କର୍ଣ୍ଣାଟକରେ ୧୦,୮୦୦ କୋଟି ଏବଂ ମହାରାଷ୍ଟ୍ରରେ ୩୮,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
କର୍ଣ୍ଣାଟକରେ ନୂତନ ଭାବେ ଘୋଷିତ ରାଜସ୍ୱ ଗ୍ରାମଗୁଡିକର ପ୍ରାୟ ପଚାଶ ହଜାର ହିତାଧିକାରୀଙ୍କୁ ଟାଇଟେଲ୍‌ ଡିଡ୍‌ (ହକ୍କୁ ପତ୍ର) ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ
ଜଳ ଜୀବନ ମିଶନ ଅଧୀନରେ ୟାଦଗିରି ବହୁମୁଖୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ନାରାୟଣପୁର ଲେଫ୍‌ଟ ବ୍ୟାଙ୍କ କେନାଲ - ସମ୍ପ୍ରସାରଣ ନବୀକରଣ ଏବଂ ଆଧୁନିକୀକରଣ ପ୍ରକଳ୍ପ (ଏନଏଲବିସି – ଇଆରଏମ) ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ; ଏହି ଅଞ୍ଚଳର ତିନି ଲକ୍ଷରୁ ଅଧିକ ଚାଷୀ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ
କର୍ଣ୍ଣାଟକରେ ଦୁଇଟି ନୂତନ ରାଜପଥ ବିକାଶ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ; ଉଭୟ ପ୍ରକଳ୍ପ ସୁରଟ - ଚେନ୍ନାଇ ଏକ୍ସପ୍ରେସୱେ ର ଏକ ଅଂଶ
ମୁମ୍ବାଇ ମେଟ୍ରୋ ରେଳ ଲାଇନ ୨ଏ ଏବଂ ୭ କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ସାତୋଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ମୁମ୍ବାଇରେ ସଡକ ର୍ନିମାଣ ପ୍ରକଳ୍ପ ଏବଂ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ପୁନଃ ର୍ନିମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯ ଜାନୁଆରୀ ୨୦୨୩ ରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଗସ୍ତ କରିବେ ।

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ୟାଦଗିରି ଏବଂ କାଲାବୁରାଗି ଜିଲ୍ଲା ଗସ୍ତ କରିବେ । ୟାଦଗିରି ଜିଲ୍ଲାର କୋଡେକାଲରେ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଜଳସେଚନ, ପାନୀୟଜଳ ଏବଂ ଜାତୀୟ ରାଜପଥ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଅପରାହ୍ନ ୨.୧୫ ସମୟରେ ପ୍ରଧାନମନ୍ତ୍ରୀ କାଲାବର୍ଗୀ ଜିଲ୍ଲାର ମାଲଖେଡରେ ପହଞ୍ଚି ସେଠାରେ ନୂତନ ଭାବେ ଘୋଷିତ ରାଜସ୍ୱ ଗ୍ରାମଗୁଡିକର ଯୋଗ୍ୟ ହିତାଧିକାରୀଙ୍କୁ ଟାଇଟେଲ୍‌ ଡିଡ୍ (ହାକ୍କୁ ପତ୍ର) ବଣ୍ଟନ କରିବେ ଏବଂ ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଅପରାହ୍ନ ପ୍ରାୟ ୫ ଟା ସମୟରେ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ଏକାଧିକ ବିକାଶମୂଳକ କାର୍ଯ୍ୟର ଉଦଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିବେ । ଅପରାହ୍ନ ପ୍ରାୟ ୬.୩୦ ସମୟରେ ସେ ମୁମ୍ବାଇ ମେଟ୍ରୋର ଦୁଇଟି ଲାଇନର ଉଦଘାଟନ କରିବେ ଏବଂ ମେଟ୍ରୋ ଯାତ୍ରା ମଧ୍ୟ କରିବେ ।

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ

ସମସ୍ତ ପରିବାରକୁ ଟ୍ୟାପ୍ ସଂଯୋଗ ମାଧ୍ୟମରେ ନିରାପଦ ତଥା ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ହାସଲ କରିବାକୁ ଆଉ ଏକ ପଦକ୍ଷେପ ଭାବେ ୟାଦଗିରି ଜିଲ୍ଲାର କୋଡେଇକାଲ ଠାରେ ଜଳ ଜୀବନ ମିଶନ୍ ଅଧୀନରେ ବହୁମୁଖୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଯୋଜନା ଅଧୀନରେ ୧୧୭ ଏମଏଲ୍‍ଡି କ୍ଷମତା ବିଶିଷ୍ଟ ଜଳ ବିଶୋଧନ କେନ୍ଦ୍ର ର୍ନିମାଣ କରାଯିବ । ୨୦୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବା ଏହି ପ୍ରକଳ୍ପରେ ୟାଦଗିରି ଜିଲ୍ଲାର ୭୦୦ ରୁ ଅଧିକ ଗ୍ରାମ ସମେତ ତିନୋଟି ସହରର ପ୍ରାୟ ୨.୩ ଲକ୍ଷ ପରିବାରକୁ ପାନୀୟ ଜଳ ଯୋଗାଇ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନାରାୟଣପୁର ବାମପଟ କେନାଲ - ସମ୍ପ୍ରସାରଣ ନବୀକରଣ ଏବଂ ଆଧୁନିକୀକରଣ ପ୍ରକଳ୍ପ (ଏନଏଲବିସି-ଇଆରଏମ) କୁ ମଧ୍ୟ ଉଦଘାଟନ କରିବେ । ୧୦,୦୦୦ କ୍ୟୁସେକ୍ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ, ୪.୫ ଲକ୍ଷ ହେକ୍ଟର କମାଣ୍ଡ ଏରିଆକୁ ଜଳସେଚନ କରିପାରିବ । ଏହା କାଲାବର୍ଗୀ, ୟାଦାଗିରି ଏବଂ ବିଜୟପୁର ଜିଲ୍ଲାର ୫୬୦ ଟି ଗାଁରେ ତିନି ଲକ୍ଷରୁ ଅଧିକ ଚାଷୀଙ୍କୁ ଉପକୃତ କରିବ । ଏହି ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୪୭୦୦ କୋଟି ଟଙ୍କା ।

ସେ ଏନଏଚ-୧୫୦ସି ର ୬୫.୫ କିଲୋମିଟର ସେକ୍ସନର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହି ୬ ଲେନ ବିଶିଷ୍ଟ ନୂତନ ସଡକ ପ୍ରକଳ୍ପ ସୁରଟ - ଚେନ୍ନାଇ ଏକ୍ସପ୍ରେସୱେ ର ଏକ ଅଂଶ । ପ୍ରାୟ ୨୦୦୦ କୋଟି ଟଙ୍କା ବ୍ୟୟରେ ଏହା ର୍ନିମାଣ କରାଯାଉଛି ।

ସରକାରୀ ଯୋଜନାରେ ଶତ ପ୍ରତିଶତ ପରିପୂର୍ଣ୍ଣତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ, କାଲାବୁର୍ଗୀ, ୟାଦଗିରି, ରାଇଚୁର, ବିଦର ଏବଂ ବିଜୟପୁରର ପାଞ୍ଚଟି ଜିଲ୍ଲାର ପ୍ରାୟ ୧୪୭୫ ଟି ପଡାକୁ ନୂତନ ରାଜସ୍ୱ ଗ୍ରାମ ଭାବରେ ଘୋଷଣା କରାଯାଇଛି । କାଲାବୁର୍ଗୀ ଜିଲ୍ଲାର ସେଡାମ ତାଲୁକର ମାଲକେଡ ଗ୍ରାମରେ ପ୍ରଧାନମନ୍ତ୍ରୀ ଏହି ନୂତନ ଘୋଷିତ ରାଜସ୍ୱ ଗ୍ରାମଗୁଡିକର ଯୋଗ୍ୟ ହିତାଧିକାରୀଙ୍କୁ ହକ୍କୁ ପତ୍ର ବଣ୍ଟନ କରିବେ । ପଚାଶ ହଜାରରୁ ଅଧିକ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ, ଯେଉଁମାନେ ମୁଖ୍ୟତଃ ଏସସି, ଏସଟି ଏବଂ ଓବିସିରୁ ବଞ୍ଚିତ ତଥା ସମ୍ବେଦନଶୀଳ ସମ୍ପ୍ରଦାୟର ଅଟନ୍ତି, ସେମାନଙ୍କ ଜମି ପାଇଁ ସରକାରଙ୍କ ତରଫରୁ ଏକ ଆନୁଷ୍ଠାନିକ ମାନ୍ୟତା ପ୍ରଦାନ କରାଯିବ ଏବଂ ଏହା ସେମାନଙ୍କୁ ପାନୀୟ ଜଳ, ବିଦ୍ୟୁତ, ସଡକ ଇତ୍ୟାଦି ସରକାରୀ ସେବା ଗ୍ରହଣ କରିବା କ୍ଷେତ୍ରରେ ଯୋଗ୍ୟ ବିବେଚିତ କରିବ । 

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଏନଏଚ-୧୫୦ସି ର ୭୧ କିଲୋମିଟର ସେକ୍ସନର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ଏହି ୬ ଲେନ ନୂତନ ସଡକ ପ୍ରକଳ୍ପ ସୁରଟ - ଚେନ୍ନାଇ ଏକ୍ସପ୍ରେସୱେ ର ଏକ ଅଂଶ । ଏହା ୨୧୦୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମାଣ କରାଯାଉଛି ।

ସୁରଟ - ଚେନ୍ନାଇ ଏକ୍ସପ୍ରେସୱେ ଛଅ ଟି ରାଜ୍ୟ- ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଦେଇ ଯିବ । ଏହା ବିଦ୍ୟମାନ ମାର୍ଗକୁ ୧୬୦୦ କିମିରୁ ୧୨୭୦ କିମି ପର୍ଯ୍ୟନ୍ତ ହ୍ରାସ କରିବ ।

ମୁମ୍ବାଇରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ପ୍ରାୟ ୩୮,୮୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ନିରବଚ୍ଛିନ୍ନ 

ସହରୀ ଗତିଶୀଳତା ପ୍ରଦାନ ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରମୁଖ ଲକ୍ଷ୍ୟ ଅଟେ । ଏହି ଅନୁଯାୟୀ, ସେ ପ୍ରାୟ ୧୨,୬୦୦ କୋଟି ଟଙ୍କା ମୂଲ୍ୟର ମୁମ୍ବାଇ ମେଟ୍ରୋ ରେଳ ଲାଇନର ୨ଏ ଏବଂ ୭ କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଦହିସର ଇ ଏବଂ ଡିଏନ୍ ନଗର (ୟୋଲୋ ଲାଇନ୍‍) କୁ ସଂଯୋଗ କରୁଥିବା ମେଟ୍ରୋ ଲାଇନ ପ୍ରାୟ ୧୮.୬ କିଲୋମିଟର ଲମ୍ବା ହୋଇଥିବାବେଳେ ଅନ୍ଧେରୀ ଇ - ଦହିସର ଇ (ରେଡ୍‍ ଲାଇନ୍‍) କୁ ସଂଯୋଗ କରୁଥିବା ମେଟ୍ରୋ ଲାଇନ ପ୍ରାୟ ୧୬.୫ କିଲୋମିଟର ଲମ୍ବା । 

ଏହି ଲାଇନ୍‍ଗୁଡ଼ିକର ଭିତ୍ତି ପ୍ରସ୍ତର ସ୍ଥାପନ ମଧ୍ୟ ୨୦୧୫ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା । ପ୍ରଧାନମନ୍ତ୍ରୀ ମୁମ୍ବାଇ ୧ ମୋବାଇଲ୍ ଆପ୍ ଏବଂ ନ୍ୟାସନାଲ କମନ୍ ମୋବିଲିଟି କାର୍ଡ (ମୁମ୍ବାଇ ୧)ର ମଧ୍ୟ ଶୁଭାରମ୍ଭ କରିବେ । ଏହି ଆପ୍ ଯାତାୟତକୁ ସହଜ କରିବ, ମେଟ୍ରୋ ଷ୍ଟେସନର ପ୍ରବେଶ ଦ୍ୱାରରେ ଦେଖାଯାଇପାରିବ ଏବଂ ୟୁପିଆଇ ମାଧ୍ୟମରେ ଟିକେଟ୍ କିଣିବା ପାଇଁ ଡିଜିଟାଲ୍ ପେମେଣ୍ଟକୁ ସମର୍ଥନ କରିବ । ନ୍ୟାସନାଲ କମନ୍ ମୋବିଲିଟି କାର୍ଡ (ମୁମ୍ବାଇ ୧) ପ୍ରଥମେ ମେଟ୍ରୋ କରିଡରରେ ବ୍ୟବହୃତ ହେବ ଏବଂ ସ୍ଥାନୀୟ ଟ୍ରେନ୍ ଏବଂ ବସ୍ ସହିତ ଅନ୍ୟାନ୍ୟ ସାଧାରଣ ଗମନାଗମନକୁ ସମ୍ପ୍ରସାରଣ କରାଯାଇପାରିବ । ଯାତ୍ରୀମାନଙ୍କୁ ଏକାଧିକ କାର୍ଡ କିମ୍ବା ନଗଦ ସାଙ୍ଗରେ ନେବାକୁ ପଡ଼ିବ ନାହିଁ; ଏନସିଏମସି କାର୍ଡ ଶୀଘ୍ର, ଯୋଗାଯୋଗହୀନ, ଡିଜିଟାଲ୍ କାରବାରକୁ ସକ୍ଷମ କରିବ, ଯାହାଦ୍ୱାରା ପ୍ରକ୍ରିୟାକୁ ଏକ ବାଧାବିହୀନ ଅଭିଜ୍ଞତା ସହିତ ସହଜ କରିବ ।

ପ୍ରଧାନମନ୍ତ୍ରୀ ପ୍ରାୟ ୧୭,୨୦୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ସାତୋଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଲାଦ, ଭଂଡୁପ, ଭେରସୋଭା, ଘାଟକୋପର, ବାନ୍ଦ୍ରା, ଧରାବୀ ଏବଂ ୱାର୍ଲିରେ ସ୍ଥାପନ କରାଯିବ । ଏଗୁଡିକର ପ୍ରାୟ ୨୪୬୦ ଏମଏଲଡି କ୍ଷମତା ରହିବ ।

ମୁମ୍ବାଇରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ୨୦ ଟି ହିନ୍ଦୁହୃଦୟସମ୍ରାଟ ବାଲାସାହେବ ଠାକରେ ଆପଲା ଦବାଖାନା ଉଦଘାଟନ କରିବେ । ଏହି ନୂତନ ପଦକ୍ଷେପ ଲୋକମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ, ଅନୁସନ୍ଧାନ ଏବଂ ନିଦାନ ପରି ମାଗଣା ଚିକିତ୍ସା ସେବା ଯୋଗାଇଥାଏ । ପ୍ରଧାନମନ୍ତ୍ରୀ ମୁମ୍ବାଇର ତିନୋଟି ଡାକ୍ତରଖାନାର ପୁନଃ ର୍ନିମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ୩୬୦ ଶଯ୍ୟା ବିଶିଷ୍ଟ ଭଣ୍ଡୁପ୍ ବହୁମୁଖୀ ମ୍ୟୁନିସିପାଲିଟି ହସ୍ପିଟାଲ୍‌, ୩୦୬ ଶଯ୍ୟା ବିଶିଷ୍ଟ ସିଦ୍ଧାର୍ଥ ନାଗର ହସ୍ପିଟାଲ୍‌, ଗୋରେଗାଓଁ (ପଶ୍ଚିମ) ଏବଂ ୧୫୨ ଶଯ୍ୟା ବିଶିଷ୍ଟ ଓଶିୱାରା ମାତୃତ୍ୱ ଗୃହ । ଏହା ସହରର ଲକ୍ଷ ଲକ୍ଷ ବାସିନ୍ଦାଙ୍କୁ ଉପକୃତ କରିବ ଏବଂ ସେମାନଙ୍କୁ ସର୍ବଶ୍ରେଷ୍ଠ ଶ୍ରେଣୀର ଚିକିତ୍ସା ସୁବିଧା ଯୋଗାଇ ଦେବ ।

ପ୍ରଧାନମନ୍ତ୍ରୀ ମୁମ୍ବାଇର ପ୍ରାୟ ୪୦୦ କିଲୋମିଟର ରାସ୍ତା ପାଇଁ ସଡକ ର୍ନିମାଣ ପ୍ରକ୍ରିୟା ଆରମ୍ଭ କରିବେ । ପ୍ରାୟ ୬୧୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ବିକଶିତ ହେବ । ମୁମ୍ବାଇରେ ପ୍ରାୟ ୨୦୫୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ସମୁଦାୟ ସଡକ ମଧ୍ୟରୁ ୧୨୦୦ କିଲୋମିଟରରୁ ଅଧିକ ସଡ଼କ କଙ୍କ୍ରିଟ ହୋଇଛି କିମ୍ବା କଙ୍କ୍ରିଟ ପ୍ରକ୍ରିୟାରେ ଅଛି । ତଥାପି, ପ୍ରାୟ ୮୫୦ କିଲୋମିଟର ଲମ୍ବର ଅବଶିଷ୍ଟ ରାସ୍ତା ଖାଲଖମା ଯୋଗୁଁ ଆହ୍ୱାନ ସୃଷ୍ଟି କରିଛି ଯାହା ପରିବହନ ଉପରେ ଗୁରୁତର ପ୍ରଭାବ ପକାଉଛି । ଏହି ଆହ୍ୱାନକୁ ଦୂର କରିବା ପାଇଁ ସଡକ କଙ୍କ୍ରିଟାଇଜେସନ୍ ପ୍ରକଳ୍ପ ଉଦ୍ଦିଷ୍ଟ । ଏହି କଂକ୍ରିଟ୍ ରାସ୍ତାଗୁଡ଼ିକ ଉନ୍ନତ ସୁରକ୍ଷା ସହିତ ଦ୍ରୁତ ଗତିରେ ଯାତ୍ରାକୁ ସୁନିଶ୍ଚିତ କରିବ, ଯେତେବେଳେ କି ଉତ୍ମ ଡ୍ରେନେଜ ସୁବିଧା ଏବଂ ଉପଯୋଗିତା ଯୋଗୁଁ ରାସ୍ତାରେ ନିୟମିତ ଭାବେ ଖନନକୁ ଏଡ଼େଇ ଦିଆଯିବ ।

ସେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସର ପୁନଃ ର୍ନିମାଣ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ଟର୍ମିନାସର ଦକ୍ଷିଣ ପଟ ଐତିହ୍ୟକୁ ସୁଦୃଶ୍ୟ କରିବା, ସୁବିଧାଗୁଡିକୁ ବଢାଇବା, ଉନ୍ନତ ମଲ୍ଟି ମୋଡାଲ ଏକୀକରଣ ଏବଂ ବିଶ୍ୱ ପ୍ରସିଦ୍ଧ ସଂରଚନା, ଏହାର ଅତୀତର ଗୌରବକୁ ସଂରକ୍ଷଣ ଏବଂ ପୁନଃରୁଦ୍ଧାର ପାଇଁ ଏହି ପୁନଃ ର୍ନିମାଣ ଯୋଜନା କରାଯାଇଛି। ୧୮୦୦ କୋଟିରୁ ଅଧିକ ମୂଲ୍ୟରେ ଏହି ପ୍ରକଳ୍ପ କରାଯିବ । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ପିଏମ ଏସଭିଏନିଧି ଯୋଜନା ଅଧୀନରେ ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଅନୁମୋଦିତ ଋଣକୁ ପଠାଇବା ବ୍ୟବସ୍ଥାର ଶୁଭାରମ୍ଭ କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s economy resilient despite West Asia headwinds

Media Coverage

India’s economy resilient despite West Asia headwinds
NM on the go

Nm on the go

Always be the first to hear from the PM. Get the App Now!
...
PM Modi receives a phone call today from President of Sri Lanka
March 24, 2026
The two leaders discuss disruptions affecting global energy security.
Both leaders reiterate the importance of keeping shipping lines open and secure.
The two leaders review progress on various initiatives aimed at strengthening bilateral energy cooperation and enhancing regional security.
PM reiterates India’s firm commitment to work closely together in addressing shared challenges.

Prime Minister Shri Narendra Modi received a phone call today from the President of Sri Lanka, H.E. Anura Kumara Disanayaka.

The two leaders discussed the evolving situation in West Asia with an emphasis on disruptions affecting global energy security.

Both leaders reiterated the importance of keeping shipping lines open and secure in the interest of the whole world.

The two leaders reviewed progress on various initiatives aimed at strengthening India-Sri Lanka energy cooperation and enhancing regional security.

Prime Minister reiterated India’s firm commitment to work closely together in addressing shared challenges in line with India’s Neighbourhood First policy and MAHASAGAR Vision.

The two leaders agreed to stay in touch.