ପ୍ରଧାନମନ୍ତ୍ରୀ କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନ ୨୦୨୫ର ଉଦଘାଟନ କରିବେ
୯ କୋଟି କୃଷକମାନଙ୍କ ପାଇଁ ପିଏମ- କିସାନ ନିଧିର ୨୧ତମ କିସ୍ତିରେ ୧୮ ହଜାର କୋଟି ଟଙ୍କା ଜାରି କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ପୁଟ୍ଟପର୍ତ୍ତିରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗଦେବେ
ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନ, ଶିକ୍ଷା ଏବଂ ଚିରନ୍ତନ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ ସେଟ୍ ଜାରି କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଆନ୍ଧ୍ର ପଦେଶ ଓ ତାମିଲନାଡ଼ୁ ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ତ୍ତିରେ ସକାଳ ପ୍ରାୟ ୧୦ଟାରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ପବିତ୍ର ତୀର୍ଥସ୍ଥଳ ଏବଂ ମହାସମାଧିକୁ ଯାଇ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ । ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୦ଟା ୩୦ରେ ଭଗବାନ ଶ୍ରୀ ସତ୍ୟସାଇଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଭାଗ ନେବେ । ସେ ଏହି ଅବସରରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନ, ଶିକ୍ଷା ଏବଂ ତାଙ୍କ ଚିରନ୍ତନ ଐତିହ୍ୟର ସମ୍ମାନରେ ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ସିରିଜ ଜାରି କରିବେ । ସେ ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଜନସମୂହକୁ ସମ୍ବୋଧିତ କରିବେ ।

ଏହାପରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁର କୋଏମ୍ବାଟୁର ଗସ୍ତ କରିବେ । ସେ ଦିନ ପ୍ରାୟ ୧.୩୦ରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନ ୨୦୨୫କୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୯ କୋଟି କୃଷକଙ୍କୁ ସହାୟତା ପ୍ରଦାନ ପାଇଁ ପିଏମ-କିସାନ ଯୋଜନାରେ ୨୧ତମ କିସ୍ତି ଭାବେ ୧୮ ହଜାର କୋଟିରୁ ଅଧିକ ଟଙ୍କା ଜାରି କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଜନସମୂହକୁ ସମ୍ବୋଧିତ କରିବେ ।

ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନୀ ୨୦୨୫ ତାମିଲନାଡ଼ୁ ପ୍ର୍ରାକୃତିକ କୃଷି ହିତଧାରକ ମଞ୍ଚ ପକ୍ଷରୁ ୧୯ ରୁ ୨୧ ନଭେମ୍ବର ୨୦୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ଏହି ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ସ୍ଥିର, ପରିବେଶ ଅନୁକୂଳ, ରସାୟନମୁକ୍ତ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ତଥା ଭାରତରେ କୃଷିର ଭବିଷ୍ୟତ ପାଇଁ ବ୍ୟାବହାରିକ, ଜଳବାୟୁ ଅନୁକୂଳ ଏବଂ ଆର୍ଥିକ ରୂପରୁ ସ୍ଥିର ମଡେଲ ଭାବେ ପ୍ରାକୃତିକ ଏବଂ ପୁନଃ ବିକାଶ ଯୋଗ୍ୟ କୃଷି ଦିଗକୁ ପରିବର୍ତ୍ତନକୁ ଗତି ପ୍ରଦାନ କରିବା ।

ଏହି ଶିଖର ସମ୍ମିଳନୀ କୃଷକ ଏବଂ ଉତ୍ପାଦକ ସଙ୍ଗଠନ ତଥା ଗ୍ରାମୀଣ ଉଦ୍ୟୋଗୀଙ୍କ ପାଇଁ ବଜାର ସମ୍ପର୍କ ପ୍ରସ୍ତୁତ କରିବା ଉପରେ ମଧ୍ୟ କେନ୍ଦ୍ରୀଭୂତ ହେବ । ଏଥି ସହିତ ଏଥିରେ ଜୈବିକ ଇନପୁଟ, କୃଷି-ପ୍ରସଂସ୍କରଣ, ପର୍ଯ୍ୟାବରଣ ଅନୁକୂଳ ପ୍ୟାକେଜିଙ୍ଗ ଏବଂ ସ୍ୱଦେଶୀ ପ୍ରଯୁକ୍ତିଗତ ନବାଚାରର ପ୍ରଦର୍ଶନ ମଧ୍ୟ କରାଯିବ । ଏହି କାର୍ଯ୍ୟକ୍ରମରେ ତାମିଲନାଡ଼ୁ, ପୁଡୁଚେରୀ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶର ୫୦ ହଜାରରୁ ଅଧିକ କୃଷକ, ପ୍ରାକୃତିକ କୃଷି ବ୍ୟବସାୟୀ, ବୈଜ୍ଞାନିକ, ଜୈବିକ ଇନପୁଟ ଯୋଗାଣକାରୀ, ବିକ୍ରେତା ଏବଂ ଅଂଶୀଦାର ଅଂଶ ଗ୍ରହଣ କରିବେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Proud Moment For Every Indian: PM Modi On Sarnath Being Inscribed On UNESCO World Heritage List

Media Coverage

Proud Moment For Every Indian: PM Modi On Sarnath Being Inscribed On UNESCO World Heritage List
NM on the go

Nm on the go

Always be the first to hear from the PM. Get the App Now!
...
Prime Minister praises historic feat at the 2026 World Junior Squash Championship
July 26, 2026

Prime Minister Shri Narendra Modi today hailed a historic feat at the 2026 World Junior Squash Championship. He expressed his pride in Anahat Singh for winning the Gold Medal and becoming the first Indian squash player ever to win the World Junior Championship title.

The Prime Minister noted that this accomplishment will further popularise squash among the youth.

In a post on X, the Prime Minister shared:

"A historic feat at the 2026 World Junior Squash Championship.

Proud of Anahat Singh for winning the Gold Medal and becoming the first Indian squash player ever to win the World Junior Championship title. This accomplishment will further popularise squash among the youth.

@Anahat_Singh13"