ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ଭାରତ ଶକ୍ତି ସପ୍ତାହ-୨୦୨୩ର କରିବେ ଉଦଘାଟନ
ଇଥାନଲ ମିଶ୍ରଣ ରୋଡମ୍ୟାପର ଟିକିଏ ଆଗକୁ ଯାଇ ପ୍ରଧାନମନ୍ତ୍ରୀ ଇ-୨୦ ଇନ୍ଧନର କରିବେ ଶୁଭାରମ୍ଭ
ସବୁଜ ଇନ୍ଧନ ନେଇ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ ଗ୍ରୀନ ମୋବିଲିଟି ରାଲି
ଭାରତୀୟ ତୈଳ ସଂସ୍ଥାର ପଦକ୍ଷେପ ‘ଅନବଟଲଡ’ ସ୍ୱରୂପ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ୟୁନିଫର୍ମ
ପ୍ରତ୍ୟେକ ୟୁନିଫର୍ମ ୨୮ଟି ବଟଲର ପୁନଃପ୍ରକ୍ରିୟାକରଣରେ ସହାୟକ ହେବ
ପ୍ରଧାନମନ୍ତ୍ରୀ ଭାରତୀୟ ତୈଳ ସଂସ୍ଥାର ଘର ଭିତର ସୌର ରୋଷେଇ ପଦ୍ଧତିର ଦ୍ୱୈତ-କୁକଟପ୍ ମଡେଲ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ
ଘର ଭିତର ସୌରଶକ୍ତି ପାକ ପ୍ରସ୍ତୁତିରେ ବୈପ୍ଳବିକ ପରିବର୍ତ୍ତନ ସହ ଉଭୟ ସୌର ଓ ସହାୟକ ଅଂଶ ଶକ୍ତ ଉତ୍ସ ଉପଯୋଗ ଏକାବେଳେ ହୋଇପାରିବ ।

ଫେବ୍ରୁଆରୀ ୬, ୨୦୨୩ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ଗସ୍ତ କରିବେ । ପ୍ରାୟ ପୂର୍ବାହ୍ନ ସାଢ଼େ ଏଗାରଟା ବେଳେ, ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ଠାରେ ଭାରତ ଶକ୍ତ ସପ୍ତାହ-୨୦୨୩ ଉଦଘାଟନ କରିବେ । ତା’ପରେ ଅପରାହ୍ନ ପ୍ରାୟ ସାଢ଼େ ତିନିଟା ବେଳେ ସେ ଟୁମକୁରୁ ଠାରେ ହାଲ ହେଲିକପ୍ଟର କାରଖାନାକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ ।

ଭାରତ ଶକ୍ତି ସପ୍ତାହ ୨୦୨୩

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ଠାରେ ଭାରତ ଶକ୍ତି ସପ୍ତାହ (ଆଇଇଡବ୍ଲୁ) ୨୦୨୩ର ଉଦଘାଟନ କରିବେ । ଫେବ୍ରୁଆରୀ ୬ରୁ ୮ ତାରିଖ ମଧ୍ୟରେ ଆୟୋଜିତ ଆଇଇଡବ୍ଲୁ ଭାରତରେ ଶକ୍ତି ଭଣ୍ଡାରର ଅବସ୍ଥାନ୍ତର ଉପରେ ଅବଗତ କରାଇବା ଲକ୍ଷ୍ୟ ରହିଛି । ଶକ୍ତିର ଦାୟିତ୍ୱପୂର୍ଣ୍ଣ ଅବସ୍ଥାନ୍ତର ଉପରେ ପାରମ୍ପରିକ ଓ ଅଣପାରମ୍ପରିକ ଶକ୍ତି ଶିଳ୍ପ, ସରକାର ଓ ବୁଦ୍ଧିଜୀବୀଗଣ ବିଚାରବିମର୍ଷ କରିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱର ବିଭିନ୍ନ ଦେଶରେ ୩୦ ଜଣ ମନ୍ତ୍ରୀ ଏଥିରେ ଯୋଗଦେବେ । ଭାରତ ଶକ୍ତିର ଭବିଷ୍ୟତ ଓ ଆହ୍ୱାନ ଉପରେ ୩୦ ହଜାରରୁ ଅଧିକ ପ୍ରତିନିଧି, ଏକ ହଜାର ପ୍ରଦର୍ଶନକାରୀ ଓ ପାଞ୍ଚ ଶହ ବକ୍ତା ଏଥିରେ ମିଳିତ ହେବେ । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ବୈଶ୍ୱିକ ତୈଳ ଓ ଗ୍ୟାସ ମୁଖ୍ୟ କାର୍ଯ୍ୟନିର୍ବାହୀ ମାନଙ୍କ ସହ ଏକ ଗୋଲଟେବୁଲ ବୈଠକରେ ଅଂଶଗ୍ରହଣ କରିବେ । ସବୁଜ ଶକ୍ତି ଉପରେ ମଧ୍ୟ ସେ ବହୁମୁଖୀ କାର୍ଯ୍ୟ ପଦ୍ଧତି ଶୁଭାରମ୍ଭ କରିବେ ।

ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ ନିମନ୍ତେ ଇଥାନଲ ମିଶ୍ରଣ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମର ରୂପ ନେଇଛି । ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ଯୋଗୁ ୨୦୧୩-୧୪ ପରଠାରୁ ଇଥାନଲ ଉତ୍ପାଦନ ସାମର୍ଥ୍ୟ ଛଅଗୁଣ ବୃଦ୍ଧି ପାଇଛି । ଗତ ଆଠବର୍ଷ ମଧ୍ୟରେ ଇଥାନଲ ମିଶ୍ରଣ ଓ ଜୈବ ଇନ୍ଧନ କାର୍ଯ୍ୟକ୍ରମ ଯୋଗୁ ଭାରତରେ ଶକ୍ତି ସୁରକ୍ଷା ଅଧିକ ମଜଭୁତ ହେବା ସହ ୩୧୮ ଲକ୍ଷ ମେଟ୍ରିକ ଟନ ଅଙ୍ଗାରକାମ୍ଳ ଉତ୍ସରଣ କମ ହୋଇଛି ଓ ପ୍ରାୟ ୫୪,୦୦୦ କୋଟି ବିଦେଶୀ ମୁଦ୍ରାର ମଧ୍ୟ ସଞ୍ଚୟ ହୋଇଛି । ଏହାଛଡ଼ା ୨୦୧୪ରୁ ୨୦୨୨ ମଧ୍ୟରେ ଇଥାନଲ ଯୋଗାଣ ବାବଦ ୮୧,୮୦୦ କୋଟି ଟଙ୍କା ପଇଠ ହୋଇଥିବା ବେଳେ ଚାଷୀମାନଙ୍କ ଖାତାକୁ ୪୯ ହଜାର କୋଟିରୁ ଅଧିକ ଟଙ୍କା ପଠାଯାଇ ପାରିଛି ।

ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଅଧିନରେ ପ୍ରଧାନମନ୍ତ୍ରୀ ଦେଶରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ତୈଳ ବିପଣନ କମ୍ପାନୀ ଗୁଡ଼ଇକର ୮୪ଟି ପାଇକାରୀ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଇ-୨୦ ଇନ୍ଧନ ବ୍ୟବସ୍ଥା ଶୁଭାରମ୍ଭ କରିବେ । ଇ-୨୦ ହେଉଛି ପେଟ୍ରୋଲରେ ଶତକଡ଼ା ୨୦ ଭାଗର ମିଶ୍ରଣ । ସରକାର ୨୦୨୫ ସୁଦ୍ଧା ସମର୍ଣ୍ଣ ଶତକଡ଼ା ୨୦ ଗୁଣ ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତୈଳ ବିପଣନ କମ୍ପାନୀଗୁଡ଼ିକ ଏଥିପାଇଁ ୨ଜି-୩ଜି ଇଥାନଲ ପ୍ଲାଣ୍ଟମାନ ସ୍ଥାପନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ଗ୍ରୀନ ମୋବିଲିଟି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରାଇବେ । ରାଲିରେ ସବୁଜ ଇନ୍ଧନ ଦ୍ୱାରା ବାହାନ ଚଳାଚଳ ପ୍ରଦର୍ଶନ କରାଯିବା ସହ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ।

ଭାରତୀୟ ତୈଳ କମ୍ପାନୀର ‘ଅନବଟଲ’ ପଦକ୍ଷେପର ୟୁନିଫର୍ମ ଆରମ୍ଭ କରିବେ । ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକର ମୂଳୋତ୍ପାଟନ ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ଭାରତୀୟ ତୈଳ ନିଗମ ପାଇକାରୀ ଗ୍ରାହକଙ୍କୁ ସିଲିଣ୍ଡର ଯୋଗାଇବା ବ୍ୟକ୍ତି ତଥା ଏଲପିଜି ଯୋଗାଣକାରୀଙ୍କ ନିମନ୍ତେ ପରିଚ୍ଛଦ ପ୍ରବର୍ତ୍ତନ କରିଛି । ପୁନଃ ପ୍ରକ୍ରିୟାକୃତ ପଲିଷ୍ଟର (ଆରପିଇଟି) ଓ ତୁଳାରୁ ଏହା ପ୍ରସ୍ତୁତ ହୋଇଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ତୈଳ ନିଗମର ଘର ଭିତରେ ସୌର ପାକ ପ୍ରସ୍ତୁତି ପପଦ୍ଧତିର ଦ୍ୱୈତ କୁକଟପ୍ ମଡେଲକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ ଓ ଏହାର ବାଣିଜି୍ୟକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ପୂର୍ବରୁ ଭାରତୀୟ ତୈଳ ସଂସ୍ଥା ଏକକ କୁକଟପ୍ ସହ ଇନଡୋର ସୋଲାର କୁକିଂ ସିଷ୍ଟମର ନବୋନ୍ମେଷ ସହ ଏହାର ପ୍ୟାଟେଣ୍ଟ ମଧ୍ୟ କରିଥିଲା । ଲୋକଙ୍କ ଠାରୁ ମିଳୁଥିବା ମତାମତ ଅନୁସାରେ ଟୁଇନ କୁକୁଟପ୍ ଇନଡୋର ସୋଲାର କୁକିଂ ସିଷ୍ଟମ ଅଧିକ ବ୍ୟବହାର ଉପଯୋଗୀ ଓ ସହଜ । ଏହି ପଦ୍ଧତି ଉଭୟ ସୌର ଓ ବିକଳ୍ପ ଶକ୍ତି ଉତ୍ସ ବଳରେ ଚାଲିପାରିବ ।

ଟୁମକୁରୁରେ ପ୍ରଧାନମନ୍ତ୍ରୀ

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଆଉ ଏକ ପାଦ ଅଗ୍ରସରପୂର୍ବକ ପ୍ରଧାନମନ୍ତ୍ରୀ ଟୁମକୁରୁରେ ହାଲ ହେଲିକପ୍ଟର କାରଖାନାକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ୨୦୧୬ରେ ମଧ୍ୟ ଏହାର ଶିଳାନ୍ୟାସ କରିଥିଲେ । ଏହା ଏକ ଉତ୍ସର୍ଗୀକୃତ ଗ୍ରୀନଫିଲ୍ଡ ହେଲିକପ୍ଟର କାରଖାନା ଯାହା ହେଲିକପ୍ଟର ନିର୍ମାଣର ସାମର୍ଥ୍ୟର ବାତାବରଣ ସୃଷ୍ଟି କରିବ ।

ଏସିଆର ସର୍ବବୃହତ ଏହି ହେଲିକପ୍ଟର ନିର୍ମାଣ ସୁବିଧାଥିବା କାରଖାନା ପ୍ରାଥମିକ ପର୍ଯ୍ୟାୟରେ ହାଲୁକା ଉପଯୋଗୀ ହେଲିକପ୍ଟର (ଏଲୟୁଏଚ) ତିଆରି କରିବ । ଏଲୟୁଏଚ ତିଆରି ତିନିଟନ ଶ୍ରେଣୀର ହେଲିକପ୍ଟର । ଏହାର ଏକକ ଇଞ୍ଜିନ ଥିବା ସହ ବହୁମୁଖୀ ଉପକାରିତା ରହିଛି ।

ଏହି କାରଖାନା ପରେ ସମ୍ପ୍ରସାରିତ ହୋଇ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ) ଓ ଇଣ୍ଡିଆନ ମଲ୍ଟି ରୋଲ ହେଲିକପ୍ଟର (ଏମଆରଏଚ) ନିର୍ମାଣ କରିବା ସହ, ଏଲସିଏଜ, ଏଲୟୁଏଚ, ସିଭିଲ ଏଏଲଏଚ ଓ ଆଇଏମଆରଏଚ ହେଲିକପ୍ଟରଗୁଡ଼ିକର ମରାମତି ଓ ଫିଟିଂ କାମ ଭବିଷ୍ୟତରେ କରିବାରେ କାର୍ଯ୍ୟକ୍ରମ ରହିଛି । ଭବିଷ୍ୟତରେ ବେସାମରିକ ଏଲୟୁଏଚ ରପ୍ତାନି ପାଇଁ ମଧ୍ୟ ଏହି କାରଖାନାର ସାମର୍ଥ୍ୟ ରହିଛି । ଏହାଫଳରେ ହେଲିକପ୍ଟର ପାଇଁ ସମସ୍ତ ଜ୍ଞାନକୌଶଳ ଆମ ଦେଶରେ ଉପଲବ୍ଧ ହେବ । ଏହାବ୍ୟତୀତ ହେଲିକପ୍ଟର ପରିପାଟୀ, ବିକାଶ ଓ ନିର୍ମାଣ କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳତା ମଧ୍ୟ ହାସଲ କରିବ ।

ଏହି କାରଖାନାର ୪.୦ ଶିଳ୍ପମାନର ନିର୍ମାଣ କ୍ଷମତା ରହିଛି । ଟୁମକୁରୁରୁ ହାଲ ଆଗାମୀ ୨୦ ବର୍ଷ ମଧ୍ୟରେ ଏକ ହଜାରରୁ ଅଧିକ ୩-୧୫ ଟନ ଶ୍ରେଣୀୟ ହେଲିକପ୍ଟର ନିର୍ମାଣ କରିବା ଯୋଜନା ରଖିଛି । ଏହାଫଳରେ ସେ ଅଞ୍ଚଳରୁ ପ୍ରାୟ ଛଅ ହଜାରେ ଜନସାଧାରଣଙ୍କୁ କର୍ମନିଯୁକ୍ତି ମିଳିପାରିବ ।

ପ୍ରଧାନମନ୍ତ୍ରୀ ଟୁମକୁରୁ ଶିଳ୍ପାଞ୍ଚଳର ଶିଳାନ୍ୟାସ କରିବେ । ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧିନରେ ଠୁମକୁରୁ ଅଞ୍ଚଳରେ ୮୪୮୪ ଏକକ ପରିମିତ ଅଞ୍ଚଳରେ ଶିଳ୍ପାଞ୍ଚଳ ବିକାଶ ଯୋଜନା ରଖିଛି । ଚେନ୍ନାଇ-ବେଙ୍ଗାଲୁରୁ ଶିଳ୍ପ କରିଡରର ଅଂଶ ବିଶେଷ ଭାବେ ଏହାର ବିକାଶ କରାଯାଉଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଟୁମକୁରୁର ଟିପତୁର ଓ ଚିକ୍କାନାୟାକାହାଲି ଠାରେ ଦୁଇଟି ଜଳ ଜୀବନ ମିଶନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଟିପତୁର ବହୁମୁଖୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୪୩ଠ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ଚିକାନାୟାହାଲୀ ତାଲୁକରେ ୧୪୭ଟି ଜନବସତି ନିମନ୍ତେ ବହୁମୁଖୀ ଜଳଯୋଗାଣ ଯୋଜନା ବାବଦ ପ୍ରାୟ ୧୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ସେ ଅଞ୍ଚଳର ଅଧିବାସୀମାନଙ୍କୁ ଏହି ପ୍ରକଳ୍ପ ନିର୍ମଳ ପାନୀୟ ଜଳ ଯୋଗାଇବାରେ ସହାୟକ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cotton duty relief: Textile industry welcomes import tax waiver, sees boost for exports and MSMEs

Media Coverage

Cotton duty relief: Textile industry welcomes import tax waiver, sees boost for exports and MSMEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”