କଞ୍ଚାମାଲ ଠାରୁ ଆରମ୍ଭ କରି ବୟନ ଉତ୍ପାଦ ତଥା ସମ୍ପୂର୍ଣ୍ଣ ପ୍ରସ୍ତୁତ ଉତ୍ପାଦର ଶୃଙ୍ଖଳକୁ ଗୋଟିଏ ମଞ୍ଚକୁ ଆଣିବାକୁ ଏକ ନିଆରା କାର୍ଯ୍ୟକ୍ରମ
୧୨୦ ରୁ ଅଧିକ ଦେଶର ନୀତି ନିର୍ମାତା ଏବଂ ବୈଶ୍ୱିକ ସିଇଓ, ପ୍ରଦର୍ଶକ, ଆନ୍ତର୍ଜାତିକ କ୍ରେତା ଅଂଶ ଗ୍ରହଣ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୬ ତାରିଖ ଅପରାହ୍ଣ ପ୍ରାୟ ୪ଟା ସମୟରେ ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଭାରତ ଟେକ୍ସ-୨୦୨୫ରେ ସାମିଲ ହେବେ । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବାଧିତ କରିବେ ।

ଭାରତ ଟେକ୍ସ ୨୦୨୫ ଏକ ବ୍ୟାପକ ବୈଶ୍ୱିକ କାର୍ଯ୍ୟକ୍ରମ ଏବଂ ଏହା ଫେବୃଆରୀ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମଠାରେ ଆୟୋଜିତ ହେଉଛି । ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କାରଣ, ଏହା କଞ୍ଚାମାଲ ଠାରୁ ଆରମ୍ଭ କରି ବୟନ ଉତ୍ପାଦ ତଥା ସମ୍ପୂର୍ଣ୍ଣ ପ୍ରସ୍ତୁତ ଉତ୍ପାଦର ଶୃଙ୍ଖଳକୁ ଗୋଟିଏ ମଞ୍ଚକୁ ଆଣିବ ।

ଭାରତ ଟେକ୍ସ କପଡ଼ା ଉଦ୍ୟୋଗର ସର୍ବବୃହତ ଏବଂ ସବୁଠାରୁ ବ୍ୟାପକ ଆୟୋଜନ । ଏହା ଏକ ମେଗା ପ୍ରଦର୍ଶନୀ ଯେଉଁଠି ଦୁଇଟି ସ୍ଥାନରେ ବୟନ ଶିଳ୍ପର ସମ୍ପୂର୍ଣ୍ଣ ବ୍ୟବସ୍ଥା ପ୍ରଦର୍ଶିତ ହେବ । ଏହି ଅବସରରେ ୭୦ରୁ ଅଧିକ ସମ୍ମିଳନୀ ଅଧିବେଶନ, ଗୋଲଟେବୁଲ ବୈଠକ, ପ୍ୟାନେଲ ଆଲୋଚନା ଏବଂ ବୈଶ୍ୱିକ ସ୍ତରର ମାଷ୍ଟର କ୍ଲାସେସ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ହେବାକୁ ଥିବା ପ୍ରଦର୍ଶନୀରେ ବିଶେଷ ନବାଚାର ଏବଂ ଷ୍ଟାର୍ଟ ଅପ୍ ମଣ୍ଡପ ରହିବ । ଏଥିସହ ହାକାଥନ୍ ଭିତ୍ତିକ ଷ୍ଟାର୍ଟ ଅପ୍ ପିଚ୍ ଫେଷ୍ଟ, ଇନୋଭେସନ ଫେଷ୍ଟ, ଟେକ୍ ଟ୍ୟାଙ୍କସ ଏବଂ ଡିଜାଇନ ଆହ୍ୱାନକୁ ମଧ୍ୟ ସାମିଲ କରାଯିବ । ଏହା ପ୍ରମୁଖ ନିବେଶକ ମାନଙ୍କ ମଧ୍ୟରେ ଷ୍ଟାର୍ଟ ଅପ୍ ଗୁଡ଼ିକ ପାଇଁ ବିତ୍ତୀୟ ସହାୟତାର ଅବସର ପ୍ରଦାନ କରିବ ।

ଭାରତ ଟେକ୍ସ ୨୦୨୫ରେ ନୀତି ନିର୍ମାତାଗଣ, ବୈଶ୍ୱିକ ସିଇଓମାନଙ୍କ ସହିତ ୫୦୦୦ ରୁ ଅଧିକ ପ୍ରଦର୍ଶକ, ୧୨୦ରୁ ଅଧିକ ଦେଶର ୬୦୦୦ ଆନ୍ତର୍ଜାତିକ କ୍ରେତା ଏବଂ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେବା ଆଶା କରାଯାଏ । ଆନ୍ତର୍ଜାତିକ ବସ୍ତ୍ର ନିର୍ମାତା ସଂଘ (ଆଇଟିଏମଏଫ), ଆନ୍ତର୍ଜାତିକ କପା ପରାମର୍ଶଦାତା କମିଟି (ଆଇସିଏସି), ଇଉରାଟେକ୍ସ, ଟେକ୍ସଟାଇଲ ଏକ୍ସଚେଞ୍ଜ, ୟୁଏସ ଫେସନ ଇଣ୍ଡଷ୍ଟ୍ରି ଆସୋସିଏସନ (ୟୁଏସଏଫଆଇଏ) ଏବଂ ଅନ୍ୟମାନେ ମଧ୍ୟ ଅଂଶ ଗ୍ରହଣ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India stands tall in shaky world economy as Fitch lifts FY26 growth view to 7.5%

Media Coverage

India stands tall in shaky world economy as Fitch lifts FY26 growth view to 7.5%
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 13, 2026
March 13, 2026

Resilient India Under PM Modi: Diplomatic Mastery, Youth Power, and Unstoppable Progress