ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିବେ
ଭୁବନେଶ୍ୱରରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ସିୱାନରେ ଜଳ, ରେଳ ଏବଂ ବିଦ୍ୟୁତ୍ କ୍ଷେତ୍ର ସମେତ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
ଗିନିଆ ଗଣରାଜ୍ୟକୁ ରପ୍ତାନି ପାଇଁ ମାରହୋରା ପ୍ଲାଣ୍ଟରେ ନିର୍ମିତ ଏକ ଅତ୍ୟାଧୁନିକ ଲୋକୋମୋଟିଭକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ବିଶାଖାପାଟଣାରେ ୧୧ଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେବେ
ଅନ୍ତର୍ଜାତୀୟ ଯୋଗ ଦିବସ୨୦୨୫ ର ବିଷୟବସ୍ତୁ "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ବ୍ୟକ୍ତି ଏବଂ ପୃଥିବୀ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରେ

19.06.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ। ସେ ୨୦ ଜୁନରେ ବିହାରର ସିୱାନ ଗସ୍ତ କରିବେ ଏବଂ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଏହା ପରେ, ସେ ଓଡ଼ିଶାର ଭୁବନେଶ୍ୱର ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୪:୧୫ ଟାରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିବେ। ସେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବେ । ସେ ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ।

୨୧ ଜୁନରେ, ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ସକାଳ ପ୍ରାୟ ୬:୩୦ ରେ ଅନ୍ତର୍ଜାତୀୟ ଯୋଗ ଦିବସ-ସାମୁହିକ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ବିହାରରେ ପ୍ରଧାନମନ୍ତ୍ରୀ

ବିହାରରେ ଭିତ୍ତିଭୂମି ଏବଂ ସାମାଜିକ-ଆର୍ଥିକ ବିକାଶକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ସିୱାନରେ ଅନେକ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ।

ଏହି କ୍ଷେତ୍ରରେ ରେଳ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନୂତନ ବୈଶାଳୀ-ଦେଓରିଆ ରେଳ ଲାଇନ ପ୍ରକଳ୍ପର ଉଦଘାଟନ କରିବେ ଏବଂ ଏହି ରୁଟରେ ଏକ ନୂତନ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ସହିତ, ଉତ୍ତର ବିହାରରେ ସଂଯୋଗୀକରଣକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ମୁଜାଫରପୁର ଏବଂ ବେଟିଆ ଦେଇ ପାଟଳୀପୁତ୍ର ତଥା ଗୋରଖପୁର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ।

"ମେକ୍ ଇନ୍ ଇଣ୍ଡିଆ - ମେକ୍ ଫର୍ ଦି ୱାର୍ଲ୍ଡ" ର ଦୃଷ୍ଟିକୋଣକୁ ଆଗକୁ ବଢାଇ ପ୍ରଧାନମନ୍ତ୍ରୀ ମାରହୋରା ପ୍ଲାଣ୍ଟରେ ନିର୍ମିତ ଏକ ଅତ୍ୟାଧୁନିକ ଲୋକୋମୋଟିଭକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ଗିନିଆ ଗଣରାଜ୍ୟକୁ ରପ୍ତାନି କରାଯିବ। ଏହି କାରଖାନାରେ ନିର୍ମିତ ଏହା ପ୍ରଥମ ରପ୍ତାନି ହେଉଥିବା ଲୋକୋମୋଟିଭ୍। ଏଗୁଡ଼ିକ ଉଚ୍ଚ-ହର୍ସପାୱାର ଇଞ୍ଜିନ୍, ଉନ୍ନତ ଏସି ପ୍ରପଲ୍ସନ ସିଷ୍ଟମ, ମାଇକ୍ରୋପ୍ରୋସେସର-ଆଧାରିତ ନିୟନ୍ତ୍ରଣ ପ୍ରଣାଳୀ, ଏରଗୋନମିକ୍ କ୍ୟାବ୍ ଡିଜାଇନ୍ ସହିତ ସଜ୍ଜିତ ଏବଂ ରିଜେନେରେଟିଭ୍ ବ୍ରେକିଂ ଭଳି ଟେକ୍‌ନୋଲୋଜି ଅନ୍ତର୍ଭୁକ୍ତ।

ଗଙ୍ଗା ନଦୀର ସଂରକ୍ଷଣ ଏବଂ ପୁନରୁଦ୍ଧାର ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନମାମି ଗଙ୍ଗେ ପ୍ରକଳ୍ପ ଅଧୀନରେ 1800 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଛଅଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ଉଦଘାଟନ କରିବେ ଯାହା ଏହି ଅଞ୍ଚଳର ଲୋକଙ୍କ ଆବଶ୍ୟକତା ପୂରଣ କରିବ।

ପ୍ରଧାନମନ୍ତ୍ରୀ ବିହାରର ବିଭିନ୍ନ ସହରରେ 3000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜଳ ଯୋଗାଣ, ପରିମଳ ଏବଂ ଏସଟିପି ପାଇଁ ମଧ୍ୟ ଶିଳାନ୍ୟାସ କରିବେ, ଯାହାର ଲକ୍ଷ୍ୟ ଏହି ସହରଗୁଡ଼ିକର ନାଗରିକମାନଙ୍କୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇବା।

ଏହି ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ବିହାରରେ ୫୦୦ ଏମଡବ୍ଲୁଏଚ୍ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ (ବିଇଏସଏସ) କ୍ଷମତା ପାଇଁ ଶିଳାନ୍ୟାସ କରିବେ। ମୁଜାଫରପୁର, ମୋତିହାରୀ, ବେଟିଆ, ସିୱାନ ସମେତ ରାଜ୍ୟର ୧୫ ଟି ଗ୍ରୀଡ୍ ସବଷ୍ଟେସନରେ ଷ୍ଟାଣ୍ଡଆଲୋନ୍ ବିଇଏସଏସ ସ୍ଥାପନ କରାଯାଉଛି। ପ୍ରତ୍ୟେକ ସବ-ଷ୍ଟେସନରେ ସ୍ଥାପିତ ହେବାକୁ ଥିବା ବ୍ୟାଟେରୀର କ୍ଷମତା ୨୦ ରୁ ୮୦ ଏମଡବ୍ଲୁଏଚ୍ ମଧ୍ୟରେ। ଏହା ପୂର୍ବରୁ ସଂରକ୍ଷିତ ବିଦ୍ୟୁତକୁ ଗ୍ରୀଡକୁ ଫେରାଇ ଆଣି ଗ୍ରାହକମାନଙ୍କୁ ସିଧାସଳଖ ଲାଭ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ବିହାରରେ ପିଏମଏୱାଇ ସହରାଞ୍ଚଳର ୫୩,୬୦୦ ରୁ ଅଧିକ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିବେ। ପିଏମଏୱାଇ ସହରାଞ୍ଚଳର ୬୬୦୦ ରୁ ଅଧିକ ସମ୍ପୂର୍ଣ୍ଣ ଘରର ଗୃହ ପ୍ରବେଶ ସମାରୋହ ପାଳନ ଅବସରରେ ସେ କିଛି ହିତାଧିକାରୀଙ୍କୁ ଚାବି ମଧ୍ୟ ପ୍ରଦାନ କରିବେ।

ଓଡ଼ିଶାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେବେ।

ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବେ। ଏହି ପ୍ରକଳ୍ପଗୁଡ଼ିକ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥର କିଛି ଅଂଶ ଓ ଏକ ନୂତନ ରେଳ ଲାଇନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ କଭର କରିବ।

ଜାତୀୟ ରେଳ ନେଟୱାର୍କ ସହିତ ଜିଲ୍ଲାର ସମନ୍ୱୟ ପାଇଁ ଏକ ଐତିହାସିକ ଘଟଣା କ୍ରମେ, ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗୀକରଣ କରୁଥିବା ନୂତନ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ସ୍ୱଚ୍ଛ ଶକ୍ତି ଏବଂ ସ୍ଥାୟୀ ପରିବହନକୁ ପ୍ରୋତ୍ସାହନ ସ୍ୱରୂପ ଆଧୁନିକ, ପରିବେଶ ଅନୁକୂଳ ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ (ସିଆରୟୁଟି) ସିଷ୍ଟମ ଅଧୀନରେ ୧୦୦ଟି ବୈଦ୍ୟୁତିକ ବସ୍‌କୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ୍ ପ୍ରକାଶ କରିବେ। ୨୦୩୬ (ଯେତେବେଳେ ଓଡ଼ିଶା ଭାରତର ପ୍ରଥମ ଭାଷାଗତ ରାଜ୍ୟ ଭାବରେ ୧୦୦ ବର୍ଷ ପୂରଣ କରିବ) ଏବଂ ୨୦୪୭ (ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ) ର ଐତିହାସିକ ବର୍ଷଗୁଡ଼ିକ ଉପରେ ଆଧାରିତ, ଏହି ଦୃଷ୍ଟିକୋଣ ସମନ୍ବିତ ଅଭିବୃଦ୍ଧି ପାଇଁ ଏକ ମହତ୍ୱାକାଂକ୍ଷୀ ଏବଂ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ରୋଡମ୍ୟାପ୍ ର ରୂପରେଖ ପ୍ରସ୍ତୁତ କରିବ।

ବିଶିଷ୍ଟ ଓଡ଼ିଆମାନଙ୍କ ଅବଦାନକୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ, ପ୍ରଧାନମନ୍ତ୍ରୀ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ପଦକ୍ଷେପ ଆରମ୍ଭ କରିବେ। ଏହା ସାଂସ୍କୃତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ଓଡ଼ିଶାର ଐତିହ୍ୟକୁ ସମ୍ମାନିତ କରିବା ପାଇଁ ସଂଗ୍ରହାଳୟ, ବ୍ୟାଖ୍ୟାନ କେନ୍ଦ୍ର, ପ୍ରତିମୂର୍ତ୍ତି, ପାଠାଗାର ଏବଂ ସାର୍ବଜନୀନ ସ୍ଥାନ ମାଧ୍ୟମରେ ମହାପୁରୁଷଙ୍କ ଜନ୍ମସ୍ଥାନକୁ ଜୀବନ୍ତ ସ୍ମାରକୀରେ ପରିଣତ କରିବାର ଲକ୍ଷ୍ୟ ରଖିଛି।

ରାଜ୍ୟରେ ସମୃଦ୍ଧି ଏବଂ ଆତ୍ମନିର୍ଭରଶୀଳତାର ପ୍ରତୀକ ଭାବରେ ୧୬.୫୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦିଙ୍କୁ ଉତ୍ସାହିତ କରିବା ସହିତ, ପ୍ରଧାନମନ୍ତ୍ରୀ ସମଗ୍ର ରାଜ୍ୟର ମହିଳା କୃତିତ୍ୱ ହାସଲକାରୀଙ୍କୁ ସମ୍ମାନିତ କରିବେ।

ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ

୧୧ଶ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ଅବସରରେ, ପ୍ରଧାନମନ୍ତ୍ରୀ ବିଶାଖାପାଟଣାରୁ ଜାତୀୟ ଉତ୍ସବର ନେତୃତ୍ୱ ନେବେ। ସେ ବିଶାଖାପାଟଣାର ବେଳାଭୂମିରେ ପ୍ରାୟ ୫ ଲକ୍ଷ ଅଂଶଗ୍ରହଣକାରୀଙ୍କ ସହିତ କମନ୍ ଯୋଗ ପ୍ରୋଟୋକଲ (ସିୱାଇପି) ଅଧିବେଶନରେ ଅଂଶଗ୍ରହଣ କରିବେ, ଏବଂ ଦେଶକୁ ଯୋଗ ପ୍ରଦର୍ଶନରେ ନେତୃତ୍ୱ ଦେବେ। ଯୋଗ ସଙ୍ଗମ କାର୍ଯ୍ୟକ୍ରମଗୁଡ଼ିକ ସାରା ଭାରତରେ ୩.୫ ଲକ୍ଷରୁ ଅଧିକ ସ୍ଥାନରେ ଏକକାଳୀନ ଅନୁଷ୍ଠିତ ହେବ। ଏହି ବର୍ଷ, ମାଇଁ ଗଭ୍ ଏବଂ ମାଇଁ ଭାରତ ଭଳି ପ୍ଲାଟଫର୍ମରେ ଯୋଗ ଅନପ୍ଲଗ୍ଡ ଅଧୀନରେ ପରିବାର ସହିତ ଯୋଗ ଏବଂ ଯୁବ-କେନ୍ଦ୍ରିତ ପଦକ୍ଷେପ ଭଳି ବିଶେଷ ପ୍ରତିଯୋଗିତା ଆରମ୍ଭ କରାଯାଇଛି, ଯାହା ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରୁଛି।

ଚଳିତ ବର୍ଷର ବିଷୟବସ୍ତୁ, "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ " ମାନବ ଏବଂ ପୃଥିବୀ ମଧ୍ୟରେ ସମନ୍ବୟକୁ ଗୁରୁତ୍ବ ପ୍ରଦାନ କରିଥାଏ ଏବଂ ଭାରତର "ସର୍ବେ ସନ୍ତୁ ନିରାମୟ" (ସମସ୍ତେ ରୋଗ ମୁକ୍ତ ହୁଅନ୍ତୁ) ଦର୍ଶନରେ ଅନୁପ୍ରାଣୀତ ହୋଇ ସାମୂହିକ ସୁସ୍ଥତାର ବିଶ୍ୱ ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ। ୨୦୧୫ ରେ ଏହାର ପ୍ରତିଷ୍ଠା ହେବା ପରଠାରୁ, ଯେତେବେଳେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ୨୧ ଜୁନକୁ ଆଇଡିୱାଇ ଭାବରେ ପାଳନ କରିବା ପାଇଁ ଭାରତର ପ୍ରସ୍ତାବକୁ ଗ୍ରହଣ କରିଥିଲା, ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହିଷୁର, ନ୍ୟୁୟର୍କ (ଜାତିସଂଘ ମୁଖ୍ୟାଳୟ) ଏବଂ ଶ୍ରୀନଗର ସମେତ ବିଭିନ୍ନ ସ୍ଥାନରୁ ଉତ୍ସବଗୁଡ଼ିକର ନେତୃତ୍ୱ ନେଇଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ସେବେ ଠାରୁ ଏକ ଶକ୍ତିଶାଳୀ ବିଶ୍ୱ ସ୍ୱାସ୍ଥ୍ୟ ଆନ୍ଦୋଳନରେ ପରିଣତ ହୋଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour