ଚିକ୍କାବାଲାପୁର ଠାରେ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ବାଙ୍ଗାଲୋର ମେଟ୍ରୋର ହ୍ବାଇଟଫିଲ୍ଡ (କାଦୁଗୋଡ଼ି) ଠାରୁ କ୍ରିଷ୍ଣରାଜପୁର ମେଟ୍ରୋ ଲାଇନର ଉଦଘାଟନ କରିବେ
ମେଟ୍ରୋ ଲାଇନ ଯାତ୍ରାକୁ ସୁଗମ କରାଇବ ଏବଂ ସହରରେ ଟ୍ରାଫିକ ସମସ୍ୟାକୁ ହ୍ରାସ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 25 ମାର୍ଚ୍ଚ 2023 ରେ କର୍ଣ୍ଣାଟକ ଗସ୍ତ କରିବେ। ପୂର୍ବାହ୍ନ 10:45 ସମୟରେ ପ୍ରଧାନମନ୍ତ୍ରୀ ଚିକ୍କାବାଲାପୁର ଠାରେ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଉଦଘାଟନ କରିବେ। ପ୍ରାୟ 1 ଟା ସମୟରେ ପ୍ରଧାନମନ୍ତ୍ରୀ ବାଙ୍ଗାଲୋର ମେଟ୍ରୋର ହ୍ବାଇଟଫିଲ୍ଡ (କାଦୁଗୋଡ଼ି) ଠାରୁ କୃଷ୍ଣରାଜପୁର ମେଟ୍ରୋ ଲାଇନକୁ ର ଉଦଘାଟନ କରିବେ ଏବଂ ମେଟ୍ରୋରେ ମଧ୍ୟ ଯାତ୍ରା କରିବେ।

ଚିକ୍କାବାଲାପୁରରେ ପ୍ରଧାନମନ୍ତ୍ରୀ

ଛାତ୍ରମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବାକୁ ତଥା ଏହି ଅଞ୍ଚଳରେ ସୁଲଭ ତଥା ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଏସଏମଏସଆଇଏମଏସଆର) ର ଉଦଘାଟନ କରିବେ। ଏହାକୁ ଶ୍ରୀ ସତ୍ୟ ସାଇ ୟୁନିଭର୍ସିଟି ଫର୍ ହ୍ୟୁମାନ ଏକ୍ସିଲେନ୍‌ସ ଦ୍ବାରା ସତ୍ୟ ସାଇ ଗ୍ରାମ, ମୁଦେନାହାଲି, ଚିକ୍କାବାଲାପୁର ଠାରେ ପ୍ରତିଷ୍ଠା କରାଯାଇଥିଲା। ଏହା ଗ୍ରାମାଞ୍ଚଳରେ ଅବସ୍ଥିତ ଏବଂ ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାକୁ ବ୍ୟବସାୟୀକରଣରୁ ମୁକ୍ତ କରିବା ଲକ୍ଷ୍ୟରେ ଏହା ପ୍ରତିଷ୍ଠିତ - ଏସଏମଏସଆଇଏମଏସଆର ସମସ୍ତଙ୍କୁ ଡାକ୍ତରୀ ଶିକ୍ଷା ଏବଂ ଗୁଣାତ୍ମକ ଚିକିତ୍ସା ସେବା ସମ୍ପୂର୍ଣ୍ଣ ମାଗଣାରେ ସଭିଙ୍କୁ ଯୋଗାଇବ। 2023 ଶିକ୍ଷା ବର୍ଷରୁ ଏହି ଅନୁଷ୍ଠାନ କାର୍ଯ୍ୟ ଆରମ୍ଭ କରିବ।

ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ

ସାରା ବିଶ୍ୱରେ ବିଶ୍ୱ ସ୍ତରୀୟ ସହରୀ ଗତିଶୀଳ ଭିତ୍ତିଭୂମି ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କର ବିଶେଷ ଧ୍ୟାନ ରହିଛି। ଏହାକୁ ଦୃଷ୍ଟିରେ ରଖି ହ୍ବାଇଟଫିଲ୍ଡ  (କାଦୁଗୋଡି) ମେଟ୍ରୋ ଷ୍ଟେସନରେ ବାଙ୍ଗାଲୋର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଥିବା 13.71 କିମିର ହ୍ବାଇଟଫିଲ୍ଡ (କାଦୁଗୋଡି) ମେଟ୍ରୋରୁ କୃଷ୍ଣରାଜପୁର ମେଟ୍ରୋ ଲାଇନ୍ ର ରିଚ୍ -1 ସଂପ୍ରସାରଣ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ପ୍ରାୟ 4250 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଟ୍ରୋ ଲାଇନର ଉଦଘାଟନ ସହିତ ବେଙ୍ଗାଲୁରୁରେ ଯାତ୍ରୀମାନଙ୍କୁ ଏକ ସ୍ୱଚ୍ଛ, ନିରାପଦ, ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ସୁବିଧା ଯୋଗାଇବ, ଯାତାୟାତର ସୁଗମତା ବଢ଼ାଇବ ଏବଂ ସହରରେ ଟ୍ରାଫିକ୍ ସମସ୍ୟାକୁ ଦୂର କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win