ପ୍ରଧାନମନ୍ତ୍ରୀ ମୋଦୀ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ଭାବେ ଭଦୋଦରାରେ ସି-୨୯୫ ବିମାନ ନିର୍ମାଣ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସ ଉଦଘାଟନ କରିବେ
ଏହା ଭାରତରେ ସୈନ୍ୟ ବିମାନ ସମ୍ବନ୍ଧିତ ଘରୋଇ କ୍ଷେତ୍ରର ପ୍ରଥମ ଚୂଡ଼ାନ୍ତ ଆସେମ୍ବ୍ଲି ଲାଇନ ହେବ
ଆମ୍ରେଲିରେ ପ୍ରଧାନମନ୍ତ୍ରୀ ୪,୯୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ
ଏହି ପ୍ରକଳ୍ପ ଗୁଡ଼ିକ ମୁଖ୍ୟତଃ ରେଳ, ସଡ଼କ, ଜଳ ବିକାଶ ଏବଂ ପର୍ଯ୍ୟଟନ କ୍ଷେତ୍ର ଉପରେ କେନ୍ଦ୍ରିତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୮ ତାରିଖରେ ଗୁଜରାଟ ଗସ୍ତରେ ଯିବେ । ପ୍ରାୟ ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ । ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ଭଦୋଦରାର ଲକ୍ଷ୍ମୀ ବିଳାସ ପ୍ୟାଲେସ ଯିବେ । ପ୍ରଧାନମନ୍ତ୍ରୀ ଭଦୋଦରାରୁ ଆମ୍ରେଲି ଯିବେ । ଅପରାହ୍ଣ ପ୍ରାୟ ୨ଟା ୪୫ ମିନିଟରେ ସେ ଆମ୍ରେଲିର ଦୁଧାଲା ଠାରେ ଭାରତମାତା ସରୋବରର ଉଦଘାଟନ କରିବେ । ଅପରାହ୍ଣ ପ୍ରାୟ ୩ଟା ବେଳେ ସେ ଆମ୍ରେଲିର ଲାଠିଠାରେ ୪,୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ।

ଭଦୋଦରାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ । ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି । ସି-୨୯୫ କାର୍ଯ୍ୟକ୍ରମରେ ମୋଟ ୫୬ଟି ବିମାନ ଅନ୍ତର୍ଭୁକ୍ତ । ଏହା ମଧ୍ୟରୁ ୧୬ଟି ସିଧାସଳଖ ସ୍ପେନରୁ ଏୟାରବସ୍ ପକ୍ଷରୁ ଆସିବ ଏବଂ ବଳକା ୪୦ଟି ଭାରତରେ ନିର୍ମାଣ କରାଯିବ ।

ଭାରତରେ ଏହି ୪୦ଟି ବିମାନ ନିର୍ମାଣର ଦାୟିତ୍ୱ ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ ହାତରେ ରହିଛି । ଭାରତରେ ଏହା ଭାରତରେ ମିଲିଟାରୀ ବିମାନ ସମ୍ବନ୍ଧିତ ଘରୋଇ କ୍ଷେତ୍ରର ପ୍ରଥମ ଚୂଡ଼ାନ୍ତ ଆସେମ୍ବ୍ଲି ଲାଇନ ହେବ । ଏଥିରେ ବିମାନ ନିର୍ମାଣ ଠାରୁ ଆରମ୍ଭ କରି ସଂଯୋଜନ, ପରୀକ୍ଷଣ ଏବଂ ଯୋଗ୍ୟତା, ବିତରଣ ଏବଂ ବିମାନର ସମ୍ପୂର୍ଣ୍ଣ ଜୀବନଚକ୍ରର ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସମ୍ବନ୍ଧିତ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମର ପୂର୍ଣ୍ଣ ବିକାଶ ସାମିଲ ହେବ ।

ଏହି କାର୍ଯ୍ୟକ୍ରମରେ ଟାଟା ସମେତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ ଭଳି ପ୍ରତିରକ୍ଷା କ୍ଷେତ୍ରର ଘରୋଇ ସେକ୍ଟର ସାମିଲ ହେବେ । ଏଥିସହ ଘରୋଇ କ୍ଷେତ୍ରର ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମଧ୍ୟ ସାମିଲ ହେବେ ।

ପୂର୍ବରୁ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ଭଦୋଦରା ଫାଇନାଲ ଆସେମ୍ବ୍ଲି ଲାଇନ (ଏଫଏଏଲ)ର ଶିଳାନ୍ୟାସ କରିଥିଲେ ।

ଆମ୍ରେଲିରେ ପ୍ରଧାନମନ୍ତ୍ରୀ

ଆମ୍ରେଲିର ଦୁଧାଲାଠାରେ ପ୍ରଧାନମନ୍ତ୍ରୀ ଭାରତମାତା ସରୋବରକୁ ଉଦଘାଟନ କରିବେ । ସରକାରୀ-ଘରୋଇ ସହଭାଗିତା (ପିପିପି ମଡେଲ)ରେ ଗୁଜରାଟ ସରକାର ଏବଂ ଢୋଲକିଆ ଫାଉଣ୍ଡେସନ ମିଳିତଭାବେ ଏହି ପ୍ରକଳ୍ପକୁ ପ୍ରସ୍ତୁତ କରିଛନ୍ତି । ବାସ୍ତବରେ ଏହି ଡ୍ୟାମର ୪.୫ କୋଟି ଲିଟର ଜଳଧାରଣ କ୍ଷମତା ଥିବା ବେଳେ ଏହାର ନବୀକରଣ ପରେ ଏହାର କ୍ଷମତା ୨୪.୫ କୋଟି ଲିଟରକୁ ବୃଦ୍ଧି ପାଇଛି । ଡ୍ୟାମର ଖନନ, ଚଉଡ଼ା ପରେ ପାଖଆଖ ଅଞ୍ଚଳରେ କୂପ, ନଳକୂପରେ ଜଳସ୍ତର ବୃଦ୍ଧି ପାଇଛି ଯାହ୯ାକି ସ୍ଥାନୀୟ ଅଧିବାସୀଙ୍କୁ ଫାଇଦା ।

ଗୁଜରାଟର ଆମ୍ରେଲିରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪,୯୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ । ରାଜ୍ୟର ଆମ୍ରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋତାଡ଼ ଜିଲ୍ଲାର ଲୋକେ ଏହା ଦ୍ୱାରା ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ୨୮୦୦ କୋଟି ଟଙ୍କାର ବିଭିନ୍ନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଏସବୁ ପ୍ରକଳ୍ପ ମଧ୍ୟରେ ରହିଛି, ଏନଏଚ ୧୫୧, ଏନଏଚ ୧୫୧ ଏ, ଏନଏଚ୍ ୫୧ର ବିଭିନ୍ନ ସେକ୍ସନର ଚାରି ଲେନ୍ ଏବଂ ଜୁନାଗଡ଼ ବାଇପାସ୍ । ଜାମନଗର ଜିଲ୍ଲାର ଢ଼୍ରୋଲି ବାଇପାସ୍ ଠାରୁ ମୋର୍ବି ଜିଲ୍ଲାର ଅମରାନ ପର୍ଯ୍ୟନ୍ତ ଅବଶିଷ୍ଟ ସେକ୍ସନକୁ ଚାରିଲେନ୍ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ହେବ ।

୧୧୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିବା ଭୁଜ-ନାଲିୟା ରେଲ ଗଜ୍ କନଭର୍ସନ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପରେ ୨୪ଟି ବଡ଼ ପୋଲ, ୨୫୪ଟି ଛୋଟ ପୋଲ, ୩ଟି ରୋଡ ଓଭରବ୍ରିଜ୍ ଏବଂ ୩୦ଟି ରୋଡ ଅଣ୍ଡରବ୍ରିଜ୍ ରହିଛି । କଚ୍ଛ ଜିଲ୍ଲାର ସାମାଜିକ-ଅର୍ଥନୈତିକ ବିକାଶରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।

ଆମ୍ରେଲି ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଜଳଯୋଗାଣ ବିଭାଗର ୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି ନଭାଡ଼ା ଠାରୁ ଚାଭାନ୍ଦ ପର୍ଯ୍ୟନ୍ତ ପାଇପ ଲାଇନ ପ୍ରକଳ୍ପ । ଏହା ବୋତାଡ, ଆମ୍ରେଲି, ଜୁନାଗଡ଼, ରାଜକୋଟ ଏବଂ ପୋରବନ୍ଦର ଜିଲ୍ଲାର ୧୨୯୮ ଗ୍ରାମର ୩୬ଟି ସହରର ୬୭ ଲକ୍ଷ ହିତାଧିକାରୀଙ୍କୁ ୨୮ କୋଟି ଲିଟର ଜଳଯୋଗାଣ କରିବ । ଭାବନଗର ଜିଲ୍ଲାରେ ପାସାଭି ଗ୍ରୁପ୍ ଅଗମେଣ୍ଟେସନ ୱାଟର ସପ୍ଲାଇ ସ୍କିମ୍ ଫେଜ୍‌-୨ର ଶିଳାନ୍ୟାସ କରିବେ । ଏହା ଭାବନଗର ଜିଲ୍ଲାର ମହୁଭା, ତଲାଜା ଏବଂ ପାଲିତନା ତାଲୁକର ୯୫ ଗ୍ରାମର ଲୋକଙ୍କୁ ଫାଇଦା ଦେବ ।

ପ୍ରଧାନମନ୍ତ୍ରୀ ପର୍ଯ୍ୟଟନ ସମ୍ବନ୍ଧିତ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ଏହାମଧ୍ୟରେ ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରହିଛି ପୋରବନ୍ଦର ଜିଲ୍ଲାର ମୋକାରସାଗରରେ କାର୍ଲି ରିଚର୍ଜ ରିଜର୍ଭରକୁ ବିଶ୍ୱସ୍ତରୀୟ ଇକୋ-ଟୁରିଜମ କ୍ଷେତ୍ରରେ ପରିଣତ କରିବା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Merchandise exports up over 15% in April–June

Media Coverage

Merchandise exports up over 15% in April–June
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Keiko Fujimori on her victory in the Presidential election
July 04, 2026

The Prime Minister, Shri Narendra Modi congratulated Ms. Keiko Fujimori on her victory in the Peruvian Presidential election. Highlighting the longstanding and friendly relations between India and Peru, the Prime Minister reaffirmed India's commitment to further strengthening the bilateral partnership across diverse sectors.

Shri Modi posted on X:

Heartiest congratulations, Keiko Fujimori, on your victory in the Peruvian Presidential elections.

India deeply values its close friendship with Peru and remains committed to further strengthening our bilateral partnership across diverse sectors. I wish you a successful tenure and look forward to working closely with you to further deepen our ties for the benefit of the people of our nations.

@KeikoFujimori