ପ୍ରଧାନମନ୍ତ୍ରୀ ଜାନୁଆରୀ ୧୭ ତାରିଖରେ ବୋଡୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରୁଥିବା ଏକ ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ “ବାଗୁରୁମ୍ବା ଦୋଉ ୨୦୨୬”ରେ ଯୋଗ ଦେବେ
ବୋଡୋ ସମ୍ପ୍ରଦାୟର ୧୦,୦୦୦ରୁ ଅଧିକ କଳାକାର ବାଗୁରୁମ୍ବା ନୃତ୍ୟ ପ୍ରଦର୍ଶନ କରିବେ
ପ୍ରଧାନମନ୍ତ୍ରୀ କାଳିଆବୋରରେ ୬,୯୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପ ପାଇଁ ଭୂମି ପୂଜନ କରିବେ
ପ୍ରକଳ୍ପ ପ୍ରାଣୀମାନଙ୍କର ନିରନ୍ତର ଗତିବିଧି ସୁନିଶ୍ଚିତ କରିବ, ମାନବ - ବନ୍ୟପ୍ରାଣୀ ସଂଘର୍ଷ ହ୍ରାସ କରିବ ଏବଂ ଆଞ୍ଚଳିକ ସଂଯୋଗୀକରଣକୁ ମଧ୍ୟ ବୃଦ୍ଧି କରିବ
ପ୍ରଧାନମନ୍ତ୍ରୀ ଗୌହାଟୀ (କାମାକ୍ଷା) - ରୋହତକ ଏବଂ ଦିବ୍ରୁଗଡ଼ - ଲକ୍ଷ୍ନୌ (ଗୋମତୀ ନଗର) ମଧ୍ୟରେ ୨ଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ

ଜାନୁଆରୀ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ, ପ୍ରଧାନମନ୍ତ୍ରୀ ୬,୯୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମି ପୂଜନ କରିବେ ଏବଂ ନଗାଓଁ ଜିଲ୍ଲାର କାଳିଆବୋରରେ ୨ଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଗୌହାଟୀରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଗୌହାଟୀର ସରୁସଜାଇ ଷ୍ଟାଡିୟମରେ ବୋଡୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରୁଥିବା ଏକ ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ “ବାଗୁରୁମ୍ବା ଦୋଉ ୨୦୨୬”ରେ ଯୋଗଦେବେ।

ଏହି ଅବସରରେ, ବୋଡୋ ସମ୍ପ୍ରଦାୟର ୧୦,୦୦୦ ରୁ ଅଧିକ କଳାକାର ଏକାଠି ହୋଇ ବାଗୁରୁମ୍ବା ନୃତ୍ୟ ପରିବେଷଣ କରିବେ। ରାଜ୍ୟର ୨୩ଟି ଜିଲ୍ଲାର ୮୧ଟି ବିଧାନସଭା ନିର୍ବାଚନମଣ୍ଡଳୀର କଳାକାରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ବାଗୁରୁମ୍ବା ହେଉଛି ବୋଡୋ ସମ୍ପ୍ରଦାୟର ଏକ ଲୋକନୃତ୍ୟ, ଯାହା ପ୍ରକୃତି ଦ୍ୱାରା ପ୍ରେରିତ। ଏହି ନୃତ୍ୟ ପ୍ରସ୍ଫୁଟିତ ଫୁଲର ପ୍ରତୀକ ଏବଂ ମାନବ ଜୀବନ ଏବଂ ପ୍ରାକୃତିକ ଜଗତ ମଧ୍ୟରେ ସମନ୍ୱୟକୁ ଦର୍ଶାଏ। ପାରମ୍ପରିକ ଭାବରେ, ଏହି ନୃତ୍ୟ ବୋଡୋ ଯୁବତୀମାନଙ୍କ ଦ୍ୱାରା ପରିବେଷିତ ହୋଇଥାଏ, ଯେଉଁଥିରେ ପୁରୁଷ ଗାୟକମାନେ ଗୀତ ଗାଇଥାନ୍ତି। ଏହି ନୃତ୍ୟରେ ପ୍ରଜାପତି, ପକ୍ଷୀ, ପତ୍ର ଏବଂ ଫୁଲର କୋମଳ, ଚଳଚଞ୍ଚଳ ଗତିବିଧିକୁ ପ୍ରଦର୍ଶିତ କରାଯାଏ। ଏହି ନୃତ୍ୟକୁ ସାଧାରଣତଃ ଗୋଷ୍ଠୀରେ ପରିବେଷଣ କରାଯାଏ, ବୃତ୍ତାକାର ଭାବେ କିମ୍ବା ଧାଡିରେ ଏହା ପ୍ରଦର୍ଶିତ ହୋଇଥାଏ, ଯାହା ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରେ।

ବାଗୁରୁମ୍ବା ନୃତ୍ୟ ବୋଡୋ ଲୋକଙ୍କ ପାଇଁ ଗଭୀର ସାଂସ୍କୃତିକ ମହତ୍ତ୍ୱ ରଖେ। ଏହା ଶାନ୍ତି, ପ୍ରଜନନ, ଆନନ୍ଦ ଏବଂ ସାମୂହିକ ସଦ୍ଭାବକୁ ପ୍ରତିନିଧିତ୍ୱ କରେ, ଏବଂ ଏହା ୱିସାଗୁ , ବୋଡୋ ନବବର୍ଷ ଏବଂ ଡୋମାସି ଭଳି ପର୍ବଗୁଡ଼ିକ ସହିତ ଘନିଷ୍ଠ ଭାବରେ ଜଡିତ ।

କାଳିଆବୋରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୬୯୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପ (ଏନଏଚ୍–୭୧୫ର କାଳିଆବୋର-ନୁମାଲିଗଡ଼ ସେକ୍ସନର ୪-ଲେନିଂ)ର ଭୂମି ପୂଜନ କରିବେ।

୮୬ କିଲୋମିଟର ଲମ୍ବ କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପ ଏକ ପରିବେଶ ଦୃଷ୍ଟିରୁ ସଚେତନ ଜାତୀୟ ରାଜପଥ ପ୍ରକଳ୍ପ। ଏଥିରେ ୩୫ କିଲୋମିଟର ଉଚ୍ଚ ବନ୍ୟପ୍ରାଣୀ କରିଡର ରହିବ ଯାହା କାଜିରଙ୍ଗା ଜାତୀୟ ଉଦ୍ୟାନ ଦେଇ ଗତି କରିବ, ୨୧ କିଲୋମିଟର ବାଇପାସ୍ ସେକ୍ସନ ରହିବ ଏବଂ ଏଥିରେ ଏନଏଚ୍-୭୧୫ ର ପୂର୍ବରୁ ରହିଥିବା ରାଜପଥ ସେକ୍ସନକୁ ଦୁଇରୁ ଚାରି ଲେନ ପର୍ଯ୍ୟନ୍ତ ୩୦ କିଲୋମିଟର ରାସ୍ତାକୁ ପ୍ରଶସ୍ତ କରାଯିବ। ଏହି ପ୍ରକଳ୍ପର ଲକ୍ଷ୍ୟ ପାର୍କର ସମୃଦ୍ଧ ଜୈବ ବିବିଧତାର ସୁରକ୍ଷା ସୁନିଶ୍ଚିତ କରିବା ସହିତ ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତ କରିବା।

ଏହି ପ୍ରକଳ୍ପ ନଗାଓଁ, କାର୍ବି ଆଙ୍ଗଲଙ୍ଗ ଏବଂ ଗୋଲାଘାଟ ଜିଲ୍ଲା ଦେଇ ଗତି କରିବ ଏବଂ ଉପର ଆସାମ, ବିଶେଷ କରି ଦିବୃଗଡ଼ ଏବଂ ତିନସୁକିଆ ସହିତ ଯୋଗାଯୋଗରେ ଉଲ୍ଲେଖନୀୟ ଉନ୍ନତି ଆଣିବ। ଉନ୍ନତ ବନ୍ୟପ୍ରାଣୀ କରିଡର ପ୍ରାଣୀଙ୍କ ନିରବଚ୍ଛିନ୍ନ ଗତିବିଧି ସୁନିଶ୍ଚିତ କରିବ, ମାନବ- ବନ୍ୟପ୍ରାଣୀ ସଂଘର୍ଷ ହ୍ରାସ କରିବ। ଏହା ସଡ଼କ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରିବ, ଯାତ୍ରା ସମୟ ତଥା ଦୁର୍ଘଟଣା ହାର ହ୍ରାସ କରି, ବର୍ଦ୍ଧିତ ଯାତ୍ରୀ ଏବଂ ମାଲ ପରିବହନକୁ ସମର୍ଥନ କରିବ। ପ୍ରକଳ୍ପର ଅଂଶ ସ୍ୱରୂପ, ଜାଖଲାବନ୍ଧ ଏବଂ ବୋକାଖାତରେ ବାଇପାସ ବିକଶିତ କରାଯିବ, ଯାହା ସହରଗୁଡ଼ିକୁ ଭିଡ଼ କମ କରିବା, ସହରାଞ୍ଚଳ ଗତିଶୀଳତାକୁ ଉନ୍ନତ କରିବା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବାରେ ସାହାଯ୍ୟ କରିବ।

ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ୨ଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ - ଗୌହାଟୀ (କାମାକ୍ଷା) - ରୋହତକ ଅମୃତ ଭାରତ ଏକ୍ସପ୍ରେସ ଏବଂ ଦିବ୍ରୁଗଡ଼ - ଲକ୍ଷ୍ନୌ (ଗୋମତୀ ନଗର) ଅମୃତ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ନୂତନ ଟ୍ରେନ ସେବାଗୁଡ଼ିକ ଉତ୍ତର -ପୂର୍ବ ଏବଂ ଉତ୍ତର ଭାରତ ମଧ୍ୟରେ ରେଳ ସଂଯୋଗକୁ ସୁଦୃଢ଼ କରିବ, ଯାହା ଲୋକଙ୍କ ପାଇଁ ସୁରକ୍ଷିତ ଏବଂ ସୁବିଧାଜନକ ଯାତ୍ରାକୁ ସକ୍ଷମ କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How AI & next-gen tech driving India’s MedTech growth

Media Coverage

How AI & next-gen tech driving India’s MedTech growth
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi