ଛତିଶଗଡ ରଜତ ମହୋତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ; ରାଜ୍ୟ ଗଠନର ୨୫ ବର୍ଷ ପୂର୍ତ୍ତୀ ପାଳନ
ସଡ଼କ, ଶିଳ୍ପ, ସ୍ୱାସ୍ଥ୍ୟସେବା ଏବଂ ଶକ୍ତି ଭଳି ପ୍ରମୁଖ କ୍ଷେତ୍ରଗୁଡିକରେ ୧୪,୨୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦ‌ଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ସହିଦ ବୀର ନାରାୟଣ ସିଂହ ସ୍ମାରକୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
ଦିଲ କି ବାତ୍ : ଜନ୍ମଗତ ହୃଦରୋଗରେ ଚିକିତ୍ସିତ ହେଉଥିବା ପିଲାମାନଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ
ଛତିଶଗଡ ବିଧାନସଭାର ନୂତନ କୋଠା ଉଦ‌ଘାଟନ କରିବେ ଏବଂ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
ବ୍ରହ୍ମକୁମାରୀମାନଙ୍କର ଆଧ୍ୟାତ୍ମିକ ଶିକ୍ଷା ଏବଂ ଧ୍ୟାନ ପାଇଁ ଏକ ଆଧୁନିକ କେନ୍ଦ୍ର ‘ଶାନ୍ତି ଶିଖର’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧ ତାରିଖରେ ଛତିଶଗଡ ଗସ୍ତ କରିବେ ।

ସକାଳ ପ୍ରାୟ ୧୦ ଟା ସମୟରେ ‘ଦିଲ୍ କି ବାତ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ସେ ନବ ରାୟପୁର ଅଟଳ ନଗରର ଶ୍ରୀ ସତ୍ୟ ସାଇ ସଞ୍ଜିବନୀ ହସ୍ପିଟାଲରେ ‘ଜୀବନ ଉପହାର’ ସମାରୋହରେ ଜନ୍ମଗତ ହୃଦରୋଗର ସଫଳତାର ସହ ଚିକିତ୍ସିତ ହୋଇଥିବା ୨୫୦୦ ପିଲାମାନଙ୍କ ସହିତ ଆଲୋଚନା କରିବେ ।

ଏହା ପରେ ସକାଳ ପ୍ରାୟ ୧୦:୪୫ ରେ, ପ୍ରଧାନମନ୍ତ୍ରୀ ବ୍ରହ୍ମକୁମାରୀମାନଙ୍କ ଆଧ୍ୟାତ୍ମିକ ଶିକ୍ଷା, ଶାନ୍ତି ଏବଂ ଧ୍ୟାନ ପାଇଁ ଉଦ୍ଦିଷ୍ଟ ଏକ ଆଧୁନିକ କେନ୍ଦ୍ର “ଶାନ୍ତି ଶିଖର” ଉଦଘାଟନ କରିବେ ।

ଏହା ପରେ ସକାଳ ପ୍ରାୟ ୧୧:୪୫ରେ ପ୍ରଧାନମନ୍ତ୍ରୀ ନବ ରାୟପୁର ଅଟଳ ନଗରରେ ଛତିଶଗଡ ବିଧାନସଭାର ନୂତନ କୋଠାରେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବେ । ଏହା ପରେ ସେ ଛତିଶଗଡ଼ ବିଧାନସଭାର ନୂତନ କୋଠା ପରିଦର୍ଶନ ଏବଂ ଉଦ‌ଘାଟନ କରିବେ, ଯାହା ସବୁଜ ବିଲ୍ଡିଂ ଧାରଣା ଉପରେ ନିର୍ମିତ, ସମ୍ପୂର୍ଣ୍ଣ ସୌରଶକ୍ତି ଦ୍ୱାରା ପରିଚାଳିତ ଏବଂ ବର୍ଷାଜଳ ସଞ୍ଚୟ ପ୍ରଣାଳୀରେ ସଜ୍ଜିତ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ଯ ସମ୍ବୋଧିତ କରିବେ ।

ଅପରାହ୍ନ ପ୍ରାୟ ୧:୩୦ ସମୟରେ, ପ୍ରଧାନମନ୍ତ୍ରୀ ସହିଦ ବୀର ନାରାୟଣ ସିଂହ ସ୍ମାରକୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦ‌ଘାଟନ ତଥା ପରିଦର୍ଶନ କରିବେ । ଏହି ସଂଗ୍ରହାଳୟ ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ସାହସ, ତ୍ୟାଗ ଏବଂ ଦେଶପ୍ରେମର ଐତିହ୍ୟକୁ ସଂରକ୍ଷଣ ଏବଂ ପରିଦର୍ଶିତ କରିବ । ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପୋର୍ଟାଲ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରୁଥିବା ଇ-ବୁକ “ଆଦି ଶୌର୍ଯ୍ୟ” ର ଶୁଭାରମ୍ଭ କରିବା ସହ ସ୍ମାରକୀ ସ୍ଥଳରେ ସହିଦ ବୀର ନାରାୟଣ ସିଂହଙ୍କ ଘୋଡା ସବାର ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବେ ।

ଏହା ପରେ, ପ୍ରାୟ ୨:୩୦ ସମୟରେ, ପ୍ରଧାନମନ୍ତ୍ରୀ ଛତିଶଗଡ ରାଜ୍ୟ ଗଠନର ୨୫ ବର୍ଷ ପୂର୍ତ୍ତୀ ଅବସରରେ ଛତିଶଗଡ ରଜତ ମହୋତ୍ସବରେ ଅଂଶଗ୍ରହଣ କରିବେ । ଏଥିସହ ପ୍ରଧାନମନ୍ତ୍ରୀ ସଡକ, ଶିଳ୍ପ, ସ୍ୱାସ୍ଥ୍ୟସେବା ଏବଂ ଶକ୍ତି ଭଳି ପ୍ରମୁଖ କ୍ଷେତ୍ର ପାଇଁ ମୋଟ ୧୪,୨୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ଏବଂ ରୂପାନ୍ତରକାରୀ ପ୍ରକଳ୍ପର ଉଦ୍‌ଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ପାଇଁ, ପ୍ରଧାନମନ୍ତ୍ରୀ ଛତିଶଗଡର ନଅଟି ଜିଲ୍ଲାରେ ୧୨ଟି ନୂଆ ର୍ଷ୍ଟାଟ-ଅପ ଗ୍ରାମ ଉଦ୍ୟୋଗୀତା କାର୍ଯ୍ୟକ୍ରମ (ଏସ୍‌ଭିଇପି) ବ୍ଲକ ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀ ୩.୫୧ ଲକ୍ଷ ସମ୍ପୂର୍ଣ୍ଣ ହୋଇଥିବା ଘରର ଗୃହ ପ୍ରବେଶରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ ଲକ୍ଷ ହିତାଧିକାରୀଙ୍କୁ କିସ୍ତି ଆକାରରେ ୧,୨୦୦ କୋଟି ଟଙ୍କା ପ୍ରଦାନ କରିବେ, ଯାହା ରାଜ୍ୟବ୍ୟାପୀ ଗ୍ରାମୀଣ ପରିବାର ପାଇଁ ମର୍ଯ୍ୟାଦାପୂର୍ଣ୍ଣ ବାସସ୍ଥାନ ଏବଂ ସୁରକ୍ଷା ସୁନିଶ୍ଚିତ କରିବ ।

ସଂଯୋଗୀକରଣକୁ ତ୍ୱରାନ୍ୱିତ କରିବା ପାଇଁ, ପ୍ରଧାନମନ୍ତ୍ରୀ ପାଥାଲଗାଓଁ-କୁଙ୍କୁରିରୁ ଛତିଶଗଡ-ଝାଡଖଣ୍ଡ ସୀମାନ୍ତ ପର୍ଯ୍ୟନ୍ତ ଚାରି ଲେନ ବିଶିଷ୍ଟ ଗ୍ରୀନଫିଲ୍ଡ ହାଇୱେର ଶିଳାନ୍ୟାସ କରିବେ । ଏହା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଦ୍ୱାରା ଭାରତମାଳା ପରିଯୋଜନା ଅଧୀନରେ ପ୍ରାୟ ୩,୧୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେଉଛି । ଏହି ରଣନୈତିକ କରିଡର କୋରବା, ରାୟଗଡ, ଜଶପୁର, ରାଞ୍ଚି ଏବଂ ଜମସେଦପୁରର ପ୍ରମୁଖ କୋଇଲା ଖଣି, ଶିଳ୍ପ କ୍ଷେତ୍ର ଏବଂ ଇସ୍ପାତ ପ୍ଲାଣ୍ଟଗୁଡିକୁ ସଂଯୋଗ କରିବା ସହ ଏକ ପ୍ରମୁଖ ଅର୍ଥନୈତିକ ମାର୍ଗ ଭାବରେ କାର୍ଯ୍ୟ କରିବ । ଏହା ଆଞ୍ଚଳିକ ବାଣିଜ୍ୟ ସଂଯୋଗକୁ ସୁଦୃଢ଼ କରିବ ଏବଂ ପୂର୍ବ କ୍ଷେତ୍ର ସହିତ କେନ୍ଦ୍ରୀୟ ଭାରତକୁ ସଂଯୋଗ କରିବ ।

ଏଥିସହ, ପ୍ରଧାନମନ୍ତ୍ରୀ ବସ୍ତର ଏବଂ ନାରାୟଣପୁର ଜିଲ୍ଲାର ବିଭିନ୍ନ ଅଂଶକୁ ବିସ୍ତାର କରି ଏନଏଚ‌-୧୩୦ଡି (ନାରାୟଣପୁର-କସ୍ତୁରମେଟା-କୁତୁଲ-ନୀଲାଙ୍ଗୁର-ମହାରାଷ୍ଟ୍ର ସୀମା) ନିର୍ମାଣ ଏବଂ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଏନଏଚ‌-୧୩୦ସି (ମଦଙ୍ଗମୁଡା-ଦେଓଭାଗ-ଓଡ଼ିଶା ସୀମା)କୁ ପକ୍କା ରାଜପଥ ସହିତ ଦୁଇ ଲେନ ବିଶିଷ୍ଟ ରାଜପଥରେ ଉନ୍ନତିକରଣର ମଧ୍ୟ ଉଦ‌ଘାଟନ କରିବେ । ଏହା ଆଦିବାସୀ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ସଡ଼କ ସଂଯୋଗୀକରଣକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ବଜାର ଉପଲବ୍ଧତାରେ ଉନ୍ନତି ଆଣିବା ସହ ଦୁର୍ଗମ ଅଞ୍ଚଳରେ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ ।

ଶକ୍ତି କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ଆନ୍ତଃ-ଆଞ୍ଚଳିକ ଇଆର୍‌-ଡବ୍ଲ୍ୟୁଆର୍ ଆନ୍ତଃସଂଯୋଗ ପ୍ରକଳ୍ପର ଉଦ୍‌ଘାଟନ କରିବେ, ଯାହା ପୂର୍ବ ଏବଂ ପଶ୍ଚିମ ଗ୍ରୀଡ ମଧ୍ୟରେ ଆନ୍ତଃ-ଆଞ୍ଚଳିକ ବିଦ୍ୟୁତ ସ୍ଥାନାନ୍ତର କ୍ଷମତାକୁ ୧,୬୦୦ ମେଗାୱାଟ ବୃଦ୍ଧି କରିବ, ଗ୍ରୀଡ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବ ଏବଂ ସମଗ୍ର ଅଞ୍ଚଳରେ ଏକ ସ୍ଥିର ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବ ।

ଏଥିସହ, ପ୍ରଧାନମନ୍ତ୍ରୀ ୩,୭୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଶକ୍ତି କ୍ଷେତ୍ର ପ୍ରକଳ୍ପର ଉତ୍ସର୍ଗ, ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ, ଯାହାର ଲକ୍ଷ୍ୟ ଛତିଶଗଡର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଯୋଗାଣ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବା ଏବଂ ପରିବହନ କ୍ଷମତା ବୃଦ୍ଧି କରିବା ।

ପୁନରୁଦ୍ଧାର ବଣ୍ଟନ କ୍ଷେତ୍ର ଯୋଜନା (ଆର୍‌ଡିଏସ୍‌ଏସ୍‌) ଅଧୀନରେ, ପ୍ରଧାନମନ୍ତ୍ରୀ ପ୍ରାୟ ୧,୮୬୦ କୋଟି ମୂଲ୍ୟର କାର୍ଯ୍ୟକୁ ସମର୍ପିତ କରିବେ । ଯେଉଁଥିରେ ନୂତନ ବିଦ୍ୟୁତ ଲାଇନ ନିର୍ମାଣ, ଫିଡର ବିଭାଜନ, ଟ୍ରାନ୍ସଫରମର ସ୍ଥାପନ, କଣ୍ଡକ୍ଟରର ପରିବର୍ତ୍ତନ ଏବଂ ଗ୍ରାମୀଣ ତଥା କୃଷି ବିଦ୍ୟୁତ ଯୋଗାଣରେ ଉନ୍ନତି ଆଣିବା ପାଇଁ ଲୋ-ଟେନସନ ନେଟୱାର୍କକୁ ସୁଦୃଢ଼ କରିବା ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ରାୟପୁର, ବିଳାସପୁର, ଦୁର୍ଗ, ବେମେତରା, ଗରିଆବନ୍ଦ ଏବଂ ବସ୍ତର ଭଳି ଜିଲ୍ଲାରେ ପ୍ରାୟ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନଅଟି ନୂତନ ବିଦ୍ୟୁତ ସବ୍‌ଷ୍ଟେସନର ମଧ୍ୟ ଉଦ୍‌ଘାଟନ କରିବେ । ଏହା ସ୍ଥିର ଭୋଲଟେଜ ସୁନିଶ୍ଚିତ କରିବା ସହ ବିଦ୍ୟୁତ କାଟ ହ୍ରାସ କରିବ ଏବଂ ଦୂରବର୍ତ୍ତୀ ତଥା ଆଦିବାସୀ ଅଞ୍ଚଳରେ ମଧ୍ୟ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଇ ଦେଇ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିବ । ଏହା ସହିତ ୧,୪୧୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନୂତନ ସବ୍‌ଷ୍ଟେସନ ଏବଂ ପରିବହନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏଥିରେ କାଙ୍କରେ ଏବଂ ବାଲୋଦାବଜାର-ଭାଟପଡାରେ ପ୍ରମୁଖ ସୁବିଧା ସହିତ ରାଜ୍ୟରେ ବିଦ୍ୟୁତ ଯୋଗାଣ ଏବଂ ଗୁଣବତ୍ତା ଆହୁରି ସମ୍ପ୍ରସାରଣ କରିବା ପାଇଁ ଅନେକ ଜିଲ୍ଲାରେ ନୂତନ ଆର‌ଡିଏସଏସ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି ।

ପ୍ରଧାନମନ୍ତ୍ରୀ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ରାୟପୁରରେ ଏଚ‌ପିସିଏଲ‌ର ଅତ୍ୟାଧୁନିକ ପେଟ୍ରୋଲିୟମ ତୈଳ ଡିପୋ ଉଦ୍‌ଘାଟନ କରିବେ । ଏହା ୪୬୦ କୋଟିରୁ ଅଧିକ ବ୍ୟୟରେ ନିର୍ମିତ ଏବଂ ଏହାର ୫୪୦୦୦ କିଲୋଲିଟର (କେଏଲ୍‌) ପେଟ୍ରୋଲ, ଡିଜେଲ ଏବଂ ଇଥାନଲ ସଂରକ୍ଷଣ କ୍ଷମତା ରହିଛି । ଏହି ସୁବିଧା ଏକ ପ୍ରମୁଖ ଇନ୍ଧନ କେନ୍ଦ୍ର ଭାବରେ କାର୍ଯ୍ୟ କରିବ, ଯାହା ଛତିଶଗଡ ଏବଂ ପଡୋଶୀ ରାଜ୍ୟଗୁଡିକରେ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବ । ୧୦,୦୦୦ କିଲୋଲିଟ ଇଥାନଲ ଭଣ୍ଡାର ସଂରକ୍ଷଣ ସହିତ, ଏହି ଡିପୋ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ମଧ୍ୟ ସମର୍ଥନ କରିବ ଯାହା, ଜୀବାଶ୍ମ ଇନ୍ଧନ ନିର୍ଭରଶୀଳତା ହ୍ରାସ କରିବ ଏବଂ ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ପ୍ରାୟ ୧,୯୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪୮୯ କିଲୋମିଟର ନାଗପୁର-ଝାରସୁଗୁଡା ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ମଧ୍ୟ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପ ଭାରତର ଶକ୍ତି ମିଶ୍ରଣରେ ପ୍ରାକୃତିକ ଗ୍ୟାସର ଅଂଶ ୧୫ ପ୍ରତିଶତକୁ ବୃଦ୍ଧି କରିବା ଏବଂ “ଏକ ରାଷ୍ଟ୍ର, ଏକ ଗ୍ୟାସ ଗ୍ରୀଡ”ର ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ଏହି ପାଇପଲାଇନ ଛତିଶଗଡର ୧୧ ଜିଲ୍ଲାକୁ ଜାତୀୟ ଗ୍ୟାସ ଗ୍ରୀଡ ସହିତ ସଂଯୋଗ କରିବ, ଶିଳ୍ପ ବିକାଶକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳକୁ ସ୍ୱଚ୍ଛ ତଥା ସୁଲଭ ଇନ୍ଧନ ଉପଲବ୍ଧ କରାଇବ ।

ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରଧାନମନ୍ତ୍ରୀ ଦୁଇଟି ସ୍ମାର୍ଟ ଶିଳ୍ପ କ୍ଷେତ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ – ଗୋଟିଏ ଜାଞ୍ଜଗିର-ଚମ୍ପା ଜିଲ୍ଲାର ସିଲାଦେହି-ଗତୱା-ବିର୍‌ରାରେ ଏବଂ ଅନ୍ୟଟି ରାଜନାନ୍ଦଗାଓଁ ଜିଲ୍ଲାର ବିଜଲତୋଲାରେ । ଏଥିସହିତ ପ୍ରଧାନମନ୍ତ୍ରୀ ନବ ରାୟପୁର ଅଟଳ ନଗରର ସେକ୍ଟର-୨୨ରେ ଏକ ଔଷଧ ପାର୍କର ଶିଳାନ୍ୟାସ କରିବେ । ଏହି ପାର୍କ ଔଷଧ ଏବଂ ସ୍ୱାସ୍ଥ୍ୟସେବା ବିନିର୍ମାଣ ପାଇଁ ଏକ ସମର୍ପିତ କ୍ଷେତ୍ରର ଭାବରେ କାର୍ଯ୍ୟ କରିବ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରଧାନମନ୍ତ୍ରୀ ମନେନ୍ଦ୍ରଗଡ଼, କବୀରଧାମ, ଜାଞ୍ଜଗିର-ଚମ୍ପା ଏବଂ ଗିଦାମ (ଦନ୍ତେୱାଡା)ରେ ପାଞ୍ଚଟି ନୂତନ ସରକାରୀ ମେଡିକାଲ କଲେଜ ଓ ବିଳାସପୁରରେ ସରକାରୀ ଆୟୁର୍ବେଦ କଲେଜ ଏବଂ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡ଼ିକ ଛତିଶଗଡ଼ରେ ଡାକ୍ତରୀ ଶିକ୍ଷାକୁ ସୁଦୃଢ଼ କରିବ, ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ବିସ୍ତାର କରିବ ଏବଂ ପାରମ୍ପରିକ ଔଷଧକୁ ପ୍ରୋତ୍ସାହିତ କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM announces exam reform task force, Infosys co-founder Nandan Nilekani to lead

Media Coverage

PM announces exam reform task force, Infosys co-founder Nandan Nilekani to lead
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights noble character as the foundation of respect, trust, and effective leadership
July 27, 2026

Prime Minister Shri Narendra Modi shared a Sanskrit Subhashitam today, highlighting how a person of noble character earns respect in society and is regarded as worthy of every responsibility.

The Prime Minister wrote on X;

"शीलवान् पूजितो लोके शीलवान् साधुसम्मतः।

शीलवान् सर्वकर्मार्हः शीलवान् प्रियदर्शनः॥"

A person of noble character earns respect in society and the esteem of the virtuous. Through integrity, humility and disciplined conduct, such an individual is regarded as worthy of every responsibility. Their personality is admirable, inspiring and worthy of emulation. In truth, noble character is the true foundation of lasting success, effective leadership, and enduring trust.