ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ୧୬୨ତମ ଜୟନ୍ତୀ ଅବସରରେ ଆୟୋଜିତ ହେବ କାର୍ଯ୍ୟକ୍ରମ
ମୁକ୍ତିଲାଭ କରିବ ୧୧ ଖଣ୍ଡର ପ୍ରଥମ ସିରିଜ୍

ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ୧୬୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିସେମ୍ବର ୨୫, ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ 'ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି'ର ୧୧ଖଣ୍ଡର ପ୍ରଥମ ସିରିଜ୍ ଉନ୍ମୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ଅମୃତ କାଳରେ ଦେଶ ସେବାରେ ଉଲ୍ଲେଖନୀୟ ଅବଦାନ ରଖିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉପଯୁକ୍ତ ମାନ୍ୟତା ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ। 'ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି' ଏ ଦିଗରେ ଏକ ପ୍ରୟାସ।

ପାଖାପାଖି ୪,୦୦୦ ପୃଷ୍ଠା ବିଶିଷ୍ଟ ଏହି ଦ୍ୱିଭାଷୀ (ଇଂରାଜୀ ଓ ହିନ୍ଦୀ) ପୁସ୍ତକଟି ଦେଶର କୋଣ ଅନୁକୋଣରୁ ସଂଗୃହୀତ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଲେଖା ଓ ଭାଷଣର ଏକ ସଂକଳନ । ଏହି ଖଣ୍ଡଗୁଡ଼ିକରେ ତାଙ୍କର ଅପ୍ରକାଶିତ ଚିଠି, ପ୍ରବନ୍ଧ ଏବଂ ଭାଷଣ, ସ୍ମାରକପତ୍ର ସମେତ ଅନ୍ତର୍ଭୁକ୍ତ; ୧୯୦୭ ମସିହାରେ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହିନ୍ଦୀ ସାପ୍ତାହିକ 'ଅଭ୍ୟୁଦୟ'ର  ସମ୍ପାଦକୀୟ ବିଷୟବସ୍ତୁ; ସମୟ ସମୟରେ ତାଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ, ପାମ୍ଫଲେଟ୍ ଏବଂ ପୁସ୍ତିକା; ୧୯୦୩ରୁ ୧୯୧୦ ମଧ୍ୟରେ ଆଗ୍ରା ଏବଂ ଅବଧ  ପ୍ରଦେଶର ବିଧାନ ପରିଷଦରେ ଦିଆଯାଇଥିବା ସମସ୍ତ  ଭାଷଣ; ରୟାଲ କମିଶନଙ୍କ ନିକଟରେ ଦିଆଯାଇଥିବା ଭାଷଣ;   ୧୯୧୦ରୁ ୧୯୨୦ ମଧ୍ୟରେ ଇମ୍ପେରିଆଲ ବିଧାନ ପରିଷଦରେ ବିଲ୍ ଉପସ୍ଥାପନ ସମୟରେ ଦିଆଯାଇଥିବା ଭାଷଣ; ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ପୂର୍ବରୁ ଏବଂ ପରେ ଲେଖାଯାଇଥିବା ଚିଠି, ପ୍ରବନ୍ଧ ଏବଂ ଭାଷଣ; ଏବଂ ୧୯୨୩ରୁ ୧୯୨୫ ମଧ୍ୟରେ ତାଙ୍କ ଦ୍ୱାରା ଲିଖିତ ଏକ ଡାଏରୀ । 

ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଆଦର୍ଶ ଓ ମୂଲ୍ୟବୋଧର ପ୍ରଚାର ପ୍ରସାର ପାଇଁ ସମର୍ପିତ ଅନୁଷ୍ଠାନ ମହାମନା ମାଲବ୍ୟ ମିଶନ ଦ୍ୱାରା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଲିଖିତ ଓ ବକ୍ତବ୍ୟର ଗବେଷଣା ଓ ସଂକଳନ କାର୍ଯ୍ୟ କରାଯାଇଥିଲା।  ବିଶିଷ୍ଟ ସାମ୍ବାଦିକ ଶ୍ରୀ ରାମ ବାହାଦୁର ରାୟଙ୍କ ନେତୃତ୍ୱରେ ମିଶନର ଏକ ଉତ୍ସର୍ଗୀକୃତ ଦଳ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ମୂଳ ସାହିତ୍ୟରେ ଭାଷା ଓ ପାଠରେ ପରିବର୍ତ୍ତନ ନକରି କାର୍ଯ୍ୟ କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରକାଶନ ବିଭାଗ ପକ୍ଷରୁ ଏହି ପୁସ୍ତକଗୁଡ଼ିକର ପ୍ରକାଶନ କରାଯାଇଛି।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ମଦନ ମୋହନ ମାଲବ୍ୟ ଆଧୁନିକ ଭାରତର ନିର୍ମାତାମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ସ୍ଥାନ ଅଧିକାର କରିଛନ୍ତି । ସେ ଜଣେ ଉତ୍କୃଷ୍ଟ ପଣ୍ଡିତ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବରେ ସ୍ମରଣୀୟ ଯିଏ ଲୋକଙ୍କ ମଧ୍ୟରେ ଜାତୀୟ ଚେତନା ସୃଷ୍ଟି କରିବା ପାଇଁ ଅତ୍ୟନ୍ତ ପରିଶ୍ରମ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Move from endless war to end of war': PM Modi to Russian President Putin

Media Coverage

Move from endless war to end of war': PM Modi to Russian President Putin
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the nation on achieving 7.8% GDP growth; highlights surging economic confidence
September 01, 2026

Prime Minister Shri Narendra Modi today congratulated the nation on achieving a Gross Domestic Product (GDP) growth rate of 7.8% in the first quarter of the financial year. Sharing a video message, the Prime Minister highlighted the strong economic numbers, emphasizing that these figures reflect a surging economic confidence.

In a post on X, the Prime Minister shared:

"7.8% growth.

Strong numbers.

Even stronger confidence."