ଭାରତରେ ୪୧ ବର୍ଷ ପରେ ହେଉଛି ଆଇଏଟିଏ ଏଜିଏମ୍
ବୈଶ୍ୱିକ ବିମାନ କମ୍ପାନିର ସିଇଓଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ପ୍ରତିଷ୍ଠା ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨ ତାରିଖ ଅପରାହ୍ଣ ପ୍ରାୟ ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ବାୟୁ ପରିବହନ ସଂଘ (ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ-ଆଇଏଟିଏ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)ରେ ଯୋଗ ଦେବେ ।  ଏହି ଅବସରରେ ସେ ଉପସ୍ଥିତ ସମାରୋହକୁ ମଧ୍ୟ ସମ୍ବୋଧିତ କରିବେ ।

ଜୁନ୍ ୧ ତାରିଖରେ ୩ ତାରିଖ ପର୍ଯ୍ୟନ୍ତ ଆଇଏଟିଏର ୮୧ ତମ ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବାୟୁ ପରିବହନ ଶିଖର ସମ୍ମିଳନୀ (ୱାର୍ଲ୍ଡ ଏୟାର ଟ୍ରାନ୍ସପୋର୍ଟ ସମିଟ୍ - ଡବ୍ଲୁଏଟିଏସ୍) ଅନୁଷ୍ଠିତ ହେବ । ଶେଷ ଥର ପାଇଁ ୪୧ ବର୍ଷ ପୂର୍ବେ ୧୯୮୩ ମସିହାରେ ଭାରତରେ ଏଜିଏମ୍ ହୋଇଥିଲା ।

ବିଶ୍ୱ ବାୟୁ ପରିବହନ ଶିଖର ସମ୍ମିଳନୀ ବିମାନ ଉଦ୍ୟୋଗ ସମ୍ମୁଖରେ ଥିବା ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ୱ ଦେବ । ଏହା ମଧ୍ୟରେ ବିମାନ ଉଦ୍ୟୋଗର ଅର୍ଥ ବ୍ୟବସ୍ଥା, ଆକାଶ ମାର୍ଗରେ ଯୋଗାଯୋଗ, ଶକ୍ତି ସୁରକ୍ଷା, ସ୍ଥିର ବିମାନ ଇନ୍ଧନ ଉତ୍ପାଦନ, ଫାଇନାନ୍ସିଂ ଡିକାର୍ବନାଇଜେସନ ଏବଂ ନବାଚାର ଆଦି ସାମିଲ ରହିଛି । ବିଶ୍ୱବ୍ୟାପୀ ବିମାନ ଉଦ୍ୟେଗ କ୍ଷେତ୍ରର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ବିମାନ ଚଳାଚଳ ପରିଦୃଶ୍ୟରେ ଭାରତର ଉଲ୍ଲେଖନୀୟ ପରିବର୍ତ୍ତନ ଏବଂ ଦେଶର ସାମାଜିକ-ଆର୍ଥିକ ବିକାଶରେ ଏହାର ଯୋଗଦାନର ସାକ୍ଷୀ ବନିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi