ପ୍ରଧାନମନ୍ତ୍ରୀ ୭୧୬୦ କୋଟି ଟଙ୍କାରେ ନିର୍ମିତ ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନକୁ ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ୧୫,୬୧୦ କୋଟି ଟଙ୍କାରେ ହେବାକୁ ଥିବା ବାଙ୍ଗାଲୋର ମେଟ୍ରୋ ଫେଜ୍-୩ ପ୍ରକଳ୍ପର ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରୁ ୩ଟି ବନେ୍ଦ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୦ ତାରିଖରେ କର୍ଣ୍ଣାଟକ ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସେ ବେଙ୍ଗାଲୁରୁ କେଏସଆର ରେଳଷ୍ଟେସନରୁ ୩ଟି ବନେ୍ଦ ଭାରତ ଟ୍ରେନର ଶୁଭାରମ୍ଭ କରିବେ । ଏହାପରେ ସେ ବାଙ୍ଗାଲୋର ମେଟ୍ରୋ ୟେଲୋ ଲାଇନର ଶୁଭାରମ୍ଭ କରିବା ସହ ମେଟ୍ରୋରେ ଆରଭି ରୋଡ(ରାଗିଗୁଡ଼ା)ରୁ ଇଲେକ୍ଟ୍ରୋନିକ୍ ସିଟି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ ।

ଦ୍ୱିପ୍ରହର ପ୍ରାୟ ୧ଟା ସମୟରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ସହର ସଂଯୋଗୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ବାଙ୍ଗାଲୋର ମେଟ୍ରୋ ଫେଜ୍-୨ରେ ଆରଭି ରୋଡ (ରାଗିଗୁଡ଼ା)ରୁ ବୋମାସାନ୍ଦ୍ରା ପର୍ଯ୍ୟନ୍ତ ୟେଲୋ ଲାଇନର ଉଦଘାଟନ କରିବେ । ୭,୧୬୦ କୋଟି ଟଙ୍କାରେ ନିର୍ମିତ ୧୯ କିଲୋମିଟରର ଏହି ଲାଇନରେ ଅଛି ୧୬ଟି ଷ୍ଟେସନ । ଏହି ନୂତନ ୟେଲୋ ଲାଇନର ଉଦଘାଟନ ଫଳରେ ବେଙ୍ଗାଲୁରୁରେ ମେଟୋ ନେଟୱର୍କ ୯୬ କିଲୋମିଟରକୁ ବୃଦ୍ଧି ପାଇବ, ଯାହାକି ଏକ ବୃହତ ଜନସଂଖ୍ୟା ପାଇଁ ଉପଯୋଗୀ ।

ପ୍ରଧାନମନ୍ତ୍ରୀ ୧୫,୬୧୦ କୋଟି ଟଙ୍କାରେ ହେବାକୁ ଥିବା ବାଙ୍ଗାଲୋର ମେଟ୍ରୋ ଫେଜ୍-୩ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପର ଦୂରତ୍ୱ ମୋଟ ୪୪ କିଲୋମିଟର ହେବ ଏବଂ ୩୧ଟି ଇଲେଭେଟେଡ ଷ୍ଟେସନ ରହିବ । ଏହି ପ୍ରକଳ୍ପ ସହରର ଆବାସିକ, ବାଣିଜି୍ୟକ, ଔଦ୍ୟୋଗିକ ଏବଂ ଶୈକ୍ଷିକ କ୍ଷେତ୍ର ପାଇଁ ପରିବହନ ଆବଶ୍ୟକତା ପୂରଣ କରିବ ।

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରୁ ୩ଟି ବନେ୍ଦ ଭାରତ ଟ୍ରେନର ଶୁଭାରମ୍ଭ ମଧ୍ୟ କରିବେ । ଏହି ୩ଟି ଟ୍ରେନ ହେଲା ବେଙ୍ଗାଲୁରୁରୁ ବେଲଗାଭି, ଅମୃତସରରୁ ମାତା ବୈଷ୍ଣୋଦେବୀ କାଟ୍ରା ଏବଂ ନାଗପୁର (ଅଜନି)ରୁ ପୁନେ । ଏହି ଦ୍ରୁତଗତି ସମ୍ପନ୍ନ ଟ୍ରେନ ଗୁଡ଼ିକ ଆଞ୍ଚଳିକ ସଂଯୋଗୀକରଣକୁ ଦୃଢ଼ କରିବ, ଯାତ୍ରା ସମୟ ହ୍ରାସ କରିବ ଏବଂ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଯାତ୍ରାର ଅଭିଜ୍ଞତା ଦେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026