ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗାଁକୁ ଗସ୍ତ କରିବେ
ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକୁ ସୁନିଶ୍ଚିତ କରିବା ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ
ପାଖାପାଖି ୨୪,୦୦୦ କୋଟି ଟଙ୍କାର ବଜେଟ ରେ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ବିକାଶ ମିଶନର ଶୁଭାରମ୍ଭ କରିବେ
ପିଏମ୍ କିଷାନ ଯୋଜନାରେ ପାଖାପାଖି ୧୮,୦୦୦ କୋଟି ଟଙ୍କାର ୧୫ଶ କିସ୍ତି ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ଝାଡ଼ଖଣ୍ଡରେ ପାଖାପାଖି ୭୨୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୪-୧୫, ୨୦୨୩ରେ ଝାଡ଼ଖଣ୍ଡ ପରିଦର୍ଶନ କରିବେ । ନଭେମ୍ବର ୧୫ ତାରିଖ ସକାଳ ପ୍ରାୟ ସାଢ଼େ ୯ ଟା ରେ ପ୍ରଧାନମନ୍ତ୍ରୀ ରାଞ୍ଚିସ୍ଥିତ ଭଗବାନ ବିର୍ସା ମୁଣ୍ଡା ମେମୋରିଆଲ ପାର୍କ କମ୍ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିବେ। ଏହାପରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମରେ ପହଞ୍ଚି ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗାଁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଖୁଣ୍ଟିଠାରେ ତୃତୀୟ ଜନଜାତି ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା' ଏବଂ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ବିକାଶ ମିଶନର ଶୁଭାରମ୍ଭ କରିବେ । ସେ ପିଏମ-କିଷାନର ୧୫ଶ କିସ୍ତି ପ୍ରଦାନ କରିବେ ଏବଂ ଝାଡ଼ଖଣ୍ଡରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ ।

 

ବିକଶିତ ଭାରତ ସଂକଳ୍ପ ଯାତ୍ରା

ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି । ଯୋଜନାର ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଜନଜାତିୟ ଗୌରବ ଦିବସ ଅବସରରେ 'ବିକଶିତ ଭାରତ ସଂକଳ୍ପ ଯାତ୍ରା'ର ଶୁଭାରମ୍ଭ କରିବେ।


ପରିମଳ ସୁବିଧା, ଅତ୍ୟାବଶ୍ୟକ ଆର୍ଥିକ ସେବା, ବିଜୁଳି ସଂଯୋଗ, ଏଲପିଜି ସିଲିଣ୍ଡର, ଗରିବମାନଙ୍କ ପାଇଁ ବାସଗୃହ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୋଷଣ, ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ଇତ୍ୟାଦି କଲ୍ୟାଣକାରୀ ଯୋଜନାର ଲାଭ ପହଞ୍ଚାଇବା ଉପରେ ଏହି ଯାତ୍ରାର ଗୁରୁତ୍ୱ ରହିବ । ସମ୍ଭାବ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ ଯାତ୍ରା ସମୟରେ ହୋଇଥିବା ବିବରଣୀ ମାଧ୍ୟମରେ କରାଯିବ।

 

'ବିକଶିତ ଭାରତ ସଂକଳ୍ପ ଯାତ୍ରା'ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟିଠାରେ ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ଭ୍ୟାନ୍ ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ବହୁ ସଂଖ୍ୟାରେ ଆଦିବାସୀ ଜନସଂଖ୍ୟା ଥିବା ଜିଲ୍ଲାରୁ ଯାତ୍ରା ଆରମ୍ଭ ହେବ ଏବଂ ୨୦୨୪ ଜାନୁଆରି ୨୫ ତାରିଖ ସୁଦ୍ଧା ଦେଶର ସମସ୍ତ ଜିଲ୍ଲାକୁ ପରିକ୍ରମା କରିବ।

 

ପିଏମ ପିଭିଟିଜି ମିଶନ

ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ପ୍ରଥମ ପଦକ୍ଷେପ – 'ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଏମ୍ ପିଭିଟିଜି) ବିକାଶ ମିଶନ'ର ଶୁଭାରମ୍ଭ କରିବେ । ପ୍ରାୟ ୨୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୨୨,୫୪୪ ଟି ଗ୍ରାମ (୨୨୦ଟି ଜିଲ୍ଲା)ରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୫ଟି ପିଭିଟିଜି ରହୁଛନ୍ତି।

ଏହି ଜନଜାତିମାନେ ବିଚ୍ଛିନ୍ନ, ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେରେ ରୁହନ୍ତି, ପ୍ରାୟତଃ ଜଙ୍ଗଲ ଅଞ୍ଚଳରେ ରୁହନ୍ତି ଏବଂ ତେଣୁ ପ୍ରାୟ ୨୪,୦୦୦ କୋଟି ଟଙ୍କାର ବଜେଟ୍ ସହିତ ପିଭିଟିଜି ପରିବାର ଏବଂ ବସ୍ତିଗୁଡ଼ିକୁ ସଡ଼କ ଓ ଟେଲିକମ୍ ଯୋଗାଯୋଗ, ବିଜୁଳି, ସୁରକ୍ଷିତ ବାସଗୃହ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷାର ଉନ୍ନତ ଉପଲବ୍ଧତା, ସ୍ୱାସ୍ଥ୍ୟ ଏବଂ ପୋଷଣ ଏବଂ ସ୍ଥାୟୀ ଜୀବିକା ସୁଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଏକ ମିଶନ ଯୋଜନା କରାଯାଇଛି ।

 

ଏହାବ୍ୟତୀତ ପିଏମଜେଏୱାଇ, ସିକଲ୍ ସେଲ୍ ଡିଜିଜ୍ ଏଲିମିନେସନ୍, ଯକ୍ଷ୍ମା ନିରାକରଣ, ଶତ ପ୍ରତିଶତ ଟିକାକରଣ, ପିଏମ୍ ସୁରକ୍ଷିତ ମାତୃତ୍ୱ ଯୋଜନା, ପିଏମ୍ ମାତୃ ବନ୍ଦନା ଯୋଜନା, ପିଏମ୍ ପୋଷଣ, ପିଏମ୍ ଜନଧନ ଯୋଜନା ଇତ୍ୟାଦି ପାଇଁ ପୃଥକ ଭାବେ ବ୍ୟବସ୍ଥା ସୁନିଶ୍ଚିତ କରାଯିବ।

 

ପିଏମ-କିଷାନ ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ ପଦକ୍ଷେପର ୧୫ତମ କିସ୍ତି

କୃଷକଙ୍କ କଲ୍ୟାଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଆଉ ଏକ ଉଦାହରଣ ଦେଖାଇବାକୁ ଥିବା ଏହି ପଦକ୍ଷେପ ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅଧୀନରେ ପାଖାପାଖି ୧୮,୦୦୦ କୋଟି ଟଙ୍କାର ପଞ୍ଚଦଶ କିସ୍ତି ରାଶି ୮ କୋଟିରୁ ଅଧିକ ହିତାଧିକାରୀଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରଦାନ କରାଯିବ । ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୧୪ଟି କିସ୍ତିରେ ୨.୬୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି।

ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ରରେ ପ୍ରାୟ ୭୨୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉଦଘାଟନ ଓ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବେ ସେଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୧୩୩ର ମହାଗାମା- ହଂସଡିହା ସେକ୍ସନର ୫୨ କିଲୋମିଟର ଅଂଶକୁ ୪ ଲେନ୍ କରିବା; ୧୧୪ ଏ ନମ୍ବର ଜାତୀୟ ରାଜପଥର ବାସୁକିନାଥ- ଦେଓଘର ସେକ୍ସନର ୪୫ କିଲୋମିଟର ରାସ୍ତାକୁ ୪ ଲେନ୍ କରିବା; କେଡିଏଚ୍-ପୂର୍ଣ୍ଣଡିହ କୋଇଲା ପରିଚାଳନା କାରଖାନା; ଆଇଆଇଆଇଟି ରାଞ୍ଚିର ନୂତନ ଶୈକ୍ଷିକ ଏବଂ ପ୍ରଶାସନିକ କୋଠା ଅନ୍ତର୍ଭୁକ୍ତ ରହିଛି।

ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଇଆଇଏମ୍ ରାଞ୍ଚିର ନୂତନ କ୍ୟାମ୍ପସ୍ ଅନ୍ତର୍ଭୁକ୍ତ; ଆଇଆଇଟି ଆଇଏସଏମ୍ ଧାନବାଦର ନୂଆ ହଷ୍ଟେଲ; ବୋକାରୋରେ ପେଟ୍ରୋଲିୟମ ତୈଳ ଓ ଲୁବ୍ରିକେଣ୍ଟସ୍ (ପିଓଏଲ୍) ଡିପୋ; ହଟିଆ-ପାକ୍ରା ସେକ୍ସନର ଦୋହରୀକରଣ, ତାଳଗଡ଼ିଆ-ବୋକାରୋ ସେକ୍ସନ ଏବଂ ସାରଙ୍ଗଡିହ-ପାତ୍ରତୁ ସେକ୍ସନ ଭଳି ଅନେକ ରେଳ ପ୍ରକଳ୍ପ ରହିଛି । ଏହାବ୍ୟତୀତ ଝାଡ଼ଖଣ୍ଡ ରାଜ୍ୟରେ ରେଳ ବିଦ୍ୟୁତୀକରଣର ଶତ ପ୍ରତିଶତ ସଫଳତାକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional