୍‌ସି) ପରିଦର୍ଶନ କରିବେ । ଅପରାହ୍ନ ପ୍ରାୟ ୫ ଟା ୧୫ରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ମଦୁରାଇ ଠାରେ 'ଭବିଷ୍ୟତ ନିର୍ମାଣ - ଅଟୋମୋଟିଭ୍ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କ ପାଇଁ ଡିଜିଟାଲ୍ ମୋବିଲିଟି' କାର୍ଯ୍ୟକ୍ରମରେ ଯୋଗଦେବେ ।

ଫେବୃଆରୀ ୨୮ ତାରିଖ ସକାଳ ପ୍ରାୟ ୯ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ଥୁଥୁକୁଡି  ଠାରେ ପ୍ରାୟ ୧୭,୩୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଯବତମାଲରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ମହାରାଷ୍ଟ୍ରର ଯବତମାଲ ଠାରେ ୪୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ କରିବେ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି କାର୍ଯ୍ୟକ୍ରମରେ ସେ ପିଏମ କିଷାନ ଏବଂ ଅନ୍ୟାନ୍ୟ ଯୋଜନାର ଲାଭ ମଧ୍ୟ ପ୍ରଦାନ କରିବେ ।

କେରଳରେ ପ୍ରଧାନମନ୍ତ୍ରୀ

ଦେଶର ମହାକାଶ କ୍ଷେତ୍ରର ସମ୍ପୂର୍ଣ୍ଣ ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏବଂ ଏହି କ୍ଷେତ୍ରରେ ବୈଷୟିକ ଏବଂ ଗବେଷଣା ଏବଂ ବିକାଶ ଦକ୍ଷତା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତାକୁ ତିରୁବନନ୍ତପୁରମସ୍ଥିତ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର ପରିଦର୍ଶନ ସମୟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରି ପ୍ରୋତ୍ସାହିତ କରାଯିବ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରର ପିଏସ୍‌ଏଲ୍‌ଭି ଇଣ୍ଟିଗ୍ରେସନ୍ ଫାସିଲିଟି (ପିଆଇଏଫ୍‌) ; ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରୋପଲ୍ସନ୍ କମ୍ପେ୍ଲକ୍ସରେ ନୂଆ 'ସେମି କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଏବଂ ଷ୍ଟେଜ୍ ଟେଷ୍ଟ୍ ଫାସିଲିଟି' ; ଏବଂ ତିରୁବନନ୍ତପୁରମର ଭିଏସ୍‌ଏସ୍‌ସିରେ 'ଟ୍ରାଇସୋନିକ ୱିଣ୍ଡ ଟନେଲ' ଅନ୍ତର୍ଭୁକ୍ତ । ମହାକାଶ କ୍ଷେତ୍ର ପାଇଁ ବିଶ୍ୱସ୍ତରୀୟ ବୈଷୟିକ ସୁବିଧା ପ୍ରଦାନ କରୁଥିବା ଏହି ତିନୋଟି ପ୍ରକଳ୍ପ ପ୍ରାୟ ୧୮୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି ।

ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରର ପିଏସଏଲଭି ଇଣ୍ଟିଗ୍ରେସନ୍ ଫାସିଲିଟି (ପିଆଇଏଫ୍‌) ପିଏସଏଲଭି ଉତକ୍ଷେପଣର ବାରମ୍ବାରତାକୁ ବାର୍ଷିକ ୬ରୁ ୧୫ ଥରକୁ ବୃଦ୍ଧି କରିବାରେ ସହାୟକ ହେବ । ଏହି ଅତ୍ୟାଧୁନିକ ସୁବିଧା ଘରୋଇ ମହାକାଶ କମ୍ପାନି ଦ୍ୱାରା ଡିଜାଇନ୍ କରାଯାଇଥିବା ଏସ୍‌ଏସ୍‌ଏଲ୍‌ଭି ଏବଂ ଅନ୍ୟାନ୍ୟ କ୍ଷୁଦ୍ର ଉତକ୍ଷେପଣ ଯାନର ଉତକ୍ଷେପଣକୁ ମଧ୍ୟ ପୂରଣ କରିପାରିବ ।

ଆଇପିଆରସି ମହେନ୍ଦ୍ରଗିରିରେ ନୂତନ 'ସେମି - କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଏବଂ ଷ୍ଟେଜ୍ ଟେଷ୍ଟ୍ ଫାସିଲିଟି' ସେମି କ୍ରାୟୋଜେନିକ ଇଞ୍ଜିନ୍ ଏବଂ ପର୍ଯ୍ୟାୟର ବିକାଶରେ ସକ୍ଷମ କରିବ , ଯାହା ବର୍ତ୍ତମାନର ଉତକ୍ଷେପଣ ଯାନ ଗୁଡ଼ିକର ପେଲୋଡ୍ କ୍ଷମତା ବୃଦ୍ଧି କରିବ । ଏହି କେନ୍ଦ୍ରରେ ତରଳ ଅମ୍ଳଜାନ ଏବଂ କିରୋସିନ ଯୋଗାଣ ବ୍ୟବସ୍ଥା ରହିଛି ଯାହା ଦ୍ୱାରା ୨୦୦ ଟନ୍ ପର୍ଯ୍ୟନ୍ତ ଇଞ୍ଜିନ ପରୀକ୍ଷଣ କରାଯାଇପାରିବ ।

ବାୟୁମଣ୍ଡଳୀୟ ବ୍ୟବସ୍ଥାରେ ଉଡ଼ାଣ ସମୟରେ ରକେଟ୍ ଏବଂ ବିମାନର ଲକ୍ଷଣ ବର୍ଣ୍ଣନ ପାଇଁ ଏରୋଡାଇନାମିକ୍ ପରୀକ୍ଷଣ ପାଇଁ ପବନ ଟନେଲ୍ ଜରୁରୀ ଅଟେ । ଉଦଘାଟିତ ହେଉଥିବା ଭିଏସ୍‌ଏସ୍‌ସିସ୍ଥିତ "ଟ୍ରାଇସୋନିକ୍ ୱିଣ୍ଡ ଟନେଲ" ଏକ ଜଟିଳ ବୈଷୟିକ ବ୍ୟବସ୍ଥା , ଯାହା ଆମର ଭବିଷ୍ୟତର ଟେକ୍ନୋଲୋଜି ବିକାଶ ଆବଶ୍ୟକତାକୁ ପୂରଣ କରିବ ।

ଏହି ଗସ୍ତ ସମୟରେ , ପ୍ରଧାନମନ୍ତ୍ରୀ ଗଗନଯାନ ମିଶନର ଅଗ୍ରଗତିର ସମୀକ୍ଷା କରିବେ ଏବଂ ମନୋନୀତ ମହାକାଶଚାରୀମାନଙ୍କୁ 'ମହାକାଶଚାରୀ ୱିଙ୍ଗ୍‌' ପ୍ରଦାନ କରିବେ । ଗଗନାୟନ ମିଶନ ହେଉଛି ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ , ଯାହା ପାଇଁ ଇସ୍ରୋର ବିଭିନ୍ନ କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି ଚାଲିଛି ।

ତାମିଲନାଡୁରେ ପ୍ରଧାନମନ୍ତ୍ରୀ

ମଦୁରାଇ ଠାରେ ପ୍ରଧାନମନ୍ତ୍ରୀ ' ଭବିଷ୍ୟତ ନିର୍ମାଣ - ଅଟୋମୋଟିଭ୍ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କ ପାଇଁ ଡିଜିଟାଲ୍ ମୋବିଲିଟି' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ମୋଟର ଯାନ ସହିତ ଜଡିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ହଜାର ହଜାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗୀ ମାନଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ଭାରତୀୟ ଅଟୋମୋବାଇଲ ଶିଳ୍ପରେ ଏମଏସଏମଇ ଗୁଡିକୁ ସମର୍ଥନ କରିବେ ଏବଂ ସେମାନଙ୍କର ବିକାଶ ପାଇଁ ଡିଜାଇନ୍ କରାଯାଇଥିବା ଦୁଇଟି ପ୍ରମୁଖ ପଦକ୍ଷେପର ଶୁଭାରମ୍ଭ କରିବେ । ଏହି ପଦକ୍ଷେପ ମଧ୍ୟରେ ଟିଭିଏସ୍ ଓପନ୍ ମୋବିଲିଟି ପ୍ଲାଟଫର୍ମ ଏବଂ ଟିଭିଏସ୍ ମୋବିଲିଟି - ସିଆଇଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ତର୍ଭୁକ୍ତ । ଦେଶରେ ଏମଏସଏମଇର ଅଭିବୃଦ୍ଧିକୁ ସମର୍ଥନ କରିବା ଏବଂ ସେମାନଙ୍କ କାର୍ଯ୍ୟକୁ ଆନୁଷ୍ଠାନିକ କରିବା, ବିଶ୍ୱ ମୂଲ୍ୟ ଶୃଙ୍ଖଳା ସହିତ ସମନ୍ୱିତ କରିବା ଏବଂ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏହି ପଦକ୍ଷେପ ଗୁଡ଼ିକ ଏକ ପଦକ୍ଷେପ ହେବ ।

 ଥୁଥୁକୁଡି ଠାରେ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭି. ଓ. ଚିଦାମ୍ବରନାର ବନ୍ଦର ଠାରେ ବାହ୍ୟ ହାର୍ବର କଣ୍ଟେନର ଟର୍ମିନାଲର ଶିଳାନ୍ୟାସ କରିବେ । ଏହି କଣ୍ଟେନର ଟର୍ମିନାଲ ଭି. ଓ. ଚିଦାମ୍ବରନାର ବନ୍ଦରକୁ ପୂର୍ବ ଉପକୂଳ ପାଇଁ ଏକ ଟ୍ରାନ୍ସସିପମେଣ୍ଟ ହବ୍‌ରେ ପରିଣତ କରିବା ଦିଗରେ ଏକ ପଦକ୍ଷେପ । ଭାରତର ଦୀର୍ଘ ଉପକୂଳ ଏବଂ ଅନୁକୂଳ ଭୌଗୋଳିକ ସ୍ଥିତିର ଲାଭ ଉଠାଇବା ଏବଂ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତର ପ୍ରତିଦ୍ୱନ୍ଦ୍ୱିତାକୁ ସୁଦୃଢ଼ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ । ଏହି ବୃହତ ଭିତ୍ତିଭୂମି ପ୍ରକଳ୍ପ ଦ୍ୱାରା ଏହି ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ଏବଂ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଘଟିବ ।

ଭି.ଓ.ଚିଦାମ୍ବରନାର ବନ୍ଦରକୁ ଦେଶର ପ୍ରଥମ ସବୁଜ ହାଇଡ୍ରୋଜେନ କେନ୍ଦ୍ର ବନ୍ଦରରେ ପରିଣତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଡିସେଲିନେସନ୍ ପ୍ଲାଣ୍ଟ, ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ବଙ୍କରିଂ ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ସବୁଜ ନୌକା କାର୍ଯ୍ୟକ୍ରମ ଅଧୀନରେ ଭାରତର ପ୍ରଥମ ସ୍ୱଦେଶୀ ସବୁଜ ହାଇଡ୍ରୋଜେନ ଇନ୍ଧନ ସେଲ ଆଭ୍ୟନ୍ତରୀଣ ଜଳପଥ ଜାହାଜର ଶୁଭାରମ୍ଭ କରିବେ । ଏହି ଜାହାଜକୁ କୋଚିନ୍ ଶିପୟାର୍ଡ ଦ୍ୱାରା ନିର୍ମିତ କରାଯାଇଛି ଏବଂ ସ୍ୱଚ୍ଛ ଶକ୍ତି ସମାଧାନ ଗ୍ରହଣ କରିବା ଏବଂ ଦେଶର ନିଟ୍ - ଶୂନ୍ୟ ପ୍ରତିଶ୍ରୁତି ସହିତ ଯୋଡ଼ି ହେବା ପାଇଁ ଏକ ଅଗ୍ରଣୀ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧୦ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୭୫ଟି ଲାଇଟ୍ ହାଉସରେ ପର୍ଯ୍ୟଟନ ସୁବିଧାକୁ ମଧ୍ୟ ଲୋକାର୍ପଣ କରିବେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାଞ୍ଚି ମାନିଆଚ୍ଚି - ତିରୁନେଲଭେଲି ସେକ୍ସନ ଏବଂ ମେଲାପାଲାୟମ୍ - ଆରାଲଭାୟମୋଲି ସେକ୍ସନ ସମେତ ଭାଞ୍ଚି ମାନିଆଚ୍ଚି - ନାଗରକୋଇଲ ରେଳ ଲାଇନର ଦୋହରୀକରଣ ପାଇଁ ଦେଶରେ ରେଳ ପ୍ରକଳ୍ପକୁ ସମର୍ପିତ କରିବେ । ପାଖାପାଖି ୧୪୭୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଦୋହରୀକରଣ ପ୍ରକଳ୍ପ କନ୍ୟାକୁମାରୀ, ନାଗରକୋଇଲ ଓ ତିରୁନେଲଭେଲିରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଟ୍ରେନ୍ ଗୁଡ଼ିକର ଯାତ୍ରା ସମୟ ହ୍ରାସ କରିବାରେ ସହାୟକ ହେବ ।

ତାମିଲନାଡୁରେ ପ୍ରାୟ ୪,୫୮୬ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ୪ଟି ସଡ଼କ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ- ୮୪୪ର ଜିତାନ୍ଦାହାଲ୍ଲୀ - ଧର୍ମପୁରୀ ସେକ୍ସନକୁ ୪ ଲେନ୍ କରିବା, ୮୧ ନମ୍ବର ଜାତୀୟ ରାଜପଥର ମୀନସୁରୁତି - ଚିଦାମ୍ବରମ ସେକ୍ସନର ରାସ୍ତାର କଡ ସହିତ ଦୁଇ ଲେନ୍ ନିର୍ମାଣ, ୮୩ ନମ୍ବର ଜାତୀୟ ରାଜପଥର ଓଡ଼ନଚତ୍ରାମ-ମଦାଥୁକୁଲମ୍ ସେକ୍ସନକୁ ଚାରି ଲେନ୍ ଏବଂ ୮୩ ନମ୍ବର ଜାତୀୟ ରାଜପଥର ନାଗାପଟ୍ଟିନମ୍ - ଥାଞ୍ଜାଭୁର ସେକ୍ସନର ରାସ୍ତାର କଡ ସହିତ ଦୁଇ ଲେନ୍ ନିର୍ମାଣ ଆଦି ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଯୋଗାଯୋଗରେ ଉନ୍ନତି ଆଣିବା, ଯାତ୍ରା ସମୟ ହ୍ରାସ କରିବା, ସାମାଜିକ - ଅର୍ଥନୈତିକ ବିକାଶର ବୃଦ୍ଧି କରିବା ଏବଂ ଏହି ଅଞ୍ଚଳରେ ତୀର୍ଥଯାତ୍ରାକୁ ସୁଗମ କରିବା ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ

କୃଷକଙ୍କ କଲ୍ୟାଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଆଉ ଏକ ଉଦାହରଣ ପ୍ରଦର୍ଶନ କରୁଥିବା ଏହି ପଦକ୍ଷେପରେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ - କିଷାନ) ଅଧୀନରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୬ତମ କିସ୍ତି ରାଶି, ଯବତମାଲରେ ସାର୍ବଜନୀନ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରଦାନ କରାଯିବ । ଏହି ରାଶି ପ୍ରଦାନ ସହିତ ୧୧ କୋଟିରୁ ଅଧିକ କୃଷକ ପରିବାରକୁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ ।

ପ୍ରଧାନମନ୍ତ୍ରୀ ପ୍ରାୟ ୩୮୦୦ କୋଟି ଟଙ୍କାର 'ନମୋ ଶେତକାରୀ ମହାସମ୍ମାନ ନିଧି' ର ଦ୍ୱିତୀୟ ଏବଂ ତୃତୀୟ କିସ୍ତି ବିତରଣ କରିବେ ଏବଂ ଏଥିରେ ସମଗ୍ର ମହାରାଷ୍ଟ୍ରରେ ପ୍ରାୟ ୮୮ ଲକ୍ଷ ହିତାଧିକାରୀ କୃଷକ ଉପକୃତ ହେବେ । ଏହି ଯୋଜନାରେ ମହାରାଷ୍ଟ୍ରର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଅତିରିକ୍ତ ରାଶି ପ୍ରଦାନ କରାଯାଇଥାଏ ।

ମହାରାଷ୍ଟ୍ରର ୫.୫ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଧାନମନ୍ତ୍ରୀ ରିଭଲଭିଂ (ଆବର୍ତ୍ତି) ପାଣ୍ଠିର ୮୨୫ କୋଟି ଟଙ୍କା ପ୍ରଦାନ କରିବେ । ଏହି ରାଶି ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ) ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆବର୍ତ୍ତି ପାଣ୍ଠି  ଅତିରିକ୍ତ ରାଶି ଅଟେ । ଗ୍ରାମସ୍ତରରେ ମହିଳାଙ୍କ ନେତୃତ୍ୱାଧୀନ କ୍ଷୁଦ୍ର ଉଦ୍ୟୋଗକୁ ପ୍ରୋତ୍ସାହନ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଋଣ ପ୍ରଦାନକୁ ପ୍ରୋତ୍ସାହନ ଦେବା ଏବଂ ଗରିବ ପରିବାରର ବାର୍ଷିକ ଆୟ ବୃଦ୍ଧି କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆବର୍ତ୍ତି ପାଣ୍ଠି (ଆରଏଫ) ପ୍ରଦାନ କରାଯାଏ ।

ପ୍ରଧାନମନ୍ତ୍ରୀ ସମଗ୍ର ମହାରାଷ୍ଟ୍ରରେ ଏକ କୋଟି ଆୟୁଷ୍ମାନ କାର୍ଡ ବଣ୍ଟନ ଆରମ୍ଭ କରିବେ । କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ପାଖରେ ପହଞ୍ଚିବା  ପାଇଁ ଏହା ଆଉ ଏକ ପଦକ୍ଷେପ , ଯାହା ଦ୍ୱାରା ସମସ୍ତ ସରକାରୀ ଯୋଜନାର ଶତ ପ୍ରତିଶତ ସଂତୃପ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ ଓବିସି ବର୍ଗର ହିତାଧିକାରୀ ମାନଙ୍କ ପାଇଁ ମୋଦୀ ଆବାସ ଘରକୁଳ ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନାରେ ୨୦୨୩ - ୨୪ ଆର୍ଥିକ ବର୍ଷରୁ ୨୦୨୫ - ୨୬ ଆର୍ଥିକ ବର୍ଷ ମଧ୍ୟରେ ସମୁଦାୟ ୧୦ ଲକ୍ଷ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାର ୨.୫ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ୩୭୫ କୋଟି ଟଙ୍କାର ପ୍ରଥମ କିସ୍ତି ହସ୍ତାନ୍ତର କରିବେ ।

ମହାରାଷ୍ଟ୍ରର ମରାଠାୱାଡ଼ା ଏବଂ ବିଦର୍ଭ ଅଞ୍ଚଳକୁ ଉପକୃତ କରୁଥିବା ଏକାଧିକ ଜଳସେଚନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ) ଏବଂ ବଳିରାଜା ଜଳ ସଞ୍ଜୀବନୀ ଯୋଜନା (ବିଜେଏସୱାଇ) ଅଧୀନରେ ସମୁଦାୟ ୨୭୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏହି ପ୍ରକଳ୍ପଗୁଡିକ ବିକଶିତ ହୋଇଛି ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ୧୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୱାର୍ଦ୍ଧା - କଳମ୍ବ ବ୍ରଡ୍ ଗେଜ୍ ଲାଇନ୍ (ୱାର୍ଦ୍ଧା – ଯବତମାଲ - ନାନ୍ଦେଡ଼ ନୂତନ ବ୍ରଡଗେଜ୍ ଲାଇନ୍ ପ୍ରକଳ୍ପର ଅଂଶ) ଏବଂ ନ୍ୟୁ ଅଷ୍ଟୀ - ଆମାଲନେର ବ୍ରଡ୍ ଗେଜ୍ ଲାଇନ୍ (ଅହମ୍ମଦନଗର- ବିଡ୍ - ପାର୍ଲି ନୂତନ ବ୍ରଡ୍ ଗେଜ୍ ଲାଇନ୍ ପ୍ରକଳ୍ପର କିଛି ଅଂଶ) ଅନ୍ତର୍ଭୁକ୍ତ । ନୂତନ ବ୍ରଡଗେଜ୍ ଲାଇନ୍ ବିଦର୍ଭ ଏବଂ ମରାଠୱାଡା ଅଞ୍ଚଳର ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ସାମାଜିକ - ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦୁଇଟି ଟ୍ରେନ୍ ସେବାକୁ ଭର୍ଚୁଆଲ୍ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏଥିରେ କଳମ୍ବ ଓ ୱାର୍ଦ୍ଧାକୁ ସଂଯୋଗ କରୁଥିବା ଟ୍ରେନ୍ ସେବା; ଏବଂ ଅମାଲନେର ଏବଂ ନ୍ୟୁ ଅସ୍ତିକୁ ସଂଯୋଗ କରୁଥିବା ଟ୍ରେନ୍ ସେବା ଅନ୍ତର୍ଭୁକ୍ତ । ଏହି ନୂତନ ଟ୍ରେନ୍ ସେବା ରେଳ ଯୋଗାଯୋଗରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ଦୈନନ୍ଦିନ ଯାତ୍ରୀମାନେ ଉପକୃତ ହେବେ ।

ମହାରାଷ୍ଟ୍ରରେ ସଡ଼କ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ - ୯୩୦ର ୱାରୋରା - ୱାନି ସେକ୍ସନର ୪ ଲେନ୍ ନିର୍ମାଣ; ସାକୋଲି-ଭଣ୍ଡାରା ଓ ସାଲାଇଖୋର୍ଦ - ତିରୋଡ଼ାକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରାସ୍ତା ପାଇଁ ରାସ୍ତା ଉନ୍ନତିକରଣ ପ୍ରକଳ୍ପ  ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଯୋଗାଯୋଗରେ ଉନ୍ନତି ଆଣିବ, ଯାତ୍ରା ସମୟକୁ ହ୍ରାସ କରିବ ଏବଂ ଅଞ୍ଚଳର ସାମାଜିକ - ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ । ପ୍ରଧାନମନ୍ତ୍ରୀ ଯବତମାଲ ସହରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଉଦଘାଟନ କରିବେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's manufacturing outlook remains resilient despite global headwinds; machine tools, metals and auto lead optimism

Media Coverage

India's manufacturing outlook remains resilient despite global headwinds; machine tools, metals and auto lead optimism
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves a Road Construction project in Uttar Pradesh worth Rs.7145.14 crore
July 01, 2026

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved the construction of 117.7 km Kanpur–Kabrai Access-Controlled Greenfield Highway, a four-lane access-controlled corridor with structures designed for future six-laning, forming a key segment of the Bhopal–Kanpur Economic Corridor under the National Highways (O) Programme. With an estimated total capital cost of Rs.7145.14 crore, the project will be implemented by the National Highways Authority of India (NHAI) on BOT (Toll) mode, together with the operation and maintenance of the existing Kanpur-Kabrai section of NH-34.

The project will provide seamless, high-speed connectivity between Kanpur and Kabrai, while strengthening onward connectivity to Sagar, Bhopal and other parts of Madhya Pradesh, thereby creating a modern access controlled economic corridor linking the industrial and commercial centres of Uttar Pradesh with mineral-rich, manufacturing and agricultural regions of Madhya Pradesh thereby improving.

Designed for operating speeds of 80–100 kmph, the corridor will reduce travel time between Kanpur and Kabrai from 3.5 hours to 1.5 hours (58%), while improving road safety, reducing vehicle operating costs and facilitating efficient movement of passenger and freight traffic. The project will also provide strategic connectivity with NH-34, NH-35, the Bundelkhand Expressway, Kanpur Ring Road, and State Highways SH-46, SH-91, SH-10B and SH-42, thereby strengthening integration with the regional highway network. The corridor further strengthen connectivity to the Kabrai mining belt, improving the movement of minerals, industrial goods, construction materials and agricultural produce, thereby enhancing logistics efficiency, supply chain resilience and regional economic development.

Aligned with the PM GatiShakti National Master Plan, the project will improve connectivity to 16 Economic Nodes, including the Unnao, Banther, Pankhi, Rania, Jainpur, Rooma, Chakeri, Sumerpur and Bhuragarh Industrial Areas, Trans Ganga Integrated Township, Growth Centre Jaipur, Kanpur Nagar Node and Bengal Chemicals & Pharmaceuticals Ltd. It will also strengthen connectivity to 9 Social Nodes, namely Fatehpur, Mahoba, Kanpur Zoological Park, Buddha Park, J.K. Temple & Garden, Radha Krishna Temple, Siddheshwar Mahadev Temple, Gopeshwar Mandir and Mahoba Tourist Place, and 10 Logistics Nodes, including Kanpur, Ghatampur, Hamirpur, Mahoba, Kabrai, Bharwa Sumerpur and Banda Railway Stations, together with Kanpur, Chakeri and Khajuraho Airports.

Overall, improve logistics competitiveness, industrial development and economic growth across Bundelkhand and adjoining regions of Uttar Pradesh and Madhya Pradesh, while advancing the objectives of PM GatiShakti.

The project is expected to generate approximately 11,188 direct and 13,985 indirect person-days of employment per lane per km during construction and is projected to carry an Annual Average Daily Traffic (AADT) of about 18,069 Passenger Car Units (PCUs) by FY 2028, underscoring its long-term economic, logistics and transport significance. The proposed project will thus generate close to 1.2 Crore person-days of direct employment and indirect employment.

Map of Corridor: