ଭାରତ-ଜର୍ମାନୀ ରଣନୈତିକ ସହଭାଗୀତାରେ ହୋଇଥିବା ପ୍ରଗତି ସମୀକ୍ଷା କରିବେ ଉଭୟ ନେତା
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚାନ୍ସେଲର ମର୍ଜ ସାବରମତୀ ଆଶ୍ରମ ପରିଦର୍ଶନ କରି ଅହମଦାବାଦରେ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଯୋଗଦେବେ

ପ୍ରଧାନମନ୍ତ୍ରୀ ଆସନ୍ତା ଜାନୁଆରୀ ୧୨, ଅହମ୍ମଦାବାଦଠାରେ ଜର୍ମାନୀର ଫେଡେରାଲ ଚାନ୍ସେଲର ମହାମହିମ ଶ୍ରୀ ଫ୍ରେଡରିଚ୍ ମର୍ଜଙ୍କୁ ଭେଟିବେ । 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଜର୍ମାନୀର ଫେଡେରାଲ ଚାନ୍ସେଲର ମହାମହିମ ଶ୍ରୀ ଫ୍ରେଡରିଚ୍ ମର୍ଜ ଜାନୁଆରୀ ୧୨-୧୩ରେ ଭାରତକୁ ଏକ ସରକାରୀ ଗସ୍ତରେ ଆସୁଛନ୍ତି । ଏହା ଚାନ୍ସେଲର ମର୍ଜଙ୍କ ପ୍ରଥମ ସରକାରୀ ଭାରତ ଗସ୍ତ ହେବ।

ଜାନୁଆରୀ ୧୨ ସକାଳ ୯.୩୦ରେ ଉଭୟ ନେତା, ସାବରମତୀ ଆଶ୍ରମ ପରିଦର୍ଶନ କରିବେ ଏବଂ ସକାଳ ୧୦ଟାରେ, ସେମାନେ ସାବରମତୀ ନଦୀକୂଳରେ ଆୟୋଜିତ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଅଂଶଗ୍ରହଣ କରିବେ। ଏହା ପରେ ପୂର୍ବାହ୍ନ ୧୧:୧୫ରେ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଦ୍ୱିପାକ୍ଷିକ ବୈଠକ ହେବ।

ଏହି ଅବସରରେ ଉଭୟ ନେତା ଭାରତ-ଜର୍ମାନୀ ରଣନୈତିକ ସହଭାଗୀତାର ପ୍ରଗତି ସମୀକ୍ଷା କରିବେ, ଯାହାକି ନିକଟରେ ୨୫ ବର୍ଷ ପୂରଣ କରିଛି। ଦ୍ବିପାକ୍ଷିକ ଆଲୋଚନାରେ ବାଣିଜ୍ୟ ଏବଂ ନିବେଶ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଦକ୍ଷତା ଏବଂ ଗତିଶୀଳତାରେ ସହଯୋଗକୁ ଆହୁରି ମଜବୁତ କରିବା ସହିତ ପ୍ରତିରକ୍ଷା ଓ ସୁରକ୍ଷା, ବିଜ୍ଞାନ, ନବସୃଜନ ଏବଂ ଗବେଷଣା, ସବୁଜ ଏବଂ ସ୍ଥାୟୀ ବିକାଶ ତଥା ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଇବା ଉପରେ ମଧ୍ୟ ଧ୍ୟାନ ଦିଆଯିବ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚାନ୍ସେଲର ମର୍ଜ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବେ ଏବଂ ଉଭୟ ଦେଶର ବ୍ୟବସାୟ ତଥା ଶିଳ୍ପ ନେତାଙ୍କ ସହ ଆଲୋଚନା କରିବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional