ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ଆଲିଗଡ ଖଣ୍ଡ ଓ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନୀ ମଡେଲ ଦେଖିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୪ରେ ଆଲିଗଡଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ(ଷ୍ଟେଟ ୟୁନିଭରସିଟି)ର ଶିଳାନ୍ୟାସ କରିବେ । ମଧ୍ୟାହ୍ନ ୧୨ଘଣ୍ଟା ସମୟରେ ଏହି ବିଶ୍ୱବିଦ୍ୟାଳୟର ଶୁଭ ଦିଆଯିବ । ଏହା ପରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଏକ ପ୍ରଦର୍ଶନୀରେ ଯୋଗଦେଇ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ଆଲିଗଡଖଣ୍ଡର ମଡେଲ ପରିଦର୍ଶନ କରିବେ ।

ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ:-

ରାଜା ମହେନ୍ଦ୍ର ପ୍ରତାପ ସିଂହ ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ଓ ସମାଜ ସଂସ୍କାରକ ଥିଲେ । ତାଙ୍କ ସମ୍ମାନାର୍ଥେ ଉତ୍ତରପ୍ରଦେଶ ସରକାର ଅଲିଗଡରେ ଏକ ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଅଲିଗଡର କୋଲ ତହସିଲ ଅନ୍ତର୍ଗତ ଲୋଧା ଓ ମୁସେପୁର କରିମ ଜିରୋଲି ଗାଁରେ ୯୨ ଏକର ଜମି ଉପରେଏହି ବିଶ୍ୱବିଦ୍ୟାଳୟ ନିର୍ମିତ ହେବ । ଅଲିଗଡ ଡିଭିଜନରେ ଥିବା ୩୯୫ କଲେଜ ଏହି ନୂଆ ବିଶ୍ୱବିଦ୍ୟାଳୟ ସହିତ ସହବନ୍ଧିତ ହେବେ ।

ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର:-

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ତରପ୍ରଦେଶରେ ଏକ ପ୍ରତିରକ୍ଷା ଶିଳ୍ପ କରିଡର ନିର୍ମାଣର ଯୋଜନା ୨୦୧୮ ଫେବୃୟାରୀ ୨୧ରେ ଘୋଷଣା କରାଯାଇଥିଲା । ୟୁପି ଇନ୍‌ଭେଷ୍ଟମେଣ୍ଟ ସମ୍ମିଟ୍ ଅବସରରେ ପ୍ରଧାନମନ୍ତ୍ରୀ ଏହ କରିଡର ନିର୍ମାଣ ଯୋଜନା ଘୋଷଣା କରିଥିଲେ । ଏଥିରେ ମୋଟ ୬ଟି ନୋଡ୍ ବା ଖଣ୍ଡ ରହିଛି । ସେଗୁଡିକ ହେଲା ଅଲିଗଡ, ଆଗ୍ରା, କାନପୁର, ଚିତ୍ରକୁଟ, ଝାନ୍ସି ଓ ଲକ୍ଷ୍ନୌ ।

ଅଲିଗଡ ଖଣ୍ଡରେ ଏଥିପାଇଁ ଜମି ଯୋଗାଣ କାର୍ଯ୍ୟ ଶେଷ ହୋଇଛି । ମୋଟ ୧୯ଟି ଉଦ୍ୟୋଗକୁ ଏଥିପାଇଁ ଜମି ଯୋଗାଇ ଦିଆଯାଇଛି । ସେମାନେ ଏହି ଉଦ୍ୟୋଗରେ ମୋଟ ୧୨୪୫କୋଟି ଟଙ୍କା ଖର୍ଚ୍ଚ କରିବେ । ଉତ୍ତରପ୍ରଦେଶର ଏହି ପ୍ରତିରକ୍ଷା ଉଦ୍ୟୋଗ କରିଡର ଦେଶକୁ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଆତ୍ମନିର୍ଭର କରାଇବ । ଏହା ମଧ୍ୟ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ ।

 ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership