ପ୍ରଧାନମନ୍ତ୍ରୀ ଦାହୋଡ ଠାରେ ୨୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
ପ୍ରଧାନମନ୍ତ୍ରୀ ଭୁଜ ଠାରେ ୫୩,୪୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
ପ୍ରଧାନମନ୍ତ୍ରୀ ଗୁଜରାଟ ସହରାଞ୍ଚଳ ବିକାଶର ୨୦ତମ ବାର୍ଷିକୀ ସମାରୋହରେ ଯୋଗଦେବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୬ ଓ ୨୭ ତାରିଖରେ ଗୁଜରାଟ ଗସ୍ତରେ ଯିବେ । ସେ ଦାହୋଡ ଗସ୍ତରେ ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟରେ ଲୋକୋମୋଟିଭ ବିନିର୍ମାଣ ପ୍ଲାଣ୍ଟକୁ ଦେଶ ଉଦେ୍ଦଶ୍ୟରେ ଲୋକାର୍ପଣ କରିବେ ଏବଂ ଏକ ଇଲେକ୍ଟି୍ରକ ଲୋକୋଭୋଟିଭ (ଇଞ୍ଜିନ)କୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାପରେ ସେ ଦାହୋଡ଼ଠାରେ ୨୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏଠାରେ ଏକ ଜନସମାରୋହକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ଭୁଜ ଗସ୍ତରେ ଯିବେ ଏବଂ ଅପରାହ୍ଣ ପ୍ରାୟ ୪ଟା ବେଳେ ଭୁଜଠାରେ ୫୩,୪୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ଏଠାରେ ଏକ ଜନସମାରୋହକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ଏହାପରେ ମେ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗର ଗସ୍ତରେ ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ଗୁଜରାଟ ସହରାଞ୍ଚଳ ବିକାଶର ୨୦ତମ ବାର୍ଷିକୀ ସମାରୋହରେ ଯୋଗ ଦେବେ । ଏଥିସହ ସହରାଞ୍ଚଳ ବିକାଶ -୨୦୨୫ ର ଶୁଭାରମ୍ଭ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରିବେ ।

ଯୋଗାଯୋଗକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା ସ୍ୱରୂପ ଏବଂ ବିଶ୍ୱସ୍ତରୀୟ ଯାତାୟାତର ମୌଳିକ ଢାଞ୍ଚା ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଦାହୋଡ ଠାରେ ଭାରତୀୟ ରେଳବାଇର ଲୋକୋମୋଟିଭ ବିନିର୍ମାଣ ପ୍ଲାଣ୍ଟର ଉଦଘାଟନ କରିବେ । ଏହି ପ୍ଲାଣ୍ଟରେ ଘରୋଇ ବ୍ୟବହାର ଏବଂ ରପ୍ତାନି ସକାଶେ ୯୦୦୦ ଏଚପିର ଇଲେକ୍ଟ୍ରିକ ଲୋକୋମୋଟିଭ୍ ନିର୍ମାଣ କରାଯିବ । ପ୍ଲାଣ୍ଟରେ ନିର୍ମାଣ କରାଯାଇଥିବା ପ୍ରଥମ ଇଲେକ୍ଟ୍ରିକ ଲୋକୋମୋଟିଭର ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଇଞ୍ଜିନ ଭାରତୀୟ ରେଳବାଇର ମାଲ ପରିବହନ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇପାରିବ । ଏହି ଇଞ୍ଜିନ ଗୁଡ଼ିକରେ ରିଜେନେରେଟିଭ୍ ବ୍ରେକିଙ୍ଗ ସିଷ୍ଟମ ରହିବ ଏବଂ କମ୍ ବିଦୁ୍ୟତ ଶକ୍ତି ଖର୍ଚ୍ଚ ପାଇଁ ଏହାର ଡିଜାଇନ ହୋଇଛି, ଯାହାକି ପରିବେଶ ସ୍ଥିରତା ଦିଗରେ ସହାୟକ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଦାହୋଡ଼ଠାରେ ୨୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରେଳବାଇ ପ୍ରକଳ୍ପ ଏବଂ ଗୁଜରାଟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ରହିଛି । ଭେରାଭାଲ ଏବଂ ଅହମ୍ମଦାବାଦ ମଧ୍ୟରେ ବନେ୍ଦଭାରତ ଏକ୍ସପ୍ରେସ ଏବଂ ଭଲସାଦ ଓ ଦାହୋଡ଼ ଷ୍ଟେସନ ମଧ୍ୟରେ ଏକ୍ସପ୍ରେସ୍ ଟ୍ରେନ ଚଳାଚଳର ସେ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ କାଟୋସାନ-କାଲୋଲ ମଧ୍ୟରେ ଗଜ ରୂପାନ୍ତରଣ ଏବଂ ଏଥିରେ ଏକ ମାଲବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ଭୁଜଠାରେ ୫୩,୪୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଶକ୍ତି କ୍ଷେତ୍ରର ପ୍ରକଳ୍ପ ମଧ୍ୟରେ ଖାବଡ଼ା ଅକ୍ଷୟ ଶକ୍ତି ପାର୍କରୁ ଉତ୍ପାଦିତ ଅକ୍ଷୟ ଶକ୍ତିର ଟ୍ରାନ୍ସମିସନ ନେଟୱର୍କର ସମ୍ପ୍ରସାରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ତାପିଠାରେ ଅଲଟ୍ରା ସୁପର କ୍ରିଟିକାଲ ଥର୍ମାଲ ପାୱାର ପ୍ଲାଣ୍ଟ ୟୁନିଟ ମଧ୍ୟ ଅନ୍ତର୍ଭୁକ୍ତ । ଏହା ମଧ୍ୟରେ କାଣ୍ଡଲା ବନ୍ଦରର ପ୍ରକଳ୍ପ ଏବଂ ଗୁଜରାଟ ସରକାରଙ୍କ ସଡ଼କ, ଜଳ ଓ ସୌର ପ୍ରକଳ୍ପ ଆଦି ରହିଛି ।

ଗୁଜରାଟରେ ‘ସହରାଞ୍ଚଳ ବିକାଶ ବର୍ଷ ୨୦୦୫’ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରମୁଖ ପଦକ୍ଷେପ । ଏହାର ଉଦେ୍ଦଶ୍ୟ ଥିଲା ଯୋଜନାବଦ୍ଧ ଭାବେ ମୌଳିକ ଭିତ୍ତିଭୂମି ପ୍ରତିଷ୍ଠା, ଉତ୍ତମ ପ୍ରଶାସନ ଏବଂ ସହରବାସୀଙ୍କ ପାଇଁ ଉନ୍ନତ ଜୀବନଶୈଳୀ ମାଧ୍ୟମରେ  ସହରର କାୟାକଳ୍ପ ପ୍ରତିଷ୍ଠା କରିବା । ‘ସହରାଞ୍ଚଳ ବିକାଶ ବର୍ଷ ୨୦୦୫’ର ୨୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରଠାରେ ସହରାଞ୍ଚଳ ବିକାଶ ବର୍ଷ ୨୦୨୫, ଗୁଜରାଟର ସହରାଞ୍ଚଳ ବିକାଶ ଯୋଜନା ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ ଏବଂ ଜଳଯୋଗାଣ ସମ୍ବନ୍ଧିତ ଅନେକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ପିଏମ୍ଏୱାଇ ଅଧୀନରେ ୨୨,୦୦୦ ରୁ ଅଧିକ ଘର ମଧ୍ୟ ଲୋକାର୍ପଣ କରିବେ । ସେ ମଧ୍ୟ ସ୍ୱର୍ଣ୍ଣିମ ଜୟନ୍ତୀ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ଗୁଜରାଟର ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପାଇଁ ୩,୩୦୦ କୋଟି ଟଙ୍କା ପ୍ରଦାନ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Every voter had valid ID': Trump praises India polls, renews push for SAVE America Act

Media Coverage

'Every voter had valid ID': Trump praises India polls, renews push for SAVE America Act
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 18, 2026
August 18, 2026

PM Modi’s 12 Years of Structural Power: Manufacturing, FTAs, Airports & Uncompromising Security