ସୁରାଟ୍‌, ଭାବନଗର, ଅହମ୍ମଦାବାଦ ଓ ଅମ୍ବାଜୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରାୟ ୨୯ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ
ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ ସହିତ ଜୀବନଧାରଣ ମାନର ଉନ୍ନତି ପାଇଁ ପ୍ରକଳ୍ପର ଲକ୍ଷ୍ୟ
ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିବା ସହ ଗାନ୍ଧୀନଗର-ମୁମ୍ବାଇ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ
ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ଓ ଅହମ୍ମଦାବାଦ ମେଟ୍ରୋରେ ଯାତ୍ରା କରିବେ
ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରଥମ ସିଏନ୍‌ଜି ଟର୍ମିନାଲର ଭାବନଗରଠାରେ ଶିଳାନ୍ୟାସ କରିବେ
ଗୁଜରାଟରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ୩୬ତମ ଜାତୀୟ କ୍ରୀଡାକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ ଘୋଷଣା କରିବେ ।
ସୁରଟର ଦ୍ରୁତ ପ୍ରଗତି ହାସଲ କରୁଥିବା ହୀରା ବ୍ୟବସାୟ ପ୍ରକଳ୍ପ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଡ୍ରିମ ସିଟିର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବେ
ଅମ୍ବାଜୀ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କୁ ସୁବିଧା ନିମନ୍ତେ ପ୍ରଧାନମନ୍ତ୍ରୀ ନୂତନ ଓସାରିଆ ରେଳପଥର ଶିଳାନ୍ୟାସ କରିବ
ପ୍ରଧାନମନ୍ତ୍ରୀ ଅମ୍ବାଜୀ ମନ୍ଦିର ଦର୍ଶନ ସହ ପୂଜାର୍ଚ୍ଚନା କରିବେ ଓ ଗବରତୀର୍ଥ ମହା ଆରତିରେ ଯୋଗଦେବେ
ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ନବରାତ୍ରୀ ଉତ୍ସବରେ ଯୋଗଦେବେ
ପ୍ରାୟ ରାତି ୯ଟା ବେଳକୁ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ଜିଏମଡିସି ପଡିଆରେ ନବରାତ୍ରୀ ଉତ୍ସବରେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୯ଓ ୩୦ ତାରିଖ ଗୁଜରାଟ ଗସ୍ତ କରିବେ । ସେପ୍ଟେମ୍ବର ୨୯ଦିନ ପ୍ରାୟ ପୂର୍ବାହ୍ନ ୧୧ଟାବେଳେ ପ୍ରଧାନମନ୍ତ୍ରୀ ସୁରଟଠାରେ ୩୪୦୦ କୋଟି ଟଙ୍କାର ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ପରେ ପରେ ପ୍ରଧାନମନ୍ତ୍ରୀ ଭାବନଗର ଗସ୍ତରେ ଯିବେ । ସେଠାରେ ଅପରାହ୍ନ ଦୁଇଟାବେଳେ ପ୍ରାୟ ୫୨୦୦କୋଟି ଟଙ୍କାରୁ ଅଧିକ କଲ୍ୟାଣକାରୀ ଯୋଜନାର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ପ୍ରାୟ ସନ୍ଧ୍ୟା ସାତଟାବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ନରେନ୍ଦ୍ର ମୋଦୀଷ୍ଟାଡ୍ୟିମରେ ୩୬ତମ ଜାତୀୟ କ୍ରୀଡାକୁ ଉଦ୍‌ଘାଟନ କରିବେ । ପ୍ରାୟ ରାତି ୯ଟା ବେଳକୁ  ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ଜିଏମଡିସି ପଡିଆରେ ନବରାତ୍ରୀ ଉତ୍ସବରେ ଯୋଗଦେବେ ।

ସେପ୍ଟେମ୍ବର ୩୦ତାରିଖ ଦିନ ପୂର୍ବାହ୍ନ ପ୍ରାୟ ସାଢେ ଦଶଟା ବେଳକୁ ପ୍ରଧାନମନ୍ତ୍ରୀ ଗାନ୍ଧିନଗର ଷ୍ଟେସନରେ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ  ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିବା ସହ ସେହି ଟ୍ରେନରେ ସେଠାରୁ କାଳୁପୁରୁ ରେଳଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ପ୍ରାୟ ସାଢେ ଏଗାରଟା ବେଳକୁ ପ୍ରଧାନମନ୍ତ୍ରୀ ଅହମ୍ମହଦାବାଦ ମେଟ୍ରୋ ରେଳପ୍ରକଳ୍ପ ଚଳାଚଳ ଶୁଭାରମ୍ଭ କରିବା ସହ ମେଟ୍ରୋରେ କାଳୁପୁରରୁ  ଦୂରଦର୍ଶନ କେନ୍ଦ୍ର ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ପ୍ରାୟ ମଧ୍ୟାହ୍ନ ବାରଟାବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଶିକ୍ଷା ସମାଜ ପକ୍ଷରୁ ଆୟୋଜିତ ସାଧାରଣ ସମାରୋହରେ  ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିବେ । ପରେ ପରେ ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟ୍‌ରେ ଅମ୍ବାଜୀଠାରେ ୭୨୦୦ କୋଟି ଟଙ୍କାରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଜାତି ଉଦ୍ଦେଶ୍ୟର ଉତ୍ସର୍ଗ କରିବେ । ପ୍ରାୟ ସନ୍ଧ୍ୟା ସାତଟା ବେଳକୁ ପ୍ରଧାନମନ୍ତ୍ରୀ ଅମ୍ବାଜୀ ମନ୍ଦିରରେ ପୂଜାର୍ଚ୍ଚନା  କରି ଦର୍ଶନ କରିବେ ଓ ପ୍ରାୟ ୭ଟା ୪୫ ମିନିଟ୍‌ରେ କବର ତୀର୍ଥ ମହା ଆରତିରେ ଯୋଗ ଦେବେ ।

ଏହିପରି ଅନେକ ବିକାଶ ମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ, ସହରର ପରିବହନ ପଦ୍ଧତିକୁ ଦ୍ରୁତ କରିବା ଓ ବହୁମୁଖୀ ସଂଯୋଗୀକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାକୁ ସୁଚାଇଥାଏ । ଏଥିରେ ମଧ୍ୟ ତାଙ୍କ ନିଜ ସରକାର ପ୍ରତି ନିୟମିତ ଧ୍ୟାନ ଓ ସାଧାରଣ ଜନତାଙ୍କ ସୁଖସ୍ୱାଚ୍ଛନ୍ଦ୍ୟର ପ୍ରତିଫଳନ ଦେଖିବାକୁ ମିଳିଥାଏ ।

ସୁରଟରେ ପ୍ରଧାନମନ୍ତ୍ରୀ –

ପ୍ରଧାନମନ୍ତ୍ରୀ ୩୪୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶିଳାନ୍ୟାସ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରିବେ । ଏଥି ମଧ୍ୟରେ ଜଳଯୋଗାଣ, ନର୍ଦ୍ଦମା ପ୍ରକଳ୍ପ, ଡ୍ରିମ ସିଟି, ଜୈବ ବିବିଧତା ପୂର୍ଣ୍ଣ ଉଦ୍ୟାନ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଯେପରିକି ସାଧାରଣ ଭିତ୍ତିଭୂମି. ଐତିହ୍ୟର ପୁନଃରୁଦ୍ଧାର ସିଟିବସ୍‌/ବିଆରଟିସି ଭିତ୍ତିଭୂମି, ଇଲେକ୍‌ଟ୍ରିକ ବାହନ  ଭିତ୍ତିଭୂମି ଓ କେନ୍ଦ୍ର ରାଜ୍ୟ ସରକାରଙ୍କ ମିଳିତ ବିକାଶମୂଳକ କାର୍ଯ୍ୟ ଅନ୍ତୁର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ସଡକ ଭିତ୍ତିଭୂମି କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଓ ହୀରା ଗବେଷଣା ଓ ବାଣିଜ୍ୟିକ (ଡ୍ରିମ) ସିଟି ଉଦ୍‌ଘାଟନ କରିବେ । ସୁରଟରେ ହୀରା ବ୍ୟବସାୟ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ବାଣିଜ୍ୟିକ ଓ ଆବାସିକ କାରଣ ଦୃଷ୍ଟିରୁ ଡ୍ରିମ ସିଟି ପ୍ରକଳ୍ପ ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ମଧ୍ୟ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଡକ୍ଟର ହେଡ ଗେୱାର ବ୍ରିଜଠାରୁ-ଭୀମରାଓ-ବାମରୋଲୀ ବ୍ରିଜ ମଧ୍ୟରେ ପ୍ରାୟ ୮୭ହେକ୍ଟର ପ୍ରଶମିତ ଅଞ୍ଚଳରେ ଜୈବ ବିବିଧତାପୂର୍ଣ୍ଣ ଉଦ୍ୟାନର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ସୁରଟ ବିଜ୍ଞାନ କେନ୍ଦ୍ରଠାରେ ଖୋଜ ସଂଗ୍ରହାଳୟର ଉଦ୍‌ଘାଟନ କରିବେ । ଏହି ସଂଗ୍ରହାଳୟଠାରେ ପରସ୍ପର ଯୋଗଯୋଗ ଭାବ ପ୍ରଦର୍ଶନ, ଅନୁସନ୍ଧାନ ଭିତ୍ତିକ କାର୍ଯ୍ୟକଳାପ ଓ ଜିଗିଷା ଭିତ୍ତିକ ନୂତନ ଉଦ୍‌ଭାବନା କାର୍ଯ୍ୟ ରହିବ ।

ଭାବନଗରରେ ପ୍ରଧାନମନ୍ତ୍ରୀ-

ପ୍ରଧାନମନ୍ତ୍ରୀ ଭାବନଗରଠାରେ ୫୨୦୦କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରଥମ ସିଏନ୍‌ଜି ଟର୍ମିନାଲ ଓ ବ୍ରାଉନ ଫିଲ୍ଡ ବନ୍ଦରର ଭାବନଗରଠାରେ ଶିଳାନ୍ୟାସ କରିବେ। ୪୦୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଥିବା ଏହି ବନ୍ଦରରେ ବିଶ୍ୱର ପ୍ରଥମ ସିଏନଜି ଟର୍ମିନାଲ ପାଇଁ ଭିତ୍ତିଭୂମି ସହ ବିଶ୍ୱର ଚତୁର୍ଥ ବୃହତ୍ତମ ଲକ୍ ଗେଟ୍ ସିଷ୍ଟମ ରହିବ । ସିଏନ୍‌ଜି ଟର୍ମିନାଲକୁ ଛାଡି ଏହି ବନ୍ଦର ଭବିଷ୍ୟତରେ ବିଭିନ୍ନ ପ୍ରକଳ୍ପର ଚାହିଦାକୁ ପୂରଣ କରିବ । ଏହି ବନ୍ଦରରେ ଅତ୍ୟାଧୁନିକ କଣ୍ଟେନର ଟର୍ମିନାଲ, ପ୍ରତ୍ୟକ୍ଷ ଡୋର ଷ୍ଟେପ କନେକ୍ଟିଭିଟ ସହ ଲିକ୍ୟୁଡ ଟର୍ମିନାଲ ଇତ୍ୟାଦି ରହିବ । ମାଲ ପରିବହନ କ୍ଷେତ୍ରରେ ଏଥିରେ ଆର୍ଥିକ ଲାଭ ହେବା ସହ ସେ ଅଞ୍ଚଳର ଲୋକମାନଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ସିଏନ୍‌ଜି ଆମଦାନୀ ଟର୍ମିନାଲ ଏକ ଅତିରିକ୍ତ ବିକଳ୍ପ ଶକ୍ତି ଯୋଗାଇ ସ୍ୱଚ୍ଛ ଇନ୍ଧନର କ୍ରମବର୍ଦ୍ଧିଷ୍ଣୁ ଚାହିଦା ମଧ୍ୟ ପୂରଣ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଭାବନଗରଠାରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଉଦ୍‌ଘାଟନ କରିବେ । ପ୍ରାୟ ୨୦ଏକର ପରିମିତ ଜାଗାରେ ଶହେ କୋଟି ଟଙ୍କା ବ୍ୟୟରେ ଏହା ନିର୍ମିତ ହୋଇଛି । ଏହି କେନ୍ଦ୍ରରେ ବିଭିନ୍ନ ବିଷୟବସ୍ତୁ ଆଧାରିତ ଗ୍ୟାଲେରୀମାନ ରହିଛି । ସେଗୁଡିକ ମଧ୍ୟରେ ସାମୁଦ୍ରିକ ଜଳ ଗ୍ୟାଲେରୀ, ଅଟୋମୋବାଇଲ ଗ୍ୟାଲେରୀ, ନବୋଲ ପୁରସ୍କାର ଗ୍ୟାଲେରୀ-ଶରୀର ତତ୍ୱ ଓ ଭେଷଜ, ଇଲେକ୍‌ଟ୍ରୋ ମେକାନିକ ଗ୍ୟାଲେରୀ, ଜୀବବିଜ୍ଞାନ ଗ୍ୟାଲେରୀ  ଇତ୍ୟାଦି ।

ଏହି କେନ୍ଦ୍ରରେ ପିଲାମାନଙ୍କ ଶିକ୍ଷା ନିମନ୍ତେ ସୃଜନାତ୍ମକ ବିଷୟବସ୍ତୁ ଯେପରି କାର୍ଟୁନ ଚଳଚ୍ଚିତ୍ରଭିତ୍ତିକ ଡାଇନାସୋର, ବିଜ୍ଞାନ ବାର୍ତ୍ତା ଥାଇ ଖେଳନା ଟ୍ରେନ, ପ୍ରକୃତି ରହସ୍ୟ ଭେଦକାରୀ ଭ୍ରମଣ, ଭ୍ରାମ୍ୟମାଣ ସୌର ପର୍ଯ୍ୟବେକ୍ଷଣାଗାର ମାନ ରହିଛି ।

ଏହି କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ମଧ୍ୟ ଆହୁରି କେତେକ ପ୍ରକଳ୍ପର ଉଦ୍‌ଘାଟନ କରିବେ । ସେଗୁଡିକ ମଧ୍ୟରେ ସାଉନୀ ଯୋଜନାର ଲିଙ୍କ-୨ର ପ୍ୟାକେଜ-୭, ୨୫ମେଗାୱାଟ  ବିଶିଷ୍ଟ ପାଲିଟନା ସୌର ପିଭି ପ୍ରକଳ୍ପ, ଏପିପିଏଲ କଣ୍ଟେନର(ଅୱାଧାକୃପା ପ୍ଲାଷ୍ଟୋମାକ ପ୍ରାଇଭେଟ ଲିମିଟେଡ) ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହାଛଡା ପ୍ରଧାନମନ୍ତ୍ରୀ ସାଉନୀ ଯୋଜନା ଲିଙ୍କ-୨ର ପ୍ୟାକେଜ-୯, ଚୋରଭାଡଲା ଆଞ୍ଚଳିକ ଜଳ ଯୋଗାଣ ପ୍ରକଳ୍ପର ମଧ୍ୟ  ଶିଳାନ୍ୟାସ କରିବେ ।

ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ-ଅହମ୍ମଦବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ୩୬ତମ ଜାତୀୟ କ୍ରୀଡାର ଉଦ୍‌ଘାଟନୀ ସମାରୋହର ଶୁଭାରମ୍ଭ କରିବେ ।ଜାତୀୟ କ୍ରୀଡାର ଉଦ୍‌ଘାଟନୀ ସମାରୋହର ଶୁଭାରମ୍ଭ କରିବେ । ଜାତୀୟ କ୍ରୀଡାରେ ଭାଗ ଦେଇଥିବା ଦେଶବ୍ୟାପୀ କ୍ରୀଡାବିତ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ । ଏହି ସମାରୋହ କାଳରେ ପ୍ରଧାନମନ୍ତ୍ରୀ ଦେଶାରଠାରେ ବିଶ୍ୱସ୍ତରୀୟ “ସ୍ୱର୍ଣ୍ଣମ ଗୁଜରାଟ କ୍ରୀଡା ବିଶ୍ୱ ବିଦ୍ୟାଳୟ’ ମଧ୍ୟ ଉଦ୍‌ଘାଟନ କରିବେ । ଏହି ଉଲ୍ଲେଖନୀୟ ପ୍ରକଳ୍ପ ଦେଶର କ୍ରୀଡା ଶିକ୍ଷା ଦୃଶ୍ୟପଟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ।

ଗୁଜରାଟରେ ପ୍ରଥମଥର ନିମନ୍ତେ ଜାତୀୟ କ୍ରୀଡା ଆୟୋଜିତ ହୋଇଛି । ଏହା ୨୯ ସେପ୍ଟେମ୍ବର ଠାରୁ ଅକ୍ଟୋବର ୧୨,୨୦୨୨ ପର୍ଯ୍ୟନ୍ତ ଚାଲିବ । ଦେଶର ବିଭିନ୍ନ ସ୍ଥାନରୁ ପାଖାପାଖି ୧୫ହଜାର କ୍ରୀଡାବିତ୍‌, ପ୍ରଶିକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ଏଥିରେ ଅଂଶଗ୍ରହଣ କରୁଛନ୍ତି । ୩୬ଟି ବିଭିନ୍ନ କ୍ରୀଡା ଶ୍ରେଣୀ ଥିବା ଏହା ସବୁଠାରୁ ବୃହତ୍ତମ ଜାତୀୟ କ୍ରୀଡା ସମାରୋହ । ଛଅଟି ନଗର ଯଥା ଅହମ୍ମଦାବାଦ, ଗାନ୍ଧୀନଗର, ସୁରଟ, ଭଡୋଦରା, ରାଜକୋଟ ଓ ଭାବନଗରରେ ଏହି କ୍ରୀଡା ଅନୁଷ୍ଠିତ ହେବ । ସେତେବେଳର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆନ୍ତର୍ଜାତିକ ମାନର ମଜବୁତ କ୍ରୀଡା ଭିତ୍ତିଭୂମି  ପ୍ରତିଷ୍ଠା ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ଏହି ବିଶାଳ ଆୟୋଜନ ସମ୍ଭବ ହୋଇପାରିଛି ।

ଏକ ସାଧାରଣ ଉତ୍ସବରେ ଅହମ୍ମଦାବାଦ ଠାରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ୍ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ ‌କରିବେ । ୩୨ କିଲୋମିଟର ବ୍ୟାପୀ ପୂର୍ବ-ପଶ୍ଚିମ କରିଡର ଆପାରେଲ ପାର୍କରୁ ଥଲବେଜ ଓ ଉତ୍ତର-ଦକ୍ଷିଣ କରିଡର ମୋଟେରାରୁ ଗ୍ୟାସପୁର ପର୍ଯ୍ୟନ୍ତ ଯାଇଛି । ପୂର୍ବ-ପଶ୍ଚିମ କରିଡର ଥରବେଜରୁ ବସ୍ତ୍ରାଲ ମଧ୍ୟରେ ୧୭ଟି ଷ୍ଟେସନ ରହିଛି । ଏହି କରିଡରରେ ୬.୬ କିଲୋମିଟର ଭୂତଳ ସେକ୍ସନ ମଧ୍ୟରେ ଚାରିଟି ଷ୍ଟେସନ ରହିଛି । ୧୯କିଲୋମିଟର ଦୀର୍ଘ ଉତ୍ତର ଦକ୍ଷିଣ କରିଡର ଗ୍ୟାସପୁରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ସଂଯୋଗ କରୁଥିବାବେଳେ ଏଥିରେ ୧୫ଟି ଷ୍ଟେସନ ରହିଛି । ସମ୍ପୂର୍ଣ୍ଣ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ୧୨ହଜାର ୯୦୦ କୋଟୀ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଅହମ୍ମଦାବାଦ ଏକ ବୃହତ ଅତ୍ୟାଧୁନିକ ବୈଷୟିକ ଜ୍ଞାନଯୁକ୍ତ ଭିତ୍ତିଭୂମି  ପ୍ରକଳ୍ପ ଯେଉଁଥିରେ ଭୂତଳ ସୁଡଙ୍ଗ, ଆର୍ଚ୍ଚ ଏବଂ ସେତୁ, ଭୂତଳ ଷ୍ଟେସନ ଭବନ ଇତ୍ୟାଦି ରହିଛି । ଏହି ମେଟ୍ରୋ ଟ୍ରେନ ଇନ୍ଧନରେ ମିତବ୍ୟୟିତା ଅବଳମ୍ବନ କରି ଶତକଡା ୩୦ରୁ ୩୫ଭାଗ ଇନ୍ଧନ ବଂଚାଇଥାଏ । ଏହି ସ୍ୱୟଂ ସମ୍ପୂର୍ଣ୍ଣ ଟ୍ରେନ ଯାତ୍ରୀମାନଙ୍କୁ ଏକ ସୁଖଦ ଯାତ୍ରାର  ଖୁସି ଦେଇଥାଏ ।  ଅହମ୍ମଦାବାଦ ମେଟ୍ରୋ ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ ମହାନଗରୀବାସୀଙ୍କୁ ଏକ ବିଶ୍ୱସ୍ତରୀୟ ପରିବହନ ଆନନ୍ଦ ଯୋଗାଇବ । ଏହି ମଲଟି ମଡେଲ ସଂଯୋଗ  ଭାରତୀୟ ରେଳବାଇ ଓ ବସ୍ ପଦ୍ଧତି (ବିଆରଟିଏସ୍‌) (ଜିଏସଆରଟିସି) ଓ ସିଟି ବସ୍ ସେବାରେ ଯୋଗାଇ ଦିଆଯାଉଛି ।

ଏଥିରେ ବିଆରସିଏସ୍ ସଂଯୋଗ ରାନୀପ, ଭାଜାଦ, ଏଇସି ଷ୍ଟେସନ ଇତ୍ୟାଦିରେ ରହିଛି ଓ ଭାରତୀୟ ରେଳବାଇ ପକ୍ଷରୁ ଗାନ୍ଧିଧାମ, କାଳୁପୁର ଓ ସାବରମତି ଷ୍ଟେସନରେ ଉପଲବ୍ଧ । କାଳୁପୁରଠାରେ ମେଟ୍ରୋ ଲାଇନ ଉଚ୍ଚ ଗତି ରେଳସିଷ୍ଟମ ସହ ସଂଯୁକ୍ତ ହୋଇ ମୁମ୍ବାଇ ଓ ଅହମ୍ମଦାବାଦକୁ ସଂଯୋଗ କରିବ ।

 ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ଓ ଉନ୍ନୀତ ବନ୍ଦେ ଭାରତ ଏକ୍ସପ୍ରେସର ଗାନ୍ଧୀନଗର-ମୁମ୍ମାଇ ମଧ୍ୟରେ ଚଳାଚଳକୁ ଶୁଭାରମ୍ଭ କରିବେ । ବନ୍ଦେ ଭାରତ ଏକ୍ସପ୍ରେସ ଅନେକ ଉନ୍ନତ ଓ ବିମାନଯାତ୍ରା ଭଳି ଅଭିଜ୍ଞତା ପ୍ରଦାନ କରିଥାଏ। ଏଥିରେ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା ସହ ସ୍ୱଦେଶୀ ନିର୍ମିତ ସଂଘର୍ଷ ନିରୋଦୀ କବଚ ବ୍ୟବସ୍ଥା ମଧ୍ୟ ରହିଛି । ପ୍ରତ୍ୟେକ ଶ୍ରେଣୀରେ ଆଉଜିବା ଚୌକି ଥିବାବେଳେ ଏକଜ୍ୟୁକିଟିଭ ଶ୍ରେଣୀରେ ୧୮୦ଡିଗ୍ରୀ ବୁଲି ପାରୁଥିବା ଆସନ ଓ ଯାତ୍ରୀମାନଙ୍କ ପାଇଁ ୩୨ ଇଞ୍ଚ ସୂଚନା ଓ ମନୋରଞ୍ଜନ ପ୍ରଦାନକାରୀ ପରଦା ରହିଛି ।

ଅମ୍ବାଜୀରେ ପ୍ରଧାନମନ୍ତ୍ରୀ-

 ଅମ୍ବାଜୀଠାରେ ପ୍ରଧାନମନ୍ତ୍ରୀ ୭୨୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହେବାକୁ ଥିବା ୪୫୦୦୦ ଘରର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ତରଙ୍ଗ ହିଲ୍‌-ଅମ୍ବାଜୀ, ଆଖୁରୋଡ ଓ ନୂତନ ଓସାରିଆ ରେଳପଥର ଶିଳାନ୍ୟାସ କରିବେ । ସେ ଅମ୍ବାଜୀ ମନ୍ଦିରରେ ପ୍ରସାଦ ଯୋଜନା ଅଧୀନରେ ତୀର୍ଥଯାତ୍ରୀ ସୁବିଧା ଯୋଜନାର ମଧ୍ୟ ଶିଳାନ୍ୟାସ କରିବେ । ଦେଶର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅମ୍ବାଜୀପୀଠକୁ ଏହି ରେଳ ପ୍ରକଳ୍ପ ସମ୍ପୂଣ୍ଣ ର୍ହେଲେ ତୀର୍ଥଯାତ୍ରୀଙ୍କୁ ଅନେକ ସୁବିଧା ହେବ । ଅନ୍ୟାନ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହେଉଥିବା ପ୍ରକଳ୍ପ ମଧ୍ୟରେ ଜୀସା ଏୟାର ଫୋର୍ସ ଷ୍ଟେସନ ରନୱେ ନିର୍ମାଣ ଓ ଅମ୍ବାଜୀ ବାଇପାସ ରୋଡ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ମଧ୍ୟ ୬୨କିଲୋମିଟର ଦୀର୍ଘ ନ୍ୟୁ ପାଲାନପୁର-ନ୍ୟୁ ମେହଶାନା ସେକ୍ସନ ୱେଷ୍ଟର୍ଣ୍ଣ ଉର୍ତ୍ସଗୀକୃତ ରେଳ କରିଡର ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ୧୩କି.ମି. ଦୀର୍ଘ ନ୍ୟୁ ପାଲାନପୁର-ନ୍ୟୁ ଛାଟେଦାର ସେକ୍ସନ ମଧ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ପିପାଉ, ଦୀନଦୟାଲ ବନ୍ଦର କର୍ତ୍ତୃପକ୍ଷ, କାଣ୍ଡଲା ଓ ମୁନ୍‌ଦ୍ରା ଇତ୍ୟାଦି ବନ୍ଦର ସହ ସଂଯୋଗୀକରଣ  ଉନ୍ନତ କରିବ । ୭୩୪ କିଲୋମିଟର ଦୀର୍ଘ ଉତ୍ସର୍ଗୀକୃତ ପଶ୍ଚିମ କରିଡର ମଧ୍ୟ କାର୍ଯ୍ୟକାରୀ ହେବ । ଏହା ଗୁଜରାଟର ମେହଶାନା-ପାଲାନପୁର ଶିଳ୍ପାନୁଷ୍ଠାନକୁ ସହାୟତା କରିବ। ରାଜସ୍ଥାନର ସ୍ୱରୂପଗଞ୍ଜ, କେଶବଗଞ୍ଜ ଓ ହରିୟାଣାର ମେୱାରୀ ମନସେର ଓ ନରନାଭଲରେ ଶିଳ୍ପକୁ ସହାୟକ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ସଡକ ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ  । ସେଥିରେ ମିଥା-ଥରାଡ-ଦିଶା ରୋଡ ପ୍ରଶସ୍ତୀକରଣ ଅନ୍ତୁର୍ଭୁକ୍ତ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India exports $140 million worth of goods to UK at zero duty on Day 1 of trade pact implementation

Media Coverage

India exports $140 million worth of goods to UK at zero duty on Day 1 of trade pact implementation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings of Lord Jagannath
July 16, 2026

The Prime Minister, Shri Narendra Modi, shared a Sanskrit Subhashitam, seeking blessings of Lord Jagannath on the sacred occasion of Rath Yatra:

“देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥"

Shri Modi also expressed the hope that the divine grace of Lord Jagannath would infuse new energy into the lives of all countrymen.

The Prime Minister posted on X:

महाप्रभु जगन्नाथ की रथ यात्रा के पावन अवसर पर मेरी कामना है कि उनका आशीर्वाद हम सभी पर सदैव बना रहे। उनकी दिव्य कृपा से सभी देशवासियों के जीवन में नई ऊर्जा का संचार हो।

देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥