୦୮ ନଭେମ୍ବର ୨୦୨୫: ପିଆଇବି ଦିଲ୍ଲୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୯ ତାରିଖରେ ଉତ୍ତରାଖଣ୍ଡ ଗସ୍ତରେ ଯିବେ ଏବଂ ଉତ୍ତରାଖଣ୍ଡ ଗଠନର ରଜତ ଜୟନ୍ତୀ ଉପଲକ୍ଷେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକ ଡାକଟିକଟ ଉନ୍ମୋଚନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।
କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ୮,୧୪୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ମଧ୍ୟରେ ସେ ୯୩୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ଏବଂ ୭,୨୧୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ପାନୀୟଜଳ, ଜଳସେଚନ, ବୈଷୟିକ ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, କ୍ରୀଡ଼ା ଏବଂ କୌଶଳ ବିକାଶ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ।
ପ୍ରଧାନମନ୍ତ୍ରୀ ମଧ୍ୟ ପିଏମ ଫସଲବୀମା ଯୋଜନାରେ ୨୮,୦୦୦ରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ଭାବେ ୬୨ କୋଟି ଟଙ୍କା ପଠାଇବେ ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ଅମୃତ ଯୋଜନାରେ ଡେରାଡୁନର ୨୩ଟି ଜୋନକୁ ଜଳଯୋଗାଣ, ପିଥୋରାଗଡ଼ ଜିଲ୍ଲାରେ ବୈଦ୍ୟୁତିକ ସବଷ୍ଟେସନ,, ସରକାରୀ କୋଠାରେ ସୌରଶକ୍ତି ପ୍ଲାଣ୍ଟ, ନୈନିତାଲର ହଲଦ୍ୱାନୀ ଷ୍ଟାଡିୟମରେ ଆଷ୍ଟ୍ରୋଟର୍ଫ ହକି ଗ୍ରାଉଣ୍ଡ ଇତ୍ୟାଦି ଅନ୍ତର୍ଭୁକ୍ତ।
ପ୍ରଧାନମନ୍ତ୍ରୀ ଦୁଇଟି ହାଇଡ୍ରୋ-ସେକ୍ଟର ସମ୍ପର୍କିତ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିବେ- ସଙ୍ଗ୍ ଡ୍ୟାମ ପାନୀୟ ଜଳ ପ୍ରକଳ୍ପ ଯାହାକି ଡେରାଡୁନକୁ ଦୈନିକ ୧୫୦ ଏମଏଲଡି (ଦୈନିକ ମିଲିଅନ ଲିଟର) ଯୋଗାଣ କରିବ ଏବଂ ନୈନିତାଲର ଜମାରାଣୀ ଡ୍ୟାମ ବହୁମୁଖୀ ପ୍ରକଳ୍ପ, ଯାହାକି ପାନୀୟ ଜଳଯୋଗାଣ, ଜଳସେଚନ ଓ ବୈଦ୍ୟୁତିକ ଶକ୍ତି ସୃଷ୍ଟି କରିବ । ଶିଳାନ୍ୟାସ ହେବାକୁ ଥିବା ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଅଛି ବୈଦ୍ୟୁତିକ ସବଷ୍ଟେସନ, ଚମ୍ପାୱତରେ ମହିଳା କ୍ରୀଡ଼ା କଲେଜ ପ୍ରତିଷ୍ଠା, ନୈନିତାଲରେ ସ୍ୱଦେଶୀ ପ୍ରଯୁକ୍ତିରେ ହେବାକୁ ଥିବା ଡାଏରୀ ପ୍ଲାଣ୍ଟ ।
Prime Minister Shri Narendra Modi today attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel.
The Prime Minister expressed pride in their extraordinary courage, commitment and selfless service to the nation.
The Prime Minister posted on X:
"Attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel. We are proud of their extraordinary courage, commitment and selfless service to the nation."
Attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel. We are proud of their extraordinary courage, commitment and selfless service to the nation. pic.twitter.com/kvnW6dmXwa
— Narendra Modi (@narendramodi) June 8, 2026


