୩୦୫୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ
ପ୍ରକଳ୍ପଗୁଡିକ ଏହି ଅଞ୍ଚଳର ଜଳ ଯୋଗାଣରେ ଉନ୍ନତି ଆଣିବା ଏବଂ ଜୀବନଯାପନର ସହଜତା ଉପରେ ଧ୍ୟାନ ଦେଇଥିଲେ
ନାଭସାରୀର ଏ ଏମ୍‍ ନାଏକ ହେଲଥ କେୟାର କମ୍ପେ୍ଲକ୍ସ ଏବଂ ନିରାଲୀ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ଉଦଘାନ କରିବେ ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦର ବୋପାଲରେ ଆଇଏନ୍‍-ଏସ୍‍ପିଏସିଇ ର ମୁଖ୍ୟାଳୟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୧୦ ତାରିଖ ଦିନ ଗୁଜୁରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦.୧୫ ରେ ପ୍ରଧାନମନ୍ତ୍ରୀ ନାଭସାରୀରେ ‘ଗୁଜୁରାଟ ଗୌରବ ଅଭିଯାନ୍‌' ର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅପରାହ୍ନ ପ୍ରାୟ ୧୨.୧୫ ରେ ସେ ନଭସାରୀରେ ଏ ଏମ୍‍ ନାଏକ ହେଲଥ କେୟାର କମ୍ପେ୍ଲକ୍ସ ଏବଂ ନିରାଲୀ ମଲ୍ଟି ସ୍ପେସିଅ ।ଲିଟି ହସ୍ପିଟାଲର ଉଦଘାଟନ କରିବେ । ତା'ପରେ, ଅପରାହ୍ନ ପ୍ରାୟ ୩.୪୫ ରେ, ସେ ଅହମ୍ମଦାବାଦର ବୋପାଲରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଆଇଏନ୍‍-ଏସପିଏସିଇ) ର ମୁଖ୍ୟାଳୟକୁ ଉଦଘାଟନ କରିବେ ।

ନାଭସାରୀରେ ପ୍ରଧାନମନ୍ତ୍ରୀ

'ଗୁଜୁରାଟ ଗୌରବ ଅଭିଯାନ୍‌' ନାମକ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେ ନାଭସାରୀର ଏକ ଆଦିବାସୀ ଅଞ୍ଚଳ ଖୁଦଭେଲରେ ପ୍ରାୟ ୩୦୫୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିରେ ୭ ଟି ପ୍ରକଳ୍ପର ଉଦଘାଟନ, ୧୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୪ ଟି ପ୍ରକଳ୍ପର ଭୂମି ପୂଜନ ରହିଛି । ଏହି ପ୍ରକଳ୍ପଗୁଡ଼ିକ ସମ୍ପୃକ୍ତ ଅଞ୍ଚଳରେ ଯୋଗାଯୋଗକୁ ବଢାଇବା ସହ ଜୀବନଯାପନର ସହଜତା ବୃଦ୍ଧି ଏବଂ ଜଳ ଯୋଗାଣରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।

ତାପି, ନାଭସାରୀ ଏବଂ ସୁରଟ ଜିଲ୍ଲାର ବାସିନ୍ଦାଙ୍କ ପାଇଁ ୯୬୧ କୋଟି ଟଙ୍କା ମୂଲ୍ୟର ୧୩ ଟି ଜଳ ଯୋଗାଣ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭୁମି ପୂଜନ କରିବେ । ସେ ପ୍ରାୟ ୫୪୨ କୋଟି ଟଙ୍କା ବ୍ୟୟରେ ର୍ନିମିତ ହେବାକୁ ଥିବା ନାଭସାରୀ ଜିଲ୍ଲାର ଏକ ମେଡିକାଲ କଲେଜର ଭୁମି ପୂଜନ କରିବେ, ଯାହା ଏହି ଅଞ୍ଚଳର ଲୋକଙ୍କୁ ସୁଲଭ ତଥା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ ।

ପ୍ରାୟ ୫୮୬ କୋଟି ଟଙ୍କା ବ୍ୟୟରେ ର୍ନିମିତ ମଧୁବନ ଡ୍ୟାମ୍ ଆଧାରିତ ଆଷ୍ଟୋଲ୍ ଆଞ୍ଚଳିକ ଜଳ ଯୋଗାଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହା ଜଳ ଯୋଗାଣ ଇଞ୍ଜିନିୟରିଂ କୌଶଳର ଏକ ଚମତ୍କାର ନିଦର୍ଶନ । ଏଥିସହ ୧୬୩ କୋଟି ଟଙ୍କା ମୂଲ୍ୟର ‘ନଳ ସେ ଜଳ' ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ । ଏହି ପ୍ରକଳ୍ପଗୁଡିକ ସୁରଟ, ନାଭସାରୀ, ଭାଲସାଦ ଏବଂ ତାପି ଜିଲ୍ଲାର ବାସିନ୍ଦାଙ୍କୁ ନିରାପଦ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବ ।

ତାପି ଜିଲ୍ଲାର ବାସିନ୍ଦାଙ୍କୁ ବିଦ୍ୟୁତ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ୮୫ କୋଟିରୁ ଅଧିକ ବ୍ୟୟରେ ର୍ନିମିତ ବୀରପୁର ଭାୟାର ସବଷ୍ଟେସନର ଉଦଘାଟନ କରିବେ । ବର୍ଜ୍ୟଜଳର ବିଶୋଧନ ପାଇଁ ଭାଲସାଡ ଜିଲ୍ଲାର ଭାପି ସହର ପାଇଁ ୧୪ ଏମ୍‍ଏଲଡି କ୍ଷମତା ବିଶିଷ୍ଟ ଏକ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ମଧ୍ୟ ଭାଲସାଦ ଜିଲ୍ଲାରେ ଉଦଘାଟନ କରାଯିବ । ପ୍ରଧାନମନ୍ତ୍ରୀ ୨୧ କୋଟିରୁ ଅଧିକ ମୂଲ୍ୟରେ ନାଭସାରୀରେ ର୍ନିମିତ ସରକାରୀ ବାସଗୃହକୁ ଉଦଘାଟନ କରିବେ । ସେ ପ୍ରାୟ ୧୨ କୋଟି ଟଙ୍କା ବ୍ୟୟରେ ପିପଳିଦେବୀ – ଜୁନେର -ଚିଚବିହିର - ପିପଲଦାହାଡ୍ ନିର୍ମାଣାଧିନ ସଡକ ଏବଂ ଡାଙ୍ଗରେ ର୍ନିମିତ ବିଦ୍ୟାଳୟ ଗୃହକୁ ମଧ୍ୟ ଉଦଘାଟନ କରିବେ ।

ସୁରଟ, ନାଭସାରୀ, ଭାଲସାଦ ଏବଂ ତାପି ଜିଲ୍ଲାର ବାସିନ୍ଦାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ୫୪୯ କୋଟି ମୂଲ୍ୟର ୮ ଟି ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ନାଭସାରୀ ଜିଲ୍ଲାର ୩୩ କୋଟି ଟଙ୍କା ବ୍ୟୟରେ ର୍ନିମିତ ହେବାକୁ ଥିବା ଖେରଗାମ ଏବଂ ପିପଲଖେଡକୁ ସଂଯୋଗ କରୁଥିବା ଏକ ପ୍ରଶସ୍ତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ପ୍ରାୟ ୨୭ କୋଟି ଟଙ୍କା ବ୍ୟୟରେ ସୁପା ଦେଇ ନାଭସାରୀ ଏବଂ ବାରଡୋଲି ମଧ୍ୟରେ ଆଉ ଏକ ଚାରି ଲେନ ବିଶିଷ୍ଟ ରାସ୍ତା ର୍ନିମାଣ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ଜିଲା ପଞ୍ଚାୟତ ଭବନ ର୍ନିମାଣ ଏବଂ ଡାଙ୍ଗରେ ଯଥାକ୍ରମେ ୨୮ କୋଟି ଏବଂ ୧୦ କୋଟି ଟଙ୍କା ବ୍ୟୟରେ ସ୍ଥାୟୀ ରୋଲର କ୍ରାସ୍ ବାଡ ଯୋଗାଇବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏ ଏମ ନାୟକ ହେଲ୍‍ଥକେୟାର କମ୍ପେ୍ଲକ୍ସରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନାଭସାରୀରେ ଏ ଏମ ନାଏକ ହେଲଥ କେୟାର କମ୍ପେ୍ଲକ୍ସ ଏବଂ ନିରାଲୀ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ଉଦଘାଟନ କରିବେ । ସେ ହେଲଥ କେୟାର କମ୍ପେ୍ଲକ୍ସରେ ଆୟୋଜିତ ଏକ ସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ, ଯେଉଁଠାରେ ସେ ଭର୍ଚୁଆଲରେ ଖାରେଲ ଶିକ୍ଷା ସୌଧର ଉଦଘାଟନ କରିବେ । ତାଙ୍କ ସମ୍ବୋଧନ ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଆଇଏନ୍‍-ଏସ୍‍ପିଏସିଇ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦର ବୋପାଲରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଆଇଏନ୍‍-ଏସ୍‍ପିଏସିଇ) ର ମୁଖ୍ୟାଳୟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମଟି ଆଇଏନ୍‍-ଏସ୍‍ପିଏସିଇ ଏବଂ ମହାକାଶ ପ୍ରୟୋଗ ଏବଂ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କ୍ଷେତ୍ର କମ୍ପାନୀଗୁଡିକ ମଧ୍ୟରେ ଏମଓୟୁ ର ସାକ୍ଷୀ ହେବ । ମହାକାଶ କ୍ଷେତ୍ରରେ ବେସରକାରୀ ସଂସ୍ଥାଗୁଡ଼ିକର ପଦୋନ୍ନତି ଏବଂ ସାମର୍ଥ୍ୟ ମହାକାଶ କ୍ଷେତ୍ରକୁ ଏକ ପ୍ରମୁଖ ଫିଲିପ୍ ପ୍ରଦାନ କରିବ ଏବଂ ଭାରତର ପ୍ରତିଭାବାନ ଯୁବକମାନଙ୍କ ପାଇଁ ଏକ ନୂତନ ସୁଯୋଗର ବାଟ ଖୋଲିବ ।

ଜୁନ୍ ୨୦୨୦ ରେ ଆଇଏନ୍‍-ଏସ୍‍ପିଏସିଇ ପ୍ରତିଷ୍ଠା ଘୋଷଣା କରାଯାଇଥିଲା । ମହାକାଶ ପ୍ରୋତ୍ସାହନ କ୍ଷେତ୍ରରେ ଏହା ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକର ପଦୋନ୍ନତି, ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ପାଇଁ ମହାକାଶ ବିଭାଗର ଏକ ସ୍ୱୟଂଶାସିତ ଏବଂ ସିଙ୍ଗଲ ୱିଣ୍ଡୋ ନୋଡାଲ୍ ଏଜେନ୍ସି । ଏହା ମଧ୍ୟ ବେସରକାରୀ ସଂସ୍ଥା ଦ୍ୱାରା ଇସ୍ରୋର ସୁବିଧା ବ୍ୟବହାରକୁ ସହଜ କରିଥାଏ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways deploys AI on tracks, trains and stations to boost safety

Media Coverage

Railways deploys AI on tracks, trains and stations to boost safety
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value and transformative power of knowledge
September 09, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wisdom teaches the art of living in harmony with society. He said that knowledge imparts wisdom and prosperity, fills the heart with joy and enhances one’s dignity.

The Prime Minister shared a Sanskrit Subhashitam-

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”

The Subhashitam conveys that wisdom teaches the art of living in harmony with society. It grants knowledge and prosperity, fills the heart with joy, and raises one's dignity. Thus, wisdom is as precious as service to righteous governance, beloved by the heart, and a force that uplifts life.

The Prime Minister wrote on X;

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”