ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ଝାଡ଼ଖଣ୍ଡରେ ୬ଟି ବନ୍ଦେ ଭାରତ ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଚତୁର୍ଥ ବୈଶ୍ବିକ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ଏକ୍ସପୋ (ରି-ଇନଭେଷ୍ଟ)କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଓଡ଼ିଶାରେ ସର୍ବବୃହତ ଏକକ ମହିଳା କୈନ୍ଦ୍ରିକ ଯୋଜନା 'ସୁଭଦ୍ରା'ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱରରେ ପିଏମଏୱାଇର ୨୬ ଲକ୍ଷ ହିତାଧିକାରୀଙ୍କ ପାଇଁ ଗୃହ ପ୍ରବେଶ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ଅତିରିକ୍ତ ପରିବାରର ସର୍ଭେ ପାଇଁ ଆବାସ+ ୨୦୨୪ ଆପ୍‍ କୁ ମଧ୍ୟ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୫-୧୭, ୨୦୨୪ ମଧ୍ୟରେ ଝାଡ଼ଖଣ୍ଡ, ଗୁଜରାଟ ଏବଂ ଓଡ଼ିଶା ଗସ୍ତ କରିବେ ।

ସେପ୍ଟେମ୍ବର ୧୫ ରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡ ଗସ୍ତ କରିବେ ଏବଂ ପୂର୍ବାହ୍ନ ପ୍ରାୟ ୧୦ଟାରେ ଝାଡ଼ଖଣ୍ଡର ଟାଟାନଗର ଜଙ୍କସନ୍ ରେଳ ଷ୍ଟେସନରେ ଟାଟାନଗର-ପାଟନା ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ  ସେ ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ସହ ୨୦ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍ଏୱାଇ-ଜି) ହିତାଧିକାରୀଙ୍କୁ ମଞ୍ଜୁରି ପତ୍ର ବଣ୍ଟନ କରିବେ।

ସେପ୍ଟେମ୍ବର ୧୬ ତାରିଖ ସକାଳ ପ୍ରାୟ ୯ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହାପରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସେ ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଚତୁର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଓ ଏକ୍ସପୋ (ରି-ଇନଭେଷ୍ଟ)କୁ ଉଦଘାଟନ କରିବେ। ଅପରାହ୍ନ ପ୍ରାୟ ୧ଟା ୪୫ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିବେ ଏବଂ ସେକ୍ସନ ୧ ମେଟ୍ରୋ ଷ୍ଟେସନରୁ ଗିଫ୍ଟ ସିଟି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋ ଯାତ୍ରା କରିବେ । ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଅହମ୍ମଦାବାଦରେ ସେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।

ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ସହରାଞ୍ଚଳର ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ ଓଡ଼ିଶାର ଭୁବନେଶ୍ୱରରେ ୩୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ।

 

ଟାଟାନଗରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬୬୦ କୋଟି ଟଙ୍କାରୁ  ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ଦେଓଘର ଜିଲ୍ଲାର ମଧୁପୁର ବାଇ ପାସ୍ ଲାଇନ୍ ଏବଂ ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାର ହଜାରୀବାଗ ଟାଉନ୍ କୋଚିଂ ଡିପୋର ଶିଳାନ୍ୟାସ କରିବେ। ମଧୁପୁର ବାଇପାସ୍ ଲାଇନ୍ ସମ୍ପୂର୍ଣ୍ଣ ହେବା ପରେ ହାୱଡ଼ା-ଦିଲ୍ଲୀ ମେନ୍ ଲାଇନ୍ ରେ ଟ୍ରେନ୍ ଚଳାଚଳ କୁ ଏଡ଼ାଇବାରେ ସହାୟକ ହେବ ଏବଂ ଗିରିଡିହ ଏବଂ ଜସିଡିହ ଏବଂ ହଜାରୀବାଗ ଟାଉନ୍ କୋଚିଂ ଡିପୋ ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବାରେ ମଧ୍ୟ ସହାୟକ ହେବ ଏବଂ ଏହି ଷ୍ଟେସନରେ କୋଚିଂ ଷ୍ଟକ୍ ରକ୍ଷଣାବେକ୍ଷଣକୁ ସୁଗମ କରିବାରେ ସହାୟକ ହେବ ।

 

ବୋଣ୍ଡାମୁଣ୍ଡା-ରାଞ୍ଚି ସିଙ୍ଗଲ ଲାଇନ୍ ସେକ୍ସନର ଏକ ଅଂଶ ଏବଂ ରାଞ୍ଚି, ମୁରି ଏବଂ ଚନ୍ଦ୍ରପୁରା ଷ୍ଟେସନ ଦେଇ ରାଉରକେଲା-ଗୋମୋହ ରାସ୍ତାର କିଛି ଅଂଶ କୁରକୁରା-କାନାରୋଁ ଦୋହରୀକରଣକୁ  ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପ ଦ୍ରବ୍ୟ ଏବଂ ଯାତ୍ରୀ ପରିବହନର ଗତିଶୀଳତା ବୃଦ୍ଧି କରିବାରେ ଯଥେଷ୍ଟ ସହାୟକ ହେବ । ଏହାବ୍ୟତୀତ ସାଧାରଣ ଲୋକଙ୍କ ସୁରକ୍ଷା ବଢ଼ାଇବା ପାଇଁ ୪ଟି ଭୂତଳ ରାସ୍ତାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ।

 

ପ୍ରଧାନମନ୍ତ୍ରୀ ୬ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏହି ରୁଟ୍ ଗୁଡ଼ିକରେ ଯୋଗାଯୋଗରେ ଉନ୍ନତି ଆଣିବ:

୧) ଟାଟାନଗର - ପାଟନା 

୨) ଭାଗଲପୁର - ଡୁମକା - ହାୱଡ଼ା

୩) ବ୍ରହ୍ମପୁର - ଟାଟାନଗର 

୪) ଗୟା - ହାୱଡ଼ା 

୫) ଦେଓଘର - ବାରଣାସୀ 

୬) ରାଉରକେଲା - ହାୱଡ଼ା

ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଦ୍ୱାରା ନିୟମିତ ଯାତ୍ରୀ, ବୃତ୍ତିଜୀବୀ, ବ୍ୟବସାୟୀ ଏବଂ ଛାତ୍ରଛାତ୍ରୀମାନେ ଉପକୃତ ହେବେ। ଏହି ଟ୍ରେନ୍ ଗୁଡ଼ିକ ଦେଓଘର (ଝାଡ଼ଖଣ୍ଡ)ର ବୈଦ୍ୟନାଥ ଧାମ, ଉତ୍ତରପ୍ରଦେଶର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର, କୋଲକାତା (ପଶ୍ଚିମବଙ୍ଗ)ର କାଳିଘାଟ, ବେଲୁର ମଠ ଇତ୍ୟାଦି ତୀର୍ଥସ୍ଥଳକୁ ଦ୍ରୁତ ଗତିରେ ଯାତାୟାତ କରି ଏହି ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଏହାବ୍ୟତୀତ ଧାନବାଦରେ କୋଇଲା ଖଣି ଶିଳ୍ପ, କୋଲକାତାର ଝୋଟ ଶିଳ୍ପ, ଦୁର୍ଗାପୁରରେ ଲୁହା ଓ ଇସ୍ପାତ ଆନୁଷଙ୍ଗିକ ଶିଳ୍ପକୁ ମଧ୍ୟ ବଡ଼ ଧରଣର ପ୍ରୋତ୍ସାହନ ମିଳିବ। 

 

ସମସ୍ତଙ୍କ ପାଇଁ ଗୃହ ନିର୍ମାଣ ସକାଶେ ତାଙ୍କର ପ୍ରତିଶ୍ରୁତି ଅନୁଯାୟୀ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ୨୦ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି) ହିତାଧିକାରୀଙ୍କୁ ଅନୁମୋଦନ ପତ୍ର ବଣ୍ଟନ କରିବେ । ହିତାଧିକାରୀଙ୍କୁ ସହାୟତାର ପ୍ରଥମ କିସ୍ତି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ୪୬ ହଜାର ହିତାଧିକାରୀଙ୍କ ଗୃହ ପ୍ରବେଶ ଉତ୍ସବରେ ମଧ୍ୟ ଅଂଶଗ୍ରହଣ କରିବେ ।

 

ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ରି-ଇନଭେଷ୍ଟ ୨୦୨୪ର ଉଦଘାଟନ କରିବେ । ଅକ୍ଷୟ ଶକ୍ତି ଉତ୍ପାଦନ ଏବଂ ନିୟୋଜନ କ୍ଷେତ୍ରରେ ଭାରତର ପ୍ରଭାବଶାଳୀ ଅଗ୍ରଗତି ଉପରେ ଏହି କାର୍ଯ୍ୟକ୍ରମ ଆଲୋକପାତ କରିବ। ଏଥିରେ ଅଢ଼େଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ, ଯେଉଁଥିରେ ସାରା ବିଶ୍ୱରୁ ପ୍ରତିନିଧିମାନେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମାନଙ୍କ ଅଧିବେଶନ, ସିଇଓ ରାଉଣ୍ଡଟେବୁଲ ଏବଂ ଅଭିନବ ଆର୍ଥିକ ସହାୟତା, ସବୁଜ ହାଇଡ୍ରୋଜେନ ଏବଂ ଭବିଷ୍ୟତର ଶକ୍ତି ସମାଧାନ ଉପରେ ବିଶେଷ ଆଲୋଚନା ସମେତ ଏକ ବ୍ୟାପକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜର୍ମାନୀ, ଅଷ୍ଟ୍ରେଲିଆ, ଡେନମାର୍କ ଓ ନରୱେ ଏହି ପ୍ରତିଯୋଗିତାରେ ସହଯୋଗୀ ଦେଶ ଭାବେ ଅଂଶଗ୍ରହଣ କରୁଛନ୍ତି। ଗୁଜରାଟ ଆୟୋଜକ ରାଜ୍ୟ ଏବଂ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ରାଜ୍ୟ ସହଯୋଗୀ ରାଜ୍ୟ ଭାବରେ ଅଂଶଗ୍ରହଣ କରୁଛନ୍ତି ।

 

ଏହି ଶିଖର ସମ୍ମିଳନୀ ୨୦୦ ଗିଗାୱାଟରୁ ଅଧିକ ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ହାସଲ କରିବାରେ ଭାରତର ଉଲ୍ଲେଖନୀୟ ଅବଦାନକାରୀଙ୍କୁ ସମ୍ମାନିତ କରିବ । ଏଥିରେ ସରକାରୀ ଓ ବେସରକାରୀ କମ୍ପାନି, ଷ୍ଟାର୍ଟଅପ୍ ଏବଂ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ଅତ୍ୟାଧୁନିକ ଉଦ୍ଭାବନକୁ ପ୍ରଦର୍ଶିତ କରାଯିବ। ଏହି ପ୍ରଦର୍ଶନୀ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇବ ।

 

ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଗୁଜରାଟର ଅହମ୍ମଦାବାଦଠାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।

 

ପ୍ରଧାନମନ୍ତ୍ରୀ ସମାଖିଆଲି - ଗାନ୍ଧୀଧାମ ଏବଂ ଗାନ୍ଧୀଧାମ - ଆଦିପୁର ରେଳ ଲାଇନର ଚାରି ଲାଇନ୍‍, ଅହମ୍ମଦାବାଦର ଏଏମସିରେ ଆଇକନିକ୍ ସଡ଼କର ବିକାଶ ଏବଂ ବକ୍ରୋଲ, ହାତୀଜାନ, ରାମୋଲ ଏବଂ ପଞ୍ଜରପୋଲ ଜଙ୍କସନ ଉପରେ ଫ୍ଲାଏଓଭର ପୋଲ ନିର୍ମାଣ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିବେ ।

 

ପ୍ରଧାନମନ୍ତ୍ରୀ ୩୦ ମେଗାୱାଟର ସୌର ପ୍ରକଳ୍ପର ଉଦଘାଟନ କରିବେ । ସେ କଚ୍ଛ ଲିଗ୍ନାଇଟ୍ ଥର୍ମାଲ ପାୱାର ଷ୍ଟେସନ, କଚ୍ଛରେ ଏକ ୩୫ ମେଗାୱାଟ ବିଇଏସଏସ୍ ସୌର ପିଭି ପ୍ରକଳ୍ପ ଏବଂ ମୋର୍ବି ଏବଂ ରାଜକୋଟରେ ୨୨୦ କିଲୋଭୋଲ୍ଟ ସବଷ୍ଟେସନର ଉଦଘାଟନ କରିବେ ।

 

ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣର ସିଙ୍ଗଲ ୱିଣ୍ଡୋ ଆଇଟି ସିଷ୍ଟମ (ଏସଡବ୍ଲ୍ୟୁଆଇଟିଏସ)ର ଶୁଭାରମ୍ଭ କରିବେ, ଯାହା ଆର୍ଥିକ ସେବାକୁ ସୁବ୍ୟବସ୍ଥିତ କରିବା ପାଇଁ ଡିଜାଇନ୍ କରାଯାଇଛି ।

 

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ୩୦,୦୦୦ରୁ ଅଧିକ ଘର ମଞ୍ଜୁର କରିବେ ଏବଂ ଏହି ଗୃହଗୁଡ଼ିକ ପାଇଁ ପ୍ରଥମ କିସ୍ତି ପ୍ରଦାନ କରିବା ସହିତ ପିଏମଏୱାଇ ଯୋଜନା ଅଧୀନରେ ଘର ନିର୍ମାଣର ଶୁଭାରମ୍ଭ କରିବେ । ସେ ପିଏମଏୱାଇର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଅଧୀନରେ ସମ୍ପୂର୍ଣ୍ଣ ହୋଇଥିବା ଘରଗୁଡ଼ିକୁ ରାଜ୍ୟର ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିବେ ।

 

ଏହାବ୍ୟତୀତ ସେ ଭୁଜରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଭାରତର ପ୍ରଥମ ବନ୍ଦେ ମେଟ୍ରୋ ଏବଂ ନାଗପୁରରୁ ସିକନ୍ଦରାବାଦ, କୋହ୍ଲାପୁରରୁ ପୁଣେ, ଆଗ୍ରା କ୍ୟାଣ୍ଟରୁ ବନାରସ, ଦୁର୍ଗରୁ ବିଶାଖାପାଟଣା, ପୁଣେରୁ ହୁବଲି ଏବଂ ବାରାଣାସୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଥମ ୨୦ ବଗି ବିଶିଷ୍ଟ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ।

 

ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍‍ ଯୋଜନା 'ସୁଭଦ୍ରା'ର ଶୁଭାରମ୍ଭ କରିବେ । ଏହା ସର୍ବବୃହତ୍, ଏକକ ମହିଳା କୈନ୍ଦ୍ରିକ ଯୋଜନା ଏବଂ ଏଥିରେ ୧ କୋଟିରୁ ଅଧିକ ମହିଳା ସାମିଲ ହେବେ ବୋଲି ଆଶା କରାଯାଉଛି। ଏହି ଯୋଜନା ଅଧୀନରେ ୨୧-୬୦ ବର୍ଷ ବୟସର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ୫ ବର୍ଷ ମଧ୍ୟରେ ୫୦,୦୦୦/- ଟଙ୍କା ମିଳିବ। ଦୁଇଟି ସମାନ କିସ୍ତିରେ ବାର୍ଷିକ ୧୦,୦୦୦/- ଟଙ୍କା ହିତାଧିକାରୀଙ୍କ ଆଧାର ସକ୍ଷମ ଏବଂ ଡିବିଟି ସକ୍ଷମ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ। ଏହି ଐତିହାସିକ ମୂହୂର୍ତ୍ତ ଅବସରରେ ପ୍ରଧାନମନ୍ତ୍ରୀ ୧୦ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ହସ୍ତାନ୍ତରର ଶୁଭାରମ୍ଭ କରିବେ ।

 

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ୨୮୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ରେଳ ପ୍ରକଳ୍ପଗୁଡ଼ିକ ଓଡ଼ିଶାରେ ରେଳ ଭିତ୍ତିଭୂମି ବୃଦ୍ଧି କରିବା ସହ ଏହି ଅଞ୍ଚଳର ଅଭିବୃଦ୍ଧି ଓ ଯୋଗାଯୋଗରେ ଉନ୍ନତି ଆଣିବ। ସେ ମଧ୍ୟ ୧୦୦୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ ।

 

ପ୍ରଧାନମନ୍ତ୍ରୀ ପାଖାପାଖି ୧୪ଟି ରାଜ୍ୟର ପିଏମଏୱାଇ-ଜି ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ସହାୟତାର ପ୍ରଥମ କିସ୍ତି ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ସାରା ଦେଶର ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ)ର ୨୬ ଲକ୍ଷ ହିତାଧିକାରୀଙ୍କ ପାଇଁ ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ) ହିତାଧିକାରୀଙ୍କୁ ସେମାନଙ୍କ ଘରର ଚାବି ହସ୍ତାନ୍ତର କରିବେ । ପିଏମଏୱାଇ-ଜି ପାଇଁ ଅତିରିକ୍ତ ପରିବାରର ସର୍ଭେ ପାଇଁ ସେ ଆବାସ + ୨୦୨୪ ଆପ୍ ମଧ୍ୟ ଉନ୍ମୋଚନ କରିବେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ସହରାଞ୍ଚଳ (ପିଏମଏୱାଇ-ୟୁ) ୨.୦ର କାର୍ଯ୍ୟକାରୀ ମାର୍ଗଦର୍ଶିକାର ଶୁଭାରମ୍ଭ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”