In a key step to boost connectivity in North-East, PM to inaugurate first greenfield airport in Arunachal pradesh - ‘Donyi Polo Airport, Itanagar’
Airport’s name reflects the age-old indigenous reverence to Sun (‘Donyi’) and the Moon (‘Polo’) in Arunachal Pradesh
Developed at a cost of more than 640 crore, the airport will improve connectivity and will act as a catalyst for the growth of trade and tourism in the region
PM to also dedicate 600 MW Kameng Hydro Power Station to the Nation - developed at a cost of more than Rs 8450 crore
Project will make Arunachal Pradesh a power surplus state
PM to inaugurate ‘Kashi Tamil Sangamam’ - a month-long programme being organised in Varanasi
Programme reflects the spirit of ‘Ek Bharat Shreshtha Bharat’
​​​​​​​It aims to celebrate, reaffirm and rediscover the age-old links between Tamil Nadu and Kashi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀଠାରେ ଆୟୋଜିତ ହେଉଥିବା ମାସେ ବ୍ୟାପୀ ‘କାଶୀ ତାମିଲ ସଙ୍ଗମମ୍‌’ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ । କାର୍ଯ୍ୟକ୍ରମରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହ ପ୍ରତିଫଳିତ। ତାମିଲନାଡୁ-କାଶୀ ମଧ୍ୟରେ ଯୁଗ ଯୁଗ ଧରି ରହି ଆସିଥିବା ସମ୍ପର୍କକୁ ଏହା ପୁନଃ ଉଦ୍‌ଜୀବିତ ଓ ପ୍ରତିପାଦିତ କରିବାକୁ ଲକ୍ଷ୍ୟ ରଖିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯, ୨୦୨୨ ଦିନ ଅରୁଣାଚଳ ପ୍ରଦେଶ ଓ ଉତ୍ତର ପ୍ରଦେଶ ଗସ୍ତ କରିବେ । ପ୍ରାୟ ପୂର୍ବାହ୍ନ ସାଢେ ନଅଟାବେଳେ ପ୍ରଧାନମନ୍ତ୍ରୀ ଇଟାନଗର ଠାରେ ଡୋନୟୀ ପୋଲୋ ବିମାନବନ୍ଦର ଉଦ୍‌ଘାଟନ କରିବା ସହ ୬୦୦ ମେଗାୱାଟ ଶକ୍ତି ସମ୍ପନ୍ନ କାମେଙ୍ଗ ଜଳ ବିଦ୍ୟୁତ  ଷ୍ଟେସନକୁ  ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ପରେ ସେ ଉତ୍ତରପ୍ରଦେଶର ବାରଣାସୀରେ ପହଞ୍ଚି ପ୍ରାୟ ଅପରାହ୍ନ ୨ଟାବେଳେ ‘କାଶୀ ତାମିଲ ସଙ୍ଗମମ୍‌’କୁ ଉଦ୍‌ଘାଟନ କରିବେ ।

-ଅରୁଣାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ-

 ଉତ୍ତର-ପୂର୍ବାଞ୍ଚଳରେ ସଂଯୋଗୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଇଟାନଗର ଠାରେ ଅରୁଣାଚଳ ପ୍ରଦେଶର ପ୍ରଥମ ଗ୍ରୀନ ଫିଲ୍ଡ ବିମାନବନ୍ଦର “ଡୋନୟୀ ପୋଲୋ’ ବିମାନବନ୍ଦରୁ ଉଦ୍‌ଘାଟନ କରିବେ । ସୂର୍ଯ୍ୟ ଓ ଚନ୍ଦ୍ରକୁ ଯୁଗ ଯୁଗ ଧରି ଭାରତୀୟ ପରମ୍ପରାରେ ଆରଧନା କରଯାଉଥିବା ଅରୁଣାଚଳ ପ୍ରଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏହି ବିମାନବନ୍ଦର ନାମକରଣରେ ପ୍ରତିଫଳିତ ହୋଇଛି ।

ଅରୁଣାଚଳ ପ୍ରଦେଶର ଏହି ପ୍ରଥମ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ୬୪୦କୋଟି ଟଙ୍କା ବ୍ୟୟରେ ୬୯୦ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରେ ନିର୍ମିତ ହୋଇଛି । ୨୩୦୦ମିଟର ରନୱେ ବିଶିଷ୍ଟ ଏହି ବିମାନବନ୍ଦର ସବୁପ୍ରକାର ପାଗ ନିମନ୍ତେ ଅନୁକୂଳ। ବିମାନ ବନ୍ଦର ଟର୍ମିନାଲ ଏକ ଆଧୁନିକ  ଭବନ ଯେଉଁଠାରେ ଶକ୍ତି ସାମର୍ଥ୍ୟ, ଅକ୍ଷୟ ଶକ୍ତି ଓ ସମ୍ବଳର ପୁନଃ ପ୍ରକ୍ରିୟାକରଣ ଉପଲବ୍ଧ ।

ଇଟାନଗରରେ ନୂତନ ବିମାନବନ୍ଦର ସଂଯୋଗୀକରଣ ଉନ୍ନତ କରିବା ସହ ସେ ଅଞ୍ଚଳରେ ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟାଇ ଆର୍ଥିକ ଘଟାଇ ଆର୍ଥିକ ବିକାଶରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ମଧ୍ୟ ୬୦୦ ମେଗାୱାଟ ବିଶିଷ୍ଟ କାମେଙ୍ଗ ଜଳବିଦ୍ୟୁତ ଷ୍ଟେସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୮୪୫୦ କୋଟି ଟଙ୍କାର ଅଧିକ ବ୍ୟୟରେ  ନିର୍ମିତ ଏହି କେନ୍ଦ୍ର  ଅରୁଣାଚଳ ପ୍ରଦେଶର ପଶ୍ଚିମ କେମାଙ୍ଗ ଜିଲ୍ଲାର ୮୦ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପ୍ତ ହୋଇଛି । ଏହା ଅରୁଣାଚଳ ପ୍ରଦେଶକୁ ଏକ ବଳକା ବିଦ୍ୟୁତ ରାଜ୍ୟରେ ପରିଣତ କରିବା ସହ ଜାତୀୟ ଗ୍ରୀଡକୁ ମଧ୍ୟ ସୁଦୃଢ କରିବ ।

ଏହି ପ୍ରକଳ୍ପ ସବୁଜ ଶକ୍ତି ବୃଦ୍ଧି ନେଇ ଦେଶର ଅଙ୍ଗୀକାରବଦ୍ଧତାକୁ ସାକାର କରିବ ।

ବାରଣାସୀରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ “ଏକ ଭାରତ ଶ୍ରେଷ୍ଠ ଭାରତ” ଚିନ୍ତାଧାରା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ପ୍ରତିଫଳିତ ହୋଇଛି । ଏହାର ଆଉ ଏକ ପଦକ୍ଷେପ ସ୍ୱରୂପ “କାଶୀ ତାମିଲ ସଙ୍ଗମମ୍‌’ ଏକ ମାସିକିଆ କାର୍ଯ୍ୟକ୍ରମ କାଶୀ (ବାରଣାସୀ)ଠାରେ ଆୟୋଜିତ ହେଉଛି । ନଭେମ୍ବର ୧୯ତାରିଖ ଦିନ ପ୍ରଧାନମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବେ ।

ତାମିଲନାଡୁ ଓ କାଶୀ ମଧ୍ୟରେ ରହିଥିବା ଯୁଗ ଯୁଗ ବ୍ୟାପୀ ପ୍ରାଚୀନ ସମ୍ପର୍କର ପୁନଃ ପ୍ରତିଷ୍ଠା ଓ ଏହାକୁ ଉତ୍ସବ ଭାବେ ପାଳନ କରିବା ହେଉଛି  ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ତାମିଲନାଡୁ ଓ କାଶୀ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାଚନୀ ଜ୍ଞାନ ଆହରଣର ସ୍ଥାନ ଭାବେ ରହିଆସିଛି । ଦୁଇ ଅଞ୍ଚଳର ବିଦ୍ୱାନ, ଛାତ୍ରଛାତ୍ରୀ, ଦାର୍ଶନିକ, ବଣିକ, ନିର୍ମାଣ ଶିଳ୍ପୀ, କଳାକାର ଏଠାରେ କାର୍ଯ୍ୟକ୍ରମ ଜରିଆରେ ଏକତ୍ରିତ ହୋଇ ସେମାନଙ୍କ ଜ୍ଞାନ, ସଂସ୍କୃତି ଓ ନିଜସ୍ୱ ଅଭିଜ୍ଞତା ଆଦାନ ପ୍ରଦାନ କରିବେ ।  ୨୫ଶହରୁ ଅଧିକ ପ୍ରତିନିଧି ତାମିଲନାଡୁରୁ କାଶୀ ପରିଦର୍ଶନରେ ଯିବେ । ସେମାନେ ଆଲୋଚନାଚକ୍ର, ଦର୍ଶନୀୟ ସ୍ଥାନ ପରିଦର୍ଶନ ସହ ସ୍ଥାନୀୟ ଜନସାଧାରଣଙ୍କ ସହ ଆପୋଷ ଆଲୋଚନା ଜରିଆରେ ମତ ବିନିମୟ କରିବେ । ଏକ ମାସ ବ୍ୟାପୀ ବସ୍ତ୍ରକଳା, ହସ୍ତକଳା, ଓଡିଓପି ସାମଗ୍ରୀ, ପୁସ୍ତକ, ବୃତ୍ତଚିତ୍ର, ଆହାର, କକ୍ଷ ସାମଗ୍ରୀ ଇତ୍ୟାଦିର ପ୍ରଦର୍ଶନୀ କାଶୀଠାରେ ଆୟୋଜିତ ହେବ ।

ଜାତୀୟ ଶିକ୍ଷାନୀତି ୨୦୨୦ରେ  ଭାରତୀୟ ଜ୍ଞାନ ପଦ୍ଧତି, ଆଧୁନିକ ଜ୍ଞାନ ପଦ୍ଧତି ସହ ସମ୍ମିଶ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି । ଆଇଆଇଟି ମାନ୍ଦ୍ରାଜ ଓ ବିଏଚୟୁ ଏହି ଦୁଇଟି ସଂସ୍ଥା କାର୍ଯ୍ୟକ୍ରମଟିକୁ ତ୍ୱରାନ୍ୱିତ କରୁଛନ୍ତି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"